Businessman Murder - The Sakala

ବାଲେଶ୍ୱରରେ ଫୁଟିଲା ଗୁଳି: ବାଇକରେ ଆସି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ବାଲେଶ୍ୱର: ଦିନଦ୍ୱିପହରରେ ବାଲେଶ୍ୱରରେ ଫୁଟିଲା ଗୁଳି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକଙ୍କ ନାମ ଏସ କେ ହମିଦ୍ ବୋଲି ଜଣାପଡ଼ିଛି । ପ୍ରାୟ ୮ ରାଉଣ୍ଡ ଗୁଳି ଫୁଟାଇ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳିମାଡ ପରେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବସାୟିକ ଶତ୍ରୁତା କିମ୍ବା ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ଏବଂ ସମସ୍ତ ଦିଗରୁ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସହଦେବଖୁଣ୍ଟା ଥାନା ଅଧୀନରେ ଥିବା ଆଦର ମାର୍କେଟରେ ଏହି ହତ୍ୟାକାଣ୍ଡ ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବ୍ୟବସାୟୀ ସେଖ୍ ହମିଦ୍ ଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ପ୍ରାୟ ୮ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିନଦ୍ୱିପହରରେ ଏଭଳି ଗୁଳିମାଡ଼ ଘଟଣା ଯୋଗୁଁ ବ୍ୟସ୍ତବହୁଳ ଆଦର ମାର୍କେଟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ସହଦେବଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।