INS Mahendragiri - The Sakala

ଭାରତୀୟ ନୌସେନାରେ ସାମିଲ ହେଲା 'INS ମହେନ୍ଦ୍ରଗିରି', ବୃଦ୍ଧି ପାଇଲା ଦେଶର ସାମୁଦ୍ରିକ ଶକ୍ତି
ନୂଆଦିଲ୍ଲୀ: ଭାରତର ସାମୁଦ୍ରିକ ଶକ୍ତିରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି । ଆଜି ବିଶାଖାପାଟଣା ନାଭାଲ୍ ଡକ୍‌ୟାର୍ଡ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଷ୍ଟିଲ୍‌ଥ୍ ଫ୍ରିଗେଟ୍ ଆଇଏନଏସ ମହେନ୍ଦ୍ରଗିରି (INS Mahendragiri) କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ନିର୍ମିତ ଆଇଏନଏସ ମହେନ୍ଦ୍ରଗିରି ହେଉଛି ପ୍ରୋଜେକ୍ଟ ୧୭ଏ (Project 17A) ଅଧୀନରେ ଥିବା ଷଷ୍ଠ ସ୍ୱଦେଶୀ ଷ୍ଟିଲ୍‌ଥ୍ ଫ୍ରିଗେଟ୍ ଏବଂ ମାଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ (MDL) ଦ୍ୱାରା ନିର୍ମିତ ଚତୁର୍ଥ ଯୁଦ୍ଧପୋତ। ଏଥିରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି, ଯାହା ଭାରତର ବୃଦ୍ଧି ପାଉଥିବା ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ପ୍ରଦର୍ଶିତ କରୁଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଆନ୍ଧ୍ରପ୍ରଦେଶକୁ "ଭାରତର ପ୍ରତିରକ୍ଷା ଏବଂ ଏରୋସ୍ପେସ୍ ଉତ୍ପାଦନର ଏକ ନୂତନ ପାୱାରହାଉସ୍" ବୋଲି ବର୍ଣ୍ଣନା କରିଛନ୍ତି। ଏହାବ୍ୟତୀତ ସେ ନୌସେନା କର୍ମଚାରୀ ଓ ଜାହାଜ ନିର୍ମାଣକାରୀଙ୍କୁ ସେମାନଙ୍କର ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଏହି ଅତ୍ୟାଧୁନିକ ଯୁଦ୍ଧପୋତ ଏକାସାଙ୍ଗରେ ଆକାଶ, ସମୁଦ୍ର ଏବଂ ପାଣି ଭିତରୁ ଆସୁଥିବା ବିପଦର ମୁକାବିଲା କରିବାକୁ ସକ୍ଷମ। ଏହାକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରୁଥିବା ଶକ୍ତିଶାଳୀ ବ୍ରହ୍ମୋସ (BrahMos) କ୍ଷେପଣାସ୍ତ୍ର ଦ୍ୱାରା ମଧ୍ୟ ସଜ୍ଜିତ କରାଯାଇପାରିବ। ଶ୍ରୀ ସିଂହ ଜାହାଜର କ୍ରେଷ୍ଟ ବା ପ୍ରତୀକ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ମହେନ୍ଦ୍ରଗିରି ପର୍ବତ ଉପରେ ଏକ ଛଞ୍ଚାଣ (Goshawk) ବସିଥିବାର ଚିତ୍ର ରହିଛି। ଏହା ତୀକ୍ଷ୍ଣ ଦୃଷ୍ଟି, ଧୈର୍ଯ୍ୟ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ପ୍ରତୀକ ଅଟେ, ଯାହାକି ଆଧୁନିକ ନୌସେନା କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ଜରୁରୀ। ଏହି ଯୁଦ୍ଧପୋତଟି ଏବେ ନୌସେନାର ଇଷ୍ଟର୍ଣ୍ଣ ଫ୍ଲିଟ୍ (Eastern Fleet) ରେ ସାମିଲ ହୋଇଛି।

ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ସୂଚନା ଦେଇଛନ୍ତି ଯେ, ପ୍ରୋଜେକ୍ଟ ୧୭ଏ ଅଧୀନରେ ନିର୍ମିତ ହେବାକୁ ଥିବା ସାତୋଟି ଯୁଦ୍ଧପୋତ ମଧ୍ୟରୁ ଆଇଏନଏସ ମହେନ୍ଦ୍ରଗିରି ହେଉଛି ଷଷ୍ଠ ଯୁଦ୍ଧପୋତ। ଏହା ଓଡ଼ିଶାର ଐତିହାସିକ ମହେନ୍ଦ୍ରଗିରି ପର୍ବତ ନାମରେ ନାମିତ ହୋଇଛି। ଏହା ୧୯୭୨ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଦେଶର ସେବା କରିଥିବା ନୀଳଗିରି-କ୍ଲାସ୍ ଫ୍ରିଗେଟ୍ (Nilgiri-class) ର ଐତିହ୍ୟକୁ ବଜାୟ ରଖିଛି ବୋଲି ସେ ପ୍ରକାଶ କରିଛନ୍ତି।

ଭାରତୀୟ ନୌସେନାର ବଢ଼ିବ ଶକ୍ତି: ଐତିହାସିକ ଟ୍ରିପଲ୍ କମିଶନିଂ ପରେ ଜୁଲାଇରେ ସାମିଲ ହେବ ଆଉ ୨ଟି ସ୍ୱଦେଶୀ ଯୁଦ୍ଧପୋତ
୨୧ ଜୁନ୍ ୨୦୨୬ ରେ ଭାରତୀୟ ନୌସେନାରେ ଏକାସାଙ୍ଗରେ ୩ଟି ଯୁଦ୍ଧପୋତ (ଆଇଏନଏସ ଦୁନାଗିରି, ଆଇଏନଏସ ସଂଶୋଧକ ଏବଂ ଆଇଏନଏସ ଅଗ୍ରୟ) ସାମିଲ ହେବାର ଐତିହାସିକ 'ଟ୍ରିପଲ୍ କମିଶନିଂ' ସମ୍ପନ୍ନ ହୋଇଛି। ଏହି ବଡ଼ ସଫଳତା ପରେ ନୌସେନା ନିଜର ଶକ୍ତି ବୃଦ୍ଧି ପାଇଁ ପୁଣି ଏକ ପଦକ୍ଷେପ ନେବାକୁ ଯାଉଛି। ଆସନ୍ତା ଜୁଲାଇ ମାସରେ ଭାରତୀୟ ନୌସେନାରେ ଆହୁରି ଦୁଇଟି ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ସ୍ୱଦେଶୀ ଯୁଦ୍ଧପୋତ ସାମିଲ ହେବାକୁ ଯାଉଛି। ଏହି ଦୁଇ ଯୁଦ୍ଧପୋତ ହେଉଛନ୍ତି ଷ୍ଟେଲ୍‌ଥ ଫ୍ରିଗେଟ୍ ଆଇଏନଏସ ମହେନ୍ଦ୍ରଗିରି ଏବଂ ଆଣ୍ଟି-ସବମେରାଇନ୍ ୱାରଫେୟାର ଭେସେଲ ଆଇଏନଏସ ମାଲୱନ।

ଆଇଏନଏସ ମହେନ୍ଦ୍ରଗିରି: ପ୍ରୋଜେକ୍ଟ ୧୭ଏ ର ଅନ୍ତିମ ତଥା ଶକ୍ତିଶାଳୀ ଫ୍ରିଗେଟ୍

ଆଇଏନଏସ ମହେନ୍ଦ୍ରଗିରି ହେଉଛି 'ପ୍ରୋଜେକ୍ଟ ୧୭ଏ' ଅଧୀନରେ ନିର୍ମିତ ନୀଳଗିରି କ୍ଲାସର ସପ୍ତମ ତଥା ଅନ୍ତିମ ଜାହାଜ। ମୁମ୍ବାଇ ସ୍ଥିତ ମାଜଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଯୁଦ୍ଧପୋତରେ ପାଖାପାଖି ୭୫ ପ୍ରତିଶତ ସ୍ୱଦେଶୀ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି। ଓଜନରେ ପ୍ରାୟ ୬୭୦୦ ଟନ୍ ବିଶିଷ୍ଟ ଏହି ଷ୍ଟେଲ୍‌ଥ ଫ୍ରିଗେଟକୁ ବିଶାଖାପାଟଣା ଠାରେ ନୌସେନାରେ କମିଶନ କରାଯିବ। ବହୁମୁଖୀ ଯୁଦ୍ଧ ପାଇଁ ପ୍ରସ୍ତୁତ ଏହି ଜାହାଜରେ ଆଣ୍ଟି-ଏୟାର, ଆଣ୍ଟି-ସର୍ଫେସ୍ ଏବଂ ଆଣ୍ଟି-ସବମେରାଇନ୍ କ୍ଷମତା ରହିଛି। କେବଳ ସେତିକି ନୁହେଁ, ବିନାଶକାରୀ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ମଧ୍ୟମ ଦୂରଗାମୀ ସର୍ଫେସ୍-ଟୁ-ଏୟାର ମିସାଇଲ୍ ସିଷ୍ଟମରେ ସଜ୍ଜିତ ଏହି ଜାହାଜଟି ଶତ୍ରୁର ରାଡାରରୁ ବର୍ତ୍ତିବା ପାଇଁ ଆଡଭାନ୍ସଡ୍ ଷ୍ଟେଲ୍‌ଥ ଫିଚର୍ସ ସହିତ ଆସୁଛି।

ଆଇଏନଏସ ମାଲୱନ: ଉପକୂଳବର୍ତ୍ତୀ ଅଞ୍ଚଳର ବୁଡ଼ାଜାହାଜ ଶିକାରୀ

ଅନ୍ୟପକ୍ଷରେ, ଆଇଏନଏସ ମାଲୱନ ହେଉଛି ଆଣ୍ଟି-ସବମେରାଇନ୍ ୱାରଫେୟାର ସ୍ୟାଲୋ ୱାଟର କ୍ରାଫ୍ଟ (ASW-SWC) ପ୍ରୋଗ୍ରାମର ଏକ ପ୍ରମୁଖ ଜାହାଜ। କୋଚିନ୍ ସିପୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଜାହାଜଟିର ଲମ୍ବ ୮୦ ମିଟର ଏବଂ ଓଜନ ପ୍ରାୟ ୧୧୦୦ ଟନ୍ ଅଟେ। ମହାରାଷ୍ଟ୍ରର ଐତିହାସିକ ଉପକୂଳ ସହର ମାଲୱନ ନାମରେ ନାମିତ ଏହି ଜାହାଜଟିକୁ ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁ ପକ୍ଷର ବୁଡ଼ାଜାହାଜ ଉପରେ ନଜର ରଖିବା ଏବଂ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାକୁ ଅତ୍ୟାଧୁନିକ ଟର୍ପେଡୋ, ଆଣ୍ଟି-ସବମେରାଇନ୍ ରକେଟ୍, ଆଡଭାନ୍ସଡ୍ ସୋନାର ଏବଂ ଆଧୁନିକ ରାଡାରରେ ସୁସଜ୍ଜିତ କରାଯାଇଛି। ଆସନ୍ତା ଜୁଲାଇ ମାସରେ ଏହାକୁ କୋଚି ଠାରେ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରାଯିବ।

ଏହି ଦୁଇ ସ୍ୱଦେଶୀ ଯୁଦ୍ଧପୋତର ସାମିଲ ହେବା ଭାରତୀୟ ନୌସେନାର 'ଆତ୍ମନିର୍ଭର ଭାରତ' ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ। ଏହା ଦ୍ୱାରା ଭାରତ ମହାସାଗରୀୟ ଅଞ୍ଚଳରେ ଦେଶର ସାମୁଦ୍ରିକ ସୁରକ୍ଷା କ୍ଷମତା ଏବଂ ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେବ।