Text Book Error - The Sakala

ତୀବ୍ର ହେଲା ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଏବେ ତୀବ୍ର ରୂପ ନେଇଛି। ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହା ପଛରେ ଏକ 'ବଡ଼ ଷଡ଼ଯନ୍ତ୍ର' ଥିବା କହିବା ପରେ ନୂଆ ରାଜନୈତିକ ବୟାନବାଜି ଜୋର ଧରିଛି।

ବିଜେଡି ବିଧାୟକ ସାରଦା ଜେନା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବୟାନ ଉତ୍ତର ଅପେକ୍ଷା ଅଧିକ ପ୍ରଶ୍ନ ସୃଷ୍ଟି କରିଛି। ସେ ଆହୁରି ମଧ୍ୟ କହିଛନ୍ତି କି, "କେବଳ ଷଡ଼ଯନ୍ତ୍ର ହୋଇଛି କହିଦେଲେ ହେବ ନାହିଁ। ଏହା ପଛରେ କିଏ ଅଛି, ତାହା ସରକାର ପ୍ରକାଶ କରିବା ଉଚିତ। ନିଜର ଦାୟିତ୍ୱ ଗ୍ରହଣ କରିବା ପରିବର୍ତ୍ତେ ସରକାର ଅନ୍ୟ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି।"

ବିଜେପି ସରକାର କ୍ଷମତାରେ ଥିବା ନିଜର ୨୪ ମାସ କାର୍ଯ୍ୟକାଳ ମଧ୍ୟରେ ଶାସନ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପୂର୍ବ ୨୪ ବର୍ଷର ବିଜେଡି ସରକାରକୁ ଦୋଷ ଦେବାରେ ଅଧିକ ସମୟ ବିତାଉଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ମୁଦ୍ରଣ ପାଇଁ ପ୍ରକୃତରେ କିଏ ଦାୟୀ, ସମ୍ପୃକ୍ତ ମନ୍ତ୍ରୀ ଓ ଅଧିକାରୀଙ୍କ ଭୂମିକା କ’ଣ ଥିଲା ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ବିଜେଡି ଦାବି କରିଛି।

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ମୁଖ୍ୟମନ୍ତ୍ରୀ କେଉଁ ଆଧାରରେ କହିଛନ୍ତି ସେ ତାଙ୍କ ଉକ୍ତି ରଖିଛନ୍ତି। ଆମ ମାତୃଭାଷା ବହୁ ପୁରାତନ। ୬ଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଫକୀରମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ, ବଳଦେବ ରଥ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଛନ୍ତି। ସମ୍ପାଦନା ମଣ୍ଡଳୀରେ କିଛି ଜଣାଶୁଣା ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ କେହି ଷଡ଼ଯନ୍ତ୍ର କରିଥାଇପାରେ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲେ କିନ୍ତୁ ଅସ୍ମିତା ହାତରୁ ଖସିଗଲା। ଚାଲି ନଜାଣି ବାଟର ଦୋଷ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ କମିଟି ଗଠନ ହୋଇଥିବ। ଯଦି ଷଡ଼ଯନ୍ତ୍ରର ଗନ୍ଧ ବାରୁଛନ୍ତି ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଭାଷାକୁ ବଦନାମ ମାନେ ଓଡ଼ିଆ ଜାତିକୁ ଅପମାନ । ଭାଷାକୁ ଅପମାନ ଅକ୍ଷମଣୀୟ ଅପରାଧ । ନବୀନଙ୍କ ସରକାରରେ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ହୋଇଥିଲା । ବର୍ତ୍ତମାନ ସରକାର ଏହାକୁ ବଞ୍ଚାଇ ରଖନ୍ତୁ ବୋଲି କହିଛନ୍ତି ଅଶୋକ ପଣ୍ଡା ।

ବିଜେଡି ସହିତ ସ୍ୱର ମିଳାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇ ସେ ଦାବି କରିଛନ୍ତି ଯେ, ଏହି ଷଡ଼ଯନ୍ତ୍ର ପଛରେ କିଏ ଅଛି ଏବଂ ପାଠ୍ୟପୁସ୍ତକ ଛାପିବା ଦାୟିତ୍ୱ କାହାର ଥିଲା ତାହା ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ।

ଶ୍ରୀ ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଏକ ଷଡ଼ଯନ୍ତ୍ର ହୋଇଥିବା ସ୍ୱୀକାର କରିବା ଭଲ କଥା। କିନ୍ତୁ ଏହାର ମାଷ୍ଟରମାଇଣ୍ଡ କିଏ? ତ୍ରୁଟିପୂର୍ଣ୍ଣ ପୁସ୍ତକ କିଏ ଛାପିଲା? ତ୍ରୁଟି ସ୍ୱୀକାର କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।" ତୁରନ୍ତ ତ୍ରୁଟି ସୁଧାରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୁସ୍ତକ ବଣ୍ଟନ କରିବା ସହ ଷ୍ଟେଟ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା 'ଏସସିଇଆରଟି' (SCERT) ଅଧିକାରୀଙ୍କ ସମେତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି ବାହାରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିବା ସହ ଟିକିନିଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଇଂରାଜୀ ଖବରକାଗଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ କମିଟି ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛି। ପୂର୍ବରୁ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଦେଖାଯାଇଥିଲା, କିନ୍ତୁ ଏଥର ତ୍ରୁଟିର ପରିମାଣ ଅସ୍ୱାଭାବିକ ଭାବେ ଅଧିକ ଥିବାରୁ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ, ତେବେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକର ପୁନଃ ମୁଦ୍ରଣ ଖର୍ଚ୍ଚ ଦୋଷୀମାନଙ୍କଠାରୁ ଆଦାୟ କରାଯିବ। ଏହାସହ ଭବିଷ୍ୟତରେ ଯେପରି ଏଭଳି ତ୍ରୁଟିର ପୁନରାବୃତ୍ତି ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।

ସେପଟେ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡ଼ିକ ବଦଳରେ ପିଲାମାନଙ୍କୁ ତୁରନ୍ତ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ। ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଶିକ୍ଷକ, ଅଭିଭାବକ ଏବଂ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି ।

ଇଂରାଜୀ ବହିକୁ ମାଡ଼ିଗଲା ଓଡ଼ିଆ ଅସ୍ମିତା; ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜଦୋଳି ଗୀତ
ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ମାଳମାଳ ତ୍ରୁଟି ପାଇଁ ସବୁ ମହଲରେ ସରକାର ଏବେ ବିଭିନ୍ନ ମହଲରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହାକୁ ସାମାନ୍ୟ ଓ ସାଧାରଣ କଥା ବୋଲି ଉଲ୍ଲେଖ କରି ଢ଼ାଙ୍କିବାକୁ ଉଦ୍ୟମ କରିଥିଲେ ବି ଏହି ପ୍ରସଙ୍ଗ ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ପ୍ରତିଦିନ ଓଡ଼ିଆ ବହିରେ ରହିଥିବା ଭୁଲକୁ ନେଇ ସାମାଜିକ ଗଣମାଧ୍ୟମରେ ନୂଆନୂଆ କଥା ଶୁଣିବାକୁ ମିଳୁଛି। ଏହି କ୍ରମରେ ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜ ଦୋଳିଗୀତ ସ୍ଥାନ ପାଇଥିବା ଜଣା ପଡ଼ିବା ପରେ ଅଭିଭାବକ ଓ ସାଧାରଣ ଲୋକେ ସରକାରଙ୍କୁ ସିଧା ନିଶାଣ କରିଛନ୍ତି। ଓଡ଼ିଆ ଅସ୍ମିତା ଇଂରାଜୀ ଆଡ଼କୁ ମାଡ଼ିଗଲା ବୋଲି ବି ସମାଲୋଚନା କରିଛନ୍ତି। ଏପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷାର ବସ୍ତ୍ରହରଣ କରିଥିବା ବି ଲୋକମାନେ କଟାକ୍ଷ କରିଛନ୍ତି।

ଗୁରୁବାର ଦିନ ତମାମ୍‌ ସାମାଜିକ ଗଣମାଧ୍ୟମରେ ଇଂରାଜୀ ବହିରେ ରଜଦୋଳି ଗୀତର ଭିଡିଓ ଭାଇରାଲ୍‌ ହୋଇଛି। ଜଣେ ଶିକ୍ଷୟତ୍ରୀ ଭିଡିଓକୁ ପ୍ରସ୍ତୁତ କରିଥିବା କୁହାଯାଉଛି। ଇଂରାଜୀ ପୁସ୍ତକରେ ଓଡ଼ିଆ ଭାଷାରେ ରଜଦୋଳି ଗୀତ ସେ କିପରି ପଢ଼ାଇବେ ବୋଲି ପ୍ରଶ୍ନ କରିଛନ୍ତି। ପଞ୍ଚମ ଶ୍ରେଣୀର ଇଂରାଜୀ ପୁସ୍ତକ ‘ପଲ୍ଲଭୀ’ ର ମଧ୍ୟ ଭାଗରେ ଓଡ଼ିଆ ଭାଷାରେ ରଜଦୋଳି ଗୀତ ଲେଖା ହୋଇଥିବା ଲୋକଲୋଚନକୁ ଆସିବା ପରେ ଅନେକ ଅସମାହିତ ପ୍ରଶ୍ନ ଛିଡ଼ା ହୋଇଛି। ଇଂରାଜୀରେ ଲେଖାଯାଇଥିବା ଏନ୍‌ସିଇଆର୍‌ଟି ପୁସ୍ତକକୁ ଏଆଇ ଉପଯୋଗ କରି ଓଡ଼ିଆରେ ଅନୁବାଦ କରାଯାଇଥିବାରୁ ମାଳମାଳ ବନାନ୍‌ ଓ ବାକ୍ୟ ଭୁଲ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଇଂରାଜୀ ବହିରେ ଓଡ଼ିଆ କିପରି ପ୍ରବେଶ କଲା? ଏହା ତ ଏଆଇ ର ଅବଦାନ ହୋଇ ନ ଥିବ!  ଏପରି ଗୁରୁଚଣ୍ଡାଳ ତ୍ରୁଟି କେବଳ ପୁସ୍ତକ ପ୍ରସ୍ତୁତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନମାନୀ ଓ ଖାମଖିଆଲ୍‌ ନୀତି ଦ୍ୱାରା ହିଁ ସମ୍ଭବ।

ରାଜ୍ୟର ପ୍ରାୟ ୫୭ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଜୀବନ ସହ ଖେଳିଥିବା ଏହି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଦାବି ଜୋର୍‌ ଧରିଛି। ଏପରିକି ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି କରିଥିବା ସମସ୍ତ ବରିଷ୍ଠ ଓ ଅଭିଜ୍ଞ (!) ଶିକ୍ଷାବିତ ଏବଂ ଅଧିକାରୀଙ୍କ ଠାରୁ ମୁଦ୍ରଣ ବାବଦକୁ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଭରଣା କରିବାକୁ ଦାବି ତୀବ୍ର ହୋଇଛି। ସାମାଜିକ ଗଣମାଧ୍ୟମରେ ଆବାଳବୃଦ୍ଧବନିତା ସରକାରଙ୍କ ଏପରି ତ୍ରୁଟିକୁ ଅକ୍ଷମଣୀୟ କହିବା ସହ କଠୋର ସମାଲୋଚନା ଜାରି ରଖିଛନ୍ତି।

ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି
ଭୁବନେଶ୍ୱର: ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ପୁସ୍ତକରେ ତ୍ରୁଟି ଓ ଏ ସଂକ୍ରାନ୍ତ ବିବାଦ ରାଜ୍ୟମଧ୍ୟରେ ସୀମିତ ନାହିଁ। ଏହା ଏକ ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଛି। ପ୍ରସିଦ୍ଧ ବୈଜ୍ଞାନିକ ସାର୍‌ ଆଇଜାକ୍‌ ନିୟୁଟନ୍‌ ଜଣେ ପ୍ରସିଦ୍ଧ ପାଇଲଟ୍‌ ଥିଲେ ବୋଲି ଓଡ଼ିଆ ସ୍କୁଲ ବହିରେ ଲିଖିତ ପ୍ରସଙ୍ଗକୁ ନେଇ ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଲଜ୍ଜିତ ଓ ନିନ୍ଦିତ ହୋଇଛି। ଏହାବ୍ୟତୀତ ଅନ୍ୟାନ୍ୟ ତ୍ରୁଟିବିଚ୍ୟୁତିକୁ ନେଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଲହରି ଭାଙ୍ଗୁଛି। ମୁଖ୍ୟମନ୍ତ୍ରୀ ଏହାକୁ ନେଇ ବିଚଳିତ ଥିବା କୁହାଯାଉଛି ଏବଂ ୭ ଦିନରେ ରିପୋର୍ଟ ଦେବାକୁ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ପୁସ୍ତକଗୁଡ଼ିକର ସମୀକ୍ଷା ପାଇଁ ଯେଉଁ ଦୁଇଡ଼ଜନ ଶିକ୍ଷାବିତ୍‌ ଓ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା; ସେମାନେ କ’ଣ କରୁଥିଲେ ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି। ବିଭିନ୍ନ ଉଚ୍ଚ ପଦରେ ଥିବା ଏହି ବିଜ୍ଞ (!) ଶିକ୍ଷାବିତ୍‌ମାନଙ୍କ ତଥାକଥିତ ଜ୍ଞାନ ଓ ପାଣ୍ଡିତ୍ୟ ପାଇଁ ଓଡ଼ିଶା ଯେପରି ଜାତୀୟସ୍ତରରେ ନିନ୍ଦିତ ହେଲା, ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ସିଲାବସ୍‌ ଓ ସମୀକ୍ଷା ପାଇଁ ରାଜ୍ୟ ସରକାର ଏକ କୋର କମିଟି ଗଠନ କରିଥିଲେ। ଦେଶ ଓ ରାଜ୍ୟର ୧୦ ଶିକ୍ଷାବିତ୍‌ଙ୍କ ସମେତ ୧୪ ଜଣ ପ୍ରଶାସନିକ ଅଧିକାରୀ କୋର କମିଟିର ସଦସ୍ୟ ହୋଇଥିଲେ। ମାତ୍ର ବହୁ ଆଡମ୍ବରରେ ଲଘୁକ୍ରିୟା ପରି ଏତେ ଅଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତି ସତ୍ତ୍ୱେ ପ୍ରାୟ ୨ହଜାରରୁ ଅଧିକ ତ୍ରୁଟି ବାହାରିଛି। ଓଡ଼ିଆ ଓ ଇଂରାଜୀ ବନାନ୍‌ ସମେତ ବ୍ୟାକରଣ, ବାକ୍ୟ ଗଠନରେ ମାଳମାଳ ତ୍ରୁଟିକୁ ପାଇଁ ସାରା ଦେଶରେ ଓଡ଼ିଶା ବଦନାମ ମୁଣ୍ଡାଇଥିବାବେଳେ ଏହି କରିତକର୍ମା ଅଧିକାରୀ ଓ ଶିକ୍ଷାବିତଙ୍କ ଦକ୍ଷତା  ଓ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଗଣଶିକ୍ଷା ବିଭାଗର ସଚିବ ଏନ୍‌ ଥିରୁବାଳା ନାଏକ ଏହାର ଅଧ୍ୟକ୍ଷ ରହିଥିଲେ। ସେହିପରି ସଦସ୍ୟ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ, ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ପ୍ରମୁଖ କୋର୍‌ କମିଟିରେ ପ୍ରଶାସନିକ ଅଧିକାରୀ ଭାବେ ସ୍ଥାନ ପାଇଥିଲେ।

କୌତୂହଳର ବିଷୟ ହେଉଛି ଏହି କମିଟିରେ ଭୋପାଳସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ, ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଡ. ଗୋପାଳ ପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷାବିତ୍‌ (ବିଜ୍ଞାନ) ଡ. କିଶୋର ଚନ୍ଦ୍ର ମହାନ୍ତି, ଏନ୍‌ସିଇଆର୍‌ଟିର ମୁଖ୍ୟ ପରାମର୍ଶଦାତା ଡ. ବିନୟ ପଟ୍ଟନାୟକ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ଡ. ସୁଶାନ୍ତ କୁମାର ଦାସ, ଭୁବନେଶ୍ୱର ଏକାମ୍ର କଲେଜର ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଡ. ଲଳିତ କୁମାର ଲେଙ୍କା, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷା ସରୋଜଲକ୍ଷ୍ମୀ ସିଂ, ବରଗଡ଼ ପଦ୍ମପୁର କଲେଜର ଅଧ୍ୟକ୍ଷ ତଥା ଇଂରାଜୀ ବିଶେଷଜ୍ଞ ଡ. ଖଗେଶ୍ୱର ଦାସ,  ମାଇକ୍ରୋବାଇଓଲୋଜୀ ପ୍ରାଧ୍ୟାପକ ଡ. ବଳରାମ ସାହୁ ଏବଂ ଗଞ୍ଜାମ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପଦାର୍ଥ ବିଜ୍ଞାନ ବିଶେଷଜ୍ଞ ଡ. ଗୌରାଙ୍ଗ ମହାନ୍ତି ପ୍ରମୁଖ ଶିକ୍ଷାବିତ ଭାବେ କୋର କମିଟିରେ ରହିଥିଲେ। ମାତ୍ର ଏମାନେ ଯେଉଁ ବହିଗୁଡ଼ିକ ପାଇଁ ସମୀକ୍ଷକ ଥିଲେ, ସେହି ବହି ଛପାହେବାକୁ ଯିବା ପୂର୍ବରୁ ସେମାନଙ୍କୁ ଦେଖାଯାଇ ନ ଥିବା ଅନେକ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଏମାନଙ୍କ ସହ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ସଦସ୍ୟ ସଚିବ ଭାବେ କମିଟିରେ ସ୍ଥାନ ପାଇଥିଲେ। ମାଳମାଳ ନାମକରା ଶିକ୍ଷାବିତ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଓ ସମୀକ୍ଷିତ ପୁସ୍ତକରୁ ୨ହଜାରରୁ ଅଧିକ ତ୍ରୁଟି ବାହାରିବା ପରେ ସେମାନଙ୍କ ଦକ୍ଷତା ଓ କାର୍ଯ୍ୟଦକ୍ଷତା ନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି। ଅପରପକ୍ଷରେ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରି ତଦନ୍ତ କରୁଥିବାବେଳେ ଏହି ସମସ୍ତ ଅଧିକାରୀଙ୍କୁ ଏଯାଏଁ ତଦନ୍ତ ପରିସର ଭୁକ୍ତ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।