Berhampur Police - The Sakala

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୩୯୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିଛି ବ୍ରହ୍ମପୁର ପୋଲିସ । ସରକାରୀ ଓକିଲଙ୍କ ଜରିଆରେ କୋର୍ଟରେ ଦାଖଲ ହୋଇଥିବା ଏହି ଚୂଡ଼ାନ୍ତ ଚାର୍ଜସିଟ୍ ୩୯୬ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଡିଜିଟାଲ୍ ପ୍ରମାଣ ଭାବରେ ୧୬ଟି ପେନଡ୍ରାଇଭ୍ ମଧ୍ୟ ଦାଖଲ କରାଯାଇଛି। ଏହା ସହିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଶେଷ ହୋଇଛି।

ଏହି ହତ୍ୟା ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁରର ବୈକୁଣ୍ଠନଗର ସ୍ଥିତ ନିଜ ବାସଭବନ ନିକଟରେ କିଛି ଅଜ୍ଞାତ ଦୁର୍ବୃତ୍ତ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ଓଡ଼ିଶାରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କରିଥିଲା ଏବଂ ରାଜ୍ୟର ଅନ୍ୟତମ ବହୁଚର୍ଚ୍ଚିତ ଅପରାଧିକ ମାମଲା ପାଲଟିଥିଲା। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରି ରାଜନୈତିକ ନେତାଙ୍କ ସମେତ ଏକାଧିକ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଗତ ଜାନୁଆରୀ ୪ ତାରିଖରେ ବ୍ରହ୍ମପୁର ପୋଲିସ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା।