Place Names Spelling - The Sakala

୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ଥାନଗୁଡ଼ିକର କୌଣସି ନାମ ପରିବର୍ତ୍ତନ ହୋଇନି, ବଦଳିଛି କେବଳ ମାତ୍ର ଇଂରାଜୀ ବନାନ । ଓଡ଼ିଆ ଭାଷା ସୁରକ୍ଷା ଦିଗରେ ଓଡ଼ିଶା ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଇଂରାଜୀ ବନାନ ବା ସ୍ପେଲିଂକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଲେଖିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନୂତନ ନିୟମ ରାଜ୍ୟର ସମସ୍ତ ଜିଲ୍ଲା, ସବ୍-ଡିଭିଜନ୍, ତହସିଲ, ବ୍ଲକ୍, ପୌରପାଳିକା ଏବଂ ଏନଏସି (NAC) ଗୁଡ଼ିକ ପାଇଁ ଲାଗୁ ହେବ। ଏଣିକି ଇଂରାଜୀରେ ସ୍ଥାନର ନାମ ଲେଖିବା ବେଳେ ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଉଚ୍ଚାରଣକୁ ପ୍ରତିଫଳିତ କରିବ। ଉଦାହରଣ ସ୍ୱରୂପ, ବର୍ତ୍ତମାନର ‘Cuttack’ କୁ ଏଣିକି ‘Kataka’ (କଟକ), ‘Balasore’ କୁ ‘Baleshwar’ (ବାଲେଶ୍ୱର), ଏବଂ ‘Bolangir’ କୁ ‘Balangir’ ଭାବରେ ଲେଖାଯିବ। ସେହିପରି ଅନୁଗୋଳକୁ ‘Anugola’, ବରଗଡ଼କୁ ‘Baragada’, ସୁନ୍ଦରଗଡ଼କୁ ‘Sundaragada’, କେନ୍ଦୁଝରକୁ ‘Kendujhar’, ବ୍ରହ୍ମପୁରକୁ ‘Brahmapur’ ଏବଂ ରାଉରକେଲାକୁ ‘Raurkela’ ଭାବରେ ଇଂରାଜୀରେ ନାମକରଣ କରାଯାଇଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ସ୍ଥାନର ନାମ ପରିବର୍ତ୍ତନ ନୁହେଁ। ଏହା କେବଳ ଇଂରାଜୀ ଅକ୍ଷରରେ ଲେଖାଯାଉଥିବା ବନାନ (Spelling) ରେ ଏକ ସଂଶୋଧନ ମାତ୍ର। ଏହା ଦ୍ୱାରା ପ୍ରଶାସନିକ ସୀମା, ପରିଚାଳନା କିମ୍ବା ପରିଚୟରେ କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ସରକାରୀ ନଥିପତ୍ରରେ ଇଂରାଜୀ ଲିପିଗତ ତ୍ରୁଟିକୁ ଦୂର କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ।

ଐତିହାସିକ ସମୟରୁ ଇଂରାଜୀ ବନାନରେ ରହିଆସିଥିବା ଅସଙ୍ଗତିକୁ ଦୂର କରି ଓଡ଼ିଶାର ଭାଷାଭିତ୍ତିକ ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ଏହା ଏକ ପ୍ରଶଂସନୀୟ ଉଦ୍ୟମ। ଓଡ଼ିଶା ଗେଜେଟ୍‌ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା ସମଗ୍ର ରାଜ୍ୟରେ ସମାନ ଭାବରେ କାର୍ଯ୍ୟକାରୀ ହେବ।