Mexico - The Sakala

ମେକ୍ସିକୋରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ରକକୁ ପଛରୁ ଧକ୍କାଦେଇ ପୋଲ ତଳକୁ ଖସିଲା ବସ୍, ୨୪ ମୃତ
ମେକ୍ସିକୋ: ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କାଦେବା ପରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେକ୍ସିକୋ କେନ୍ଦ୍ରୀୟ ରାଜମାର୍ଗରେ ଏହି ସଡକ ଦୁର୍ଘଟଣା ଘଟିଛି ।

ଜକାଟେକସ୍ ଗଭର୍ଣ୍ଣରଙ୍କ ସୂଚନା ମୁତାବତ, ଶନିବାର ଏହି ଦୁର୍ଘଟଣା ଘଟିଛି । ମେକ୍ସିକୋର କେନ୍ଦ୍ରୀୟ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ମକ୍କା ଭର୍ତ୍ତି ଟ୍ରକ ପଛକୁ ଧକା ଦେଇଥିଲା । ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ଗୁରୁତରଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ମୋଟ୍ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ବସ୍ ଆମେରିକା-ମେକ୍ସିକୋ ସୀମାରେ ଥିବା ଚିହୁଆହୁଆ ରାଜ୍ୟର ସିୟୁଡାଡ ଜୁଆରେଜକୁ ଯାଉଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ମେକ୍ସିକୋର ବାସିନ୍ଦା ଥିଲେ ବୋଲି ଜଣାପଡିଛି ।

ମେକ୍ସିକୋର ଏକ ଜେଲରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼; ୧୪ ମୃତ, ୨୪ କଏଦୀ ଫେରାର
ମେକ୍ସିକୋ: ଉତ୍ତର ମେକ୍ସିକୋର ସ୍ୟୁଦାଦ ଜୁୟାରେଜ ସହରରେ ଥିବା ଏକ ଜେଲରେ ଆଖିବୁଜା ଗୁଳିମାଡ଼ କରିଛନ୍ତି କିଛି ସଶସ୍ତ୍ର ଆତତାୟୀ । ଗୁଳିମାଡ଼ରେ ୧୪ଜଣ ମୃତ୍ୟୁ ହୋଇଥିବାବେଳେ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ କାରରେ ଗାଡ଼ି ଆସି ଜେଲ ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୧୦ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କ ସମେତ ମୋଟ୍ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଫାଇଦା ଉଠାଇ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ଏମାନଙ୍କର ଏଯାଏଁ ପରିଚୟ ମିଳିପାରନାହିଁ । ଜେଲରେ ଆକ୍ରମଣ କରିବା ପୂର୍ବରୁ ଆତତାୟୀମାନେ ନଗରପାଳିକା ସହର ପୋଲିସ ଉପରକୁ ଫାୟାରିଂ କରିଥିଲେ ବୋଲି ଜଣାପଡିଛି । ତେବେ କିଏ ଓ କେଉଁ କାରଣ ପାଇଁ ଏହି ଗୁଳି ମାଡ଼ କରିଛି । ସେନେଇ ତଦନ୍ତ କରୁଛି ପୋଲିସ ।

ମେକ୍ସିକୋରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୧୮ ଜଣଙ୍କ ମୃତ୍ୟୁ
ମେକ୍ସିକୋ: ମେକ୍ସିକୋରେ ଆତତାୟୀର ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୭ ପୋଲିସ ଓ ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ପଶ୍ଚିମ ମେକ୍ସିକୋର ସାନ୍ ମିଗୁଏଲ ଟୋଟଲାପନ ସ୍ଥିତ ସିଟି ହଲ୍ ଏବଂ ନିକଟରେ ଥିବା ଏକ ଘର ଉପରକୁ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ସହରର ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ପୋଲିସ ସମଗ୍ର ସହରକୁ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ସୂଚନା ଅନୁସାରେ, ଆତତାୟୀ ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ତେବେ ଗୁଳିମାଡ଼ କିଏ ଓ କାହିଁକି କରିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅନ୍ୟପଟେ ପୋଲିସ ବନ୍ଧୁକଧାରୀକୁ ଧରିବାକୁ ଉଦ୍ୟମ କରୁଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂରା ସହରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରୁଛି ପୋଲିସ ।

ଅଜବ ଲୁକ୍: ମୁଣ୍ଡରେ ଝୁଲୁଛି ସୁନା ଚେନ୍‌
ସାଧାରଣତଃ ରାପରମାନଙ୍କ ଗୀତ ଯେମିତି ଅନ୍ୟମାନଙ୍କଠାରୁ ଭିନ୍ନ, ଠିକ୍ ସେହିପରି ସେମାନଙ୍କ ଲୁକ୍ ଓ ଷ୍ଟାଇଲ୍ ବି ଏକଦମ୍ ନିଆରା । ଅବଶ୍ୟ ଏମାନେ କେବଳ ମ୍ୟୁଜିକ ଲାଗି ଚର୍ଚ୍ଚାରେ ରହି ନ ଥାନ୍ତି, ବରଂ ସେମାନଙ୍କ ବେଶଭୂଷା ବି ସେମାନଙ୍କୁ ଲୋକପ୍ରିୟତାର ଶୀର୍ଷରେ ରଖିଥାଏ । ଏହି କ୍ରମରେ ମେକ୍ସିକୋର ରାପର ଡାନ୍ ସୁରଙ୍କ ଅଜବ ହେୟାର ଷ୍ଟାଇଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଅର୍ଥାତ୍ ତାଙ୍କ ମୁଣ୍ଡରେ କେଶ ପରିବର୍ତ୍ତେ ଝୁଲୁଛି ସୁନା ଚେନ୍ । ଯଦିଓ ଏ କଥାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି, ତଥାପି ଏହା ସତ । ସୁନା ଚେନ୍‌କୁ ସେ ସର୍ଜରୀ ମାଧ୍ୟମରେ ମୁଣ୍ଡରେ ପ୍ରତ୍ୟାରୋପଣ କରିଛନ୍ତି । ଏହି ଲୁକ୍ ବାବଦରେ ଅନ୍ୟମାନଙ୍କୁ ଅବଗତ କରିବା ଲାଗି ଡାନ୍ ନିଜର ଏକ ଭିଡିଓ ଟିକ୍ ଟକ୍ ଓ ଇନ୍‌ଷ୍ଟାଗ୍ରାମରେ ସେୟାର ବି କରିଛନ୍ତି । ତାଙ୍କ ମତରେ ସମସ୍ତେ ବିଭିନ୍ନ ରଙ୍ଗରେ କେଶ ରଙ୍ଗ କରିଥାନ୍ତି | ସେଥିପାଇଁ ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାକୁ ଇଚ୍ଛା କଲେ ଡାନ୍ | ଆଉ ଏ କଥା ବି କହିଛନ୍ତି ଯେ, ଏବେ ତାଙ୍କ ହେୟାର ଷ୍ଟାଇଲକୁ କେହି ବି ଅନୁକରଣ କରିପାରିବେ ନାହିଁ । କେବଳ ସେତିକି ନୁହେଁ, ତାଙ୍କ ଦାନ୍ତରେ ବି ହଳଦିଆ ଧାତୁ ଲାଗିଥିବା ଦେଖିବାକୁ ମିଳିବ ।

ମହାସମୁଦ୍ରରେ ଭୟଙ୍କର ନିଆଁ
ମେକ୍ସିକୋ ସିଟି: ମହାସମୁଦ୍ରରେ ପୁଣି ନିଆଁ। ଏହା ପଢିଲେ ଯେକୌଣସି ବ୍ୟକ୍ତି ନିଶ୍ଚିତ ଭାବେ ବିସ୍ମିତ ହେବା ସ୍ବାଭାବିକ। ହେଲେ ବାସ୍ତବିକ ଭାବେ ଏଭଳି ଏକ ଘଟଣା ଦେଖାଯାଇଛି ମେକ୍ସିକୋ ନିକଟସ୍ଥ ସମୁଦ୍ରରେ। ଯାହାର ଭିଡିଓ ଏବେ ଜୋରସରରେ ଭାଇରାଲ ହେବାରେ ଲାଗିଛି। ସମୁଦ୍ରରେ ନିଆଁ ଲାଗିବା ପରେ ଏହା ଭୟଙ୍କର ଭାବେ ଜଳୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖାଯାଉଥିବା ବେଳେ ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ସମୁଦ୍ର ନା ଆଉ କିଛି ବୋଲି ଭିଡିଓ ଦେଖି ଲୋକେ ଆଶଙ୍କିତ ହୋଇପଡ଼ିଥିଲେ। ତେବେ ଅକ୍ଲାନ୍ତ ପରିଶ୍ରମ ପରେ ଜାହାଜ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ସୂଚନା ଅନୁସାରେ, ପଶ୍ଚିମ ମେକ୍ସିକୋର ୟୁକାତନ ସମୁଦ୍ରରେ ଏପରି ନିଆଁ ଲାଗିଥିଲା। ସମୁଦ୍ର ମଧ୍ୟ ଦେଇ ଯାଇଥିବା ଗୋଟିଏ ଗ୍ୟାସ୍‌ ପାଇପ ଲିକ୍‌ ହେବା ଯୋଗୁ ଏହା ଭୟଙ୍କର ଭାବେ ଜଳିବା ଆରମ୍ଭ କରିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସମୁଦ୍ର ମଧ୍ୟରେ ଅଗ୍ନିପିଣ୍ଡୁଳା ଭାସୁଥିବା ଭଳି ଭ୍ରମ ସୃଷ୍ଟି କରିଥିଲା। ମେକ୍ସିକୋ ସରକାରୀ ତୈଳ କମ୍ପାନୀ ପେମେକ୍ସ ପକ୍ଷରୁ ଏହି ଗ୍ୟାସ ପାଇପ ଲାଇନ ପରିଚାଳିତ ହେଉଥିଲା। ତେବେ ଗ୍ୟାସ ଲିକ୍‌ ଏବଂ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।