Degree Admission Odisha - The Sakala

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ
ଭୁବନେଶ୍ୱର: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ । କଟ୍ ଅଫରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏଥର ଆଗରେ ରହିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ (ଯୁକ୍ତ ୩) ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ବିଶେଷକରି କଳାରେ (ରାଜନୀତି ବିଜ୍ଞାନ) ୯୪.୫୦%, ଭୌତିକ ବିଜ୍ଞାନରେ (ପଦାର୍ଥ ବିଜ୍ଞାନ) ୯୬.୫୦%, ଜୀବ ବିଜ୍ଞାନରେ (ପ୍ରାଣୀ ବିଜ୍ଞାନ) ୯୪.୮୩% ଏବଂ ବାଣିଜ୍ୟରେ ୮୯.୧୭% କଟ୍-ଅଫ୍ ରେକର୍ଡ କରାଯାଇଛି।

ସେହିପରି ଶାସ୍ତ୍ରୀ ବିଭାଗରେ ଗଡ଼ବିଷ୍ଣୁପୁର ସ୍ଥିତ ବ୍ରଜକିଶୋର ସଂସ୍କୃତ ଡିଗ୍ରୀ କଲେଜର କଟ୍-ଅଫ୍ ୬୭.୫୭% ଥିବାବେଳେ, ସେଲ୍ଫ ଫାଇନାନ୍ସିଂ (କମ୍ପ୍ୟୁଟର ସାଇନ୍ସ) ବିଭାଗରେ ଭୁବନେଶ୍ୱରର ବିଜେବି କଲେଜରେ ସର୍ବାଧିକ ୯୨% ରହିଛି। ଲ୍ (Law) ବିଭାଗ ଅଧୀନରେ ଥିବା ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବି.ଏ.ଏଲଏଲବି (B.A.LL.B) ପାଇଁ କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟ୍-ଅଫ୍ ୮୯.୪୦% ରହିଛି।

ବିଭାଗ ଭିତ୍ତିକ ମନୋନୟନ ତାଲିକାକୁ ଦେଖିଲେ ବିଜ୍ଞାନରେ ୪୩,୬୯୩, କଳାରେ ୧,୧୨,୮୨୨, ବାଣିଜ୍ୟରେ ୧୫,୬୨୪, ଶାସ୍ତ୍ରୀରେ ୩,୩୭୧, ସେଲ୍ଫ ଫାଇନାନ୍ସିଂରେ ୩,୨୪୫ ଏବଂ ଆଇନ (Law) ରେ ୧୬୭ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଚଳିତ ବର୍ଷ ସମୁଦାୟ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୭୮,୭୮୨ ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ କଲେଜରେ ସମୁଦାୟ ୨,୮୭,୩୨୭ଟି ସିଟ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୯,୧୮୨ ଜଣ ଛାତ୍ର, ୧,୦୯,୫୯୧ ଜଣ ଛାତ୍ରୀ ଏବଂ ୯ ଜଣ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ସାମିଲ ଅଛନ୍ତି।