Traffic Rule Violate - The Sakala
ଭୁବନେଶ୍ୱର:  ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ (ଓୟୁପି) ଧାରାରେ ରାଜଧାନୀରେ ଇ-ଚାଲାଣ କାଟୁଛି କମିସନରେଟ୍‌‌ ପୁଲିସ। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ପାରମ୍ପରିକ ଭାବେ ହାତରେ କଟାଯାଇଥିବା ଚାଲାଣ (ମାନୁଆଲ)କୁ ହଟାଯାଇ ଇ-ଚାଲାଣ କଟାଯାଉଛି। ଫଳରେ ଜରିମାନା ଆଦାୟରେ ସ୍ୱଚ୍ଛତା ଆସିବ ବୋଲି ପୁଲିସ ଆଶା ରଖିଛି। ଏଥିସହ ‘୫-ଟି’ ଯୋଡ଼ି ହେବା ପରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛି କମିସନରେଟ୍‌‌ ପୁଲିସ। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। ଏଣୁ ନ୍ୟାସନାଲ ଇନ୍‌‌ଫରମେଟିକ୍‌‌ ସେଣ୍ଟର(ଏନ୍‌‌ଆଇସି) ଉକ୍ତ ସଫ୍ଟୱେର୍‌‌ ପ୍ରସ୍ତୁତ ହୋଇଛି। ଏହା ଇ-ଚାଲାଣ ମେସିନ୍‌‌ରେ ଅପଲୋଡ୍‌‌ କରାଯିବ। ଫଳରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି।
ସେହିପରି ରାଜଧାନୀରେ ବିନା ହେଲ୍‌‌ମେଟ, ବେଆଇନ ପାର୍କିଂ, ରଙ୍ଗ୍‌‌ରୁଟ୍‌‌ ଓ ଫୋନ୍‌‌ରେ ଗପିବା ଆଦିରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ୫୦୦ ଟଙ୍କା ନେଉଥିଲେ ପୁଲିସ କର୍ମଚାରୀ। ସେମାନେ ମାନୁଆଲ ଚାଲାଣ କାଟୁଥିବାରୁ ୧୦୦ ଟଙ୍କା ଚାଲାଣ କାଟି ବଳକା ୪୦୦ ଟଙ୍କା ଚଳୁ କରୁଥିବାର ଅଭିଯୋଗ ହୋଇଥିଲା। କାରଣ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗିଲେ ୫୦ ଟଙ୍କା ଠାରୁ ସର୍ବାଧିକ ୧ ହଜାର ଟଙ୍କା ଯାଏଁ ଚାଲାଣ କାଟିପାରିବ ପୁଲିସ। ଏଣୁ ନିୟମ ଖିଲାପକାରୀଙ୍କ ଠାରୁ ମୋଟା ଆକାରର ଜରିମାନା ନେଇ କିଛି ଟଙ୍କା ଚାଲାଣ ବାବଦରେ ପୁଲିସ ଦେଇଦେଉଥିବା ଅଭିଯୋଗ ହୋଇଥାଏ। ଇ-ଚାଲାଣ ହେବା ଦ୍ୱାରା ଚାଲାଣ କାଟିବା ସହ ଜରିମାନା ଆଦାୟରେ ସ୍ୱଚ୍ଛତା ଆସୁଛି। ଏଥିରେ ଟ୍ରାଫିକ ବ୍ୟବସ୍ଥାରେ ସରଳୀକରଣ କରିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି।
ଏସବୁ ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ
ରାସ୍ତାର ନିୟମ ଭାଙ୍ଗିବା, ପଶୁଙ୍କ ପ୍ରତି ଅସୁବିଧା ସୃଷ୍ଟି କରିବା, ରାସ୍ତାରେ ଅସୁବିଧା ସୃଷ୍ଟି କରିବା, ପଶୁଙ୍କୁ ବିକ୍ରି କରିବା ଲାଗି ପ୍ରଦର୍ଶନ କରିବା, ଫୁଟ୍‌‌ପାଥ ଅବରୋଧ କରିବା, ସର୍ବସାଧାରଣରେ ଅପରାଧମୂଳକ କାର୍ଯ୍ୟ କରିବା, ଉର୍ଦ୍ଦିଷ୍ଟ କୂଅକୁ ଅପବିତ୍ର କରିବା, ସର୍ବସାଧାରଣରେ ଦୁର୍ବ୍ୟବହାର କରିବା, ଗାଧେଇବା ଲାଗି ଲୋକେ ଆସୁଥିବା ରାସ୍ତାକୁ ଅବରୋଧ କରିବା, ଶାନ୍ତି ଭଙ୍ଗ କରିବା ନିମନ୍ତେ ଉସ୍‌‌କେଇବା, ସଡ଼କ ମଝିରେ ନିଆଁ ଲଗାଇବା, ରାସ୍ତା ମଝିରେ ମଦ୍ୟପାନ, ସରକାରୀ ସମ୍ପତ୍ତିର ବିନା ଅନୁମତିରେ ନୋଟିସ୍‌‌ ଲଗାଇବ ଏବଂ ସରକାରୀ ଅଫିସ୍‌‌ ସାମ୍‌‌ନାରେ ବେଆଇନ୍‌‌ ପାର୍କିଂ କରିବା ଆଦି ନିୟମକୁ ଭାଙ୍ଗିଲେ ପୁଲିସ ଜରିମାନା ଆଦାୟ କରିବ ବୋଲ ସୂଚନା ମିଳିଛି।
ସାଇକଲ ଚଳାଇବା ବେଳେ ଫୋନ୍‌‌ରେ ଗପିଲେ ବି ଫସିବେ
ରାଜଧାନୀରେ ସାଇକଲ ଚଳାଇବା ସମୟରେ ଫୋନ୍‌‌ରେ କଥା ହେଉଥିବା ସମୟରେ ପୁଲିସ ହାତରେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ। ଫୋନ୍‌‌ରେ କଥା ହେଉଥିଲେ ପୁଲିସ କବଳରୁ ବର୍ତ୍ତିପାରିବେନି ଅମାନିଆ। ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବ ପୁଲିସ। ପୂର୍ବରୁ ଏହି ଆଇନ ଥିଲେ ମଧ୍ୟ ଏହାକୁ ଲାଗୁ କରାଯାଉ ନ ଥିଲା। ମାତ୍ର ସାଇକଲ ଚଳାଉଥିବା ବ୍ୟକ୍ତି ମୋବାଇଲ୍‌‌ ଫୋନ୍‌‌ରେ କଥା ହେବାରୁ ଦୁର୍ଘଟଣାରେ ଜୀବନ ଯାଉଛି।
ରାଜଧାନୀରେ ଗଡୁଛି ନକଲି ନମ୍ବର ପ୍ଲେଟର ଗାଡି, ଟ୍ରାଫିକ ଚାଲାଣ କଟୁଛି ମୃତ ବ୍ୟକ୍ତିଙ୍କ ନାଁରେ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୃତ ବ୍ୟକ୍ତିଙ୍କ ନାଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟିଛି ଚାଲାଣ । ମୃତ ବ୍ୟକ୍ତିଜଣକ ହେଲେ ତମାଣ୍ଡ ଗାଁର ସୁଦାମ ପ୍ରଧାନ ଏବଂ ତାଙ୍କ ନାମରେ ପୋଲିସ କାଟିଛି ଚାଲାଣ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ମୃତ ବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ ।
ମୃତବ୍ୟକ୍ତିଙ୍କ ପୁଅଙ୍କ ସୂଚନା ଅନୁଯାୟୀ, ଯେଉଁ ଗାଡି ନାଁରେ ପୁଲିସ ଚାଲାଣ କାଟିଛି ତା’ର ନମ୍ବର ହେଉଛି OD-02-5725, ଯାହା ତାଙ୍କ ନିଜର । ମାତ୍ର ସେହି ନମ୍ବର ରେ ଏକ ନକଲି ନମ୍ବର ପ୍ଲେଟ କରି ଟ୍ରାଫିକ ନିୟମ ଉଲଂଘନ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ଠାରୁ ଫାଇନ୍ ଆଦାୟ ହେଉ ବୋଲି ମୃତବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ କହିଛନ୍ତି ।
ସୂଚନା ଅନୁସାରେ, OD-02-5725 ନମ୍ୱର ବିଶିଷ୍ଟ ଗାଡ଼ିଟି ଗତ ୧ ବର୍ଷ ହେବ ଭଙ୍ଗା ଦଦରା ଅବସ୍ଥାରେ ଘରେ ପଡ଼ିରହିଥିବା ନେଇ ପୁଅ କହିଛନ୍ତି ଯାହା ନାଁରେ ପୁଲିସ ଚାଲାଣ କାଟିଛି । ତେବେ ସମାନ ନମ୍ୱର ଥିବା ଗାଡ଼ିଟି ହେଉଛି ହୋଣ୍ଡା ୟୁନିକର୍ଣ୍ଣ । ଯେଉଁଥରେ ଯୁବକ-ଯୁବତୀ ଯାଉଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିିଥିଲେ । ଯେଉଁଥିଲାଗି ଚାଲାଣ କଟାଯାଇଥିବା ଜଣାପଡ଼ିଛି । ତେବେ ସେହି ଗାଡ଼ିର ମଧ୍ୟ ସମାନ ନମ୍ୱର ଥିବା ବେଳେ ସେମାନେ ନକଲି ନମ୍ୱର ପ୍ଳେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି । ଏହାପରେ ଉକ୍ତ ନକଲି ନମ୍ୱର ପ୍ଳେଟ୍ ଧାରୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ବୋଲି ପୁଅ ପ୍ରଭାତ ପ୍ରଧାନ କହିଛନ୍ତି ।
ଟ୍ରାଫିକ୍‍ ଅମାନିଆଙ୍କୁ ଚରମ ଚେତାବନୀ; କୋର୍ଟରୁ ଆସିବ ଡକରା, ଜାରିହେବ ୱାରେଣ୍ଟ
ଭୁବନେଶ୍ୱର: ଟ୍ରାଫିକ୍‌ ଉଲ୍ଲଙ୍ଘନ କଲେ ଘରକୁ ଯାଉଛି ଇ-ଚାଲାଣ। କିନ୍ତୁ ଉଲ୍ଲଂଘନକାରୀ ଟଙ୍କା ପୈଠ କରୁନାହାନ୍ତି। ତେଣୁ ଉଲ୍ଲଂଘନକାରୀଙ୍କ ଉପରେ ଗଡୁଛି କୋଟିକୋଟି ଟଙ୍କାର ଇ-ଚାଲାଣ। ତେଣୁ ଆମନିଆଙ୍କ ନିକଟରୁ ଟଙ୍କା ଆଦାୟ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ। ଜରିମାନା ପୈଠ ନ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ପୁଲିସ। କମିସନରେଟ ପୁଲିସ କାର୍ଯ୍ୟାଳୟରେ ଜରିମାନା ଟଙ୍କା ଜମା ନ କଲେ ପୁଲିସ କୋର୍ଟକୁ ପ୍ରସିକ୍ୟୁସନ ରିପୋର୍ଟ ପଠାଇବ। ଉକ୍ତ ରିପୋର୍ଟକୁ ଆଧାର କରି କୋର୍ଟରୁ ଆମାନିଆଙ୍କ ଠିକଣାରେ ସମନ୍‍ ପହଞ୍ଚିଯିବ। ଏହାକୁ ଅମାନ୍ୟ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଗିରଫ ପରୱାନା (ୱାରେଣ୍ଟ୍‍) ଜାରି କରାଯିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କମିସନରେଟ ପୁଲିସ କାର୍ଯ୍ୟ କରୁଛି। ବିନା ହେଲମେଟ୍‍, ବାଇକରେ ୩ଜଣ ବସିବା, ରଙ୍ଗ୍‍ରୁଟ୍‍ ରେ ଗାଡ଼ି ଚାଳନା, ସିଟ୍‍ବେଲ୍ଟ ନ ବାନ୍ଧିବା ଓ ଫୋନ୍‍ ରେ ଗପିବା ଏବଂ ରେଡ୍‍ଲାଇଟ୍‍ ଉଲ୍ଲଙ୍ଘନକରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ତେବେ ଜରିମାନା ଆଦାୟରେ ସ୍ୱଚ୍ଛତା କରିବା ଲାଗି କମିସନରେଟ ପୁଲିସ ଇ-ଚାଲାଣ ବ୍ୟବସ୍ଥା କରିଥିଲା। ଏଥିସହିତ ସହରରେ ଲାଗିଥିବା ୫୦୦ରୁ ଊର୍ଦ୍ଧ୍ବ ସିସିଟିଭି ଜରିଆରେ ମଧ୍ୟ ଅମାନିଆଙ୍କୁ ଚିହ୍ନଟ କରାଯାଉଛି। ପରବର୍ତ୍ତୀ ସମୟରେ ଗାଡ଼ି ଚାଳକଙ୍କ ଠିକଣାରେ ଇ-ଚାଲାଣ ପଠାଯାଉଛି। ମାତ୍ର ଗାଡ଼ି ଚାଳକ ଏହାକୁ ବେଖାତିର କରୁଛନ୍ତି। ଜରିମାନା ପୈଠ ନ କରି ମାସମାସ ଧରି ସେମାନଙ୍କ ନାଁରେ ଚାଲାଣ କଟୁଛି। ତେବେ ବର୍ତ୍ତମାନ ସୁଦ୍ଧା ୧୨ କୋଟି ଟଙ୍କାର ଚାଲାଣ ଗଡ଼଼ୁଛି ବୋଲି ସୂଚନା ମିଳିଛି। ଚାଲାଣ ଦେଇ ନ ଥିବା ଲୋକଙ୍କ ଘରକୁ ନୋଟିସ୍‍ ବାରମ୍ବାର ପଠାଯାଉଥିଲେ ମଧ୍ୟ ସେମାନେ ଏହାକୁ ଖାତିରି ନ କରିବା ସହ ଜରିମାନା ପୈଠ ମଧ୍ୟ କରୁନାହାନ୍ତି। ତେଣୁ କମିସନରେଟ ପୁଲିସ ଜରିମାନା ଟଙ୍କା ଆଦାୟ ଲାଗି କୋର୍ଟର ସାହାରା ନେବା ସହ ନୂଆ ଯୋଜନା କରିଛି। ଏହିମର୍ମରେ ୨୦୨୦ ଜାନୁଆରୀ ପହିଲାରୁ ଚଳିତବର୍ଷ ଅଗଷ୍ଟ ୨ ଯାଏଁ ଗୋଟିଏ ମାସ ଭିତରେ ଇ-ଚାଲାଣ ଟଙ୍କା ପୈଠ କରି ନ ଥିବା ଅମାନିଆଙ୍କ ଘରକୁ ଭୁବନେଶ୍ୱର ଏସ୍‍ଡିଜେଏମ୍‍ କୋର୍ଟ ଜରିଆରେ ସମନ୍‍ ପହଞ୍ଚିଯିବ। ତେବେ ଅଗଷ୍ଟ ୨ରେ ଯେଉଁସବୁ ଇ-ଚାଲାଣ କଟିଥିବ ମାସେ ଭିତରେ ଜରିମାନା ଟଙ୍କା ପୈଠ ନକଲେ ନୂଆ କରି କଟକର ଖୋଲିଥିବା ଜେଏମ୍‍ଏଫ୍‍ସି(ପରିବହନ) କୋର୍ଟ ଜରିଆରେ ଘରେ ସମନ୍‍ ପହଞ୍ଚିଯିବ। ଏହାପରେ ଜରିମାନା ପୈଠ କରିବା ବାଧ୍ୟତାମୂଳକ କରାଯାଇଛି। ନଚେତ୍‍ ଗାଡ଼ି ଥିବା ବ୍ୟକ୍ତି ବିରୋଧରେ ୱାରେଣ୍ଟ୍‍ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଜଣେ ଜଣେ ଲୋକଙ୍କ ନାଁରେ ୨୦ରୁ ୩୦ହାଜର ଲେଖାଏଁ ଚାଲାଣ ଗଡୁଛି। ସେମାନେ ଟଙ୍କା ପୈଠ କରୁନାହାନ୍ତି। ଆବଶ୍ୟକସ୍ଥଳରେ ଧରାପଡ଼ିଲେ ଗାଡ଼ିଗୁଡିକ ଥାନାକୁ ଟଣାଯାଉଛି। ଏହାପରେ ସେମାନେ ଟଙ୍କା ବକେୟା ଟଙ୍କା ପୈଠ କରି ଗାଡ଼ି ମୁକୁଳାଉଛନ୍ତି। ମାତ୍ର ଟଙ୍କା ଗଡୁଥିବା ଗାଡ଼ିଚାଳକ ଗଳି ରାସ୍ତା ଦେଇ ଖସିଯାଉଛନ୍ତି। ଯଦିବି ଧରାପଡ଼ୁଛନ୍ତି ଭୟରେ ଟଙ୍କା ଦେଇ ମୁକୁଳିଯାଉଛନ୍ତି। ସେହିପରି ଆଉ କିଛି ଅମାନିଆ ଚାଲାଣ ଟଙ୍କା ପୈଠ କରିବାର ସପକ୍ଷରେ ନାହାନ୍ତି। ଗାଡ଼ି ବିକ୍ରି ହେବା ପରେ ଯାହା ବି କିଛି ଟଙ୍କା ଥିବା ଜରିମାନା ଦେବାକୁ ମନସ୍ଥ କରିଥିବାବେଳେ ଆଉ କିଛି ବ୍ୟକ୍ତି ଗାଡ଼ି ପୁରୁଣା ହୋଇଗଲାଣି କହି ଜରିମାନା ଅର୍ଥ ନ ଦେବା ଲାଗି ଦିନ ଗଡ଼଼ାଇ ଚାଲିଛନ୍ତି। ତେଣୁ କମିସନରେଟ ପୁଲିସର ନୂଆ ଯୋଜନା ପରେ ଅମାନିଆ ନାଁରେ ଗଢ଼ୁଥିବା କୋଟିକୋଟି ଟଙ୍କା ଆଦାୟ କରାଯିବ ବୋଲି ପୁଲିସ ଆଶା ରଖିଛି।
ଟ୍ରାଫିକ ନିୟମକୁ ଉଲଙ୍ଘନ କରୁଛନ୍ତି ଖୋଦ ପୋଲିସ ବାବୁ, ବିନା ହେଲମେଟ୍ ରେ ଯାଉଛନ୍ତି ୩ କର୍ମଚାରୀ
ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳବେଡା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ସଧାରଣ ଜନତାଙ୍କ ଠାରୁ ହେଲମେଟ୍ , ମାସ୍କ ଏବଂ ମଟରସାଇକେଲରେ ତିନି ଜଣିଆ ଯାତାୟତ ପାଇଁ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବା ଖୋଦ ପୋଲିସ କର୍ମଚାରୀ ବିନା ହେଲମେଟ୍ ରେ ତିନି ଜଣିଆ ଭାବେ ମଟର ସାଇକେଲ ନମ୍ବର ଓଆର ୧୯ ଏନ ୮୮୮୩ ରେ ତାଳଚେର ହାଟତୋଟା ଆଡୁ ତାଳବେଡା ସ୍ଥିତ ବାରେକ୍ ଆଡକୁ ଗତି କରୁଥିଲେ । ଯେଉଁଠି ହେଲମେଟ୍ ପରିଧାନ , ମାସ୍କ ପରିଧାନ ଏବଂ ତିନି ଜଣିଆ ମଟର ସାଇକେଲ ଚାଳନା ନକରିବା ପାଇଁ ସରକାର ନିୟମ ପ୍ରଣୟନ କରିବା ସହ ଉଲଙ୍ଘନ କାରୀଙ୍କ ପାଇଁ ଜୋରିମାନାର ବ୍ୟବସ୍ଥା କରାଯାଇଛି ସେଠାରେ ସଧାରଣ ଲୋକଙ୍କୁ ଜଗୁଥିବା ପୋଲିସ କର୍ମଚାରୀ ଖୋଦ ନିୟମର ଉଲଙ୍ଘନ କରିବା ଘଟଣା ସାଧାରଣରେ ନିନ୍ଦାର ବିଷୟ ପାଲଟିଛି । ତେଣୁ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ଜୋର ଧରୁଛି ।