Rath Yatra 2026 - The Sakala

ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ: ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମିଳିବ ନୀଳାଚଳ ଅବଢା
ପୁରୀ: ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପବିତ୍ର ନୀଳାଦ୍ରି ବିଜେ ସହିତ ଚଳିତ ବର୍ଷର ରଥଯାତ୍ରା ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଉଦଯାପିତ ହୋଇଛି। ନୀଳାଦ୍ରି ବିଜେ ମହୋତ୍ସବରେ ରତ୍ନସିଂହାସନରେ ଅଧିଷ୍ଠିତ ହେଲେ ମହାବାହୁ । ବଡ଼ଦାଣ୍ଡରୁ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ । ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି ହେଉଥିଲା । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ । ରଥଯାତ୍ରା ପୂର୍ବରୁ ଯେଉଁଭଳି ଭାବେ ଭକ୍ତମାନେ ମହାପ୍ରସାଦ ପାଇଥିଲେ । ଠିକ୍ ସେହିଭଳି ଭାବରେ ମହାପ୍ରସାଦ ଶ୍ରୀମନ୍ଦିର ପରିସରରେ ପାଇପାରିବେ । ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥିବା ପ୍ରଥମ ନୀଳାଚଳ ଅବଢାକୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।

ଶ୍ରୀମନ୍ଦିରରେ ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ଉପରେ କାହିଁକି ରାଗନ୍ତି ମା' ଲକ୍ଷ୍ମୀ, କିପରି ହୁଏ ମାନଭଞ୍ଜନ?
ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ଅବସରରେ ଶ୍ରୀଜୀଉମାନେ ଜନ୍ମବେଦୀରୁ ଫେରି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ତେବେ ଏହି ସମୟରେ ଏକ ସ୍ୱତନ୍ତ୍ର ତଥା ମାନବୀୟ ଲୀଳା ଦେଖିବାକୁ ମିଳେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରି ମା' ଲକ୍ଷ୍ମୀ ଶ୍ରୀମନ୍ଦିରର ଦ୍ୱାର ବନ୍ଦ କରିଦିଅନ୍ତି। ଏହି ନିଆରା ପରମ୍ପରା ଭକ୍ତମାନଙ୍କୁ ଭାବବିହ୍ୱଳ କରିଥାଏ।

କାହିଁକି ରାଗନ୍ତି ମା' ଲକ୍ଷ୍ମୀ?

ରଥଯାତ୍ରା ସମୟରେ ମହାପ୍ରଭୁ ଭାଇଭଉଣୀଙ୍କୁ ସାଥିରେ ନେଇ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି, କିନ୍ତୁ ନିଜର ଅର୍ଦ୍ଧାଙ୍ଗିନୀ ମା' ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥାନ୍ତି। ଏଥିରେ କ୍ଷୁବ୍ଧ ହୋଇ ମା' ଲକ୍ଷ୍ମୀ ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ନନ୍ଦିଘୋଷ ରଥର କାଠ ଭାଙ୍ଗି ଫେରିଆସନ୍ତି। ନୀଳାଦ୍ରି ବିଜେ ଦିନ ଯେତେବେଳେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରବେଶ କରିସାରନ୍ତି, ସେତେବେଳେ ଅଭିମାନିନୀ ମା' ଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କୁ ଅଟକାଇବା ପାଇଁ ଜୟବିଜୟ ଦ୍ୱାର ବନ୍ଦ କରିଦିଅନ୍ତି।

ଦେବ ଦମ୍ପତ୍ତିଙ୍କ ମଧ୍ୟରେ ମାନଭଞ୍ଜନ ନୀତି

ଦ୍ୱାର ବନ୍ଦ ହେବା ପରେ ମହାପ୍ରଭୁ ଏବଂ ମା' ଲକ୍ଷ୍ମୀଙ୍କ ସେବାୟତଙ୍କ ମଧ୍ୟରେ ଏକ ରୋଚକ ବଚନିକା (ଲକ୍ଷ୍ମୀ-ନାରାୟଣ କଳି) ବା ତର୍କବିତର୍କ ଅନୁଷ୍ଠିତ ହୁଏ। ମହାପ୍ରଭୁ ନିଜର ଭୁଲ ସ୍ୱୀକାର କରିବା ସହ ବିଭିନ୍ନ ପ୍ରକାର କଥା କହି ମା'ଙ୍କୁ ମନାଇବାକୁ ଚେଷ୍ଟା କରନ୍ତି। ଶେଷରେ ମହାପ୍ରଭୁ ଉପହାର ସ୍ୱରୂପ ମା' ଲକ୍ଷ୍ମୀଙ୍କୁ ତାଙ୍କର ଅତି ପ୍ରିୟ ମିଷ୍ଟାନ୍ନ ରସଗୋଲା ପ୍ରଦାନ କରନ୍ତି।

ରସଗୋଲା ପାଇବା ପରେ ମା' ଲକ୍ଷ୍ମୀଙ୍କ ରାଗ ଶାନ୍ତ ହୁଏ ଏବଂ ସେ ସନ୍ତୁଷ୍ଟ ହୋଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି। ଏହା ପରେ ଦେବ ଦମ୍ପତ୍ତିଙ୍କ ମିଳନ ହୁଏ ଏବଂ ମହାପ୍ରଭୁ ନିଜ ଭାଇଭଉଣୀଙ୍କ ସହ ରତ୍ନବେଦୀରେ ବିଜେ କରନ୍ତି। ଏହି ପବିତ୍ର ତଥା ନିଆରା ପରମ୍ପରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’: ବ୍ଲାକ୍‌ରେ ବିକ୍ରି ହେଲା ପୁରୀ ରଥଯାତ୍ରା କର୍ଡନ୍‌ ପାସ୍‌
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଲା ପୁରୀ ଜିଲ୍ଲା ଓ ମନ୍ଦିର ପ୍ରଶାସନ। ଆବଶ୍ୟକତାଠାରୁ କୌଣସିମତେ ଅଧିକ ପାସ୍‌ ଦିଆଯିବ ନାହିଁ ଓ କେବଳ ଅଧିକୃତ ବ୍ୟକ୍ତିଙ୍କୁ କର୍ଡନ ପାସ୍‌ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ। ହେଲେ ପୁରୀ ରଥଯାତ୍ରାକୁ ପାସ୍‌ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଘଟଣାମାନ ସାମନାକୁ ଆସୁଛି। ସୋସିଆଲ ମିଡିଆରେ ପୁରୀ ରଥଯାତ୍ରା କର୍ଡନ ପାସ୍‌ ବ୍ଲାକରେ ବିକ୍ରି ହେବା ଭଳି ଘଟଣା ସାମ୍‌ନାକୁ ଆସିବା ପରେ ପାସ୍‌ ବଣ୍ଟନର ସ୍ୱଚ୍ଛତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କର୍ଡନ୍‌ ପାସ୍‌ର ଫଟୋ ଏବେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ ହେବାରେ ଲାଗିଛି। ଗଦାଗଦା ପାସ୍‌ ଦେଖାଇ ଅଳ୍ପ କିଛି ପାସ୍‌ ଆଉ ବଳିଛି, ଯଦି କାହାର ଦରକାର୍‌ ତେବେ ମେସେଜ୍‌ କରିବା ପାଇଁ ଗୋଟିଏ ଆକାଉଣ୍ଟରେ ଲେଖାଯାଇଥିବା ଫଟୋ ଭାଇରାଲ ହେଉଛି। ମାଳମାଳ କର୍ଡନ୍‌ ପାସ୍‌ ଲୋକଙ୍କ ହାତରେ କିପରି ବାଜିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଚଳିତବର୍ଷ କର୍ଡନ ଭିତରେ ଭିଡ଼ ହ୍ରାସ ପାଇଁ କର୍ଡନ ପାସ୍‌ ଇସ୍ୟୁ ଯଥାସମ୍ଭବ କମ୍‌ କରିବାକୁ ସରକାର ଓ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ହେଁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏହି ନିଷ୍ପତ୍ତି କେବଳ କାଗଜକଲମରେ ସୀମିତ ଥିବା ଦର୍ଶାଉଛି।

କିଛି ଦଲାଲ ମହାପ୍ରଭୁଙ୍କ ଦର୍ଶନ ପାଇଁ କର୍ଡନ ପାସ୍‌କୁ ବ୍ଲାକ ମାର୍କେଟରେ ବିକ୍ରି କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସୋସିଆଲ୍‌ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଗତ ୬ ତାରିଖରେ ରଥଯାତ୍ରା ପରିଚାଳନା ନେଇ ସ୍ୱତନ୍ତ୍ର ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଅଧିକୃତ ସେବାୟତଙ୍କ ବ୍ୟତୀତ କର୍ଡନ ପାସ୍‌ କାହାକୁ ବି ଇସ୍ୟୁ ନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ କର୍ଡନ ପାସ୍‌ ବେଧଡ଼କ ସାଧାରଣରେ ଘୂରିବୁଲୁଛି। ଅନ୍ୟପଟେ ପାସ୍‌ ଇସ୍ୟୁରେ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିବା ପରେ ଏହି ଘଟଣାକୁ ନେଇ ବିବାଦ ବଢ଼ିଛି।

ଦ୍ଵିତୀୟ ଦିନରେ ପୁଣି ଗଡ଼ିଲା ମହାପ୍ରଭୁଙ୍କ ରଥ: ଶ୍ରୀଗୁଣ୍ଡିଚା ଅଭିମୁଖେ ଅଗ୍ରସର ତିନି ଠାକୁର
ପୁରୀ: ଶୁକ୍ରବାର ସକାଳେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ପୁନର୍ବାର ଆରମ୍ଭ ହୋଇଛି। ଗତକାଲି ରାତିରେ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ — ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଆଜି ସକାଳର ନୀତିକାନ୍ତି ସମ୍ପନ୍ନ ହେବା ପରେ ପୂର୍ବାହ୍ନ ପ୍ରାୟ ୯:୩୦ ମିନିଟ୍‌ରେ ପୁଣି ଗଡ଼ିବା ଆରମ୍ଭ କରିଛି। ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଫାୟାର ଷ୍ଟେସନ ଛକରେ ଅଟକି ଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍ଚ୍ଚିକୋଟ ଛକ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଅଟକି ରହିଥିଲା। ଆଜି ରଥଟଣା ଆରମ୍ଭ ହେବା ମାତ୍ରେ ସମଗ୍ର ପରିବେଶ ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଥିଲା।

ଗତକାଲି ରାତିରେ ବଡ଼ଦାଣ୍ଡରେ ରାତ୍ରିଯାପନ କରିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ଅତ୍ୟନ୍ତ ଉତ୍ସାହର ସହିତ ରଥଦଉଡ଼ି ଟାଣିବାରେ ସାମିଲ ହୋଇଥିଲେ। ବର୍ତ୍ତମାନ ତିନି ରଥ ଶ୍ରୀମନ୍ଦିରଠାରୁ ପ୍ରାୟ ୨.୬ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହେଉଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମ୍ମିଳିତ ପ୍ରୟାସରେ ତାଳଧ୍ୱଜ ରଥ ଧୀରେ ଧୀରେ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଛି । ପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକତାର ମହାମିଳନ ।

ପୁରୀ ରଥଯାତ୍ରାରେ ବିଦେଶୀ ଭକ୍ତଙ୍କ ଭିଡ଼: ଶୃଙ୍ଖଳା ଓ ଭକ୍ତିଭାବ ଦେଖି ବିମୋହିତ ହେଲେ ପର୍ଯ୍ୟଟକ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳିତ ବର୍ଷ ପୁରୀରେ ଲକ୍ଷ ଲକ୍ଷ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସମେତ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି। ତିନି ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ଲାଭ କରିବା ସହ ଏହି ଐତିହାସିକ ଶୋଭାଯାତ୍ରାର ଆଧ୍ୟାତ୍ମିକ ପରିବେଶକୁ ଅନୁଭବ କରିବା ପାଇଁ ସାରା ବିଶ୍ୱରୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଉତ୍ସବ ସମୟରେ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଅତୁଟ ବିଶ୍ୱାସ, ଭକ୍ତି ଏବଂ ଶୃଙ୍ଖଳା ବିଦେଶୀ ଭକ୍ତମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଛି।

ରଥଯାତ୍ରାର ପରିବେଶକୁ ନେଇ ଜଣେ ବିଦେଶୀ ମହିଳା ଭକ୍ତ ନିଜର ପ୍ରତିକ୍ରିୟା ରଖିଛନ୍ତି। ଭକ୍ତ ଜଣକ କହିଛନ୍ତି ଯେ, ଭାରତୀୟମାନେ ଗଭୀର ନିଷ୍ଠା ଓ ଭକ୍ତିର ସହ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି, ଯାହା ତାଙ୍କ ହୃଦୟକୁ ସ୍ପର୍ଶ କରିଛି। ସେହିପରି ଆମେରିକାର କାଲିଫର୍ଣ୍ଣିଆରୁ ଆସିଥିବା ଅନ୍ୟ ଜଣେ ପର୍ଯ୍ୟଟକ କହିଛନ୍ତି ଯେ, ସେ ଗତ ୧୦ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ସେ ନିଜ ଜୀବନକାଳ ମଧ୍ୟରେ ୧୨୬ଟି ଦେଶ ବୁଲିଛନ୍ତି ଏବଂ ତିନି ଥର ଭାରତ ଆସିଛନ୍ତି, କିନ୍ତୁ କେବଳ ରଥଯାତ୍ରା ଦେଖିବା ପାଇଁ ସେ ବିଶେଷ ଭାବେ ପୁରୀ ଆସିଛନ୍ତି। ରାସ୍ତାରେ ରଥ ଗଡ଼ିବା, ଭକ୍ତଙ୍କ ଦ୍ୱାରା ରଥ ଟଣାଯିବା ଏବଂ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି।

ପୁରୀ ରଥଯାତ୍ରା ପାଇଁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା: ଜାଣନ୍ତୁ କେଉଁଠି ପାର୍କିଂ କରିବେ ଆପଣଙ୍କ ଗାଡ଼ି
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଏବଂ ଯାତାୟାତ ନିମନ୍ତେ ପୁରୀ ପୋଲିସ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ୍ ଏବଂ ପାର୍କିଂ ମ୍ୟାନେଜମେଣ୍ଟ ପ୍ଲାନ୍ ଜାରି କରାଯାଇଛି। ଟ୍ରାଫିକ୍ ସମସ୍ୟା ଯେପରି ନହୁଏ, ସେଥିପାଇଁ ସହରରେ ସ୍ୱତନ୍ତ୍ର ନୋ-ଭେଇକିଲ୍ ଜୋନ୍ (ଗାଡ଼ି ଚଳାଚଳ ନିଷେଧାଞ୍ଚଳ) ଲାଗୁ କରାଯିବା ସହ ପାର୍କିଂ ପାଇଁ ଏକାଧିକ ସ୍ଥାନ ଚିହ୍ନଟ ହୋଇଛି।

୩୦ଟି ପାର୍କିଂ ସ୍ଥାନ ଚିହ୍ନଟ

ଚଳିତ ବର୍ଷ ଗାଡ଼ି ମୋଟର ପାର୍କିଂ ପାଇଁ ସର୍ବମୋଟ ୩୦ଟି ପାର୍କିଂ ଲଟ୍ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ପ୍ରାୟ ୨୩,୮୪୦ଟି ଗାଡ଼ି ରହିପାରିବ।

* ଚାରି ଚକିଆ ଯାନ: କାର୍ ଓ ଅନ୍ୟାନ୍ୟ ଛୋଟ ଗାଡ଼ି ପାଇଁ ୨୨ଟି ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠାରେ ୭,୭୩୦ଟି ଗାଡ଼ି ପାର୍କିଂ କରିବାର ସୁବିଧା ଅଛି।

* ଦୁଇ ଚକିଆ ଯାନ: ବାଇକ୍ ପାର୍କିଂ ପାଇଁ ମାଟିତୋଟା-୧, ମାଟିତୋଟା-୨, ପୁରୁଣା ଜଗନ୍ନାଥ ବଲ୍ଲଭ ଏବଂ ବ୍ଲୁ ଫ୍ଲାଗ୍-ନୀଳାଚଳ ଅଶୋକ ଭଳି ୪ଟି ବଡ଼ ସ୍ଥାନ ନିର୍ଦ୍ଧାରିତ କରାଯାଇଛି। ଏଠାରେ ପ୍ରାୟ ୧୫,୦୦୦ ଦୁଇ ଚକିଆ ଗାଡ଼ି ରହିପାରିବ।

* ବସ୍ ପାର୍କିଂ: ବସ୍ ଗୁଡ଼ିକର ରହଣି ପାଇଁ ମାଳତୀପାଟପୁର, ତାଳବଣିଆ, ସ୍ୱାମୀ ନାରାୟଣ ମନ୍ଦିର ଏବଂ ସମଙ୍ଗ ଠାରେ ୪ଟି ସ୍ଥାନ ଚିହ୍ନଟ ହୋଇଛି। ଏହି ସ୍ଥାନଗୁଡ଼ିକରେ ପ୍ରାୟ ୭୫୦ ବସ୍ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

ନୋ-ଭେଇକିଲ୍ ଜୋନ୍ ଏବଂ ସେଫ୍ ଜୋନ୍

ଟ୍ରାଫିକ୍ ଭିଡ଼କୁ ଏଡ଼ାଇବା ପାଇଁ ଡାକ୍ତରଖାନା ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା କରାଯାଇଛି। ସେହିପରି ଝାଡ଼େଶ୍ୱରୀ ଛକରୁ ହସ୍ପିଟାଲ୍ ଛକ, ଜେଲ୍ ରୋଡ୍ ପାର୍କିଂରୁ ହସ୍ପିଟାଲ୍ ଛକ, ଏବଂ ବୃଷଭ ଛକରୁ ମନ୍ଦିର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ସ୍ଥାନଗୁଡ଼ିକରେ କେବଳ ଅନୁମୋଦିତ ସଟଲ୍ ବସ୍ ଏବଂ ଜରୁରୀକାଳୀନ ଯାନ ଯାତାୟାତ କରିପାରିବେ। ଏହାଛଡ଼ା, ଜରୁରୀ ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବଡ଼ଦାଣ୍ଡର ୩ କିଲୋମିଟର ରାସ୍ତାରେ ୨୬ଟି ସେଫ୍ ଜୋନ୍ ପ୍ରସ୍ତୁତ କରାଯାଇଛି।

କଡ଼ା ସୁରକ୍ଷା ଓ ସିସିଟିଭି ନଜର

ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ୍ ଉପରେ ନଜର ରଖିବା ପାଇଁ ସହରରେ ମୋଟ ୨୪୪ଟି ସିସିଟିଭି କ୍ୟାମେରା ସମେତ ଡ୍ରୋନ୍ ମାଧ୍ୟମରେ ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି। ସହର ବାହାରେ ଥିବା ପାର୍କିଂ ସ୍ଥଳରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ନିକଟକୁ ଆଣିବା ପାଇଁ ସ୍ୱତନ୍ତ୍ର ସଟଲ୍ ବସ୍ ସେବା ମଧ୍ୟ ଯୋଗାଇ ଦିଆଯିବ। ପ୍ରଶାସନ ପକ୍ଷରୁ ଗାଡ଼ିଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନକୁ ଟ୍ରାକ୍ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି।

ରଥଯାତ୍ରାରେ ପୁରୀ ଆସୁଥିଲେ ଏହି ସ୍ଥାନରେ କରନ୍ତୁ ଗାଡି ପାର୍କିଂ, ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଜାରି...
ପୁରୀ: ଆସନ୍ତା ଜୁଲାଇ ୧୬ ତାରିଖରେ ହେବାକୁ ଥିବା ପବିତ୍ର ରଥଯାତ୍ରା ପାଇଁ ପୁରୀ ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ଏକ ବ୍ୟାପକ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା ଜାରି କରାଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାତାୟାତ, ପାର୍କିଂ, ସିସିଟିଭି ନଜର ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଚଳିତ ବର୍ଷ ମୋଟ ୩୦ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଏଥିରେ ଚାରିଚକିଆ ଯାନ ପାଇଁ ୨୨ଟି (କ୍ଷମତା ୭,୭୩୦), ଦୁଇଚକିଆ ଯାନ ପାଇଁ ୪ଟି (କ୍ଷମତା ୧୫,୦୦୦) ଏବଂ ବସ୍ ପାଇଁ ୪ଟି (କ୍ଷମତା ୭୫୦) ପାର୍କିଂ ସ୍ଥାନ ରହିଛି। ଗତବର୍ଷ ତୁଳନାରେ ଏଥର ୬ଟି ନୂଆ ପାର୍କିଂ ଜୋନ୍ ସାମିଲ କରାଯାଇଛି, ଯାହାଦ୍ୱାରା ଅତିରିକ୍ତ ୨,୧୦୦ ଗାଡ଼ି ପାର୍କିଂ ହୋଇପାରିବ। ପାସ୍ ଧାରୀଙ୍କ ପାଇଁ ଜେବିପିସି (JBPC) ଠାରେ ଏକ ଅତିରିକ୍ତ ମହଲା ସହ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଦୁଇ ଚକିଆ ଯାନ ପାଇଁ ମାଟି ତୋଟା ୧, ମାଟି ତୋଟା ୨, ପୁରୁଣା ଜଗନ୍ନାଥ ବଲ୍ଲଭ ଏବଂ ବ୍ଲୁ ଫ୍ଲାଗ୍‌ର ନୀଳାଚଳ ଅଶୋକରେ ପାର୍କିଂର ବ୍ୟବସ୍ଥା କରାଯାଇଛି। ଏ ନେଇ ପୁରୀ କୁମ୍ଭାରପଡ଼ା ଥାନା ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଟ୍ରାଫିକ୍ ସୂଚନା ପ୍ରଦାନ ପାଇଁ ରାସ୍ତାରେ ୧,୬୪୫ଟି ସାଇନବୋର୍ଡ ଓ ଏଲଇଡି (LED) ଡିସପ୍ଲେ ଲଗାଯାଇଛି। ଏହା ସହିତ ଏଆଇ (AI) ଜ୍ଞାନକୌଶଳ ଓ ମାନୁଆଲ୍ ବ୍ୟବସ୍ଥା ମାଧ୍ୟମରେ ଯାନବାହାନ ଯାତାୟାତ ଉପରେ ନିୟନ୍ତ୍ରଣ କରାଯିବ। ଟ୍ରାଫିକ୍ ସମସ୍ୟା ଏବଂ ଭିଡ଼ ଏଡ଼ାଇବା ପାଇଁ ଶ୍ରଦ୍ଧାଳୁଙ୍କୁ ବଲ୍କ ଏସଏମଏସ (SMS) ମାଧ୍ୟମରେ ସତର୍କ କରାଯିବ, ବିଶେଷକରି ମାଳତୀପାଟପୁର ଏବଂ ବଟଗାଁ ଅଞ୍ଚଳ ପାଇଁ। ସହରର ବିଭିନ୍ନ ସ୍ଥାନରେ ୭୩ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଖୋଲାଯାଇଥିବା ବେଳେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ତାଳବଣିଆ ଓ ମାଳତୀପାଟପୁରରେ ଦୁଇଟି ମଡେଲ୍ ପୋଷ୍ଟ ସ୍ଥାପନ କରାଯାଇଛି।

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଟ୍ରାଫିକ୍ ଉପରେ ତୀକ୍ଷ୍ଣ ନଜର ରଖିବାକୁ ୨୪୪ଟି ସିସିଟିଭି କ୍ୟାମେରା ଏବଂ ୩ଟି ଡ୍ରୋନ୍ ନିୟୋଜିତ କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୁଲାଇ ୧୬ ତାରିଖ ମଧ୍ୟରାତ୍ରିରୁ ଜୁଲାଇ ୧୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ 'ନୋ ଭେଇକିଲ୍ ଜୋନ୍' (No Vehicle Zone) ଭାବେ ଘୋଷଣା କରାଯାଇଛି। ଭକ୍ତମାନେ ଯେପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଏହି ବ୍ୟାପକ ପଦକ୍ଷେପ ନିଆଯାଇଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଡିଜିପିଙ୍କ ରଥଯାତ୍ରା ସମୀକ୍ଷା: ପୁରୀରେ ସୁରକ୍ଷା ପାଇଁ ରାଜ୍ୟ ପୋଲିସ ସହ ମୁତୟନ ହେବେ ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ପୁରୀ: ଆସନ୍ତା ରଥଯାତ୍ରା ୨୦୨୬ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଯେ ରାଜ୍ୟ ପୋଲିସ ସହିତ ୧୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ମୁତୟନ ହେବେ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ସିଆରପିଏଫ୍ (CRPF), ବିଏସଏଫ୍ (BSF) ଏବଂ ଆରଏଏଫ୍ (RAF) ୟୁନିଟ୍ ସାମିଲ ହେବେ। ଏହି କେନ୍ଦ୍ରୀୟ ଫୋର୍ସଗୁଡ଼ିକ ରାଜ୍ୟ ପୋଲିସ ସହିତ ମିଶି ସୁରକ୍ଷାର ବିଭିନ୍ନ ସ୍ତରକୁ ମଜବୁତ କରିବେ, ଯାହାଦ୍ୱାରା ଉତ୍ସବ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ।

ପୁରୀ ଏକ ଉପକୂଳବର୍ତ୍ତୀ ସହର ହୋଇଥିବାରୁ ସମୁଦ୍ରକୂଳ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ଭାରତୀୟ ନୌସେନା, କୋଷ୍ଟଗାର୍ଡ ଏବଂ ମେରାଇନ୍ ପୋଲିସ ମିଳିତ ଭାବେ ଉପକୂଳ ସୁରକ୍ଷା ଦାୟିତ୍ୱ ତୁଲାଇବେ। ସମୁଦ୍ର ପଥରେ ଯେପରି କୌଣସି ପ୍ରକାର ଅବାଞ୍ଛିତ ଅନୁପ୍ରବେଶ ବା ବିପଦ ନଆସେ, ସେଥିପାଇଁ କଡ଼ା ପହରା ଦିଆଯିବ।

ରାଜ୍ୟ ଡିଜିପି ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାସରିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଆଇନଶୃଙ୍ଖଳା ବଜାୟ ରଖିବା ସହ ଶ୍ରୀଜୀଉଙ୍କ ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ଦୃଢ଼ ପରିକର ଅଟେ।

ରଥଯାତ୍ରା ୨୦୨୬: ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ମୁତୟନ ହେବେ ୧୨,୦୦୦ ପୋଲିସ କର୍ମୀ
ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ପାଇଁ ଚଳିତ ବର୍ଷ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ।

ଏହି ପ୍ରସ୍ତୁତି ବୈଠକ ପରେ ଡିଜିପି ୱାଇ.ବି. ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ପୋଲିସ ବିଭାଗ ନିଜର ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ସୁରକ୍ଷିତ ରଥଟଣା ଉପରେ ପୋଲିସ ବିଶେଷ ଧ୍ୟାନ ଦେବ। ଚଳିତ ବର୍ଷର ସୁରକ୍ଷା ବ୍ୟବସ୍ଥାର ତଦାରଖ ଏସ. ପ୍ରିୟଦର୍ଶୀ କରୁଥିବାବେଳେ ସୁଚାରୁ ପରିଚାଳନା ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଶ୍ରୀମନ୍ଦିର, ତିନି ରଥ, ବଡ଼ଦାଣ୍ଡ, ପୁରୀ ବେଳାଭୂମି ଏବଂ ରେଳ ଷ୍ଟେସନର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସମଗ୍ର ସହରକୁ ସିସିଟିଭି ନଜରରେ ରଖାଯିବ। ଏହି ବୃହତ ଧାର୍ମିକ ସମାବେଶ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ (IPS) ଅଧିକାରୀ, ସିଆରପିଏଫ (CRPF) ଏବଂ ବିଏସଏଫ (BSF) ସମେତ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ମୁତୟନ ହେବେ। ଏହାଛଡ଼ା ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (OSAP), ଆଇଆରବିଏନ (IRBN) ଏବଂ ଟ୍ରାଫିକ ଫୋର୍ସର ପ୍ରାୟ ୨୫୦ ପ୍ଲାଟୁନ୍ ପୁରୀରେ ସୁରକ୍ଷା ଦାୟିତ୍ୱ ତୁଲାଇବେ। ଭିଡ଼ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥାରେ ସହାୟତା ପାଇଁ ପ୍ରାୟ ୩,୦୦୦ ହୋମଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯିବ।

ପୁରୀ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା: ମୁତୟନ ହେବେ ୨୨୦ ପ୍ଲାଟୁନ୍ ଫୋର୍ସ ଏବଂ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍
ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ସମନ୍ୱୟ ବୈଠକରେ ରଥଯାତ୍ରାକୁ 'ତ୍ରୁଟିଶୂନ୍ୟ' (ଜିରୋ ଏରର୍) ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୨୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏକ ୫-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ ରହିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ସିସିଟିଭି ନଜର, ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଏବଂ ଟ୍ରାଫିକ୍ ପରିଚାଳନା ଉପରେ କଡ଼ା ନଜର ରଖାଯିବ। ବିଶେଷ କରି ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଏନଏସଜି (NSG) ଟିମ୍ ମୁତୟନ କରାଯିବ।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ସହ ଏକ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା କରାଯିବ। ବଡ଼ଦାଣ୍ଡରେ ମୋଟ ୩୦ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ୨ଟି କାଜୁଆଲିଟି କେନ୍ଦ୍ର ଖୋଲାଯିବ। ଏହାସହ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ରହିବ। ଅନ୍ୟପକ୍ଷରେ, ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ୩୭୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଏବଂ ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲାଯିବ।

ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ଶକ୍ତି ବିଭାଗର ୩ଟି ଗ୍ରିଡ୍ ଷ୍ଟେସନ୍ ସଜାଗ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ଏଲଇଡି ଲାଇଟ୍ ଲଗାଯିବ। ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସମସ୍ତ ଡ୍ରେନ୍ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ବ୍ୟବହାର କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ୧,୬୦୦ରୁ ଅଧିକ ଶୌଚାଳୟ ସ୍ଥାପନ କରାଯିବ। ଏହା ସହ ଖାଦ୍ୟରେ ଅପମିଶ୍ରଣ ରୋକିବାକୁ ସ୍ୱତନ୍ତ୍ର ଟିମ୍ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବେ।