Tiruvallur Gas Leak - The Sakala

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର: ତାମିଲନାଡୁର ତିରୁଭାଲୁର ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି।

ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ସେ ଗଭୀର ଭାବେ ମର୍ମାହତ। ପ୍ରାଣ ହରାଇଥିବା ଶ୍ରମିକଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ପ୍ରଭାବିତ ଶ୍ରମିକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଲଗାତାର ଭାବେ ତାମିଲନାଡୁ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହତ ଓଡ଼ିଆ ଶ୍ରମିକଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଅନ୍ୟାନ୍ୟ ସହାୟତା ସୁନିଶ୍ଚିତ କରିବା ପାଇଁ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭାଲୁରରେ ପହଞ୍ଚିଛନ୍ତି। ସେଠାରେ ସେମାନେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ସହିତ ଆହତ ଶ୍ରମିକଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କରୁଛନ୍ତି।

ଚେନ୍ନାଇ ଗ୍ୟାସ୍ ଲିକ୍ ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ତାମିଲନାଡୁରେ ପହଞ୍ଚିଲା ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍
ଭୁବନେଶ୍ୱର: ଚେନ୍ନାଇରେ ଘଟିଥିବା ଦୁଃଖଦ ଗ୍ୟାସ୍ ଲିକ୍ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ଚେନ୍ନାଇରେ ପହଞ୍ଚିଛନ୍ତି। ଶ୍ରମ ଏବଂ ଇଏସ୍ଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲାଙ୍କ ନେତୃତ୍ୱରେ ଏହି ଟିମ୍ ଗ୍ୟାସ୍ ଲିକରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ଓଡ଼ିଆ ଶ୍ରମିକମାନଙ୍କ ସ୍ଥିତି ପରଖିବେ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ମୃତ ଶ୍ରମିକଙ୍କ ଶବକୁ ଚେନ୍ନାଇ ଅଣାଯାଇଛି ଏବଂ ଆଜି ଏହାର ଶବ ବ୍ୟବଚ୍ଛେଦ କରାଯିବ। ଓଡ଼ିଶା ଟିମର ସଦସ୍ୟ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ କମିଶନର ତଥା ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀଙ୍କ ସହ ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ନେଇ ସମନ୍ୱୟ ରକ୍ଷା କରୁଛନ୍ତି।

ଅନ୍ୟପଟେ, ଟିମ୍ ନେତୃତ୍ୱ ନେଉଥିବା ରାଜେଶ ଅଗ୍ରୱାଲା ଏବଂ ବି.ବି. ଆଚାର୍ଯ୍ୟ ତିରୁଭାଲୁର ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ଅନେକ ଆହତ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ସେଠାରେ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ଏବଂ ଅନ୍ୟ ଜଣେ ମୃତ ଶ୍ରମିକଙ୍କ ଶବ ମଧ୍ୟ ବର୍ତ୍ତମାନ ସେଠାରେ ରଖାଯାଇଛି।

ଇତିମଧ୍ୟରେ, ପ୍ରାୟ ୧୩୦ ଜଣ ପ୍ରଭାବିତ ଶ୍ରମିକଙ୍କୁ ନିକଟସ୍ଥ ଏକ ମଣ୍ଡପ ଏବଂ ଗୋଷ୍ଠୀ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଟିମ୍ ଚେନ୍ନାଇ ଏବଂ ତିରୁଭାଲୁରର ବରିଷ୍ଠ ଶ୍ରମ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି ସ୍ଥିତିକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ତାମିଲନାଡ଼ୁ ତିରୁବଲ୍ଲୁରରେ ଏକ ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ ଜୀବନ ଯିବା ସହ ୬୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଅଘଟଣରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।