Gandhi Families - The Sakala

ଗାନ୍ଧୀ ଓ ବଚ୍ଚନ ପରିବାର ବିଚ୍ଛେଦର ରହସ୍ୟ ଖୋଲିଲା
ନୂଆଦିଲ୍ଲୀ : ଦୀର୍ଘ ଦନି ଧରି ଘନିଷ୍ଠ ରହିଆସିଥÒବା ପ୍ରତିଷ୍ଠିତ ଗାନ୍ଧୀ-ନେହେରୁ ଏବଂ ବଚ୍ଚନ ପରିବାର ମଧ୍ୟରେ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ଫାଟକୁ ନେଇ ଅନେକ ସଂଶୟ ରହିଛି।  କିନ୍ତୁ ନିକଟରେ ପ୍ରକାଶ ପାଇଥÒବା  ଏକ ପୁସ୍ତକରେ ଏହାର ଫର୍ଦ୍ଦାଫାସ ହୋଇଛି।  ଏକ ଛୋଟ ଘଟଣା ଲାଗି ଏହି ଦୁଇ ପରିବାର ସମ୍ବନ୍ଧରେ ଭଟ୍ଟା ପଡିଯାଇଥିଲା ବୋଲି  ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାଂସଦ ସନ୍ତୋଷ ଭାରତୀୟ ନିଜର ନୂତନ ପୁସ୍ତକ ‘ଭି ପି ସିଂହ, ଚନ୍ଦ୍ରଶେଖର, ସୋନିଆ ଗାନ୍ଧୀ ଏବଂ ମୁଁ’ରେ ଏହି ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଏଥିରେ କୁହାଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ପାଠପଢା ପାଇଁ ଅର୍ଥ ଯୋଗାଡ(ଫି) କରିବା ଉଦ୍ଦେଶ୍ୟରେ  ଅମିତାଭ ବଚ୍ଚନଙ୍କୁ କହିଥିଲେ। ତେବେ ବିଗ୍ ବି ଏଥିରେ ଅସମର୍ଥ ପ୍ରକାଶ କରିଥିଲେ। ଲେଖକଙ୍କ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସୋନିଆ ଗାନ୍ଧୀ ରାହୁଲଙ୍କ ପାଠପଢାକୁ ନେଇ ଅଧିକ ଚିନ୍ତିତ ଥିଲେ।

ସେତେବେଳେ ରାହୁଲ ଲଣ୍ଡନରେ ପଢୁଥିଲେ। ସୋନିଆ ଏହି ବିଷୟରେ ଅମିତାଭଙ୍କୁ ଜଣାଇଥିଲେ। ସୋନିଆଙ୍କ କଥା ଶୁଣିବା ପରେ ତେବେ ଅମିତାଭ କହିଥିଲେ ଯେ ଲଳିତ ସୁରି ଓ ସତୀଶ ଶର୍ମା ଟଙ୍କା ଗଡବଡ କରି ଦେଇଛନ୍ତି। ଏବେ ପାଖରେ କିଛି ଟଙ୍କା ନାହିଁ, ତଥାପି ମୁଁ କିଛି ବ୍ୟବସ୍ଥା କରିବି। ସୁରୀ ଓ ଶର୍ମା କଂଗ୍ରେସର ବରିଷ୍ଠ ନେତା ଥିଲେ ଓ ରାଜୀବ ଗାନ୍ଧୀଙ୍କ ବହୁତ ଘନିଷ୍ଠ ଥିଲେ। ପୁସ୍ତକରେ ଦାବି କରାଯାଇଛି ଯେ ରାଜୀବ ଗାନ୍ଧୀ ଜୀବିତ ଥିବାବେଳେ ସୁରୀ, ଶର୍ମା ଓ ବଚ୍ଚନ ମିଶି ଚାଉଳ ବ୍ୟବସାୟ ଆରମ୍ଭ କରିଥିଲେ। ଏଠାରୁ ବାସୁମତୀ ଚାଉଳ ଯାଉଥିଲା। ଭାରତ ସରକାର ଏଥିପାଇଁ ଅନୁମତି ଦେଇଥିଲେ। ତେଣୁ ଆଉ କିଛି ଲୋକ ଏଥିରେ ସାମିଲ ଥିଲେ। କିନ୍ତୁ ସେମାନଙ୍କ ନାମ କେବେ ସାମ୍ନାକୁ ଆସିନାହିଁ।

ପୁସ୍ତକ ବର୍ଣ୍ଣନା ଅନୁଯାୟୀ ସୋନିଆଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଏହାର ଦୁଇ ଦିନ ପରେ ଅମିତାଭ ରାହୁଲଙ୍କ ପାଖକୁ ଏକ ହଜାର ଡଲାର(ବର୍ତ୍ତମାନ ପ୍ରାୟ ୭୪,୫୦୦ ଟଙ୍କା)ର ଚେକ୍ ପଠାଇଥିଲେ। କିନ୍ତୁ ସୋନିଆ ଏହି ଚେକ୍‌କୁ ଫେରାଇ ଦେଇଥିଲେ। ସୋନିଆ ଗାନ୍ଧୀ ଏହି ଘଟଣାକୁ କେବେ ଭୁଲି ପାରି ନଥିଲେ। ସେ ଏହାକୁ ନିଜର ଅପମାନ ଭାବିଥିଲେ ଏବଂ ଅମିତାଭ ବଚ୍ଚନଙ୍କୁ ସବୁଦିନ ପାଇଁ ନିଜ ଜୀବନ ଠାରୁ ଦୂରେଇ ଦେଇଥିଲେ। ଲେଖକ ଦାବି କରିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ବୋଧହୁଏ ଏହି ଘଟଣା ସେତେବେଳେ ମନେ ପଡି ଯାଇଥିଲା ଯେତେବେଳେ ଅମିତାଭ ସଞ୍ଜୟ ଗାନ୍ଧୀଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ତାଙ୍କୁ ଦେବାକୁ ସଞ୍ଜୟଙ୍କ ପାଖରେ ଏତେ ଟଙ୍କା ନଥିଲା। ଏହି ଘଟଣା ପରଠୁ ଅମିତାଭ ସଞ୍ଜୟ ଗାନ୍ଧୀଙ୍କ ଠାରୁ ଧିରେ ଧିରେ ଦୂରେଇ ଯାଇଥିଲେ। ତେବେ ତାଙ୍କ ମା ତେଜି ବଚ୍ଚନ ବେଳେ ବେଳେ ଇନ୍ଦିରାଙ୍କୁ ଭେଟିବାକୁ ଯାଉଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ତେଜି ବଚ୍ଚନ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ଥିଲା।