Lohagad Fort murder - The Sakala

କେତନ ହତ୍ୟାକାଣ୍ଡରେ ନୂଆ ଖୁଲାସା: ବାଲି ଯିବା ପୂର୍ବରୁ କ୍ୟାବରେ କ’ଣ କରିଥିଲେ ସିୟା?
ପୁଣେର ବହୁଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହାଇ-ପ୍ରୋଫାଇଲ୍ କେସର ତଦନ୍ତ ବେଳେ ଏବେ ଦୁଇଟି ନୂଆ ଦିଗ ପୋଲିସର ଧ୍ୟାନ ଆକର୍ଷଣ କରିଛି। ଗୋଟିଏ ପଟେ, ପ୍ରି-ୱେଡିଂ ସୁଟ୍ ପାଇଁ ବାଲି ଯିବା ସମୟରେ କ୍ୟାବରେ ଘଟିଥିବା ଘଟଣା ସମ୍ପର୍କରେ ଡ୍ରାଇଭର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅନ୍ୟପଟେ, ଅଭିଯୁକ୍ତ ସିୟା ଗୋୟଲଙ୍କ ମାତା-ପିତା ଓ ଭାଇଙ୍କୁ ପୋଲିସ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ସହ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛି।

ବାଲି ଯିବା ପୂର୍ବରୁ କ୍ୟାବରେ କ’ଣ ହୋଇଥିଲା?

ପୋଲିସ ତଦନ୍ତରୁ ଜଣାପଡିଛି ଯେ, କେତନ ଅଗ୍ରୱାଲ ଓ ସିୟା ଗୋୟଲ ପ୍ରି-ୱେଡିଂ ସୁଟ୍ ପାଇଁ ଇଣ୍ଡୋନେସିଆର ବାଲି ଯିବାର ଥିଲା। ଏଥିପାଇଁ ପୁଣେରୁ ମୁମ୍ବାଇ ଏୟାରପୋର୍ଟ ଯିବାକୁ ଏକ କ୍ୟାବ୍ ବୁକ୍ କରାଯାଇଥିଲା। କ୍ୟାବ୍ ଡ୍ରାଇଭର ବୈଭବ ଯାଦବଙ୍କ ବୟାନ ଅନୁସାରେ, ସେ ସକାଳ ପ୍ରାୟ ୧୦ଟା ବେଳେ ସିୟା ଏବଂ ତାଙ୍କ ଭାଇ ସାହିଲ ଗୋୟଲଙ୍କୁ ପୁଣେରୁ ପିକ୍-ଅପ୍ କରିଥିଲେ। ଡ୍ରାଇଭରଙ୍କ କହିବା ଅନୁଯାୟୀ, ପ୍ରଥମେ ସିୟା ଗାଡ଼ିରେ ବସିବାକୁ ରାଜି ନଥିଲେ, କିନ୍ତୁ ତାଙ୍କ ଭାଇ ସାହିଲ ତାଙ୍କୁ ବୁଝାଇ ବା ବାଧ୍ୟ କରି ଗାଡ଼ିରେ ବସାଇଥିଲେ। ପୁଣେରୁ ରାୱେତ (ପିମ୍ପ୍ରି-ଚିଞ୍ଚୱାଡ଼) ଯିବା ରାସ୍ତାରେ ସିୟା ଏବଂ ସାହିଲଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ପରେ କିୱାଲେ ଲୋଧା ନିକଟରୁ କେତନ ଓ ତାଙ୍କ ପରିବାରର କିଛି ସଦସ୍ୟ ସେମାନଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ।

ପାସପୋର୍ଟ ହଜିବା ଏବଂ ସନ୍ଦେହଜନକ ଆଚରଣ

ଯାତ୍ରା ସମୟରେ ଖାଇବା ପାଇଁ ସମସ୍ତେ ଏକ ଫୁଡ୍ କୋର୍ଟ ନିକଟରେ ଅଟକିଥିଲେ। ଡ୍ରାଇଭର ଅଭିଯୋଗ କରିଛନ୍ତି ଯେ, ସମସ୍ତେ ବାହାରେ ଥିବା ବେଳେ ସିୟା କିଛି ଆଣିବା ବାହାନାରେ ପାର୍କିଂରେ ଥିବା କ୍ୟାବ୍ ପାଖକୁ ଫେରିଆସିଥିଲେ। ସେ ଗାଡ଼ିରୁ କିଛି ଜିନିଷ ବାହାର କରି ନିଜ ପକେଟରେ ରଖିଦେଇଥିଲେ। ପରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଜଣାପଡିଥିଲା ଯେ କେତନଙ୍କ ପାସପୋର୍ଟ ହଜିଯାଇଛି। ସିୟା ହିଁ କେତନଙ୍କ ପାସପୋର୍ଟ ଲୁଚାଇ ଦେଇଥିଲେ କି ନାହିଁ, ତାହା ପୋଲିସ ଏବେ ତଦନ୍ତ କରୁଛି।

ମାତା-ପିତା ଓ ଭାଇଙ୍କୁ ପୋଲିସର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ

ଲୋହାଗଡ଼ କିଲ୍ଲାରେ କେତନଙ୍କୁ ପାହାଡ଼ରୁ ଠେଲି ହତ୍ୟା କରିବା ଘଟଣାରେ ସିୟା ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ଗିରଫ ହୋଇସାରିଛନ୍ତି। ଏହି ଷଡ଼ଯନ୍ତ୍ରରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ଜାଣିବା ପାଇଁ ପୋଲିସ ସିୟାଙ୍କ ମାତା-ପିତା ଏବଂ ଭାଇ ସାହିଲଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଛି। ପଚରାଉଚରା ବେଳେ ପୋଲିସ ମୁଖ୍ୟତଃ ଚେତନ, କେତନ ଏବଂ ପରିବାରର ସମ୍ପର୍କକୁ ନେଇ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲା। ସୂତ୍ର ଅନୁଯାୟୀ, ଭାଇ ସାହିଲଙ୍କୁ ସିୟା ଏବଂ ଚେତନଙ୍କ ପ୍ରେମ ସମ୍ପର୍କ ବିଷୟରେ ପୂର୍ବରୁ ଜଣାଥିଲା ଏବଂ ସାହିଲ ଓ ଚେତନ ଏକାଠି କ୍ରିକେଟ୍ ଲିଗ୍ ମଧ୍ୟ ଖେଳୁଥିଲେ। ତେଣୁ ସାହିଲଙ୍କ ବୟାନ ଏହି ହାଇ-ପ୍ରୋଫାଇଲ୍ ମର୍ଡର କେସର ଅନେକ ରହସ୍ୟ ଉନ୍ମୋଚନ କରିବ ବୋଲି ପୋଲିସ ଆଶା ରଖିଛି।

ସିୟା ଲୋହାଗଡ଼ ଟ୍ରେକିଂରେ ଯିବାକୁ ଚାହୁଁନଥିଲେ, କେତନ ଓ ତାଙ୍କ ମାଆ ତାଙ୍କୁ ରାଜି କରାଇଥିଲେ: ସିୟାଙ୍କ ମାଆ ପୂଜା ଗୋୟଲ
ମହାରାଷ୍ଟ୍ରର ପୁଣେ ସ୍ଥିତ ଲୋହାଗଡ଼ ଫୋର୍ଟ ଠାରେ ଘଟିଥିବା ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହତ୍ୟା ଅଭିଯୁକ୍ତ ତଥା କେତନଙ୍କ ଭାବୀ ପତ୍ନୀ ସିୟା ଗୋୟଲଙ୍କ ମାଆ ପୂଜା ଗୋୟଲ ଦାବି କରିଛନ୍ତି ଯେ, ସିୟା ଏହି ଟ୍ରେକିଂରେ ଯିବାକୁ ଆଦୌ ଇଚ୍ଛୁକ ନଥିଲେ। କିନ୍ତୁ କେତନ ଏବଂ ତାଙ୍କ ମାଆ ତାଙ୍କୁ ବୁଝାଇ ଏହି ଯାତ୍ରା ପାଇଁ ରାଜି କରାଇଥିଲେ।

ରାତିରେ ହୋଇଥିଲା ଭିଡିଓ କଲ୍

ପୂଜା ଗୋୟଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଘଟଣାର ପୂର୍ବ ରାତିରେ ସିୟା ଏବଂ କେତନଙ୍କ ମଧ୍ୟରେ ଏକ ଭିଡିଓ କଲ୍ ହୋଇଥିଲା, ଯେଉଁଥିରେ ଟ୍ରେକିଂ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଭିଡିଓ କଲ୍‌ରେ କେତନଙ୍କ ମାଆ ମଧ୍ୟ ଯୋଡ଼ି ହୋଇଥିଲେ। ସେହି ସମୟରେ ସିୟା ଲୋହାଗଡ଼ ଟ୍ରେକିଂରେ ଯିବା ପାଇଁ ମନା କରିଦେଇଥିଲେ, କିନ୍ତୁ କେତନ ଓ ତାଙ୍କ ମାଆ ତାଙ୍କୁ ସାଥିରେ ଯିବା ପାଇଁ ଉତ୍ସାହିତ କରିଥିଲେ। ପୂଜା କହିଛନ୍ତି ଯେ, ଏହି କଥାବାର୍ତ୍ତାର ପ୍ରମାଣ ସେମାନଙ୍କ ଚାଟ୍ ହିଷ୍ଟ୍ରିରେ ମଧ୍ୟ ରହିଛି।

ଅନ୍ୟ ସମ୍ପର୍କକୁ ନେଇ ଅଜ୍ଞ ଥିଲେ ପରିବାର

ସିୟା ନିଜର ପ୍ରେମିକ ଚେତନ ଚୌଧୁରୀଙ୍କ ସହ ମିଶି କେତନଙ୍କୁ ୪୦୦ ଫୁଟ୍ ତଳକୁ ଠେଲି ହତ୍ୟା କରିଥିବା ନେଇ ପୋଲିସ ଅଭିଯୋଗ କରିଛି। ତେବେ ସିୟାଙ୍କ ବାପା ପ୍ରବୀଣ ଗୋୟଲ ଓ ମାଆ ପୂଜା ସ୍ପଷ୍ଟ କରିଛନ୍ତି ଯେ, ଝିଅର ଅନ୍ୟ କାହା ସହ ସମ୍ପର୍କ ଥିବା ନେଇ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ପରିବାର ଲୋକେ ବହୁ ଆଡମ୍ବରରେ ବିବାହର ପ୍ରସ୍ତୁତି କରୁଥିଲେ। ବିବାହ ପୂର୍ବରୁ ସେମାନେ ସିୟାଙ୍କୁ ଅନେକ ଥର ପଚାରିଥିଲେ ମଧ୍ୟ ସିୟା କେତନଙ୍କୁ ପସନ୍ଦ କରୁଥିବା କଥା ପ୍ରକାଶ କରିଥିଲେ। ଚେତନ କେବଳ ତାଙ୍କର ଜଣେ ବନ୍ଧୁ ଥିବା ପରିବାର ଲୋକେ ଭାବିଥିଲେ।

ଦୋଷୀ ପ୍ରମାଣିତ ହେଲେ ମିଳୁ କଠୋର ଦଣ୍ଡ

ସିୟାଙ୍କ ପିତାମାତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଯଦି ସେମାନଙ୍କ ଝିଅ ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ୍। 'ଯଦି ଆମ ଝିଅ ପ୍ରକୃତରେ ଦୋଷୀ, ତେବେ ଯେଉଁ ସ୍ଥାନରୁ କେତନଙ୍କୁ ତଳକୁ ପକାଇ ଦିଆଯାଇଥିଲା, ସେହି ସ୍ଥାନରୁ ତାକୁ ମଧ୍ୟ ତଳକୁ ଫିଙ୍ଗି ଦିଆଯାଉ,' ବୋଲି ପୂଜା ଗୋୟଲ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୮ ତାରିଖରେ ଏହି ଘଟଣା ଘଟିଥିଲା ଏବଂ ପୋଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣା ଭାବେ ରୁଜୁ କରିଥିଲେ ମଧ୍ୟ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା。