Prisoner - The Sakala

ଝାରପଡ଼ା ଜେଲ୍‌ରେ ୭ କଏଦୀ ଅସୁସ୍ଥ, ଏକାସାଙ୍ଗରେ ଅସୁସ୍ଥ ହେବାକୁ ନେଇ ପ୍ରଶ୍ନବାଚୀ...
ଭୁବନେଶ୍ୱର: ଝାରପଡ଼ା ଜେଲରେ ୭ ଜଣ କଏଦୀ ଅସୁସ୍ଥ । ଏକ ସମୟରେ ଜଣଙ୍କ ପରେ ଜଣେ ବେହୋସ ହୋଇଗଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ କେହି ବିଷ ଦେଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଫୁଡ୍‌ ପଏଜନ୍‌ ଯୋଗୁଁ ସମସ୍ତଙ୍କ ଦେହ ଅସୁସ୍ଥ ହେବା ନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମାନ କରାଯାଇଛି । ତେବେ ଏକାସାଙ୍ଗରେ କିପରି ଅସୁସ୍ଥ ହେଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ଜେଲରେ କଏଦୀମାନେ ସନ୍ଧ୍ୟା ସମୟରେ ଖାଦ୍ୟ ଗ୍ରହଣ କରିଥିଲେ । ଏହାର ୩ ଘଣ୍ଟା ପରେ ସମସ୍ତେ ନିଜ ନିଜ ସେଲ୍‌କୁ ଯାଇଥିଲେ । କିଛି ସମୟ ପରେ ଏକାଧିକ ୱାର୍ଡରୁ କଏଦୀଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ ହୋହଇଥିଲା । କଏଦୀମାନଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ କରିଥିଲା। ଧଇଁସଇଁ ହୋଇଯାଇ ସେମାନେ ବେହୋସ ହୋଇଯାଇଥିଲେ। ସମସ୍ତଙ୍କୁ ଏକ ସଙ୍ଗରେ ହସ୍ପିଟାଲ ନିଆଯାଇଥିଲା। କେଉଁ କାରଣରୁ ଏଭଳି ହୋଇଥିବା ଜଣାପଡ଼ି ନଥିଲେ ମଧ୍ୟ ଖାଦ୍ୟରେ କିଛି ଅପମିଶ୍ରଣ ଥିଲା ବୋଲି ସନ୍ଦେହ କରାଯାଉଛି। ଯାହାକୁ କଏଦୀ ଖାଇବା ପରେ ଜଣଙ୍କ ପରେ ଜଣେ ଅଚାନକ ଅସୁସ୍ଥ ହୋଇଯାଇଥିଲେ। ତେବେ ଡାକ୍ତରୀ ପରୀକ୍ଷା ହେଲେ ସ୍ପଷ୍ଟ ହେବ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଜେଲରେ କଏଦୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡିସିପି ଜଗମୋହନ ମୀନା ଏବଂ ଅନ୍ୟ ପୁଲିସ ଅଧିକାରୀ ମେଡିକାଲ ଯାଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।