Philippines - The Sakala

ଇରାନ ଯୁଦ୍ଧର ପ୍ରଭାବ: ଏସିଆରେ ଘନୀଭୂତ ହେଉଛି ଊର୍ଜା ସଙ୍କଟ, ଫିଲିପାଇନ୍ସରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ରହିନାହିଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ଭୟଙ୍କର ଊର୍ଜା ସଙ୍କଟ ସୃଷ୍ଟି କରିଛି। ବିଶେଷକରି ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକରେ ଅଶୋଧିତ ତୈଳ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯୁଦ୍ଧ କାରଣରୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ମାର୍ଗ ହୋର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟ ବନ୍ଦ ରହିବା ଫଳରେ ଏସିଆ ମହାଦେଶରେ ଇନ୍ଧନର ଘୋର ଅଭାବ ଦେଖାଦେଇଛି।

ତୈଳ ଯୋଗାଣରେ ବାଧା ଏବଂ ମୂଲ୍ୟ ବୃଦ୍ଧି

ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି। ହୋର୍ମୁଜ୍ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଯୋଗାଣ ହୋଇଥାଏ, ଯାହା ବର୍ତ୍ତମାନ ଠପ୍ ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ଏସିଆର ବଜାର ଉପରେ ପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୪ ଡଲାର ପାର୍ କରିଥିବା ବେଳେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ମଧ୍ୟ ଢେର୍ ବୃଦ୍ଧି ପାଇଛି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏସିଆର ଅନେକ ଦେଶ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି।

ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ଉପରେ ଗମ୍ଭୀର ପ୍ରଭାବ

ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ନିଜର ଇନ୍ଧନ ଆବଶ୍ୟକତା ପାଇଁ ମୁଖ୍ୟତଃ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରିଥାନ୍ତି। ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଫିଲିପାଇନ୍ସ ପ୍ରଥମ ଦେଶ ଭାବେ ଦେଶରେ 'ଜାତୀୟ ଊର୍ଜା ଜରୁରୀକାଳୀନ ପରିସ୍ଥିତି' ଘୋଷଣା କରିଛି। ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ, ଦେଶରେ ମାତ୍ର ୪୫ ଦିନ ପାଇଁ ଇନ୍ଧନ ଗଚ୍ଛିତ ରହିଛି। ସେହିପରି ଭିଏତନାମ ନିଜର ଊର୍ଜା ସୁରକ୍ଷା ନିଶ୍ଚିତ କରିବା ପାଇଁ ଋଷ ସହିତ ନୂତନ ଚୁକ୍ତି ସ୍ୱାକ୍ଷର କରିଛି। ଭିଏତନାମ ପ୍ରଧାନମନ୍ତ୍ରୀ ତୈଳ ଏବଂ ଗ୍ୟାସ୍ ଯୋଗାଣ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିକଟରେ ଋଷ ଗସ୍ତ କରିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଏବଂ ଜାପାନ ପରି ଦେଶଗୁଡ଼ିକ ନିଜର ନାଗରିକମାନଙ୍କୁ ଶକ୍ତି ସଞ୍ଚୟ କରିବାକୁ ନିବେଦନ କରିବା ସହ ନିଜର ସଂରକ୍ଷିତ ତୈଳ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଓ ଋଷର ପ୍ରତିକ୍ରିୟା

ଊର୍ଜା ସଙ୍କଟ ମଧ୍ୟରେ ପରମାଣୁ ଶକ୍ତି କ୍ଷେତ୍ର ମଧ୍ୟ ଯୁଦ୍ଧର ପ୍ରଭାବରୁ ବର୍ତ୍ତି ପାରିନାହିଁ। ଇରାନର ପ୍ରମୁଖ ବୁଶେହର ପରମାଣୁ ଶକ୍ତି କେନ୍ଦ୍ର (Bushehr nuclear power plant) ପରିସରରେ ହୋଇଥିବା ଆକ୍ରମଣକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉଦ୍ବେଗ ପ୍ରକାଶ ପାଇଛି। ଋଷର ସ୍ୱଦେଶୀ ପରମାଣୁ ଊର୍ଜା ନିଗମ ରୋସାଟମ୍ (Rosatom) ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଛି। ଏହିଭଳି ଆକ୍ରମଣ ଆଗାମୀ ଦିନରେ ବିଶ୍ୱ ଆଣବିକ ସୁରକ୍ଷା ଏବଂ ପରିବେଶ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ଫିଲିପାଇନ୍ସରେ ଭୟଙ୍କର ଘୂର୍ଣ୍ଣିଝଡ଼ କଲମାଏଗିର ତାଣ୍ଡବ, ଏଯାଏଁ ଗଲାଣି ୨୪୧ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ଫିଲିପାଇନ୍ସରେ ତାଣ୍ଡବ ରଚିଛି ଭୟଙ୍କର ଘୂର୍ଣ୍ଣିଝଡ଼ କଲମାଏଗି । 'କଲମାଏଗି'ର ପ୍ରଳୟଙ୍କରୀ ତାଣ୍ଡବରେ ଫିଲିପାଇନ୍ସ ଛାରଖାର ହୋଇଯାଇଛି। ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ଏପର୍ଯ୍ୟନ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ନିଖୋଜ ରହିଛନ୍ତି। ଦେଶରେ ସୃଷ୍ଟି ହୋଇଥିବା ଏହି ଅତ୍ୟନ୍ତ ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ରାଷ୍ଟ୍ରପତି ସାରା ଦେଶରେ ଜରୁରୀକାଳୀନ ସ୍ଥିତି (State of Calamity) ଘୋଷଣା କରିଛନ୍ତି। ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ଘୂର୍ଣ୍ଣଝଢ଼ ଲ୍ୟାଣ୍ଡଫଲ୍ କରିଥିଲା । ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ପ୍ରବଳ ବର୍ଷା ଯୋଗୁ ଅନେକ ଲୋକ ବନ୍ୟାରେ ଭାସି ଯାଇଛନ୍ତି  ।

ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି । କଲମାଏଗିର ପ୍ରଭାବିତ ପ୍ରାନ୍ତରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯାଇଥିବା ବାୟୁସେନା ହେଲିକପ୍ଟରରେ ଏମାନେ ଥିଲେ । ଯାହା ଦୁର୍ଘଟଣାର ଶିକାର ହୋଇଥିଲା । ଗୁରୁବାର ପାଣିପାଗ ବିଭାଗ କହିଛି ଯେ, ଭିଏତନାମର ଜିଆ ଲାଇ ପ୍ରଦେଶରେ ପ୍ରବଳ ବର୍ଷା ଏବଂ ପବନ ନେଇ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି । ଯାହା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି କରିପାରେ ଏବଂ ଚାଷ କାମରେ ବାଧା ଉପୁଜିପାରେ । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଅନ୍ୟପଟେ ବର୍ଷା ଯୋଗୁଁ ବନ୍ୟା ଆସିବାରୁ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଫିଲିପାଇନ୍ସର ସବୁଠାରୁ କ୍ଷତିଗ୍ରସ୍ତ ପ୍ରଦେଶ ସେବୁରେ ବନ୍ୟା ଜଳ କମିଥିବା ବେଳେ, ଅନେକ ଘର ଭାଙ୍ଗିଯାଇଛି ।

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ: ୬୯ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ମାନିଲା, ଫିଲିପାଇନ୍ସ: କେନ୍ଦ୍ରୀୟ ଫିଲିପାଇନ୍ସରେ ସୋମବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଏକ ଶକ୍ତିଶାଳୀ ୬.୯ ତୀବ୍ରତାର ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ଲୋକ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଆଶଙ୍କା ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି।

ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ (Epicentre) ଉପକୂଳବର୍ତ୍ତୀ ସହର ବୋଗୋର ଉତ୍ତର-ପୂର୍ବରେ ପ୍ରାୟ ୧୭ କିଲୋମିଟର ଦୂରରେ ଥିଲା। ବୋଗୋ ଏକ ଜନବହୁଳ ସହର, ଯେଉଁଠାରେ ପ୍ରାୟ ୯୦ ହଜାର ଲୋକ ବସବାସ କରନ୍ତି।

ବୋଗୋ ସହର: ଏହି ଭୂକମ୍ପରେ ବୋଗୋ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଭୂସ୍ଖଳନ: ପାହାଡ଼ ଧସିଯିବାରୁ ତଳେ ଥିବା ଅନେକ ଗ୍ରାମ ମାଟି ଅତଡ଼ାରେ ଚାପି ହୋଇଯାଇଛି। ବିଶେଷ କରି ଏକ ପାହାଡିଆ ଗାଁରେ ଏକ ଝୁମ୍ପୁଡ଼ି ଘର ସମ୍ପୂର୍ଣ୍ଣ ପୋତି ହୋଇଯାଇଛି, ତେଣୁ ସେଠାରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି।

ସାନ୍ ରେମିଗିଓ: ଏହି ଟାଉନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ସେଠାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ସୁନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ତଟରକ୍ଷୀ ବାହିନୀ କର୍ମଚାରୀ, ଜଣେ ଅଗ୍ନିଶମ କର୍ମଚାରୀ ଏବଂ ଜଣେ ଶିଶୁ ଅଛନ୍ତି।

ଏହି ବିପର୍ଯ୍ୟୟ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ୍ ଅପରେସନ ଚାଲିଛି। କିନ୍ତୁ ଭଙ୍ଗା ଅଟ୍ଟାଳିକା ଏବଂ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ତୀବ୍ର ଭୂମିକମ୍ପ ଯୋଗୁଁ କାନ୍ଥ, ଘର ଏବଂ ରାସ୍ତାମାନଙ୍କରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଅଧିକାରୀମାନେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ଏବଂ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି।

ଫିଲିପାଇନ୍ସର ଜଣେ ଏଭଳି ଚିତ୍ରକର ଯିଏ ରଙ୍ଗରେ ନୁହେଁ, ରକ୍ତରେ ଆଙ୍କୁଛନ୍ତି ଚିତ୍ର
ଚିତ୍ରରୁ ପରମ୍ପରା, ସଂସ୍କୃତି, ଐତିହ୍ୟର ଝଲକ ମିଳିଥାଏ। ହେଲେ ଜୀବନର ସତ୍ୟତାକୁ ମଧ୍ୟ ଚିତ୍ର ପ୍ରତିପାଦିତ କରେ। ଫିଲିପାଇନ୍ସର ଚିତ୍ରକର ଏଲିତୋ କିର୍କା ନିଜ ଜୀବନର ସତ୍ୟତାକୁ ଚିତ୍ର ଜରିଆରେ ହିଁ ପ୍ରସ୍ଫୁଟିତ କରିପାରିଛନ୍ତି । ସେ ଚିତ୍ର ପାଇଁ ରଙ୍ଗ ନୁହେଁ, ବରଂ ନିଜ ରକ୍ତର ବ୍ୟବହାର କରନ୍ତି। ଏଭଳି ଚିତ୍ରଆଙ୍କି ସେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି।

ସେ ରକ୍ତରେ ଚିତ୍ର କରିବା ପଛରେ ଏକ ସୁନ୍ଦର କାହାଣୀ ରହିଛି। ଏଲିତୋ ଏକ ଗରିବ ପରିବାରରୁ ଆସିଛନ୍ତି। ଚିତ୍ର ଆଙ୍କିବାକୁ ତାଙ୍କୁ ଆବଶ୍ୟକ ସାମଗ୍ରୀ ମିଳେ ନାହିଁ। ଏମିତି ବି ପିଲାଦିନେ ଚିତ୍ରରେ ରଙ୍ଗ ବଦଳରେ ସେ ଟମାଟୋ, ଘିଅ, ବିଭିନ୍ନ ଅଠା ବ୍ୟବହାର କରୁଥିଲେ। ହେଲେ ଭୁଲ୍‌ରେ ଥରେ ତାଙ୍କ ହାତ କଟିଯାଇଥିଲା। ହାତରୁ ରକ୍ତ ବୋହି ଚାଲିଥିଲା। ଏହି ରକ୍ତ ବୁନ୍ଦା ହିଁ ତାଙ୍କ କ୍ୟାରିୟରକୁ ସମ୍ପୂର୍ଣ୍ଣ ବଦଳାଇଦେଲା। କାରଣ ବୋହିଯାଉଥିବା ରକ୍ତକୁ ସେ ଚିତ୍ରର ରୂପ ଦେଇଥିଲେ। ଏହାପରେ ଲଗାତାର ରକ୍ତରେ ଚିତ୍ର ଆଙ୍କିବା ସେ ଆରମ୍ଭ କଲେ। ରକ୍ତର ଚିତ୍ରକୁ ନେଇ ସେ କୁହନ୍ତି, ଚିତ୍ରରେ ରଙ୍ଗ ବଦଳରେ ରକ୍ତ ଦେବା ଦ୍ୱାରା ଏହାକୁ ଦୀର୍ଘଦିନ ଧରି ସାଇତି ରଖିହୁଏ।

ଧୀରେ ଧୀରେ ତାଙ୍କ ବିଷୟରେ ସବୁଠି ଚର୍ଚ୍ଚା ହେବା ସହ ଏଥିପାଇଁ ସେ ସମାଲୋଚନାର ମଧ୍ୟ ଶିକାର ହୋଇଥିଲେ। ହେଲେ ସେ ଏଥିରେ ଭାଙ୍ଗି ନ ପଡ଼ି ଦୀର୍ଘ ଦିନ ହେବ ଏହି ଚିତ୍ର ଆଙ୍କି ଆସୁଛନ୍ତି। ବର୍ତ୍ତମାନ ଚିତ୍ର ଆଙ୍କିବା ସହ ନିଜ ରକ୍ତକୁ ସଂଗ୍ରହ କରୁଛନ୍ତି। ଏମିତିକି ପ୍ରତି ତିନିମାସରେ ଥରେ ସେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରକ୍ତ ଦିଅନ୍ତି। ୫୦୦ ମି.ଲି ରକ୍ତକୁ ନେଇ ନିଜର ଷ୍ଟୁଡ଼ିଓର କୋଲ୍ଠ ଷ୍ଟୋରେଜ୍‌ରେ ସାଇତି ରଖନ୍ତି। ତାଙ୍କର ଇଚ୍ଛା ଅଛି ସେ ୧୦୦ ମିଟର କାନ୍‌ଭାସରେ ନିଜ ରକ୍ତରେ ଚିତ୍ର ଆଙ୍କି ବିଶ୍ୱରେକର୍ଡ କରିବେ। ଏନେଇ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଅବତରଣ ବେଳେ ରନୱେରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୧୭୩ ବିମାନ ଯାତ୍ରୀ
ଫିଲିପାଇନ୍ସ: ରନୱେରେ ଅବତରଣ ବେଳେ ଦୁର୍ଘଟଣାର ଶିକାର ହେଲା କୋରିଆ ଏୟାରଲାଇନ୍ସ ବିମାନ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର । ଫିଲିପାଇନ୍ସ ସେବୁ ଏୟାରପୋର୍ଟରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ଖରାପ ପାଗ ଯୋଗୁ କୋରିଆ ଏୟାରଲାଇନ୍ସର ଏହି ବିମାନ ସେବୁ ଏୟାରପୋର୍ଟରେ ଦୁଇ ଦୁଇ ଥର ଅବତରଣ ଉଦ୍ୟମ କରିଥିଲା । ତୃତୀୟ ଥର ଲାଣ୍ଡିଂ ବେଳେ ରନେଓ୍ଵରୁ ବାହାରକୁ ବାହାରି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଦୁର୍ଘଟଣା ପରର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରନେଓ୍ଵରୁ କେମିତି ବାହାରକୁ ଚାଲି ଯାଇଛି ଏୟାରବସ୍‌ A330 ତାହା ଦେଖିବାକୁ ମିଳିଛି ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ବିମାନର ସାମନା ପାଖ କ୍ଷତିଗ୍ରସ୍ତ ହୋଇଛି । କୋରିଆ ଏୟାର ଲାଇନ୍ସର ଏୟାରବସ୍‌ A330 ସିଓଲରୁ ସେବୁ ଆସୁଥିଲା । ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ଓ କୋରିଆ କର୍ତ୍ତୃପକ୍ଷ ।

ବଡ ଦୁର୍ଘଟଣା: ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଫିଲିପାଇନ୍ସ ବାୟୁସେନାର ଏକ C-130 ବିମାନ ବଡ଼ ଦୁର୍ଘଟଣାର ଶିକାର ହୋଇଛି | ଖବର ଅନୁସାରେ ରବିବାର ଦିନ ଦକ୍ଷିଣ ଫିଲିପାଇନ୍ସରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଅତି କମରେ ୮୫ ଜଣ ଲୋକ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବିମାନ ଧ୍ୱଂସାବଶେଷରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି।

At least 17 killed and 15 rescued from the burning wreckage of Philippine’s C-130 military plane crash: AFP

— ANI (@ANI) July 4, 2021

ସୂଚନାନୁସାରେ, ରବିବାର ସକାଳେ ପାଟିକୁଲ ସୁଲୁ ନିକଟରେ ଫିଲିପାଇନ୍ସ ବାୟୁସେନା (PAF) ର ଏକ C-130 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସୁଲୁ ପ୍ରଦେଶର ଜାଇଲ୍ସ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ନିଆଁ ଲାଗିଯାଇଥିଲା। ବିମାନଟି ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ତଳକୁ ଉହ୍ଲାଇବା ବେଳକୁ ପୁରା ବିମାନରେ ନିଆଁ ଲାଗିସାରିଥିଲା ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ବିମାନ ମଧ୍ୟରେ ଫଶିଥିବା ଲୋକମାନଙ୍କୁ ଉଦ୍ଧାର କରିଛି । ବିମାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ ।