CMO_Odisha - The Sakala
ଆରମ୍ଭ ହେଲା ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର:  ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ  । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ ଏହାକୁ ବିଶେଷତ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ।
ପୁଷ୍ଟିଶସ୍ୟ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୭ରେ ମୋ ସରକାର ଓଡ଼ିଶା ମିଲେଟ ମିଶନର ଶୁଭାରମ୍ଭ କରିଥିଲେ। ଏହି ମିଶନ ଜରିଆରେ ଆମେ ଏସବୁ ପୁଷ୍ଟିକର ଶସ୍ୟକୁ ବର୍ତ୍ତମାନର ଖାଦ୍ୟ ପ୍ରଣାଳୀରେ ଏକ ଅନିର୍ବାଯ୍ୟ ଅଂଶ ଭାବେ ଗ୍ରହଣ କରି ପୁନରୁଦ୍ଧାର କରିବା ଲାଗି ଲକ୍ଷ୍ୟ ରଖିଛୁ । ମିଲେଟ୍‌ ଆମକୁ ଅନେକ ବିଶେଷ ସ୍ଵାସ୍ଥ୍ୟଗତ ସୁବିଧାମାନ ପ୍ରଦାନ କରିଥାଏ । ଜଳବାୟୁ ଅନୁକୂଳ ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହୋଇପାରୁଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ ଏହା ବିଶେଷ ଭାବରେ ସାହାଯ୍ୟ କରିଥାଏ । ମିଲେଟ୍‌ ଚାଷରେ ସ୍ଵଳ୍ପ ପାଣି ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ କମ୍ ରହୁଥିବା କାରଣରୁ ଏହା ପରିବେଶ ଅନୁକୂଳ ଅଟେ ।
୨୦୨୩ ମସିହାକୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ (ମିଲେଟ୍) ବର୍ଷ ଭାବରେ ଘୋଷଣା କରି ମିଳିତ ଜାତିସଂଘ ଓ ଖାଦ୍ୟ ଓ କୃଷି ସଂଗଠନ ବିଶ୍ଵସ୍ତରରେ ଏହି ଶସ୍ୟପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି ଏବଂ ଏହି ପ୍ରାଚୀନ ଶସ୍ୟ ଆଧୁନିକ ସମୟର ସମସ୍ୟା ଓ ଆହ୍ବାନଗୁଡିକ ଲାଗି ପ୍ରକୃଷ୍ଟ ଉତ୍ତର ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏଥିଲାଗି ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ପ୍ରଚେଷ୍ଟାକୁ ଆଉ ପାଦେ ଆଗକୁ ନେବାକୁ ଯାଇ ଓଡିଶାର କୃଷକ, ମିଲେଟୁ ମା’, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଖେଳାଳୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏଫ.ପି.ଓ, ଉଦ୍ୟୋଗୀ, ଡାକ୍ତର, ହୋଟେଲ ଏବଂ ଅନ୍ୟମାନଙ୍କର ସକ୍ରିୟ ସହଯୋଗରେ ପ୍ରଥମ ମାଣ୍ଡିଆ ଦିବସ ୧୦ ନଭେମ୍ବର ୨୦୨୨ ରୁ ଆରମ୍ଭ କରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ( ୯ ଓ ୧୦ ନଭେମ୍ବର ୨୦୨୩) ପର୍ଯ୍ୟନ୍ତ ଏକ ସଫଳ ଯାତ୍ରା ସମ୍ପନ୍ନ କରିବାକୁ ଯାଉଛି ।
ପୁଷ୍ଟିଶସ୍ୟର ପୁନରୁଦ୍ଧାର କରିବା ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ଉଭୟ ପ୍ରଶାସନ ଓ ସମାଜକୁ ନେଇ ଏକ ସାମଗ୍ରୀକ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ମହତ ପ୍ରୟାସ ସହିତ ପ୍ରତ୍ୟେକ ସାଧାରଣ ଲୋକର ଖାଇବା ଥାଳିରେ ମିଲେଟ୍ ଭଳି ଏକ ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଆମ ରାଜ୍ୟ ସର୍ବୋତ୍ତଭାବେ କାର୍ଯ୍ୟ କରିବ । ମିଲେଟ୍‌ ଓ ମିଲେଟ୍‌ ଭିଭିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ।
ଆମେ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ନାଗରିକମାନଙ୍କ ମଧ୍ୟରେ ଏକ ସକରାତ୍ମକ ଦୃଷ୍ଟିକୋଣ ବିକଶିତ କରି ରାଜ୍ୟ ସ୍ଵାସ୍ଥ୍ୟ ସୂଚକାଙ୍କକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ମୁଁ ଆଶା କରୁଛି, ଏହି ଅନନ୍ୟ ଶସ୍ୟ ଆଜିର ସମାଜରେ ତା’ର ଯୋଗ୍ୟ ସ୍ଵୀକୃତି ଫେରିପାଇବ ଏବଂ ସୁସ୍ଥ ଜୀବନଯାପନ କରିବାରେ ଆମ୍ଭମାନଙ୍କୁ ସହାୟକ ହେବ ।
କମ୍ପୁଛି ଧାମନଗର: ଅବନ୍ତୀଙ୍କ ପାଇଁ ପ୍ରଚାର କଲେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ, ୧୮ ମାସରେ ହେବ ୫ ବର୍ଷର କାମ
ଭୁବନେଶ୍ବର: ପ୍ରଚାରରେ କମ୍ପୁଛି ଧାମନଗର। ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଏହି କ୍ରମରେ ଧାମନଗରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନବୀନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ସୁଖ ଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ଆପଣମାନଙ୍କ ପାଇଁ କାମ କରିଆସୁଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି । ମାଆ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ ହୋଇଛି । ମାଆ ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ତେଣୁ ଜଣେ ମାକୁ ଆପଣଙ୍କ MLA ଭାବରେ ଦେଖିବାକୁ ମୁଁ ଚାହେଁ । ଆପଣମାନେ ବି ଚାହାନ୍ତି। ମାଆ ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ଆପଣମାନଙ୍କ ସହଯୋଗରେ ଓଡିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଆପଣାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୋର ପୁରା ବିଶ୍ବାସ ।
୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ।
ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ସବୁ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି।
ମୋର ପୁରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢିବ। ବର୍ତ୍ତମାନ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା । ଏହା ମୁଁ ନିଜେ ଦେଖିବି। ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ମୋର ଅନୁରୋଧ, ଏ ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଆପଣମାନଙ୍କ ଅଞ୍ଚଳର ବିକାଶ ଦାୟିତ୍ବ ମୋର । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର ବୋଲି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କହିଛନ୍ତି ।
‘ଇଣ୍ଡିଆ ଟୁଡେ ମୁଡ୍‍ ଅଫ୍‍ ଦ ନେସନ’ ସର୍ଭେ: ରାଜ୍ୟୱାରୀ ଲୋକପ୍ରିୟତାରେ ନବୀନ ପୁଣି ନମ୍ବର ୱାନ୍‍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି। ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ତାଙ୍କ ପାଇଁ ଏହି ସଫଳତା ଆଣିଦେଇଛି। କେବଳ ରାଜ୍ୟ ପାଇଁ ନୁହେଁ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଏହି ସର୍ଭେକ୍ଷଣରେ ରାଜ୍ୟୱାରୀ ଲୋକପ୍ରିୟତା ଆଧାରରେ ଓଡ଼ିଶାର ୭୮ ପ୍ରତିଶତ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। କୌଣସି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ସର୍ବାଧିକ ବ୍ୟକ୍ତିଙ୍କ ପସନ୍ଦ ଭାବେ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ନବୀନଙ୍କ ପଛକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‍ ତୃତୀୟ ସ୍ଥାନରେ ରହିଛନ୍ତି। ନବୀନ ପାଇଥିବା ଜନତାଙ୍କ ପସନ୍ଦ ହାର ଠାରୁ ହିମନ୍ତ ଏବଂ ଷ୍ଟାଲିନ୍‍ ଯଥାକ୍ରମେ ୧୫% ଓ ୧୭% ପଛରେ ରହିଛନ୍ତି।
ସବୁଠାରୁ ଉଲ୍ଲେଖନୀୟ ହେଉଛି ଯେ ଗତବର୍ଷ ଜାନୁୟାରୀ ମାସରେ ମଧ୍ୟ ଇଣ୍ଡିଆ ଟୁଡେ ଗ୍ରୁପ୍‍-କାର୍ଭି ଇନ୍‍ସାଇଟ୍ସର ‘ମୁଡ୍‍ ଅଫ ଦ ନେସନ’ ସର୍ଭେକ୍ଷଣରେ ନବୀନ ସମାନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଶ୍ରୀ ପଟ୍ଟନାୟକ ସେହି ସମୟରେ ରାଜ୍ୟର ୫୧% ଲୋକଙ୍କ ସମର୍ଥନ ପାଇ ନିଜ ରାଜ୍ୟରେ ସର୍ବାଧିକ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଥିଲେ। ଏହି ସର୍ଭେରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ହେଭିୱେଟଙ୍କୁ ପଛରେ ପକାଇଦେଇଥିଲେ। ସେହିପରି ଗତ ଜାନୁୟାରୀ ମାସରେ ମଧ୍ୟ ନବୀନ ମୁଡ୍‍ ଅଫ ଦ ନେସନ୍‍ ସର୍ଭେରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏକ ନମ୍ବର ସ୍ଥାନ ବଜାୟ ରଖିଥିଲେ। ଏହି ସର୍ଭେରେ ନବୀନଙ୍କ ପଛକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍ କେ ଷ୍ଟାଲିନ୍‍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ସର୍ଭେରେ ନବୀନଙ୍କୁ ରାଜ୍ୟର ୭୧% ଲୋକ ନିଜର ସମର୍ଥନ ଜଣାଇଥିେଲେ। ଯାହା ପୂର୍ବ ସର୍ଭେ ତୁଳନାରେ ୨୦% ଅଧିକ ରହିଥିଲା। ଚଳିତ ସର୍ଭେରେ ନବୀନ ନିଜ ରାଜ୍ୟରେ ପୂର୍ବବତ୍‍ ନିଜର ଲୋକପ୍ରିୟତା ବଜାୟ ରଖିବା ସହ ସମର୍ଥନ ହାରକୁ ଆହୁରି ୭% ବୃଦ୍ଧି କରିପାରିଛନ୍ତି। ଏହିପରି ଭାବେ ଗତ ୩ଟି ସର୍ଭେକ୍ଷଣରେ କ୍ରମାଗତ ଭାବେ ନବୀନ ନମ୍ବର ୱାନ୍‍ ହୋଇ ଆସୁଥିବା ବେଳେ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଜାୟ ରଖପାରିନାହାନ୍ତି। କେବଳ ଇଣ୍ଡିଆ ଟୁଡେ ନୁହେଁ; ନିକଟ ଅତୀତରେ ଏବିପି ସି ଭୋଟର ଦେଶବ୍ୟାପୀ ସର୍ଭେରେ ମଧ୍ୟ ନବୀନ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ।
ମାଗିବା ଆଗରୁ ସମର୍ଥନ ଦେଇ ଉପହାର ଦେଇଛନ୍ତି ଭାଇ- ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଓଡ଼ିଶାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ।  ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।  ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ପ୍ରାୟ ୩୦ ମିନିଟ ଧରି  ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ଏକ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।
ସମ୍ମିଳନୀ କକ୍ଷରେ ଚାଲିଥିବା ଭେଟଘାଟ୍ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ  ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି କହି ସମ୍ବୋଧନ କରିଥିଲେ। ପୂର୍ବରୁ ରାକ୍ଷୀ ବାନ୍ଧିଥିଲେ ବୋଲି ଦ୍ରୌପଦୀ କହିଥିଲେ। ବିଦେଶରେ ରହି ମୋହ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ମୁଁ ଗାଁର ଝିଅ, ମନ୍ତ୍ରୀ ଥିବା ବେଳେ ବହୁ କାମ କରିଛି। ଆହୁରି କାମ ବାକି ଅଛି, ଆପଣଙ୍କର ସହଯୋଗ ଦରକାର। ଆମ ଗାଁର ଅବସ୍ଥା ସୁଧୁରିବ। ଓଡ଼ିଶା ସୁନ୍ଦର ଭାବେ ବଢିବ ବୋଲି ଦ୍ରୌପଦୀ କହିଛନ୍ତି। ପରେ ସମସ୍ତଙ୍କ ଧନ୍ଯବାଦ ଜଣାଇଛନ୍ତି ଦ୍ରୌପଦୀ। ମାଗିବା ପୂର୍ବରୁ ସମର୍ଥନ ମିଳିଯାଇଛି ବୋଲି ଦ୍ରୌପଦୀ ନିଜ ସମ୍ବୋଧନରେ କହିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ପୁଣି ଥରେ ମୁଖ୍ଯମନ୍ତ୍ରୀ ଅପିଲ କରିଛନ୍ତି। ଭୋଟ ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ ହୁଏ ସେଥିପ୍ରତି ଧ୍ଯାନଦେବାକୁ କୁହାଯାଇଛି।
ବିଧାନସଭାର ସମ୍ମିଳନୀ କକ୍ଷରେ ଭେଟଘାଟ୍ ଶେଷ ହବାପରେ ରାଜ୍ୟ ଅତିଥି ଭବନ ଯିବେ ଦ୍ରୌପଦୀ ମୁର୍ମୁ। ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଦ୍ରୌପଦୀ ମୁର୍ମୁ  ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ମଧ୍ୟ ଜଣାପଡିଛି।
ବିଧାନସଭା ସମ୍ମିଳନୀ କକ୍ଷରେ ଦ୍ରୌପଦୀ ମୁର୍ମୁଙ୍କ ସହ ଚାଲିଛି ଭେଟଘାଟ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ। ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପୀ ମୁର୍ମୁଙ୍କୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ।
ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି।  ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ। ପ୍ରାୟ ୩୦ ମିନିଟ ଧରି  ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋବାର ସମ୍ଭାବନା ରହିଛି ।
ଏହା ପରେ ରାଜ୍ୟ ଅତିଥି ଭବନ ଯିବେ ଓ ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।
ଦଳମତ ନିର୍ବିଶେଷରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପୁଣି ଥରେ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦଳମତ ନିର୍ବିଶେଷରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଣି ଅପିଲ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ନରସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି । କଂଗ୍ରେସ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଏଥିପାଇଁ ନବୀନଙ୍କ ନିର୍ଦ୍ଦେଶରେ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।
ଏହାସହ କଂଗ୍ରେସ ବିଧାୟକ, ବଣାଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୁଝାଇବାକୁ ନବୀନ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ପିସିସି ସଭାପତିଙ୍କୁ ବି ବୁଝାଇବା ପାଇଁ ନବୀନ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ଓଡିଶା କଂଗ୍ରେସର ୯ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲ ।
ଏହା ପୂର୍ବରୁ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ମକରନ୍ଦ ।
ଭୁବନେଶ୍ବର: ୧୦ ଦିନିଆ ବିଦେଶ ଗସ୍ତ ସାରି ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ଭିତରେ ଯେତିକି ଚର୍ଚ୍ଚା, ଦେଶ ବାହାରେ ବି ସେତିକି ଆଲୋଚନା । ରୋମରୁ ଦୁବାଇ ସବୁଠି ଥିଲା ନବୀନଙ୍କ କ୍ରେଜ । ବିଗତ ୨୨ ବର୍ଷରେ ଓଡ଼ିଶାରେ ହୋଇଥିବା ସାମଗ୍ରିକ ବିକାଶର ଚିତ୍ର ବିଶ୍ବ ଆଗରେ ରଖିଥିଲେ ନବୀନ । ସୃଷ୍ଟି କରିଥିଲେ ଓଡ଼ିଶାର ନୂଆ ପରିଚୟ । ସାରା ଦୁନିଆ ଜାଣିଲା ଓଡ଼ିଶାର ରୁପାନ୍ତରଣର କଳା କୌଶଳ । ଦୁବାଇ ମେକ୍ ଇନ୍ ଓଡ଼ିଶାକୁ ବି ମିଳିଛି ସଫଳତା । ୟୁରୋପରୁ ୟୁଏଇ ଯାଏଁ, ସବୁଠି ଶୁଭୁଥିଲା ନବୀନ, ନବୀନ । ଶହ ଶହ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇଥିଲେ ।
ନବୀନଙ୍କ ବିଦେଶ ଗସ୍ତ ପାଇଁ ପୂରା ଦୁନିଆରେ ଓଡ଼ିଶା ଚର୍ଚ୍ଚା । ବିଶ୍ବ ଖାଦ୍ୟ କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିଲେ ଓଡ଼ିଶାର ପରିବର୍ତ୍ତନର ଚିତ୍ର। ବିଗତ ୨୨ ବର୍ଷରେ ଓଡ଼ିଶାରେ ଆସିଥିବା ଟ୍ରାନ୍ସଫର୍ମେସନର କଳା କୌଶଳ କହିଥିଲେ ନବୀନ। ଫୋକସରେ ଥିଲା ଖାଦ୍ୟ ନିରାପତ୍ତା ଓ ବିପପ୍ଯ୍ଯୟ ପରିଚାଳନା । ଉଭୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସବୁଠି ଚର୍ଚ୍ଚା । ଏହାସହ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣରେ ଦ୍ରୁତ ଅଗ୍ରଗତି, ସ୍କୁଲ ରୂପାନ୍ତରଣର ଫର୍ମୁଲା, ବିଏସକେଓ୍ବାଇର ଉପାଦେୟତା ବଖାଣିଥିଲେ ନବୀନ ।
ରୋମ୍ ପରେ ଦୁବାଇରେ ମେକ୍ ଇନ୍ ଓଡ଼ିଶା ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରମୁଖ ଆକର୍ଷଣ । ୨୧ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିବା ବେଳେ ବାହାର ଦେଶରେ ଓଡ଼ିଶାର ଦକ୍ଷତା ଓ ସମ୍ବଳର ଅସଲ ଚିତ୍ର ପ୍ରଦର୍ଶିତ କରିବାରେ ସକ୍ଷମ ହୋଇଛି ଟିମ୍ ଓଡ଼ିଶା ।
ୟୁରୋପରୁ ୟୁଏଇ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବେଳେ ପ୍ରବାସୀ ଓଡ଼ିଆଙ୍କ ମନରେ ଥିଲା ଅନେକ ଉତ୍ସାହ । ନବୀନଙ୍କ ପାଇଁ ବ୍ରିଟେନରୁ ଇଟାଲୀ, ଲଣ୍ଡନରୁ ଦୁବାଇ, ଆବୁଧାବିରୁ ସାରଜା ସବୁଠି ଦେଖିବାକୁ ମିଳିଥିଲା କ୍ରେଜ । ଭାଟିକାନରେ ପୋପଙ୍କୁ ସାକ୍ଷାତ ସହ ଆବୁଧାବିରେ ମସଜିଦ୍ ପରିଦର୍ଶନ, ସବୁଠି ନବୀନ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ । ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ । ବାହାର ମାଟିରେ ଓଡ଼ିଆଙ୍କ ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଯେତିକି ଗର୍ବିତ, ସେମାନଙ୍କ ସଂଘର୍ଷର କାହାଣୀ ଶୁଣି ସେତିକି ଭାବ ବିହ୍ବଳ । ରାଜ୍ୟର ବିକାଶରେ ସମସ୍ତଙ୍କ ସହଭାଗିତା ଓ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୟୁଏଇରେ ରହୁଥିବା ଓଡ଼ିଆଙ୍କ ଦୀର୍ଘ ଦିନର ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି । ଦୁବାଇରୁ ଭୁବନେଶ୍ବର ସିଧା ବିମାନ ଚଳାଚଳ ଘୋଷଣା କରିଥିବାରୁ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚି ସେଇଠୁ ଭୁବନେଶ୍ବର ଆସିବେ । ଆସନ୍ତାକାଲି ପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ଯକ୍ରମ ରହିଛି ।
ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ଜୁନ୍ରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ । ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି । ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।
ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ । ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବୈଠକରେ ରାଜ୍ୟସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ।
ଏହି ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ  ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।
ଉନ୍ନୟନ କମିଶନର-ତଥା-ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଓଡ଼ିଆ ଛାତ୍ର, ଆଶ୍ୱସ୍ତ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଥିବା ଓଡ଼ିଆଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ଆଶ୍ୱସ୍ତି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍‌ଲାଇନ୍ ଜରିଆରେ ଆଲୋଚନା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ସେ ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି କହିଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀ ମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନ୍‌ଲାଇନ ଜରିଆରେ ଯୋଗାଯୋଗରେ ଥିଲେ ବୋଲି ସେମାନେ କହିଥିଲେ । ୟୁକ୍ରେନର ଅନ୍ୟ ସ୍ଥାନରେ ଥିବା, ବିଶେଷକରି ଖାରକିବ୍‌ରେ ବହୁ ଓଡିଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବାପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ ।
ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲ୍ପ ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଭୁବନେଶ୍ୱରରେ ପହଞ୍ଚି ବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାକୁ ସଂଯୋଜନା କରିଥିଲେ।
କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ଯମନ୍ତ୍ରୀ: ବୁଷ୍ଟର ଡୋଜକୁ ଗୁରୁତ୍ୱ, ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ସଠିକ ତଦାରଖ କରିବାକୁ ପରାମର୍ଶ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ମଧ୍ୟ  ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍‌ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।
ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ପୋଲିସକୁ ପରାମର୍ଶ ପ୍ରଦାନ କରିଛନ୍ତି । ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ Rapid Response Team ଓ କର୍ମଚାରୀ ମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।
ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍‌ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଛନ୍ତି  ।
ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍‌ ଅଟେ। ଯାଜପୁର, ବାଲେଶ୍ୱର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ରହିଛି । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନର ରହିଛି ବୋଲି ଆର. କେ ଶର୍ମା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ‘କରି ମଧ୍ୟ ଆମେ କରୋନା ପରିସ୍ଥିତିର ମୁକାବିଲା କରିପାରିବା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯  ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛିି। ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍‌ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ ବଡ ସହରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍‌ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡୁଛି । ଏସବୁ ସୂଚନା ଉତ୍ସାହପ୍ରଦ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସଂପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡିବ । ମୁଖ୍ୟ ଶାସନ ସଚିବ ତାଙ୍କର ପ୍ରେସ୍‌ ସୂଚନା ଜରିଆରେ କୋଭିଡ ରୋଗୀ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏହାସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଂକା ଥିବା ନାଗରିକ ମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ ସେ କହିଥିଲେ । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମାନେ ମଧ୍ୟ ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।କୋଭିଡ ସଂପର୍କରେ ଆମର ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ ମାଇକ୍ରୋ କଷ୍ଟେନମେଣ୍ଟ ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ. ଶର୍ମା ସମଗ୍ର ବିଶ୍ବ, ଦେଶ ଓ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଏକ ତୁଳନାତ୍ମକ ଚିତ୍ର ରଖି କହିଥିଲେ ଯେ ବର୍ତ୍ତମାନ ତୃତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ସୂଚନା ମିଳୁଛି । ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍‌ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍‌ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍‌ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି ସେ କହିଥିଲେ ।
ଟିକାକରଣ ଉପରେ ସୂଚନା ଦେଇ ସେ କହିଥିଲେ ଯେ ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି। ୧୫ ରୁ ୧୮ ବୟସ୍କ କିଶୋକ ମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ । ବୈଠକରେ ପୁଲିସ ମହାନିର୍ଦ୍ଦେଶକ  ସୁନିଲ ବଂଶଲ, କଟକ ଓ ମୟୁରଭଂଜର ଜିଲ୍ଲାପାଳ, ଭୁବନେଶ୍ବର ଓ କଟକର ମ୍ୟୁନିସ୍‌ପାଲ କମିଶନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ବୈଠକରେ ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।
ଆଜି ରାଜ୍ଯ କ୍ୟାବିନେଟ୍ ବୈଠକ: ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ଲୋକସେବା ଭବନରେ ଦିନ ୧୨ଟା ୩୦ ମିନିଟ୍‌ରେ ଏହି ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍‌ ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ପୂର୍ତ୍ତ, ଜଳସମ୍ପଦ, ଉଚ୍ଚଶିକ୍ଷା ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ୧୦ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ନବୀନ ନିବାସରୁ ବୈଠକରେ ଯୋଡି ହେବେ । ସେହିପରି ରାଜଧାନୀରେ ଉପସ୍ଥିତି ଥିବା ମନ୍ତ୍ରୀମାନେ ଏବଂ ବିଭାଗୀୟ ଅଧିକାରୀ ମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ଜରୁରୀ କାର୍ଯ୍ୟରେ ବିଭିନ୍ନ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ କ୍ୟାବିନେଟ୍ ବୈଠକରେ ଯୋଡି ହେବେ।