Cyber Lootera - The Sakala

ରାଜଧାନୀରେ ଚାଞ୍ଚଲ୍ୟ; ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟି ନେଲେ ଅଦୃଶ୍ୟ ଠକ, ୧୦ ଦିନ ଧରି ରଖିଥିଲେ ଗୃହବନ୍ଦୀ..
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ସାଇବର ଲୁଟେରା ଜାଲରେ ବରିଷ୍ଠ ନାଗରିକ। ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟି ନେଲେ ଅଦୃଶ୍ୟ ଠକ। ସାଇବର ଠକଙ୍କ ଦ୍ୱାରା ଡିଜିଟାଲ ଆରେଷ୍ଟ ହେଲେ ବରିଷ୍ଠ ନାଗରିକ। କଷ୍ଟମ ବିଭାଗ ଅଧିକାରୀ ପରିଚୟ ସହ ମନି ଲଣ୍ଡ୍ରିଂ ହୋଇଥିବା କହି କରିଥିଲେ ଡିଜିଟାଲ ଆରେଷ୍ଟ୍ । ୧୦ ଦିନ ଧରି ସାଇବର ଠକ କରିଥିଲେ ଗୃହ ବନ୍ଦୀ । ଦୁଇଟି ଫେଜରେ ଦେଢ଼ କୋଟି ଟଙ୍କା ଲୁଟିଲେ ସାଇବର ଫ୍ରଡ। ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି।

ପୁଲିସ ନାଁ କହି ଲୁଟିନେଲେ ଅଦୃଶ୍ୟ ଠକ: ଘର ଭିତରେ ବନ୍ଦୀ କରି ରଖିବାସହ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା
ଭୁବନେଶ୍ବର: ପୁଲିସ ନାଁ କହି ଲୁଟିନେଲା ଠକ। ରାଜଧାନୀରୁ ଫିଲ୍ମ ଷ୍ଟାଇଲରେ ସାଇବର ଲୁଟ।  ନିଜକୁ ପୁଲିସ ଅଫିସରର ପରିଚୟ ଦେଇ ସଫ୍ଟୱାର ଇଞ୍ଜିନିୟରଙ୍କୁ ଘର ଭିତରେ ୩ ଦିନ ଧରି ବନ୍ଦୀ କରିକି ରଖିଲେ। ଅପରାଧୀ ଦର୍ଶାଇ ତାଙ୍କୁ ଟଙ୍କା ଦେଇ ସମାଧାନର ସୂତ୍ର ବି ଦେଲେ।  ଘର ଭିତରେ ନିଜ ପତ୍ନୀ ଓ ଛୁଆଙ୍କ ସହ ଥାଇ ମଧ୍ୟ ତାଙ୍କୁ ଏକୁଟିଆ ନ ରହିଲେ ଗିରଫ କରିବାକୁ ଧମକ ଦେଲ ।  ସ୍କାଇପିରେ ଭିଡ଼ିଓ କଲ କରି, ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଲୁଟ କଲେ ସାଇବ ଲୁଟେରା।  ଆକାଉଣ୍ଟରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟ କରିବା ପରେ ବି ଲୁଟେରାଙ୍କ ଦୌରାତ୍ମ କମି ନ ଥିଲା। ପାର୍ଶଲ ଆସିଛି ଯେଉଁଥିରେ ଡ୍ରଗସ୍ ଯାଉଥିଲା କିମ୍ବା ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ଲୋନ କରାଯାଇଛି ବୋଲି ଅଦୃଶ୍ୟ ଠକ କହିଥିଲେ।  ଯାହାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଛି କହି ଛୁ ମାରିଛି ସାଇବର ଲୁଟେରା।

ସେୟାର ବଜାରରେ ନିବେଶ ନାଁରେ ଠକେଇ ମାମଲା: ୬ ସାଇବର ଲୁଟେରା ଗିରଫ
ଭୁବନେଶ୍ୱର: ସେୟାର ବଜାର ଟ୍ରେଡିଂ ନାଁରେ ଠକେଇ ମାମଲାରେ ୬ ସାଇବର ଠକ ଗିରଫ । ତାମିଲନାଡ଼ୁ ଓ ଗୁଜରାଟରୁ ୬ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ଆୟ ଲୋଭ ଦେଖାଇ ଅନଲାଇନ୍ ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ ଏହି ଠକ। ହ୍ୱାଟ୍ସଆପ୍‌ରେ ‘GSQT’ ଓ ‘IBGINON’ ନାଁରେ ଖୋଲିଥିଲେ ଟ୍ରେଡିଂ ଗ୍ରୁପ୍ । ଗିରଫ ୬ ସାଇବର ଲୁଟେରା ଦେଶବ୍ୟାପୀ ଏଭଳି ସ୍କାମ୍‌ରେ ସମ୍ପୃକ୍ତ ସୂଚନା । ଗିରଫ ଅଭିଯୁକ୍ତମାନେ ହେଲେ ତାମିଲନାଡୁର ଅରୁଣ ସାଜୁ, ସେନୁ ଆର ଓ ଭାସୁ ଜେ ଏବଂ ଗୁଜୁରାଟର ଜାମିନ କୁକଡେଜା ମେଘରାଜଭାଇ,ବ୍ରଜେଶ ଦୟାଭାଇ ସାଥିଆ ଏବଂ ଉଦୟ ରମେଶଭାଇ।

ଭୁବନେଶ୍ବରର ଜଣେ ବାସିନ୍ଦା ସେୟାର ବଜାର କାରବାରରେ ଆଗ୍ରହ ଥିବାରୁ ସେ ସୋସିଆଲ ମିଡିଆରେ ନିବେଶର ସୁଯୋଗ ଖୋଜିଥିଲେ। ଏହାର ସୁଯୋଗ ନେଇ ସାଇବର ଲୁଟୋମାନେ ସେୟାର ବଜାରରେ ନିବେଶ ପାଇଁ ହ୍ବାଟ୍ସ ଆପ୍ ଲିଙ୍କ ମାଧ୍ୟମରେ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ । ପରବର୍ତ୍ତି ସମୟରେ ସାଇବର ଲୁଟେରା ତାଙ୍କ ଠାରୁ ୭୧.୯୫ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଠକେଇର ଶିକାର ହୋଇଥିବା ସମ୍ପୃକ୍ତ ବ୍ୟକ୍ତି ଜାଣିବା ପରେ ଏ ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ।

ଡାର୍କ ୱେବ୍‌ରେ ଅଙ୍ଗପ୍ରତ୍ୟଙ୍ଗ- ବ୍ଲଡ୍‌ ଗ୍ରୁପ୍‌ ତଥ୍ୟ ବିକି କୋଟି କୋଟି ଟଙ୍କା କମାଉଛନ୍ତି ହ୍ୟାକର୍ସ
ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର କାରବାରଠାରୁ ଆରମ୍ଭ କରି ସମସ୍ତ ଗୋରଖ ଧନ୍ଦାର ଆସର ପାଲଟିଛି ଏହି ଡାର୍କ ୱେବ୍‌।

ଗତ ୨୩ ତାରିଖରେ ହ୍ୟାକର୍ସ ଦିଲ୍ଲୀ ଏମ୍ସ ସର୍ଭରରେ ଆଟାକ୍‌ କରିଥିଲେ। ଏହି ସର୍ଭରକୁ ଠିକ୍‌ କରିବା ପାଇଁ ସେମାନେ ୨୦୦ କୋଟି ଟଙ୍କା ମାଗିଥିଲେ। ଏହି ଅର୍ଥକୁ କ୍ରିପ୍ଟୋ କରେନ୍ସିରେ ପୈଠ କରିବାକୁ କହିଥିଲେ। ହ୍ୟାକିଂ ବିଷୟରେ ଜଣାପଡିବା ପୂର୍ବରୁ ହ୍ୟାକର୍ସ ଏମ୍ସର ୬ ହଜାରରୁ ଅଧିକ କମ୍ପ୍ୟୁଟର ହ୍ୟାକ କରି ପ୍ରାୟ ୪ କୋଟି ରୋଗୀଙ୍କ ତଥ୍ୟ ଚୋରି କରି ନେଇଥିଲେ। ଏଥିରେ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସମେତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ତଥ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସରେ ଟିକା ନେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିକିତ୍ସା ମଧ୍ୟ ଏଠାରେ ହୋଇଥିଲା। ଏମ୍ସ ଡାଟାବେସ୍‌ରେ ବରିଷ୍ଠ ଅଧିକାରୀ, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀଙ୍କ ବ୍ୟକ୍ତିଗତ ସୂଚନା, ରକ୍ତଦାତା, ଆମ୍ବୁଲାନ୍ସ, ଟିକାକରଣ, ରକ୍ଷଣାବେକ୍ଷଣ କରୁଥିବପା କର୍ମଚାରୀଙ୍କ ମଧ୍ୟ ସୂଚନା ଥିଲା।

ଆଇଟି କମ୍ପାନୀ ନର୍ଡଭିପିନର ଅଧ୍ୟୟନରୁ ଜଣାପଡିଛି ଯେ ୬ ଲକ୍ଷ ଭାରତୀୟଙ୍କ ଡାଟା ସହିତ ବିଶ୍ବର ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମ୍ବେଦନଶୀଳ ତଥ୍ୟ ହ୍ୟାକ କରି ବଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ଏ ପର୍ଯ୍ୟନ୍ତ ଏହି ବଜାରରେ ବିକ୍ରି କରାଯାଇଥିବା ତଥ୍ୟରେ ଭାରତୀୟଙ୍କ ୧୨ ପ୍ରତିଶତ ବ୍ୟକ୍ତିଗତ ସୂଚନା ସାମିଲ ରହିଛି। ଜଣେ ବ୍ୟକ୍ତିଙ୍କ ଡାଟା ୫.୯୫ ଡଲାର ଅର୍ଥାତ୍‌ ୪୯୦ ଟଙ୍କାରେ ବିକ୍ରି କରାଯାଇଛି। ବଟ୍‌ ମାର୍କେଟରେ ଅନ୍‌ଲାଇନରୁ ଚୋରି କରାଯାଇଥିବା ଡାଟା ବିକ୍ରି କରାଯାଇଥାଏ। ଏହି ତଥ୍ୟରେ ବ୍ୟକ୍ତିଙ୍କ ଲଗିନ ସୂଚନା, କୁକିଜ, ଡିଜିଟାଲ ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟ ସୂଚନା ସାମିଲ ରହିଛି।

ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି ଆଳରେ ୭ ଜଣଙ୍କୁ ଠକେଇ
ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଠକ ତାଙ୍କୁ ନିଜକୁ ପୁଲିସ ଡିଏସ୍‍ପି ଥିବା ପରିଚୟ ଦେଇଥିଲେ। ଏପରିକି ଅଭିଯୁକ୍ତ ଏକ ପୁଲିସ ପୋଷାକ ପିନ୍ଧିଥିବା ଫଟୋ, ଆଇକାର୍ଡ ଏବଂ ଅନ୍ୟାନ୍ୟ ନକଲି ପରିଚୟପତ୍ର ପଠାଇଥିଲେ। ଏହାକୁ ଦେଖିବା ପରେ କାଜଲ ତାଙ୍କୁ ପ୍ରଥମେ ୩୦ ହଜାର ଦେଇଥିଲେ। ପରେ ପୁଲିସ ଆଇକାର୍ଡ କରାଇ ଦେବାକୁ କହି ଆଉ ୪୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ କାଜଲଙ୍କ ହ୍ୱାଟ୍ସଆପ୍‍ ନମ୍ବରକୁ ଏକ ନକଲି ପରିଚୟପତ୍ର ଦେଇଥିଲେ। ଏପରିକି କେଉଁ ଥାନାରେ ନିଯୁକ୍ତି କରିବେ ତାହା ମଧ୍ୟ ଆଇକାର୍ଡରେ ଲେଖିଥିଲେ। ଉକ୍ତ ଆଇକାର୍ଡ ନେଇ ଚାକିରିରେ ଯୋଗ ଦେବାକୁ ଥାନାକୁ ଯିବା ପରେ ସେଠାରେ ତାହା ନକଲି ହୋଇଥିବା ଜାଣିବାକୁ ପାଇଥିଲେ।

ଏ ସମ୍ପର୍କରେ ଜାଣିବା ପରେ ସେ ସାଇବର୍‍ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ସହିଦ ନଗର ଥାନା ଅଞ୍ଚଳରେ ରହୁଥିବା ବିଜୟ ରାଉତ ଅଭିଯୋଗ କରିଥିଲେ। ଏହିଭଳି ୭ଜଣ ୧୦ ଦିନରେ ପୁଲିସ ଚାକିରି ଆଳରେ ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ କମିସନରେଟ୍‍ ପୁଲିସ ଯୁବପିଢ଼ିଙ୍କୁ ସଚେତନ କରିଛି। ଯଦି କେହି ସରକାରୀ ଚାକିରି କରାଇ ଦେବାକୁ କହୁଛି, ତେବେ ତାକୁ ଅର୍ଥ ଦିଅନ୍ତୁ ନାହିଁ। ତୁରନ୍ତ ପୁଲିସକୁ ଫୋନ୍‍ କରି ଜଣାନ୍ତୁ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି।

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ ୭୭ ଲକ୍ଷ
ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ ସତର୍କ ରହିବାକୁ କମିସନରେଟ୍‍ ପୁଲିସ ପରାମର୍ଶ ଦେଇଛି।

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ରାଜଧାନୀରୁ ନଭେମ୍ବର ମାସରେ ୭୭ଲକ୍ଷ ୪୨ହଜାର ୬୯୬ ଟଙ୍କା ଅଦୃଶ୍ୟ ଠକ ନେଇଯାଇଛନ୍ତି। ସାଇବର୍‍ ହେଲ୍ପଡେସ୍କକୁ ନଭେମ୍ବର ମାସରେ ୪୬୦ଟି ଅଭିଯୋଗ କଲ୍‍ ଆସିଛି। ସେଥରୁ ୨୪୬ଟି କେବଳ ଭୁବନେଶ୍ୱରରୁ ଆସିଥିବା ଜଣାପଡ଼ିଛି। ସେଥିରୁ ୟୁପିଆଇ ଠକେଇ ୯୭, କ୍ରେଡିଟ୍‍/ଡେବିଡ୍‍ କାର୍ଡ ୩୬ ଓ ୧୧୩ଟି ଅନ୍ୟାନ୍ୟ ଉପାୟରେ ଠକେଇ ସମ୍ପର୍କିତ କଲ୍‍ ଆସିଛି। ସେହିପରି ନଭେମ୍ବର ମାସ ସାଇବର୍‍ ହେଲ୍ପଡେସ୍କକୁ ବଡ଼ ସଫଳତା ମିଳିଛି। ଠକେଇ ଶିକାର ହେବାର ଘଣ୍ଟାଏ ଅର୍ଥାତ୍‍ ଗୋଲ୍ଡଡେନ୍‍ ଆୱାରରେ ଭିତରେ ଅଭିଯୋଗକାରୀ ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଥିଲେ। ତେବେ ସାଇବର୍‍ ଡେସ୍କ ୨୬ଲକ୍ଷ ୯୭ହଜାର ୨୪୮ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଇନ୍‍ଫୋସିଟିର ଜଣେ ମହିଳା ୭୫ହଜାର ଓ ୭୦ହଜାର, ନୂଆପଲ୍ଲୀର ୧ ଲକ୍ଷ ୪୦ହଜାର ଓ ୯୭ହଜାର ଏବଂ ଭରତପୁରର ୧ ଲକ୍ଷ ୧୮ହଜାର ଟଙ୍କା ଭଳି ବଡ଼ଧରଣ ଟଙ୍କା ଫେରସ୍ତ କରିଛି ସାଇବର ହେଲ୍ପଡେସ୍କ।

ସହରରୁ ୧୩ଟି ବଡ଼ଧରଣର ସାଇବର୍‍ ଠକେଇ ହୋଇଥିବାରୁ ଉକ୍ତ ଅଭିଯୋଗଗୁଡିକୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଥିସହିତ ଠକେଇ ଲାଗି ଫୋନ୍‍ କଲ୍‍ ଆସିବା ୫୯ଟି ନମ୍ବରକୁ ଗୃହ ମନ୍ତ୍ରାଳୟର ସାଇବର୍‍ ସେଫ୍‍ ପୋର୍ଟାଲ ଜରିଆରେ ବ୍ଲକ କରାଯାଇଛି। ଫଳରେ ଗୋଟିଏ ସିମ୍‍ ରେ ଥରେ ସାଇବର ଠକ ଠକିପାରିବ। ଉକ୍ତ ନମ୍ବରରେ ଆଉ କାହାଠାରୁ ଠକେଇ କରିପାରିବନି ଠକ। ଏଭଳି ଭାବେ ଗତ ୧୧ମାସରେ ରାଜଧାନୀରୁ କେବଳ ୧୦କୋଟି ଟଙ୍କା ଠକ ନେଇଯାଇଛି।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କୌଣସି ସଂସ୍ଥାର ହେଲ୍ପଲାଇନ୍‍ ନମ୍ବର ଜାଣିବା ଲାଗି ଗୁଗ୍‍ଲରେ ସର୍ଚ୍ଚ କରି ଜାରି ହୋଇଥିବା ହେଲ୍ପଲାଇନ୍‍ ନମ୍ବର ବ୍ୟବହାର କରନ୍ତୁ ନାହିଁ। ସେହି ସଂସ୍ଥାର ୱେବ୍‍ସାଇଟ୍‍କୁ ଯାଇ ହେଲ୍ପଲାଇନ୍‍ ରେ ଅଭିଯୋଗ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତିି।

ବିଦେଶିନୀ ବାନ୍ଧବୀ ଭାବି ଫସିଗଲେ ବୃଦ୍ଧ: ଗିଫ୍ଟ ଲୋଭରେ ହରାଇଲେ ୫୮ ଲକ୍ଷ ଟଙ୍କା
ଭୁବନେଶ୍ବର: ଜର୍ମାନୀ ଯୁବତୀ ବୋଲି ଭାବି ପ୍ରେମରେ ପଡ଼ି ଫସିଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ପୁରୁଷୋତ୍ତମପୁର ଗ୍ରାମର ୬୮ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା। ଉପହାର ଲୋଭରେ ପଡ଼ି ୫୮ ଲକ୍ଷ ଟଙ୍କା ହରାଇଛନ୍ତି। ପର୍ଯ୍ୟାୟ କ୍ରମେ ଟଙ୍କା ଦେଇ ଦେଇ ୫୮ ଲକ୍ଷ ଟଙ୍କା ଦେବା ପରେ ଯାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ଗୋବିନ୍ଦ । ଶେଷରେ ଆଉ କିଛି ରାସ୍ତା ନ ପାଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି । ସାଇବର ସେଲ ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି। ଏହି ଠକେଇ ଝାଡ଼ଖଣ୍ଡରୁ ହୋଇଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମିଳିଥିବା ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା, ପୁରୁଷୋତ୍ତମପୁର ଗ୍ରାମର ଗୋବିନ୍ଦଚନ୍ଦ୍ର ଜୁଲାଇ ମାସରେ ଫେସ୍‌ବୁକ୍‌ରେ ଏକ ଆକାଉଣ୍ଟ ଖୋଲିଥିଲେ । ସେ ଆକାଉଣ୍ଟ ଖୋଲିବା ପରେ ଜର୍ମାନୀର ସିଲ୍‌ଭିଆ ଏରିଅନ୍ ନାମକ ଜଣେ ଯୁବତୀ ତାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ । ପ୍ରଥମେ ଏହାକୁ ସେ ଗ୍ରହଣ କରିନଥିଲେ। ପୁଣି ଜୁଲାଇ ୧୭ରେ ଆଉଥରେ ରିକ୍ୱେଷ୍ଟ ଆସିଥିଲା। ଶେଷରେ ଅଗଷ୍ଟ ୪ ତାରିଖରେ ଗୋବିନ୍ଦ ବନ୍ଧୁତା ଗ୍ରହଣ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ବଢ଼ିଥିଲା ଓ ସମ୍ପର୍କ ବଢ଼ିଥିଲା । ପରେ ହ୍ବାଟ୍ସଆପରେ ଚାଟିଂ ଚାଲିଥିଲା। ଅଗଷ୍ଟ ୧୭ରେ ସମ୍ପୃକ୍ତ ଯୁବତୀ ନିଜର ଜନ୍ମଦିନ ଥିବାରୁ ଉପହାର ପଠାଇବେ ବୋଲି କହି ଘର ଠିକଣା ଓ ଅନ୍ୟାନ୍ୟ ତଥ୍ୟ ନେଇଥିଲେ। ଉପହାର ପ୍ୟାକେଟରେ ସୁନା ଓ ଡଲାର ଥିବା ସୂଚନା ଦେଇଥିଲେ । ବିଚରା ଗୋବିନ୍ଦ ଠକଙ୍କ ପୁରୁଣା ଷ୍ଟାଇଲର ଠକେଇ ଚାଲରେ ଫସିଯାଇଥିଲେ।

ଦୁଇ ଦିନ ପରେ ଦିଲ୍ଲୀ ବିମାନ ବନ୍ଦରରୁ କଷ୍ଟମବିଭାଗନାମରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ | ଜର୍ମାନୀରୁ ଏକ ଗିଫ୍ଟ ଆସିଛି। ତେଣୁ ଗିଫ୍ ନେବାକୁ ହେଲେ ପ୍ରୋସେସିଂ ଫିସ୍ ବାବଦକୁ ପ୍ରଥମେ ୨୮ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଗୋବିନ୍ଦ ଗିଫ୍ ପାଇବା ଆଶାରେ ପ୍ରଥମେ ୨୮ ହଜାର ଟଙ୍କା ଠକର ଆକାଉଣ୍ଟକୁ ପଠାଇଥିଲେ । ପରେ ଠକ ଡଲାରକୁ ଟଙ୍କାର ପରିବର୍ତ୍ତନ କରିବା ପାଇଁ ୪ଲକ୍ଷ ମାଗିଥିଲେ। ଏହାସହ ଜିଏସ୍‌ଟି ଫି, କଷ୍ଟମ୍ ଫି ଏଭଳି ଏକାଧିକ ଫି ବାବଦକୁ ଥର ଥର କରି ୨୦ ଲକ୍ଷ ନେଇଥିଲେ। ୨୦ ଲକ୍ଷ ଦେବା ପରେ ବି ଗୋବିନ୍ଦ ଠକେଇର ଶିକାର ହୋଇଥିବା ଜାଣିପାରି ନ ଥିଲେ । ଶେଷରେ ଠକର ଆଉ ଜଣେ ସହଯୋଗୀ ନିଜକୁ କଷ୍ଟମ ବିଭାଗର ଅଧିକାରୀ ଭାବେ ପରିଚୟ ଦେବା ସହ ଭୁବନେଶ୍ବର ବିମାନ ବନ୍ଦରରେ ଉପହାର ପହଞ୍ଚି ଥିବା କହିଥିଲା । ଏଥର ମଧ୍ୟ ଗୋବିନ୍ଦ ପୂର୍ବଭଳି ଏକାଧିକ ଫି’ ବାବଦକୁ ଆଉ ଟଙ୍କା ଦେଇଥିଲେ | ଏମିତି ମୋଟ ୫୮ ଲକ୍ଷ ଟଙ୍କା ନେଇସାରିବା ପରେ ଠକମାନେ ଆହୁରି ଟଙ୍କା ମାଗିଥିଲେ। ସେତେବେଳେ ଯାଇ ଗୋବିନ୍ଦ ବୁଝିଥିଲେ । କିନ୍ତୁ ସେତେବେଳକୁ ଗୋବିନ୍ଦ ଦେଇଥିବା ଟଙ୍କା ଠକଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇସାରିଥିଲା ବୋଲି ଜଣାପଡିଛି ।

ମାଗଣାରେ ସାନିଟାଇଜର ମାସ୍କ ବଣ୍ଟନ ନାଁରେ ଆକାଉଣ୍ଟ ଖାଲି କରିଦେଲା ସାଇବର ଅପରାଧୀ
କେନ୍ଦ୍ରାପଡା: କୋଭିଡ ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମାସ୍କ ସାନିଟାଇଜର ବଣ୍ଟନ କରିବାକୁ କହି ଜନସେବା କେନ୍ଦ୍ରର ମାଲିକଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ରାଜକନିକା ସିଖୋ ଅଞ୍ଚଳରେ ଥିବା ଏକ ଜନସେବା କେନ୍ଦ୍ରର ମାଲିକ ନିତ୍ୟରଞ୍ଜନ ସ୍ବାଇଁଙ୍କୁ ସାଇବର ଅପରାଧୀ ଫୋନ କରି ମାଗଣାରେ ମାସ୍କ ସାନିଟାଇଜର ଦେବାକୁ କହିଥିଲା l ଏଥିପାଇଁ ତାଙ୍କର ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବା ନେଇ ପଚାରିଥିଲେ l ଏନେଇ ଏସବିଆଇ ବ୍ୟାଙ୍କର ଏକ ଏନଓସି ମାଗିଥିଲେ l ହେଲେ ନିତ୍ୟଙ୍କ ନିକଟରେ ଏନଓସି ନଥିବାରୁ ସାଇବର ଅପରାଧୀ ଏକ ମେସେଜ ପଠାଇଥିଲେ l ଆଉ ସେହି ମେସେଜ ଖୋଲିଲେ ଏନଓସି ହୋଇଯିବ ବୋଲି କହିଥିଲେ l ନିତ୍ୟ ମେସେଜ ଖୋଲିବା ପରେ ଏକ ଓଟିପି ଆସିଥିଲା l ସାଇବର ଅପରାଧୀ ଜଣଙ୍କ ଉକ୍ତ ଓଟିପି ନମ୍ବର ମାଗିଥିଲେ l ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଚାଲିଲା l ଆକାଉଣ୍ଟରେ ଥିବା ୨୦ ହଜାର ଟଙ୍କା ଗାୟବ ହୋଇଗଲା l ଏନେଇ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ରାଜକନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୨୯୦/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l ସେହିପରି ଓଳାଭର ଅଞ୍ଚଳରୁ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୨୮ ହଜାର ଟଙ୍କା ସାଇବର ଅପରାଧି ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l

ସୋସିଆଲ୍‍ ମିଡିଆରେ ଜାଲ ବିଛାଇଛନ୍ତି, ମୋହରା କରି ଲୁଟୁଛନ୍ତି ସାଇବର୍‍ ଠକ
ଭୁବନେଶ୍ୱର: ସତର୍କ ହୋଇଯାଆନ୍ତୁ ଆପଣ ! କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ ମାଧ୍ୟମରେ ହୋଇପାରେ କୋଟି କୋଟି ଟଙ୍କା ଠକେଇର କାରବାର। ଏଭଳି ଏକ ଠକେଇ ଓ ଚତୁରତା ଏବେ ପଦାକୁ ଆସିଛି। ଭୁବନେଶ୍ୱର ରବିଟକିଜ ଛକ, ମେଟ୍ରୋଟାୱାର ଛକରେ ରହୁଥିବା ବ୍ୟବସାୟୀ ରାଜ କୁମାର ଯୋଶୀ(୬୨)ଙ୍କ ଅଜାଣତରେ ସାଇବର୍‍ ଠକମାନେ ତାଙ୍କ ଆକାଉଣ୍ଟ ଟ୍ରାନ୍ସଫର କରି ତା’ ମାଧ୍ୟମରେ କୋଟିକୋଟି ଟଙ୍କାର କାରବାର କରିଥିବା ଘଟଣା ଲୋକଲୋଚନାକୁ ଆସିଛି। ସାଇବର୍‍ ଠକମାନେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଠକି ନେଇଥିବା କ୍ରାଇମ୍‍ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି ରାଜକୁମାର। ସାଇବର ସେଲ୍‌ଫ ଏନେଇ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ଅଭିଯୋଗ ଅନୁସାରେ, ୨୦୨୦ ଏପ୍ରିଲ ମାସରେ ସାଇବର୍‍ ଠକ ବାଜାଜ୍‍ ଫାଇନାନ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ନାମରେ ଏକ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ ବ୍ୟବସାୟୀଙ୍କୁ ଋଣ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ବିଜ୍ଞାପନ ଦେଖି ରାଜ କୁମାର ଠକ ଦେଇଥିବା ଫୋନ୍‍ ନମ୍ବର ସହ ଯୋଗାଯୋଗ କରିଥିଲେ। ଠକ ପ୍ରାୟ ୫ଟି ନମ୍ବରରୁ ତାଙ୍କୁ ଫୋନ୍‍ କରି ବାଜାଜ୍‍ ଫାଇନାନ୍ସରୁ କହୁଥିବା କହିଥିଲେ। ରାଜ କୁମାରଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ସାଇବର୍‍ ଠକ ବାଜାଜ୍‍ ଫାଇନାନ୍ସ ସଂସ୍ଥାର ଲୋଗୋ ଥିବା ଆଇକାର୍ଡ ତାଙ୍କ ହ୍ୱାଟ୍ସଆପ୍‍କୁ ପଠାଇଥିଲେ। ରାଜକୁମାର ଋଣ ଆଶାରେ ନିଜର ବ୍ୟାଙ୍କ୍‍ ପାସ୍‍ବୁକ୍‍ର ଫଟୋ, ବ୍ୟାଙ୍କ୍‍ ଚେକ୍‍ର ଫଟୋ, ପାସ୍‍ପୋର୍ଟ, ଆଧାରକାର୍ଡ, ପ୍ୟାନ୍‍କାର୍ଡ ଠକଙ୍କ ହ୍ୱାଟ୍‍ସଆପ୍‍ ନମ୍ବରକୁ ପଠାଇଥିଲେ। ଏହା ଦେଖିବା ପରେ ଠକ ତାଙ୍କୁ ଋଣ୍‍ ପାଇଁ ଅଫିସିଆଲ କାଗଜପତ୍ର ପାଇଁ ୯୬ ହଜାର ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଠକର କଥାରେ ବିଶ୍ୱାସ କରି ରାଜ କୁମାର ପ୍ରଥମେ ୯୬ ହଜାର ଟଙ୍କା ଦେଇଥିଲେ। କିନ୍ତୁ ସାଇବର୍‍ ଠକ ରାଜ କୁମାରଙ୍କ ବ୍ୟକ୍ତିଗତ ତଥ୍ୟ ନେଇ ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟକୁ ଅନ୍ୟ ଏକ ଶାଖାକୁ ଟ୍ରାନ୍ସର୍ଫର କରି ନେଇଥିଲେ। ବରମୁଣ୍ଡା ଶାଖାରେ ରାଜ କୁମାରଙ୍କର ଥିବା ଆକାଉଣ୍ଟକୁ ଠକ ତେଲେଙ୍ଗାନା ରାମପୁର, କରିମ୍‍ନଗର ବ୍ରାଞ୍ଚକୁ ଟ୍ରାନ୍ସର୍ଫର କରି ନେଇଥିଲେ। ସାଇବର ଠକ ଏହି ଆକାଉଣ୍ଟ ମାଧ୍ୟମରେ ଠକେଇ ଟଙ୍କା ଥରକୁ ଥର ଉଠାଇ ନେଉଥିଲେ। ସେମାନେ ଏହିଭଳି ଅନ୍ୟ ଲୋକମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ଠକୁଥିଲେ। ଏହି ଠକେଇ ଟଙ୍କା ରାଜ କୁମାରଙ୍କୁ ଆକାଉଣ୍ଟକୁ ଆସୁଥିଲା। ଏନେଇ ୟୁପି ପୁଲିସ, ମହାରାଷ୍ଟ୍ର ପୁଲିସ, ତେଲେଙ୍ଗାନା ପୁଲିସ ନିକଟରେ ଅଭିଯୋଗ ହେବା ପରେ ରାଜ କୁମାରଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ରାଜ କୁମାର କିଛି ଦିନ ପରେ ସେ ବ୍ୟାଙ୍କ୍‍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ହେଲେ ତାଙ୍କର ଆକାଉଣ୍ଟ ବନ୍ଦ ହୋଇଥିବା ସେ ଜାଣିବାକୁ ପାଇ ବ୍ୟାଙ୍କ୍‍ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲେ। ସେଜାଣିବାକୁ ପାଇଥିଲେ ଯେ, ସାଇବର ଠକ ତାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଠକେଇ ଟଙ୍କା ଜମା କରିଥିଲେ। ଏନେଇ ବ୍ୟାଙ୍କ୍‍ରେ ପୁଲିସ ଅଭିଯୋଗ କରିବା ପରେ ଉକ୍ତ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି।

ଏହି ଆକାଉଣ୍ଟରୁ ଠକେଇର ଏକ କୋଟି ଟଙ୍କା ଆସିଛି। ଗତ ୨୦୨୦ ମସିହା ଜୁନ୍‍ ୫ ତାରିଖରୁ ଜୁନ୍‍ ୨୩ ତାରିଖ ଭିତରେ ୪୩ ଲକ୍ଷ ଆସିଥିଲା। ଡେବିଡ୍‍ କାର୍ଡ ମାଧ୍ୟମରେ ୧୫୧ଟି ଟ୍ରାଞ୍ଜାକ୍‍ସନ୍‍ ଦ୍ୱାରା ସାଢ଼େ ୨୧ ଲକ୍ଷ ଆସିଥିଲା ବେଳେ କ୍ରେଡିଡ୍‍ କାର୍ଡରୁ ୩୯୯ କାରବାର ମାଧ୍ୟମରେ ସାଢେ ୨୧ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିଛି। ଏହିଭଳି କୋଟିଏ ଟଙ୍କା ଉକ୍ତ ଆକାଉଣ୍ଟକୁ ଆସିଛି। ଏହି ସବୁ କାରବାର ୟୁପିଆଇ ମାଧ୍ୟମରେ ହୋଇଛି। ରାଜ କୁମାର ତାଙ୍କ ଆକାଉଣ୍ଟକୁ ସାଇବର ଠକ ନେଇଯାଇଥିବାରୁ ସେ ଏନେଇ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‍ବ୍ରାଞ୍ଚ ଏହାର ତଦନ୍ତ କରିବା ପରେ ଏଭଳି ଠକେଇ ହୋଇଥିବା ଜାଣି ଏକ ମାମଲା ରୁଜୁ କରିଛି।

ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା
ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା। ଅପରପକ୍ଷରେ ବିଦେଶରେ ଚାକିରୀ ପାଇବା ଖୁସିରେ ନିଜର ବର୍ତ୍ତମାନ ଚାକିରୀ ଛାଡିଦେଇ ଯୁବକ ଏବେ ସାଇବର ଲୁଟରାଙ୍କ ଶିକାର ହୋଇଥିବାର ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସିପଡିଛି ।

ସୁଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନୀଲ କୁମାର ମାଝୀ (୨୮) ମୁମ୍ବାଇରେ ଅବସ୍ଥିତ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ଗତ ଜୁନ ମାସ ୧୫ ତାରିଖରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’ ନାମକ ଦୁବାଇ ସ୍ଥିତ ଏକ କମ୍ପାନୀରେ ଚାକିରି ନିମନ୍ତେ ଅଫର ଲେଟର ଅନୀଲଙ୍କ ପାଖକୁ ତାଙ୍କ ଇ-ମେଲରେ ଆସିଥିଲା। ଉକ୍ତ ଇ-ମେଲରେ ଦୁବାଇରେ ଚାକିରିର ଅଫର ଲେଟର ପାଇ ଅନୀଲ ଖୁସି ହୋଇ ସେଥିରେ ଦିଆଯାଇଥିବା କମ୍ପାନୀର ଜଣେ ଅଧିକାରୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଟେଲିଫୋନ ମାଧ୍ୟମରେ ଅନୀଲ ସେ କମ୍ପାନୀରେ ଚାକିରି ପାଇଁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ଜୁନ ୧୮ ତାରିଖରେ ଅନୀଲ ପ୍ରୋସେସିଙ୍ଗ ଫିସ ବାବଦକୁ ୧୦ ହଜାର ଟଙ୍କା ଡିପୋଜିଟ କରିବା ନିମନ୍ତେ ଏକ ମେଲ ପାଇ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ହଜାର ଟଙ୍କା ପଠାଇଥିଲେ। ପୁଣିଥରେ ଜୁନ ୨୨ ତାରିଖରେ ଏକ ନକଲି ଭିସା ଅନିଲଙ୍କ ପାଖକୁ ମେଲରେ ପଠାଇ ୨୫ହଜାର ଟଙ୍କା ଡିପୋଜିଟ କରିବାକୁ ମେଲରେ ଲେଖିଥିଲା ସାଇବର ଲୁଟେରା। ଭିସା ପାଇ ଅନୀଲ ଖୁସି ହୋଇ ୨୫ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏହିଭଳି ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାରରୁ ଉର୍ଦ୍ଧ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଅନୀଲ ପଠାଇ ସାରିଛନ୍ତି। ପୁଣି ବାରମ୍ବାର ଉକ୍ତ କମ୍ପାନୀ ଅଧିକାରୀ ବିଭିନ୍ନ ବାହାନାରେ ଟଙ୍କା ମାଗିବାରୁ ଅନୀଲ ସନ୍ଦେହ କରି ଉକ୍ତ କମ୍ପାନୀର ୱେବସାଇଟ ଓ ବିଭିନ୍ନ ମାଧ୍ୟମରେ ଯାଞ୍ଚ କରି ସେହିଭଳି କୌଣସି କମ୍ପାନୀ ନ ଥିବାର ଜାଣିବାକୁ ପାଇଲେ । ସେ ଜାଣିଗଲେ ଯେ ସେ ଏକ ସାଇବର ଲୁଟେରାର ଶିକାର ହୋଇଛନ୍ତି ।

ବିଦେଶରେ ଚାକିରୀ ଲୋଭରେ ନିଜ ଟଙ୍କା ହରାଇବା ସହ ନିଜେ ଚାକିରି କରିଥିବା ମୁମ୍ବାଇର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ପଳାଇ ଆସି ବର୍ତ୍ତମାନ ଅନୀଲ ଘରେ ବସି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଶେଷରେ ଅନୀଲ ଏ ନେଇ କଟକ ସାଇବର ସେଲ ଓ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।