SP BALASORE - The Sakala

ଟ୍ରାଫିକ୍ କର୍ମଚାରୀ ଦେଖାଇଲେ ମହାନତା
ବାଲେଶ୍ବର: ବାଲେଶ୍ବର ସହରର ବିଭିନ୍ନ ଟ୍ରାଫିକ୍ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କର୍ମଚାରୀ ଜଗିକି ରହୁଛନ୍ତି। ତେବେ ଅନେକ ଟ୍ରାଫିକ୍ କର୍ମଚାରୀ କେବଳ ଟ୍ରାଫିକ୍ ପୋଷ୍ଟ ଦାୟିତ୍ୱ ତୁଲାଇଥାନ୍ତି। ତେବେ ସୋମବାର ଦିନ ସିନେମା ଛକ ନିକଟରେ ଏକ ଟ୍ରାଫିକ୍ କର୍ମଚାରୀ ମାନବିକତାର ପରିଚୟ ଦେଇଛନ୍ତି। ଆଜି ଅପରାହ୍ନ ଜଣେ ବ୍ୟକ୍ତି(ବୟସ ପ୍ରାୟ ୫୫ ବର୍ଷ) ସିନେମା ଛକ ଆଡୁ ହସପିଟାଲ୍ ରାସ୍ତା ଦେଇ ଷ୍ଟେସନ ଆଡକୁ ଏକ ଠେଲାରେ ଗ୍ରୋସରି ସାମଗ୍ରୀ ନେଇ ବହୁତ କଷ୍ଟରେ ଟାଣି ଟାଣି ନେଉଥିଲେ। ଏହି ଦୃଶ୍ୟ ଦେଖି ଛକରେ ଛିଡା ହୋଇଥିବା ଜଣେ ଯୁବ ଟ୍ରାଫିକ୍ କର୍ମଚାରୀ ସଙ୍ଗେ ସଙ୍ଗେ ଦୌଡି ଯାଇ ଠେଲାକୁ ପଛ ପଟୁ ଠେଲି କିଛି ବାଟ ଆଗେଇ ଦେଇଥିଲେ। ଫଳରେ ବ୍ୟକ୍ତିଙ୍କୁ ଠେଲା ଆଗକୁ ଟାଣିବାରେ ସୁବିଧା ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ଏପରି ମହାନତା ତଥା  ମଣିଷପଣିଆର ଦୃଶ୍ୟ କମ୍ ଦେଖିବାକୁ ମିଳେ। ବହୁତ କମ୍ ଲୋକ ଏପରି କାମ ପାଇଁ ଦୌଡିଯାଆନ୍ତି।

ଗୋଚାଲାଣ, ବ୍ରାଉନସୁଗର ଓ ବନ୍ଧୁକ କାରବାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ଵର: ପୁଲିସର କାର୍ଯ୍ଯଦକ୍ଷତାକୁ ନେଇ ପ୍ରଶ୍ନ
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ହେବାରେ ଲାଗିଛି। ଜିଲ୍ଲାରେ ଗୋଚାଲାଣ, ଗଞ୍ଜେଇ, ବ୍ରାଉନସୁଗର, ବନ୍ଧୁକ କାରବାର ଆଦି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ପୁଲିସର କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୁଲିସ ଆଖିଦୃଶିଆ କାର୍ଯ୍ଯାନୁଷ୍ଠାନ ନେଇ ପାରୁ ନଥିବାରୁ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେବାର ଏହାହିଁ ପ୍ରମୁଖ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି।

ଜିଲ୍ଲାର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଗୋଚାଲାଣ ହେବା ଓ ପଶ୍ଚିମବଙ୍ଗ ରୁ ବାଲେଶ୍ଵର ରାସ୍ତାରେ ଗୋମାଂସ ଅନ୍ୟ ରାଜ୍ୟକୁ ଚାଲାଣ ହେବା ନୀତିଦିନିଆ ଘଟଣା। ଏଥିପାଇଁ ସୋର ଠାରୁ ଜଳେଶ୍ଵର ଯାଏ ରାସ୍ତା ପାର୍ଶ୍ବସ୍ଥ ଥାନା ଇଲାକାରେ ମାଳ ମାଳ ଦଲାଲ କାମ କରୁଛନ୍ତି। ସୋର ଓ ଜଳେଶ୍ଵରର ଲକ୍ଷ୍ମଣନାଥରେ ଦଲାଲ ମାନଙ୍କ ଦ୍ବାରା ଦୁଇ ଦୁଇଟି ଅଫିସ ମଧ୍ୟ କାମ କରୁଛି। ଏହି ଦୁଇ ଅଫିସ ମାଧ୍ୟମରେ ବହୁ ପ୍ରଭାବଶାଳୀ ନେତା, ପୁଲିସ ଅଧିକାରୀ, ସାମ୍ବାଦିକ ମାନଙ୍କ ପକେଟକୁ ନିୟମିତ ଟଙ୍କା ମଧ୍ୟ ଯାଉଛି। ଗୋଚାଲାଣକୁ ନେଇ ଜିଲ୍ଲାରେ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।

ଗତ ଜୁନ ୧୬ ତାରିଖରେ ଖନ୍ତାପଡା ଥାନା ଶେରଗଡ଼ ନିକଟରେ ଏହି କାରଣରୁ ଗୋଷ୍ଠୀ ସଂଘର୍ଷ ହୋଇ ଜଣକର ଜୀବନବି ଯାଇଛି। ଏହି ଘଟଣାରେ ପୁଲିସ ଦୁଇ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରିିଛ। ସେହିପରି ଦୁଇବର୍ଷ ପୂର୍ବରୁ ଜଳେଶ୍ଵର ସ୍ଥିତ ଜମାଳପୁର ବାଇପାସ୍ରେ ଦଲାଲ ପୁଲିସ ମୁହାଁମୁହିଁ ହୋଇଥିଲେ। ବେଆଇନ ଭାବେ ବର୍ଷ ବର୍ଷ ଧରି ଚାଲୁଥିବା ଏହି ଗୋଚାଲାଣକୁ ରୋକିବା ପାଇଁ ରାଜ୍ୟ ପୁଲିସ ମୁଖିଆ ମଧ୍ୟ କିଛି ମାସ ପୂର୍ବରୁ ଘୋଷଣା କରିଥିଲେ।ହେଲେ ଗୋଚାଲାଣକାରୀଙ୍କ ଉପରେ ଅଦ୍ୟାବଧି ଦୃଷ୍ଟାନ୍ତମୂଳକ କାର୍ଯ୍ଯାନୁଷ୍ଠାନ ନିଆଯାଇ ନାହିଁ। କେବଳ ଗୋଚାଲାଣ ନୁହେଁ ବ୍ରାଉନସୁଗର କାରବାର ପାଇଁ ମଧ୍ୟ ବାଲେଶ୍ଵର ଜିଲ୍ଲା ଭୂସ୍ବର୍ଗ ପାଲଟିଛି। ଏହି ଧଳା ଜହର ବେପାର ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ଏସଟିଏଫ ଦ୍ବାରା ବିଭିନ୍ନ ସ୍ଥାନରେ ବାରମ୍ବାର ଚଢ଼ାଉ କରାଯାଉଛି। କୋଟି କୋଟି ଟଙ୍କାର ବ୍ରାଉନସୁଗର ସହ ଅଭିଯୁକ୍ତ ମଧ୍ୟ ଗିରଫ ହେଉଛନ୍ତି।

ତଥାପି ବାଲେଶ୍ଵର ଜିଲ୍ଲାରେ ବ୍ରାଉନସୁଗର ବେପାର ଦିନକୁ ଦିନ ତାର କାୟା ବିସ୍ତାର କରୁଛି। ଫଳରେ ଏହି ବେପାର ଯୋଗୁଁ ଜିଲ୍ଲାର ଶହ ଶହ ଶଙ୍ଖ୍ୟାରେ ଯୁବକ ପଥଭ୍ରଷ୍ଟ ହେଉଛନ୍ତି।ପାରିବାରିକ ଅଶାନ୍ତି ମଧ୍ୟ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ବାଲେଶ୍ଵର ଜିଲ୍ଲା ଏବେ ନକଲି ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ଭୂସ୍ବର୍ଗ ପାଲଟିଛି। ଅନେକ ନାମିଦାମୀ ବ୍ରାଣ୍ଡର ବିଭିନ୍ନ ସାମଗ୍ରୀ ଏଠାରେ ନକଲ କରି ତିଆରି କରାଯିବା ସହ ଆଉ କିଛି ପଶ୍ଚିମବଙ୍ଗରୁ ଅଣାଯାଇ ବିକ୍ରି ହେଉଛି।ଚୋରା ବନ୍ଧୁକ କାରବାର ମଧ୍ୟ ଜିଲ୍ଲାରେ ଚିନ୍ତା ଜନକ।ଗତ ମାର୍ଚ୍ଚ ମାସରେ ସାମାନ୍ୟ ବିଦ୍ୟୁତ ତାର ଟଣାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳରୁ ନାଉପାଳଗଡିରେ ଗୁଳି ଫୁଟିଲା।ଜଣେ ଟ୍ରଲର ମାଲିକଙ୍କ ଜୀବନ‌ ଗଲା। ଏହି ଗୁଳିକାଣ୍ଡ ବା ହତ୍ୟା ଘଟଣାର ତଦନ୍ତ କରୁ କରୁ ଜିଲ୍ଲାରେ ଯେ ବନ୍ଧୁକ କାରବାରର ଚେର କେତେ ତଳକୁ ଯାଇଛି ତାହା ଜଣା ପଡିବା ପରେ ସାଧାରଣରେ ବିସ୍ମୟ ସୃଷ୍ଟି କରିଥିଲା। ସେହିପରି ଜିଲ୍ଲାରେ ପ୍ରତିଦିନ ଛିନତାଇ ,ଠକେଇ, ଲୁଟ, ଚୋରି, ଜୁଆ ଖେଳ ଆଦି ଘଟଣା ସବୁ ସୀମା ଡେଇଁଛି।

ଗତ ବର୍ଷକ ତଳେ ଜଳେଶ୍ଵର ପୂର୍ତ୍ତ ଡ଼ାକବଙ୍ଗଳାରେ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବରେ ହାଣି ହତ୍ୟା କରାଯାଇଥିଲା।ବହୁ ଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିବାରେ ପୁଲିସ ବିଫଳ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ୟାଙ୍କରୁ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସଶସ୍ତ୍ର ଡକାୟତି ହୋଇଥିବା ବେଳେ ଏସବୁର ଖିଅ ପୁଲିସ ଖୋଜି ପାଉନି। ଜିଲ୍ଲାରେ ଜାତୀୟ ରାଜପଥର ଜଳେଶ୍ୱର,ବସ୍ତା ଥାନା ଅଞ୍ଚଳ ମଧ୍ୟରୁ ଆନ୍ତଃରାଜ୍ୟ ଲୁଟେରା ମାନେ ନିୟମିତ ବ୍ୟବଧାନରେ କୋଟି କୋଟି ଟଙ୍କାର ମାଲସହ ଟ୍ରକ ଲୁଟ ହେଉଛି। ଏହି ଘଟଣାରେ ପୁଲିସକୁ ସଫଳତା ମିଳି ପାରୁନାହିଁ।

ଅନ୍ୟପକ୍ଷରେ ଜିଲ୍ଲାରେ କଳାବଜାରୀ ଓ ମହଜୁଦକାରୀ ଦିନକୁ ଦିନ ସକ୍ରିୟ ହେଉଛନ୍ତି। ଏସବୁକୁ ରୋକିବା ପାଇଁ ଜିଲ୍ଲା ପୁଲିସର କ୍ରମାଗତ ଅବହେଳାକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଠୁଛି। ଏପରି ସମୟରେ ଜିଲ୍ଲାର ଅନେକ ଦକ୍ଷ ଓ ସଚ୍ଚୋଟ ପୁଲିସ ଅଧିକାରୀ ଓ କର୍ମଚାରୀ ବିନା କାରଣରେ ଜିଲ୍ଲା ମୁଖିଆଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି। ଏପରିକି ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ପୁଲିସ ବିରୋଧରେ ପୁଲିସର ଅଭିଯୋଗ ଚିନ୍ତାର ବିଷୟ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଭିନ୍ନ ଘଟଣାରେ ପୁଲିସ ସୁଚିନ୍ତିତ କାର୍ୟ୍ୟାନୁଷ୍ଠାନ ନେଉ ନଥିବାରୁ ଏହା ପୁଲିସକୁ ମଧ୍ୟ ସାଧାରଣ ରେ ନିନ୍ଦିତ କରୁଛି। ତାଳସାରି ସାମୁଦ୍ରିକ ଥାନାର ଜଣେ ମହିଳା କର୍ମଚାରୀ ଓ ଥାନାଧିକାରୀଙ୍କ ମଧ୍ୟରେ ବିବାଦ ଘଟଣା ଏହାକୁ ପ୍ରମାଣିତ କରୁଛି।ପୁଲିସର ଏସବୁ ଦୋଷ ଦୁର୍ବଳତାକୁ ବିଭିନ୍ନ ଗଣମାଧ୍ୟମରେ ନିୟମିତ ପ୍ରକାଶ ହେଉଛି। ତେବେ ଏସବୁ ଖବର ଆଧାରରେ ତଦନ୍ତ ବା କାର୍ଯ୍ଯାନୁଷ୍ଠାନ ନହୋଇ ଓଲଟା ସାମ୍ବାଦିକ ମାନଙ୍କୁ ଏହି ଖବର କିଏ ଦେଉଛି ସେଥିପାଇଁ ସାମ୍ବାଦିକଙ୍କ କଲ ଡିଟେଲ୍ସ ବାହାର କରିବା ଭଳି ସଙ୍ଗୀନ ଅଭିଯୋଗ ଜିଲ୍ଲା ପୁଲିସ ମୁଖିଆଙ୍କ ଉପରେ ରହିଛି। ଫଳରେ ଲୋକଙ୍କ ବିଶ୍ୱାସ ହରାଉଛି ପୁଲିସ। ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।