Anushka Sharma - The Sakala
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା: ଅନୁଷ୍କା ଶର୍ମାଙ୍କୁ ମିଳିଲା ସୁଯୋଗ
ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଭାରତୀୟ ମହିଳା ଦଳ ଘୋଷଣା କରିଛି। ଅଭିଜ୍ଞ ଖେଳାଳି ହରମନପ୍ରୀତ କୌରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଜୁନ୍ ମାସରେ ଇଂଲଣ୍ଡରେ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଏହି ସିରିଜ୍ ଭାରତୀୟ ଦଳର ପ୍ରସ୍ତୁତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
ଅନୁଷ୍କା ଶର୍ମାଙ୍କୁ ମିଳିଲା ସୁଯୋଗ
ଏହି ଦଳ ଘୋଷଣାର ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଯୁବ ଖେଳାଳି ଅନୁଷ୍କା ଶର୍ମାଙ୍କ ଚୟନ। ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍ ୨୦୨୬)ରେ ଗୁଜରାଟ ଜାଏଣ୍ଟସ୍ ପାଇଁ ଖେଳି ସେ ଦମଦାର ପ୍ରଦର୍ଶନ କରିଥିଲେ। ଡାହାଣହାତୀ ବ୍ୟାଟର ଅନୁଷ୍କା ୭ଟି ଇନିଂସରେ ୨୫.୨୮ ହାରରେ ଏବଂ ୧୨୯.୧୯ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୧୭୭ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ମିଳିଛି ଏବଂ ସେ ଆନ୍ତର୍ଜାତୀୟ ପଦାର୍ପଣ କରିବା ନେଇ ଆଶା ରଖିଛନ୍ତି।
ଦଳରେ ଅନ୍ୟ ପ୍ରମୁଖ ପରିବର୍ତ୍ତନ
ଅନୁଷ୍କା ଶର୍ମାଙ୍କ ବ୍ୟତୀତ, ୱିକେଟକିପର ଉମା ଛେତ୍ରୀ ଜାତୀୟ ଦଳକୁ ଫେରିଛନ୍ତି। ସେହିପରି ପେସ୍ ବୋଲିଂ ବିଭାଗକୁ ମଜବୁତ କରିବା ପାଇଁ କାଶ୍ୱୀ ଗୌତମଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ, ଗତ ଅଷ୍ଟ୍ରେଲିଆ ସିରିଜ୍‌ରେ ଖେଳିଥିବା ଅମନଜୋତ କୌର ଏବଂ ବୈଷ୍ଣବୀ ଶର୍ମାଙ୍କୁ ବାଦ୍ ଦିଆଯାଇଛି। ବୋଲିଂ ବିଭାଗରେ ରେଣୁକା ଠାକୁର, ଅରୁନ୍ଧତୀ ରେଡ୍ଡୀ ଏବଂ କ୍ରାନ୍ତି ଗୌଡ଼ ପେସ୍ ଦାୟିତ୍ୱ ତୁଲାଇବେ। ସ୍ପିନ୍ ବିଭାଗରେ ଅଭିଜ୍ଞ ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ ଏବଂ ଶ୍ରୀ ଚରଣୀ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ସିରିଜ୍‌ର କାର୍ଯ୍ୟସୂଚୀ
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏପ୍ରିଲ୍ ୧୭ରୁ ଆରମ୍ଭ ହୋଇ ଏପ୍ରିଲ୍ ୨୭ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଡର୍ବାନ୍‌ରେ ଖେଳାଯିବାକୁ ଥିବାବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜୋହାନସବର୍ଗରେ ଏବଂ ଅନ୍ତିମ ମ୍ୟାଚ୍ ବେନୋନିଠାରେ ଅନୁଷ୍ଠିତ ହେବ।
ଘୋଷିତ ଭାରତୀୟ ଦଳ:
ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର), ଅରୁନ୍ଧତୀ ରେଡ୍ଡୀ, ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, ଶ୍ରେୟଙ୍କା ପାଟିଲ, କାଶ୍ୱୀ ଗୌତମ, ଭାରତୀ ଫୁଲମାଲୀ, ଉମା ଛେତ୍ରୀ (ୱିକେଟକିପର), ଏବଂ ଅନୁଷ୍କା ଶର୍ମା।
ନୂଆଦିଲ୍ଲୀ : ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଙ୍ଗଳବାର ସକାଳେ ବୃନ୍ଦାବନରେ ପହଞ୍ଚିଥିଲେ। ଅବସରର ଗୋଟିଏ ଦିନ ପରେ ବିରାଟ ବୃନ୍ଦାବନର କୃଷ୍ଣ ନଗରୀରେ ପହଞ୍ଚିଥିଲେ । ସେଠାରେ ସେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେବା ସହ ପ୍ରାୟ ୧୫ମିନିଟ ଧରି ଏକାନ୍ତରେ ମହାରାଜଙ୍କ ସହ କଥାବାର୍ତ୍ତା ହୋଇଥିଲେ । ବିରାଟ ଏବଂ ଅନୁଷ୍କା ଦୁହେଁ ଆଶ୍ରମରେ ପ୍ରାୟ ସାଢେ ୩ ଘଣ୍ଟା  ସମୟ ବିତେଇଥିବା ବେଳେ ଆଶ୍ରମର ଭଲମନ୍ଦ ବୁଝିଥିଲେ । ପ୍ରେମାନନ୍ଦ ମହାରାଜଙ୍କୁ ଭେଟ କରି ସାରିବା ପରେ ବିରାଟ କୋହଲି ସକାଳ ୯.୪୦ରେ ବୃନ୍ଦାବନ ଛାଡିଥିଲେ। ବିରାଟ କୋହଲିଙ୍କର ଏହି କାର୍ଯ୍ୟ କ୍ରମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିବା ବେଳେ ଏହା ତାଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା।
ସୋମବାର ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି
ସୋମବାର ଦିନ ବିରାଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ତାଙ୍କର ୧୪ ବର୍ଷର ଟେଷ୍ଟ କ୍ୟାରିୟରର ଅନ୍ତ କରିବାର ନିଷ୍ପତ୍ତିକୁ ନିଶ୍ଚିତ କରିଥିଲେ। ବିରାଟ କହିଥିଲେ ଯେ ସେ ଏହି ଫର୍ମାଟରୁ ବହୁତ କିଛି ଶିଖିଛନ୍ତି। ବିରାଟ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି ଏବଂ ଏବେ କେବଳ ଦିନିକିଆରେ ଖେଳିବା ଜାରି ରଖିବେ।
କୋହଲି ଏବଂ ଅନୁଷ୍କା ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମରେ ସାଢ଼େ ତିନି ଘଣ୍ଟା ରହିଥିଲେ
କୋହଲି ଏବଂ ଅନୁଷ୍କା ସନ୍ଥ ପ୍ରେମାନନ୍ଦଙ୍କ ଆଶ୍ରମରେ ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ଉଭୟେ ସକାଳ ପ୍ରାୟ ଛଅଟାରେ ଆଶ୍ରମରେ ପହଞ୍ଚିଲେ ଏବଂ ପ୍ରାୟ ସାଢ଼େ ନଅଟାରେ ସେଠାରୁ ବାହାରିଗଲେ। ଏହା ପ୍ରଥମ ଥର ନୁହେଁ ଯେ ବିରାଟ ସନ୍ଥ ପ୍ରେମାନନ୍ଦଙ୍କୁ ଭେଟିବାକୁ ଆସିଛନ୍ତି। ସେ ପୂର୍ବରୁ ୨୦୨୩ ଜାନୁଆରୀ ଏବଂ ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ସେ ପ୍ରେମାନନ୍ଦ ମହାରାଜଙ୍କ ସହ ବହୁତ ସମୟ ଧରି ଆଲୋଚନା କରିଥିଲେ।
ଦୁଇ ସନ୍ତାନଙ୍କ ସହ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବେ ବିରାଟ-ଅନୁଷ୍କା !
ନୂଆଦିଲ୍ଲୀ: ଭାରତ ଛାଡ଼ି ଲଣ୍ଡନରେ ରହିବେ ବିରାଟ-ଅନୁଷ୍କା । କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ତାରକା ଅନୁଷ୍କା ସବୁଦିନ ପାଇଁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟ କୋହଲି, ପତ୍ନୀ ଅନୁଷ୍କା ଶର୍ମା ଦୁଇ ସନ୍ତାନ ଭାମିକା ଓ ଅକାୟ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବେ। ଏ ସମ୍ପର୍କରେ ତାଙ୍କ ପିଲାଦିନର କୋଚ୍‌‌ ରାଜକୁମାର ଶର୍ମା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅବସର ପରେ ସେ ଓ ତାଙ୍କ ପରିବାର ଲଣ୍ଡନରେ ରହିବେ, କିନ୍ତୁ ଏହାର କାରଣ ସମ୍ପର୍କରେ ସେ କିଛି କହିନାହାନ୍ତି। ଆଜିକାଲି ସେ ଅଧିକାଂଶ ସମୟ ଲଣ୍ଡନରେ ରହୁଛନ୍ତି। ଏପରିକି ନିକଟରେ ଅର୍ଥାତ ଫେବୃଆରୀ ୧୫ରେ ତାଙ୍କର ଦ୍ୱିତୀୟ ସନ୍ତାନ ତଥା ପୁତ୍ର ଅକାୟ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲା। ସେଠାରେ କୋହଲିଙ୍କର ଘର ଓ ବ୍ୟବସାୟ ରହିଛି। ଏ ସମ୍ପର୍କରେ ରାଜକୁମାର ସୂଚନା ଦେଇଥିଲେ ମଧ୍ୟ କୋହଲି, ଅନୁଷ୍କା କିମ୍ବା ଅନ୍ୟ କେହି କିଛି ସୂଚନା ଦେଇ ନାହାନ୍ତି।
ଟିକସକୁ ନେଇ ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା
ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ ।
ସୂଚନା ଅନୁଯାୟୀ, ଗତମାସରେ ଅନୁଷ୍କା ଶର୍ମା ନିଜ ଟ୍ୟାକ୍ସ କନସଲଣ୍ଟାଣ୍ଟ ସାହାଯ୍ୟରେ ୨ଟି ଆବେଦନ କରିଥିଲେ । ବମ୍ବେ ହାଇକୋର୍ଟ ସେଲ୍ସ ଟ୍ୟାକ୍ସ ବିଭାଗକୁ ୩ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୬ ତାରିଖରେ ହେବ। ଗତଥର ଶୁଣାଣି ବେଳେ କୋର୍ଟ ଅନୁଷ୍କାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଟ୍ୟାକ୍ସ କନସଲଣ୍ଟାଣ୍ଟ ଜରିଆରେ ମାମଲା ଦାୟରକୁ କୋର୍ଟ ନା ପସନ୍ଦ କରିଥିଲେ । ଓକିଲଙ୍କୁ ପଚାରିଥିଲେ ଅନୁଷ୍କା କଣ ନିଜେ ଆବେଦନ କରି ପାରିବେ ନାହିଁ । ଯାହା ପରେ ଅନୁଷ୍କା ଓକିଲଙ୍କ ଜରିଆରେ ଦେଇଥିବା ଆବେଦନକୁ ଫେରାଇ ନେବା ସହ ନିଜେ ନୂଆ ଆବେଦନ କରିଥିଲେ ।
କୋହଲିଙ୍କ ପାଇଁ ଅନୁଷ୍କା ଲେଖିଲେ ଭାବୁକ ପୋଷ୍ଟ, କହିଲେ ସେମାନେ ଧନ୍ୟ ଯେଉଁମାନେ ତୁମକୁ ଠିକରେ ବୁଝି ନାହାନ୍ତି
ମୁମ୍ବଇ : ବିରାଟ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। କ୍ରିକେଟ୍ ଜଗତର ଅନେକ ଭେଟେରାନ୍ ଏହି ମହାନ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।ବିରାଟ କୋହଲିଙ୍କ ଅଧିନାୟକତ୍ୱ ଛାଡିବା ପରେ ଲୋକଙ୍କ ପ୍ରତିକ୍ରିୟା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କ୍ରିକେଟ୍‌ରଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ କୋହଲିଙ୍କୁ ଅଧିନାୟକ ଭାବରେ ଏକ ଚମତ୍କାର କ୍ୟାରିୟର କାମନା କରିଛନ୍ତି । ଏହି ସମୟରେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ବିରାଟଙ୍କ ଅଧିନାୟକ ହେବା ପର୍ଯ୍ୟନ୍ତ ସମସ୍ତ ସ୍ମୃତି ବାଣ୍ଟିଛନ୍ତି। ଅନୁଷ୍କା ବିରାଟଙ୍କ ଏକ ଫଟୋ ମଧ୍ୟ ଏହି ଲମ୍ବା ପୋଷ୍ଟ ସହିତ ସେୟାର କରିଛନ୍ତି, ଯେଉଁଥିରେ ସେ ଭାରତର ଟେଷ୍ଟ ଜର୍ସି ପିନ୍ଧିଛନ୍ତି ଏବଂ ମନଖୋଲି ହସୁଛନ୍ତି ।
ନିଜ ପୋଷ୍ଟରେ ଅନୁଷ୍କା ଲେଖିଛନ୍ତି ମୋର ମନେ ଅଛି ୨୦୧୪ ମସିହାରେ ସେହି ଦିନ ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଛ କାରଣ ଏମଏସ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସେଦିନ ଏହି ବିଷୟକୁ ନେଇ ଧୋନି ଆମ ଦୁହିଁଙ୍କ ସହ କଥାବାର୍ତ୍ତା କରୁଥିଲେ । ଧୋନୀ ଏହି ସମୟରେ କହିଥିଲେ ଦେଖିବ କେତେ ଜଲଦି ତୁମ ଦାଢି ଧଳା ହୋଇଯିବ। ସେଦିନ ଆମେ ସମସ୍ତେ ଏହି କଥାକୁ ନେଇ ବହୁତ ହସିଥିଲେ। ସେହି ଦିନଠୁ ମୁଁ ତୁମ ଦାଢି ଧଳା ହେବା ବ୍ୟତୀତ ମୁଁ ଆହୁରି ଅନେକ କିଛି ଦେଖିଛି । ମୁଁ ତୁମକୁ ଆଗକୁ ବଢିଥିବା ଦେଖିଛି। ତୁମ ଚାରିପାଖରେ ଏବଂ ତୁମ ଭିତରେ ଅନେକ ସଫଳତା ଦେଖିଛି।  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବରେ ଏବଂ ଆପଣଙ୍କ ନେତୃତ୍ୱରେ ଦଳର ସଫଳତା ପାଇଁ ମୁଁ ଗର୍ବିତ। ଆଉ ତାଠାରୁ ମୁଁ ଅଧିକ ଗର୍ବିତ ତୁମ ଭିତରର ପରିବର୍ତ୍ତନ ପାଇଁ।
View this post on Instagram
A post shared by AnushkaSharma1588 (@anushkasharma)
ଅନୁଷ୍କା ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ୨୦୧୪ରେ ୟଙ୍ଗ ଥିଲେ। ଭଲ ଚିନ୍ତାଧାର, ଆଉ ଲକ୍ଷ୍ୟ ସହିତ ଜୀବନରେ ଆଗକୁ ବଢୁଥିଲୁ। ଆମେ ଭାବୁଥିଲୁ ଭଲ ଉଦ୍ଦେଶ୍ୟ, ସକରାତ୍ମକ ଚିନ୍ତାଧାରା ଏବଂ ଉଦ୍ଦେଶ୍ୟ ଆପଣଙ୍କୁ ଜୀବନରେ ଆଗକୁ ନେବା ପାଇଁ ଯଥେଷ୍ଟ ଅଟେ । ଜୀବନରେ ଆଗକୁ ବଢିବା ପାଇଁ ଏହି ଜିନିଷଗୁଡ଼ିକ ନିଶ୍ଚିତ ଭାବରେ ଆବଶ୍ୟକ। କେବଳ ସେତିକି ନୁହେଁ ଏହି ସମୟ ମଧ୍ୟରେ ତୁମେ ଅନେକ ଚ୍ୟାଲେଞ୍ଜକୁ ତୁମେ ସାମ୍ନା କରିଛି । ସେ ଚ୍ୟାଲେଞ୍ଜ ଖାଲି ପଡିଆରେ ନୁହେଁ ବାହାରେ ମଧ୍ୟ ରହିଥିଲା । ତାହାକୁ ତୁମେ ମୁକାବିଲା କରିଛ। ଏହା ହିଁ ଜୀବନ। ଏହା ତୁମକୁ ପରୀକ୍ଷା କରେ ଯେଉଁଠାରେ ତୁମେ କମ୍ ଆଶା କରୁଛ କିନ୍ତୁ ଯେଉଁଠାରେ ତୁମେ ଏହାକୁ ଅଧିକ ଆବଶ୍ୟକ କରୁଛ। ମୁଁ ମୋର ପ୍ରେମ ଓ ତୁମ ପାଇଁ ବହୁତ ଗର୍ବିତ।   ମୋର ତୁମ ଉପରେ ଭରସା ଅଛି । ନିଜ ସ୍ପଷ୍ଟବାଦିତା ଯୋଗୁଁ ତୁମେ କୌଣସି ବି ବାଧାବିଘ୍ନକୁ ଅତିକ୍ରମ କରିଦେଇପାର । ସମସ୍ତଙ୍କ ପାଇଁ ତୁମେ ଉଦାହରଣ ସୃଷ୍ଟି କରିଛ, ପ୍ରତିଟି ମ୍ୟାଚରେ ବିଜୟ ପାଇଁ ତୁମେ ସବୁକିଛି କରିଛ । ଆଉ କିଛି ପରାଜୟ ପରେ ତୁମ ପାଖରେ ବସିଥିବା ବେଳେ  ମୁଁ ତୁମ ଲୁହ ବି ଦେଖିଛି । ଯେତେବେଳେ ତୁମେ ଭାବୁଥାଅ କି ଆହୁରି ଅଧିକ ଅଛି ଯାହା ତୁମେ କରିଥାନ୍ତ । ଏହା ହିଁ ତୁମେ ନିଜ ପାଖରେ ଏବଂ ସମସ୍ତଙ୍କ ପାଖରୁ ଆଶା କର।
ଅପେକ୍ଷା ହିଁ ତୁମର ସବୁଠାରୁ ବଡ ଶତ୍ରୁ । ତୁମର ଏହି କଥା ମୋ ନଜରର ତୁମକୁ ମହାନ କରିଛି । ସମସ୍ତେ ଏହି କଥାକୁ ବୁଝିପାରିବେନି । ମୁଁ ପୂର୍ବରୁ ବି କହିଛି ସେମାନେ ଧନ୍ୟ ଯେଉଁମାନେ ତୁମକୁ ଠିକରେ ବୁଝି ନାହାନ୍ତି । ତମେ ଫରଫେକ୍ଟ ନୁହେଁ ତମ ଭିତରେ ବି କିଛି କମି ରହିଛି । ଯାହାକୁ ତୁମେ କେବେ ଲୁଚାଇନ । ସଠିକ୍ କାର୍ଯ୍ୟ କରିବା ପାଇଁ ଠିଆ ହୋଇଛି। ସେ କାମ କେତେ କଠିନ ହେଉନା କାହିଁକି ।କଠିନ କରିବା ପାଇଁ ତୁମେ ସର୍ବଦା ଛିଡା ହୋଇଛ। ଲୋଭରୁ ତୁମେ କିଛି କରିନାହଁ, ଏପରିକି ଏହି ପଦବୀ ମଧ୍ୟ ଲୋଭରୁ ଧରିନାହଁ। ମୁଁ ଏହା ଜାଣେ ଆମ ଝିଅ ତାର ବାପାଙ୍କ ୭ ବର୍ଷର ଶିକ୍ଷାକୁ ହିଁ ଦେଖିବ । ତୁମେ ଭଲ କରିଛ।
ଖୁବ୍‌ଶୀଘ୍ର ପରଦାକୁ ଫେରିବେ ଅନୁଷ୍କା
ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପାଖାପାଖି ଅଢେଇ ବର୍ଷ ହେଲାଣି ସିନେ ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ମସିହାରେ ଶେଷଥର ପାଇଁ ଏହି ଅଭିନେତ୍ରୀ ଜଣଙ୍କୁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଅନୁଷ୍କା କେବଳ ସୋସିଆଲ ମିଡ଼ିଆରେ ହିଁ ନଜର ଆସିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌କୁ ନେଇ ପରଦାକୁ ଫେରିବେ ଅନୁଷ୍କା। ୨୦୨୦ରେ ଅନୁଷ୍କା ଝୁଲନ ଗୋସ୍ବାମୀଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବୋଲି ଖବର ପ୍ରକାଶ ପାଇଥିଲା। ଏହି ଖବର ପରେ ପରେ ସେହି ବର୍ଷ ଅନୁଷ୍କା ଭାରତୀୟ ଟିମ୍‌ର ଜର୍ସି ପିନ୍ଧା କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଦେଖାଯାଇଥିଲେ। ଅନୁଷ୍କାଙ୍କ ସହ ଝୁଲନ ମଧ୍ୟ ଉପସ୍ଥିତ ଥିଲେ। ପଡ଼ିଆରେ ଉଭୟଙ୍କ ଉପସ୍ଥିତିକୁ ନେଇ ସେ ସମୟରେ ଖବର ଆସିଥିଲା ଯେ, ଅନୁଷ୍କା ଓ ଝୁଲନ ବାୟୋପିକ ଘୋଷଣା ଲାଗି ଭିଡ଼ିଓ ସୁଟିଂ କରୁଛନ୍ତି। ଏହି ଫିଲ୍ମର ନିର୍ମାଣ ଦାୟିତ୍ବରେ ସୋନି ପିକଚର୍ସ ରହିବ। ଫିଲ୍ମର କାହାଣୀ ଉପରେ ଏବେ କାମ ଚାଲିଛି। ଅନୁଷ୍କାଙ୍କ ମଧ୍ୟ ପରଦା ଉପରେ ଝୁଲନଙ୍କ ଚରିତ୍ରକୁ ନିଭାଇବା ପାଇଁ ଏବେଠୁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।