Mines Minister's nephew - The Sakala

ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ
ବ୍ରହ୍ମପୁର: ଗୋଳନ୍ଥରା ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ଜନୈକ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ୱଜିତ୍‌ ଜେନାଙ୍କୁ ଗିରଫ କରିଛି ପୁଲିସ। ସମ୍ପୃକ୍ତ ଛାତ୍ରୀଙ୍କୁ ବିଶ୍ୱଜିତ୍‌ ପ୍ରେମ କରୁଥିଲେ ଓ ଶାରୀରିକ ସମ୍ପର୍କ ରଖିବାକୁ ବିଶ୍ୱଜିତ୍‌  ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। ବିଶ୍ୱଜିତ୍‌ଙ୍କ ଚାପ ଓ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀଜଣକ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରୀଙ୍କ ମାମୁ ମଙ୍ଗୁଳୁ ପ୍ରଧାନଙ୍କ ଅଭିଯୋଗ  ପରେ ପୁଲିସ ବିଶ୍ୱଜିତ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍‌ ୨୦ ତାରିଖରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜନୈକା ବିସିଏ ଛାତ୍ରୀଙ୍କୁ ହଷ୍ଟେଲ କୋଠରୀରେ ଝୁଲନ୍ତା ଅବସ୍ଥାରେ ତାଙ୍କ ଭଉଣୀ ଓ ସହପାଠୀ ମାନେ ଦେଖିଥିଲେ। ତୁରନ୍ତ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ମାମୁଙ୍କ ଏତଲା ଆଧାରରେ ଗୋଳନ୍ଥରା ଥାନାରେ କେସ ନମ୍ବର ୨୨୬/୨୦୨୬ ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ ଅନୁଯାୟୀ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା ଅଭିଯୋଗରେ ମୃତ ଛାତ୍ରୀଙ୍କ ପ୍ରେମିକ ବିଶ୍ୱଜିତ୍‌ ଜେନାଙ୍କୁ ଗିରଫ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଛାତ୍ରୀଙ୍କ ବ୍ୟବଚ୍ଛେଦ କରାଯାଇଛି । ବିଶ୍ୱଜିତ୍‌ ବ୍ୟବହାର କରୁଥିବା ମୋବାଇଲ ଫୋନ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ଉପକରଣ ମଧ୍ୟ ଜବତ କରାଯାଇଛି।

ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ଖଣିମନ୍ତ୍ରୀ ବିଭୂତି  ଜେନାଙ୍କ ପୁତୁରା  ବିଶ୍ୱଜିତ୍‌ ଜେନା ହିଁ ମୁଖ୍ୟ ଅଭିଯୁକ୍ତ । ପ୍ରେମ ଓ ପ୍ରତାରଣା ପାଇଁ ହିଁ ଛାତ୍ରୀଜଣକ ମାନସିକ ଭାରସାମ୍ୟ ହରାଇଛନ୍ତି। ଛାତ୍ରୀଙ୍କ ବଡ଼ଭଉଣୀ କହିଛନ୍ତି ଯେ ବିଶ୍ୱଜିତ୍‌ ତାଙ୍କ ଭଉଣୀକୁ ଭଲ ପାଉଥିଲେ ଓ ବିବାହ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗତ କିଛିମାସ ହେଲା ବିଶ୍ୱଜିତ୍‌ ତାକୁ ମାନସିକ ନିର୍ଯାତନା ଦେଉଥିଲା। ଶୁକ୍ରବାର ରାତିରେ ବିଶ୍ୱଜିତ୍‌ ତାକୁ ବାହାରକୁ ଡ଼ାକିଥିଲା ଓ ଶନିବାର ସକାଳେ ତାର ଝୁଲନ୍ତା ଶବ ମିଳିଥିଲା। ତାଙ୍କ ଭଉଣୀର ମୃତ୍ୟୁ ପାଇଁ ବିଶ୍ୱଜିତ୍‌ ସମ୍ପୂର୍ଣ୍ଣ ଦାୟୀ। ସେହିପରି ତାଙ୍କର ମାମୁ କହିଛନ୍ତି ଯେ ତାଙ୍କ ଭାଣିଜୀ ପ୍ରେମ ବ୍ୟାପାରକୁ ନେଇ ମାନସିକ ଚାପରେ ରହିଥିଲା। ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟା। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱଜିତ ଜେନାଙ୍କ ସହିତ ସମ୍ପୃକ୍ତ ଛାତ୍ରୀଙ୍କର ପ୍ରେମ ସମ୍ପର୍କ ଥିଲା। ଏହାର ସୁଯୋଗରେ ସେ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେଣୁ ଶ୍ରୁତିଙ୍କୁ ଆତ୍ମହତ୍ୟା କରିବାକୁ ବିଶ୍ୱଜିତ୍‌ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ  ଗୋପାଳପୁର ବିଧାନସଭା କ୍ଷେତ୍ର ସହ ସମଗ୍ର ଗଞ୍ଜାମ ଜିଲ୍ଲାରେ ରାଜନୀତି ତେଜିଛି । ପୂର୍ବରୁ ମନ୍ତ୍ରୀଙ୍କ ଅନେକ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅପରାଧିକ ଅଭିଯୋଗ ଆସିଥିବାବେଳେ ଏବେ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି ।

କେବଳ ପୁତୁରା ବିଶ୍ୱଜିତ୍‌ ନୁହେଁ, ଏହା ପୂର୍ବରୁ ଅନ୍ୟଜଣେ ପୁତୁରା ଦୀପକ ଜେନା ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆସିଥିଲା। ବ୍ରହ୍ମପୁରର ଜନୈକ ଆଇନଜୀବୀଙ୍କ ପରିବାର ସଦସ୍ୟଙ୍କ ଉପରେ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ ଘଟଣାରେ ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ଦୀପକ ଜେନାଙ୍କ ସମେତ ମୋଟ ୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲେ ହେଁ ଚାର୍ଜସିଟ୍‌ରୁ ଦୀପକଙ୍କ ନାମ ବାଦ ଦିଆଯାଇଥିଲା। ଅନୁରୂପ ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜନୈକ ଛାତ୍ରଙ୍କୁ ମନ୍ତ୍ରୀଙ୍କ କିଛି ଘନିଷ୍ଠ ଅନୁଗତ ସଂଘବଦ୍ଧ ଆକ୍ରମଣ କରିଥିବା ଓ ଏହି ଘଟଣାରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତଦୁନ ପାତ୍ରଙ୍କ ସମେତ ମୋଟ ୧୧ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।  ନିୟମିତ ବ୍ୟବଧାନରେ  ଭିନ୍ନ ଭିନ୍ନ ଘଟଣାରେ ମନ୍ତ୍ରୀଙ୍କ ପରିବାର ସଦସ୍ୟ ଅଥବା ତାଙ୍କର ନିକଟତମ ବ୍ୟକ୍ତିମାନଙ୍କ ବିରୋଧରେ ଅଭିଯୋଗ ହୋଇଥିବାବେଳେ ବର୍ତ୍ତମାନ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ତାଙ୍କ ପୁତୁରାର ସମ୍ପୃକ୍ତିଥିବା ଅଭିଯୋଗ ହୋଇଛି ।