North Korea - The Sakala
ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା
ସୋସିଆଲ୍ ମିଡିଆରେ ଏବେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଦାବି କରାଯାଉଛି ଯେ ଇରାନ ଯୁଦ୍ଧ ମଧ୍ୟରେ ତେହେରାନ ସ୍ଥିତ ଉତ୍ତର କୋରିଆ ଦୂତାବାସ ଉପରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି। ଏହା ପରେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ଇସ୍ରାଏଲକୁ ଏହା ଏକ 'ବଡ଼ ଭୁଲ୍' ବୋଲି ଚେତାବନୀ ଦେଇଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ଦାବି
ଏକ୍ସ (X) ସମେତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ୟୁଜରମାନେ ଦାବି କରୁଛନ୍ତି ଯେ ଇସ୍ରାଏଲର ଆକ୍ରମଣ ପରେ କିମ୍ ଜୋଙ୍ଗ୍ ଉନ୍ ଏକ କଡ଼ା ଚେତାବନୀ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନୀଙ୍କ ନିହତ ହେବା ଖବର ପରେ ତିନି ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହା ପରେ ଉଭୟ ଇସ୍ରାଏଲ୍ ଏବଂ ଇରାନ ପରସ୍ପରର ଶକ୍ତି ଭିତ୍ତିଭୂମି ସମେତ ପ୍ରମୁଖ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ ଜାରି ରଖିଛନ୍ତି।
ଖବରର ସତ୍ୟତା
ତେବେ ତେହେରାନରେ ଥିବା ଉତ୍ତର କୋରିଆ ଦୂତାବାସକୁ ଟାର୍ଗେଟ୍ କରାଯାଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଆଇ ଚାଟବଟ୍ ଗ୍ରୋକ୍ (Grok) ମଧ୍ୟ ଏହି ଖବରର ଫ୍ୟାକ୍ଟ-ଚେକ୍ କରି ଏହାକୁ ଏକ 'ଅପ୍ରମାଣିତ ଗୁଜବ' ବୋଲି ବର୍ଣ୍ଣନା କରିଛି। ରଏଟର୍ସ, ଏନକେ ନ୍ୟୁଜ୍ କିମ୍ବା ଉତ୍ତର କୋରିଆର ରାଷ୍ଟ୍ରୀୟ ଗଣମାଧ୍ୟମ କେସିଏନଏ (KCNA) ପରି ପ୍ରମୁଖ ଗଣମାଧ୍ୟମ ପକ୍ଷରୁ ଏନେଇ କୌଣସି ପୃଷ୍ଟିକରଣ ଦିଆଯାଇନାହିଁ।
ଇରାନକୁ ଉତ୍ତର କୋରିଆର ସମର୍ଥନ
ଗୁଜବ ମିଥ୍ୟା ହୋଇଥିଲେ ମଧ୍ୟ, ଇରାନରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ଉତ୍ତର କୋରିଆ 'ବେଆଇନ ଆକ୍ରମଣ' କହି ନିନ୍ଦା କରିଛି। ଆଲ୍ ଜଜିରା (Al Jazeera) ରିପୋର୍ଟ ଅନୁଯାୟୀ, ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ମୋଜତାବା ଖାମେନୀଙ୍କ ଚୟନକୁ ଉତ୍ତର କୋରିଆ ସମର୍ଥନ ଜଣାଇଛି। ଦେଶର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସେମାନେ ଇରାନବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି। ଏଥିସହ ଆମେରିକା ଓ ଇସ୍ରାଏଲର କାର୍ଯ୍ୟକଳାପ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମଧ୍ୟ ଅଭିଯୋଗ କରାଯାଇଛି।
ସମୂଦ୍ର ଭିତରେ ନ୍ୟୁକ୍ଲିୟର ଡ୍ରୋନର ପରୀକ୍ଷଣ କଲା ଉତ୍ତର କୋରିଆ
ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଗୁପ୍ତ ଶୈଳୀରେ ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ ।
ଖବର ଅନୁଯାୟୀ, ନିକଟରେ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବେ ନୌ-ସମରାଭ୍ୟାସ କରିଥିଲେ । ଏହାର ଜବାବରେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଥିବା ଅନୁମାନ କରାଯାଉଛି । ଗତ ବର୍ଷ ଏପ୍ରିଲ ୭ରେ ହାଇଲ-୨ର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଦେଶର କଟକଣା ସତ୍ୱେ ଉତର କୋରିଆ ତାର ପରୀକ୍ଷଣ ରୋକୁ ନାହିଁ । ଯାହାକି ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଛି ।
ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ: ଆଜି ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ର ମଧ୍ୟକୁ ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାରି କରିଥିବା ବିବୃତିରେ କହିଛନ୍ତି। ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ବୁଧବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଘୋଷଣା କରିଛନ୍ତି ଏହା ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ।
ଆମେରିକୀୟ ଗୁପ୍ତଚର ବିମାନ ତା’ର ଆକାଶ ସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗବାର କିଛି ଦିନ ପରେ ଉତ୍ତର କୋରିଆ ଆଜି ଏହି କ୍ଷେପଣାସ୍ତ୍ର ନି‌କ୍ଷେପ କରିଛି। ସେହିପରି, ନିକଟ ଅତୀତରେ ଆମେରିକାର ଗୋଟାଏ ଆଣବିକ ଶକ୍ତି ଚାଳିତ ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ ବାହୀ ବୁଡ଼ାଜାହାଜର ଦକ୍ଷିଣକୋରିଆ ଆଗମନକୁ ମଧ୍ୟ ଉତ୍ତର କୋରିଆ ତୀବ୍ର ନିନ୍ଦା କରିଥିଲା।
ପୁଣି ଆଉ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ
ସିଓଲ୍‌: ଆଜି ସକାଳେ ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି ।
ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାର ବିମାନବାହୀ ପୋତ ‘ୟୁଏସ୍‌ଏସ୍‌ ନିମିଜ୍‌’ ଏବଂ ତା’ ସହିତ ଆଉ କେତୋଟି ଯୁଦ୍ଧପୋତ ମଙ୍ଗଳବାର ଦିନ ଦକ୍ଷିଣପୂର୍ବ ବନ୍ଦର ନଗରୀ ବୁସାନ୍‌ସ୍ଥିତ ଦକ୍ଷିଣ କୋରିଆର ନୌସେନା ବେସ୍‌ରେ ଲଙ୍ଗର୍‌ ପକାଇବ।
ଜାତିସଂଘ ନିରାପତ୍ତା ପରିଷଦ୍‌ର ପ୍ରସ୍ତାବନାକୁ ଉଲ୍ଲଂଘନ କରୁଥିବା ଏଭଳି ଅଯଥା କ୍ଷେପଣାସ୍ତ୍ର ନିକ୍ଷେପଣକୁ ଦକ୍ଷିଣ କ‌ୋରିଆ ସେନା ତୀବ୍ର ନିନ୍ଦା କରି ତୁରନ୍ତ ଏସବୁ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପଣ ଜାପାନ, ଆଖପାଖ ଅଞ୍ଚଳ ଓ ଆନ୍ତର୍ଜାତିକ ସମୁଦାୟର ନିରାପତ୍ତା ଓ ଶାନ୍ତିକୁ ବିପନ୍ନ କରୁଛି କହି ଜାପାନ ସରକାର ମଧ୍ୟ ଉତ୍ତର କୋରିଆକୁ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ଆମେରିକାର ବାରଣ ସତ୍ତ୍ବେ ଏପର୍ଯ୍ଯନ୍ତ ନର୍ଥ କୋରିଆ ୨୦ରୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷାଣ କରିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆର ଯୁଦ୍ଧ ଅଭ୍ୟାସ ଶେଷ କରିବା ସମୟରେ ଉତ୍ତର କୋରିଆ ମିସାଇଲ୍ ପରୀକ୍ଷଣ କରିବାରେ ତତ୍ପରତା ଦେଖାଇଛି ।
ସୂଚନା ଅନୁଯାୟୀ, ଚଳିତ ମାସରେ ଉତ୍ତର କୋରିଆ ଏପର୍ୟ୍ୟନ୍ତ ୭ଟି ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଥିବା ଜଣାପଡ଼ିଛି । ସେପଟେ ନର୍ଥ କୋରିଆ କ୍ଷେପଣାସ୍ତ୍ର ଟେଷ୍ଟ କରୁଥିବା ଅଞ୍ଚଳରେ ୟୁକ୍ତରାଷ୍ଟ୍ର ଆମେରିଆ ଏବଂ ଦକ୍ଷିଣ କୋରିଆ ଅଧିକ ସଂଖ୍ୟାରେ ସୈନ୍ୟ ନିୟୋଜିତ କରିଛନ୍ତି ।ଗତ ସପ୍ତାହରେ ଆମେରିକା ସହିତ ଦକ୍ଷିଣ କୋରିଆ ଏକ ୧୧ଦିବସୀୟ ଯୁଦ୍ଧାଭ୍ୟାସ ଶେଷ କରିଛି । କୁହାଯାଉଛି, ଏହି ଅଞ୍ଚଳରେ ଉତ୍ତର କୋରିଆ ସୈନ୍ୟ ପରୀକ୍ଷଣ ବଢାଇଦେଇଛି । ଚଳିତ ବର୍ଷ ଉତ୍ତର କୋରିଆ ୧୧ଟି ପରୀକ୍ଷଣ କରିଛି, ଯେଉଁଥିରେ ୨୦ରୁ ଅଧିକ ବାଲାଷ୍ଟିକ୍ ମିସାଇଲ୍ ଏବଂ କ୍ରୁଜ୍ ମିସାଇଲ୍ ଟେଷ୍ଟ କରିଛି ।
ପାଣି ଭିତରେ ପରମାଣୁ ଡ୍ରୋନ୍‌ ପରୀକ୍ଷଣ କଲା ଉତ୍ତର କୋରିଆ, ଆସିବ ‘ରେଡିଓଆକ୍ଟିଭ ସୁନାମି’
ପୋଙ୍ଗୟାଙ୍ଗ: କ୍ରମାଗତ ଭାବେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକା ଏବଂ ଜାତିସଂଘ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିବା ଉତ୍ତର କୋରିଆ ଏବେ ଏକ ବିପଜ୍ଜନକ ଡ୍ରୋନ ପରୀକ୍ଷଣ କରିଛି। ଏହି ପରମାଣୁ କ୍ଷମତା ସମ୍ପନ୍ନ ଡ୍ରୋନ୍‌ ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ। ପାଣି ଭିତରେ ଏହି ଡ୍ରୋନର ପରୀକ୍ଷଣ କରାଯାଇଛି। ଏହି ସମୟରେ ଦେଶର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉପସ୍ଥିତ ଥିଲେ। ସଫଳ ପରୀକ୍ଷଣ ପରେ ସେ ଆମେରିକା ଏବଂ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ଉଭୟ ଦେଶ ମିଳିତ ସମରାଭ୍ୟାସକୁ ବନ୍ଦ କରିଦେବା ଆବଶ୍ୟକ। ଉତ୍ତର କୋରିଆ ନିଜ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ଥ ଏହା ଜାଣି ରଖିବା ଉଚିତ ବୋଲି କହିଛନ୍ତି।
ରିପୋର୍ଟ ଅନୁଯାୟୀ ଏହି ଡ୍ରୋନ ରେଡିଓଆକ୍ଟିଭ ସୁନାମୀ ଆଣିପାରିବ। ଅନ୍ୟ ଦେଶର ବନ୍ଦରକୁ ସହଜରେ ଧ୍ବଂସ କରିଦେବ। ଗତ ୨୧ରୁ ୨୩ ତାରିଖ ଭିତରେ ଦେଶର ପୂର୍ବ ଉପକୂଳରେ ଏହି ଡ୍ରୋନର ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଡ୍ରୋନ ପାଣି ଭିତରେ ୨୬୦ରୁ ୫୦୦ ଫୁଟ ଗଭୀରତାକୁ ଯାଇଥିଲା। ୫୯ ଘଣ୍ଟା ୧୨ ମିନିଟ ପାଣି ଭିତରେ ରହିବା ପରେ ପରମାଣୁ ଡ୍ରୋନକୁ ବିସ୍ଫୋରଣ କରାଯାଇଥିଲା। ଏହି ଡ୍ରୋନର ନାମ ହାଇଲା ତଥା ସୁନାମୀ ରଖାଯାଇଛି। ଏହି ରେଡିଓଆକ୍ଟିଭ ଡ୍ରୋନକୁ ସହଜରେ ଯେକୌଣସି ବନ୍ଦରରେ ମୁତୟନ କରାଯାଇପାରିବ। ୨୦୧୨ରୁ ଏହି ଡ୍ରୋନକୁ ପ୍ରସ୍ତୁତ କରାଯାଉଥିଲା। ଗତ ୨ ବର୍ଷରେ ଏହାର ୫୦ ଥର ପରୀକ୍ଷଣ କରାଯାଇଥିଲା। ଏହି ଡ୍ରୋନ ସହାୟତାରେ ଶତ୍ରୁ ଦେଶର ସାମୁଦ୍ରିକ ସୀମାରେ ପଶି ତାହାର ନୌସେନାକୁ ଧ୍ବଂସ କରିହେବ। ଏହା ସହିତ ସମୁଦ୍ରରେ ବିସ୍ଫୋରଣ କରି ବିରାଟ ଲହରି ସୃଷ୍ଟି କରିହେବ। ଖୁବଶୀଘ୍ର ଏହାକୁ କୌଣସି ଉପକୂଳ ଅଭିଯାନରେ ମୁତୟନ କରାଯାଇପାରେ ବୋଲି କୁହାଯାଉଛି।
ଶିଶୁଙ୍କ ନାମ ବନ୍ଧୁକ କିମ୍ବା ବୋମା ରଖିବାକୁ ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ଙ୍କ ନିର୍ଦ୍ଦେଶ
ସିଓଲ(ଏଜେନ୍ସି): ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ-ଉନ୍‌ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ଦେଶରେ ଶିଶୁଙ୍କ ଭଲ ନାମ ନ ରଖିବାକୁ କହିଛନ୍ତି। ଏହା ପ୍ରତି ବଦଳରେ ବନ୍ଧୁକ କିମ୍ବା ବୋମା ରଖିବାକୁ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ଲୋକଙ୍କର ନାମ ପରିବର୍ତ୍ତନ କରିବାକୁ ମଧ୍ୟ କହିଛନ୍ତି। କିମ୍‌ ଜୋଙ୍ଗ ଏ ନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି। ଏହି ନାମରେ ଦେଶଭକ୍ତିର ଭାବନା ରହିଥିବା ସେ ମନେ କରୁଛନ୍ତି।
କିମ୍‌ଙ୍କ ଅନୁଯାୟୀ ଦକ୍ଷିଣ କୋରିଆରେ ମଧୁର ଏବଂ କୋମଳ ନାମ ରଖିବାର ସଂସ୍କୃତି ରହିଛି। ଏହା ଏବେ ପାଶ୍ଚାତ୍ୟ ସଂସ୍କୃତିର ପ୍ରତୀକ ପାଲଟି ଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ନାମ ନ ରଖିଲେ ଜରିମାନା ଦେବାକୁ ପଡିବ। ନଚେତ୍‌ ଖରାପ ସ୍ଥିତିର ସାମ୍‌ନା କରିବାକୁ ହେବ। ଲୋକେ ଏହାକୁ ବିରୋଧ କରୁଥିବା କୁହାଯାଉଛି।
ପ୍ରଥମେ ଦେଶର ଜନସାଧାରଣଙ୍କ ପୋଷାକ ଏବଂ ହେୟାର ଷ୍ଟାଇଲ ଏବଂ ଏବେ ପିଲାମାନଙ୍କ ନାମ ଚୟନରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଲୋକମାନଙ୍କୁ କୁହାଯାଇଛି ଯେ ପିଲାମାନଙ୍କର ସରଳ ନାମ ବଦଳରେ ସେମାନେ ଟିକେ କଠିନ ଏବଂ ଦେଶପ୍ରେମୀ ନାମ ରଖିବା ଉଚିତ୍ । ଉତ୍ତର କୋରିଆର ଲୋକମାନେ ସେମାନଙ୍କ ପିଲାମାନଙ୍କ ନାମ ବୋମା ଏବଂ ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ କୁହାଯାଇଛି । ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି । ଏହା କରିବା ଦ୍ବାରା ଦେଶଭକ୍ତିର ଆତ୍ମା ​​ପିଲାମାନଙ୍କ ନାମରେ ପ୍ରତିଫଳିତ ହେବ ବୋଲି କୁହାଯାଇଛି ।
ରୁଷ୍‌କୁ ଲକ୍ଷେ ସୈନିକ ଦେବ ଉତ୍ତରକୋରିଆ
ମସ୍କୋ : ୧୬୦ରୁ ଅଧିକ ଦିନ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମାପ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ରୁଷ୍‌ ଏହି ଯୁଦ୍ଧରେ ଅନେକ ସୈନିକଙ୍କୁ ହରାଇଲାଣି। ରୁଷ୍‌ରେ ସୈନିକ ସଙ୍କଟ ଦେଖାଦେଇଛି। ଏହି ସ୍ଥିତିର ମୁକାବିଲା ପାଇଁ ରୁଷ୍‌ ଉତ୍ତର କୋରିଆର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସୈନିକ ଯୋଗାଇ ଦେବାକୁ କହିଛି। ଏକ ଲକ୍ଷ ସୈନିକଙ୍କ ବଦଳରେ ଉତ୍ତର କୋରିଆକୁ ଅଶୋଧିତ ତୈଳ ଏବଂ ଗହମ ଦେବାକୁ ପ୍ରସ୍ତାବ ଦେଇଛି। ଉତ୍ତର କୋରିଆ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇଯାଇଛି। ଯୁଦ୍ଧର କ୍ଷତି ଭରଣା ପାଇଁ ରୁଷ୍‌କୁ ସାହାଯ୍ୟ କରିବ ବୋଲି କୂଟନୈତିକ ସ୍ତରରେ ସ୍ପଷ୍ଟ କରିଦେଇଛି।
ଉତ୍ତର କୋରିଆ ସୈନିକଙ୍କୁ ରୁଷ୍‌ ସମର୍ଥିତ ଲୁହାନସ୍କ ଏବଂ ଡୋନେସ୍କରେ ମୁତୟନ କରାଯିବ। କିଛି ଦିନ ତଳେ କିମ୍‌ ଜୋଙ୍ଗ ଉନ୍‌ ଲୁହାନସ୍କ ଏବଂ ଡୋନେସ୍କକୁ ସ୍ବାଧୀନ ରାଷ୍ଟ୍ରଭାବେ ମାନ୍ୟତା ଦେଇଛନ୍ତି। ଡୋନବାସକୁ ସୈନିକ ପଠାଇବାକୁ ଉତ୍ତର କୋରିଆ ରାଜି ହୋଇଯାଇଛି। ଏହା ବଦଳରେ କିମ୍‌ଙ୍କୁ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଶକ୍ତି ଏବଂ ଗହମ ଯୋଗାଣ କରାଯିବ। ରୁଷ୍‌ର ପ୍ରମୁଖ ପ୍ରତିରକ୍ଷା ରିଜର୍ଭ କର୍ଣ୍ଣଲ ଇଗୋର କୋରୋଟଚେଙ୍କୋ ଏକ ସାକ୍ଷାତକାରରେ ମଧ୍ୟ ଏହି ସୂଚନା ଦେଇଛନ୍ତି। କିମ୍‌ ବଢ଼ାଇଥିବା ବନ୍ଧୁତାର ହାତକୁ ଅସ୍ବୀକାର କରାଯିବ ନାହିଁ ବୋଲି ସେ କହିଛନ୍ତି।
ଉତ୍ତର କୋରିଆରେ କରୋନା ଆତଙ୍କ; ମହାମାରୀ ନେଲାଣି ୨୭ ଜୀବନ
ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ଏହାକୁ ଦେଶର ସବୁଠାରୁ ବଡ଼ ସଙ୍କଟ କହିଛନ୍ତି। ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଶନିବାର ଦେଶରେ ୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ସରକାର ଏହାକୁ ଖଣ୍ଡନ କରିଦେଇଛନ୍ତି। କରୋନା ନୁହେଁ, ବରଂ ଜ୍ୱର ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ୨ ବର୍ଷ ହେଲା କରୋନା ବିଶ୍ବରେ ଧ୍ବଂସଲୀଳା ରଚି ଚାଲିଥିବାବେଳେ ଉତ୍ତର କୋରିଆରେ ଜଣେ ରୋଗୀ ବି ଚିହ୍ନଟ ହୋଇନଥିଲେ। ତେବେ ଗତ ୧୨ ତାରିଖରେ ଦେଶର ପ୍ରଥମ ମାମଲ ସାମ୍‌ନାକୁ ଆସିଥିଲା। ଏହା ପରେ କିମ୍‌ ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲରୁ ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ସନ୍ଦିଗ୍ଧ ମୃତ୍ୟୁ ହେଲାଣି। ସମସ୍ତଙ୍କର କରୋନା ଭଳି ଲକ୍ଷଣ ଥିଲା। କିନ୍ତୁ ସେମାନଙ୍କ ଠାରେ କରୋନା ଭୂତାଣୁ ଥିବା ସୂଚନା ମିଳିନାହିଁ। ଦେଶରେ ବହୁତ କମ୍‌ କରୋନା ପରୀକ୍ଷା କରାଯାଉଛି। ଶୁକ୍ରବାର ଦେଶରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ରାଜଧାନୀ ପୋଙ୍ଗୟାଙ୍ଗରେ ଏପ୍ରିଲ ଶେଷରେ ଅନେକ ଲୋକଙ୍କୁ ଜ୍ବର ହୋଇଥିଲା। ଏହା ପୋଙ୍ଗୟାଙ୍ଗ ବାହାରକୁ ବ୍ୟାପି ଯାଇଥିଲା। ଏ ପର୍ଯ୍ୟନ୍ତ ୩ ଲକ୍ଷ ୫୦ ହଜାର ଲୋକଙ୍କଠାରେ ଜ୍ବରର ଲକ୍ଷଣ ଦେଖାଗଲାଣି। ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ କରୋନା ହୋଇଛି ତାହା ଜଣାପଡିନାହିଁ।
ବିଚିତ୍ର ନିୟମ; ଏପରି ଦେଶ ଯେଉଁଠି ସାଧାରଣ ଲୋକଙ୍କୁ ଲେଦର ଜ୍ୟାକେଟ୍ ପିନ୍ଧିବା ମନା
ଉତ୍ତର କୋରିଆ ନାମ ଶୁଣିବା ମାତ୍ରେ ସେଠାକାର ଶାସକ ଓ ଆଇନ କାନୁନର ଚିତ୍ର ମାନସପଟକୁ ଆସିଯାଏ। ଏଠାରେ ପ୍ରଚଳିତ ବିଚିତ୍ର ନୀତି ନିୟମ ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳେନାହିଁ। ନିକଟରେ ଏହି ଦେଶରେ ଲେଦର୍ ବା ଚମଡ଼ା ଜ୍ୟାକେଟ୍ ବ୍ୟବହାର କରିବାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଲେଦର ଜ୍ୟାକେଟ୍‌ ପିନ୍ଧିବାକୁ ଏହି ଦେଶରେ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ସେଥିପାଇଁ ଚୀନ୍‌ରୁ ବହୁ ସଂଖ୍ୟାରେ ଲେଦର ଜ୍ୟାକେଟ୍ ଉତ୍ତର କୋରିଆକୁ ଆମଦାନୀ କରାଯାଉଥିଲା। କିନ୍ତୁ ଏଠାକାର ସାଧାରଣ ଲୋକେ ଆଉ ପୂର୍ବଭଳି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏଠାରେ ପ୍ରକାଶ ଥାଉ କି, ୨୦୧୯ ମସିହାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତର କୋରିଆର ମୁଖ୍ୟ କିମ୍ ଜଙ୍ଗ୍ ଉନ୍ ଚମଡ଼ାର ଏକ କଳା ରଙ୍ଗର ଲେଦର ଜ୍ୟାକେଟ୍ ପିନ୍ଧିଥିଲେ। ଏହି କାର୍ଯ୍ୟକ୍ରମର ଫୁଟେଜ୍‌ ମଧ୍ୟ ଜାତୀୟ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିଲା । ଶାସକ କିମ୍ ଏବଂ ତାଙ୍କ ସହକର୍ମୀଙ୍କ ଲେଦର ଜ୍ୟାକେଟ୍‌ ପିନ୍ଧିବା ଶୈଳୀକୁ ଦେଖିବା ପରେ ଉତ୍ତର କୋରିଆର ଅନେକ ଲୋକ ଏହିପରି ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରିବାକୁ ଲାଗିଲେ । ଏହାପରେ ଏଭଳି ଜ୍ୟାକେଟ୍ ବହୁ ସଂଖ୍ୟାରେ ଚୀନ୍‌ରୁ ଆମଦାନୀ କରାଗଲା। ତେବେ ଏଭଳି ସମୟରେ ଉତ୍ତର କୋରିଆରେ ଆନୁଷ୍ଠାନିକ ଭାବେ କୁହାଯାଇଛି ଯେ, ବର୍ତ୍ତମାନ ସାଧାରଣ ଲୋକେ ଏଭଳି ଲେଦର ଜ୍ୟାକେଟ୍‌ ପିନ୍ଧି ପାରିବେ ନାହିଁ । ଏପରି ଜ୍ୟାକେଟ୍ ପିନ୍ଧିବା କିମ୍ ଜୋଙ୍ଗକୁ କପି କରିବା ସଦୃଶ ଏବଂ ଏହା ତାଙ୍କ ପାଇଁ ଅପମାନ ଅଟେ । ଏହି କାରଣରୁ ଏଠାରେ ସାଧାରଣ ଲୋକଙ୍କ ପାଇଁ ଲେଦର ଜ୍ୟାକେଟ୍ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଚଳିତ ବର୍ଷ କିମ୍ ଜଙ୍ଗ୍ ଉନ୍‌ଙ୍କ ଭଉଣୀ ମଧ୍ୟ ଏପରି ଲେଦର ଜ୍ୟାକେଟ୍ ପିନ୍ଧିଥିଲେ। ଏହା ବ୍ୟତୀତ, ଏହି ଜ୍ୟାକେଟ୍‌କୁ ଉତ୍ତର କୋରିଆରେ ଆଭିଜାତ୍ୟର ଏକ ଶୈଳୀ ଓ ଶକ୍ତିଶାଳୀ ଲୋକଙ୍କ ସଙ୍କେତ ବୋଲି ବିବେଚନା କରାଯାଏ । ତେଣୁ ସାଧାରଣ ଲୋକଙ୍କୁ ଏପରି ପୋଷାକ ପିନ୍ଧିବା ପାଇଁ ବାରଣ କରାଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସେଠାକାର ଯୁବକମାନେ ନାପସନ୍ଦ କରିଛନ୍ତି, କାରଣ ସେମାନେ ଏହାକୁ ଫ୍ୟାଶନେବୁଲ୍ ପୋଷାକ ଭାବରେ ପସନ୍ଦ କରୁଥିଲେ ।
ଦେଶବାସୀଙ୍କୁ କିମ୍‌ ଜୋଙ୍ଗଙ୍କ ତୋଗଲକି ନିର୍ଦ୍ଦେଶ : ୨୦୨୫ ଯାଏଁ କମ୍‌ ଖାଦ୍ୟ ଖାଆନ୍ତୁ
ପୋଙ୍ଗୟାଙ୍ଗ : ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହି ଦିନକୁ ଦିନକୁ ଅଧିକ ଭୟଙ୍କର ହେବାରେ ଲାଗିଛି । ଲୋକେ ଖାଦ୍ୟପାଇଁ ଡହଳବିକଳ ହେଉଛନ୍ତି। ଏପରି ସମୟରେ ଲୋକମାନଙ୍କ ପାଇଁ ତୋଗଲି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତରକୋରିଆର ଏକଛତ୍ର ଶାସକ କିମ-ଜୋଙ୍ଗ-ଉନ୍‌। ୨୦୨୫ ପର୍ଯ୍ୟନ୍ତ କମ୍‌ ଖାଦ୍ୟ ଖାଇବାକୁ ସେ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମାଧ୍ୟମରେ ଦେଶର ଖାଦ୍ୟ ସଙ୍କଟକୁ କମ୍‌ କରିବାକୁ ଚାହିଁଛନ୍ତି। ଉତ୍ତର କୋରିଆକୁ ଖାଦ୍ୟ ସାମଗ୍ରୀ ଯୋଗାଣ କମ୍‌ ହେଉଥିବାରୁ ଖାଦ୍ୟ ପଦାର୍ଥର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ସ୍ଥିତି ଏପରି ହୋଇଯାଇଛି ଯେ ଲୋକଙ୍କ ଚାହିଦା ପୂରଣ ହୋଇପାରୁ ନାହିଁ।
କିମ୍-ଜୋଙ୍ଗ-ଉନ୍‌ ଖାଦ୍ୟ ସଙ୍କଟ ପାଇଁ ଅନେକ କାରଣକୁ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଖାଦ୍ୟ ସଙ୍କଟ ବହୁତ ଚିନ୍ତାଜନକ ହୋଇଯାଇଛି। କାରଣ କୃଷି କ୍ଷେତ୍ରରେ ଖାଦ୍ୟ ଉତ୍ପାଦନ ଯୋଜନା ବିଫଳ ହୋଇଛି। ଦେଶ ଉପରେ ଅନେକ ଅନ୍ତର୍ଜାତୀୟ କଟକଣା ଲାଗିଛି। ଏହା ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀର କରିଦେଇଛି। କରୋନା କଟକଣା ଏବଂ କିଛି ଦିନ ତଳେ ଆସିଥିବା ସାମୁଦ୍ରିକ ଝଡ ପାଇଁ ମଧ୍ୟ ଏପରି ହୋଇଛି। ଦେଶ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି। ୨୦୨୫ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବାର ଆଶଙ୍କା ଥିବାରୁ ଲୋକଙ୍କୁ କମ୍‌ ଖାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସାଧାରଣତଃ ସହରରେ ଅଧିକାଂଶ ଲୋକ ବିଳାସବ୍ୟସନ ମଧ୍ୟରେ ଜୀବନ ଅତିବାହିତ କରିଥାନ୍ତି। ସହରରେ ସମସ୍ତ ସୁଖ ସୁବିଧା ମିଳୁଥିବା ହେତୁ ଲୋକମାନେ ଗ୍ରାମ ଛାଡ଼ି ସହରାଭିମୁଖୀ ହୁଅନ୍ତି। ଏପରି ଏକ ସହର ଅଛି ଯେଉଁଠାରେ ସମସ୍ତ ସୁବିଧା ଥିଲେ ମଧ୍ୟ ଏଠାରେ କୌଣସି ମଣିଷ ବାସ କରନ୍ତି ନାହିଁ। ଏଭଳି ଏକ ସହର ଉତ୍ତର କୋରିଆରେ ରହିଛି। ଉତ୍ତର କୋରିଆ ସୀମାରେ ନିର୍ମିତ ଏହି ସୁନ୍ଦର ସହର ଦକ୍ଷିଣ କୋରିଆର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମିତ ହୋଇଥିଲା। ଏହି ସହରରେ ଶହ ଶହ ଅଟ୍ଟାଳିକା ଅଛି। ଦୂରରୁ ଦେଖିଲେ ଏହି ସହର ବହୁତ ସୁନ୍ଦର ଦେଖାଯାଉଥିଲେ ସୁଦ୍ଧା ପାଖରୁ ଯାଇ ଦେଖିଲେ ଜଣାପଡ଼ିଥାଏ ଯେ, ଏଠାରେ କେହି ବସବାସ କରନ୍ତି ନାହିଁ। ସମଗ୍ର ଅଞ୍ଚଳରେ କେବଳ ନିରବତା ରାଜୁତି କରୁଛି। ଏହି ସହରରେ ଡାକ୍ତରଖାନା, ବିଦ୍ୟାଳୟ ଆଦି ନିର୍ମାଣ କରାଯାଇଛି, କିନ୍ତୁ ଏସବୁ ଶୂନ୍‌ଶାନ୍‌। ଏହି ସହର ପ୍ରାୟ ୨.୫ ମାଇଲ ଯାଏଁ ବ୍ୟାପିଛି, ଯାହା ୧୯୫୩ ମସିହାରେ ପ୍ରସ୍ତୁତ ହୋଇଥିଲା। ଏହି ସହରକୁ କୋରିଆ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବ୍ୟବହାର କରାଯାଇଥିଲା। ସହରରେ ଦୃଶ୍ୟମାନ ହେଉଥିବା କୋଠାଗୁଡ଼ିକ କଂକ୍ରିଟ୍‌ରେ ନିର୍ମିତ। ଏହି କୋଠାଗୁଡ଼ିକର ଝରକାରେ କୌଣସି ପ୍ରକାର କାଚ ବ୍ୟବହାର କରାଯାଇନାହିଁ।