pneumonia - The Sakala
ବର୍ଷା ଋତୁରେ ବଢୁଛି ନିମୋନିଆ ବିପଦ: ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ସତର୍କତା
ବର୍ଷା ଋତୁ ଆସିବା ମାତ୍ରେ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ଏହି ଋତୁରେ ସ୍ୱାସ୍ଥ୍ୟ ପ୍ରତି ସତର୍କ ନରହିଲେ ବିଭିନ୍ନ ରୋଗ ହେବାର ଆଶଙ୍କା ବଢିଯାଏ। ଖାସକରି ଏହି ଦିନରେ ଥଣ୍ଡା, କାଶ ଏବଂ ଶ୍ୱାସକ୍ରିୟାଜନିତ ସଂକ୍ରମଣ ବଢ଼ିବା ସହ ନିମୋନିଆ (Pneumonia) ବିପଦ ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଥାଏ। ବର୍ଷା ପାଣି ଏବଂ ସନ୍ତସନ୍ତିଆ ପରିବେଶ ଜୀବାଣୁ ଓ ଭୂତାଣୁଙ୍କ ବଂଶ ବିସ୍ତାର ପାଇଁ ଅନୁକୂଳ ହୋଇଥିବାରୁ ଏହି ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ।
କାହାକୁ ଅଧିକ ବିପଦ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ବର୍ଷା ଦିନରେ ନିମୋନିଆର ଶିକାର ଯେକେହି ବି ହୋଇପାରନ୍ତି, କିନ୍ତୁ କିଛି ବର୍ଗର ଲୋକଙ୍କ ପାଇଁ ଏହା ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ। ବିଶେଷକରି ଛୋଟ ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି (Weak Immunity) ଥିବା ଲୋକମାନେ ଏହି ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଆଜ୍‌ମା କିମ୍ବା ଡାଇବେଟିସ୍ ପରି ଦୀର୍ଘକାଳୀନ ରୋଗ ଥିବା ବ୍ୟକ୍ତିମାନେ ମଧ୍ୟ ନିମୋନିଆର ସହଜ ଶିକାର ହେବାର ଆଶଙ୍କା ରହିଛି।
ନିମୋନିଆର ପ୍ରମୁଖ ଲକ୍ଷଣ
ଏହି ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିମୋନିଆ ହେଲେ ସାଧାରଣତଃ ପ୍ରବଳ ଜ୍ୱର ସହ ଥଣ୍ଡା ଲାଗିବା, କ୍ରମାଗତ କାଶ ହେବା (ଯେଉଁଥିରେ କଫ ବାହାରିଥାଏ), ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା, ଛାତିରେ ଯନ୍ତ୍ରଣା ଏବଂ ଅତ୍ୟଧିକ ଦୁର୍ବଳତା ପରି ଲକ୍ଷଣ ଦେଖାଦେଇଥାଏ। ଯଦି ଏହି ଲକ୍ଷଣଗୁଡ଼ିକ ୩-୪ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ରହେ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
କିପରି ରହିବେ ସତର୍କ?
ନିମୋନିଆରୁ ରକ୍ଷା ପାଇବା ପାଇଁ ବର୍ଷା ଋତୁରେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ:
* ପରିଷ୍କାର ପରିଚ୍ଛନ୍ନତା: ବାହାରୁ ଆସିବା ପରେ କିମ୍ବା ଖାଇବା ପୂର୍ବରୁ ହାତକୁ ଭଲଭାବେ ସାବୁନରେ ଧୁଅନ୍ତୁ।
* ଓଦା ପୋଷାକ ପିନ୍ଧନ୍ତୁ ନାହିଁ: ବର୍ଷାରେ ଭିଜିଲେ ତୁରନ୍ତ ଶୁଖିଲା କପଡ଼ା ପିନ୍ଧନ୍ତୁ ଏବଂ କେଶ ଶୁଖାନ୍ତୁ।
* ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ: ଖାଦ୍ୟରେ ଭିଟାମିନ୍ ସି (Vitamin C) ଯୁକ୍ତ ଫଳ, ସବୁଜ ପନିପରିବା ଏବଂ ଗରମ ଖାଦ୍ୟ ସାମିଲ କରନ୍ତୁ।
* ଟିକାକରଣ: ବିଶେଷକରି ଶିଶୁ ଏବଂ ବୟସ୍କମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିମୋନିଆ ଭ୍ୟାକ୍ସିନ୍ (Pneumococcal Vaccine) ଏବଂ ଫ୍ଲୁ ସଟ୍ ନେବା ଉଚିତ୍।
* ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ: ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଠାରୁ ଦୂରେଇ ରୁହନ୍ତୁ ଏବଂ ଆବଶ୍ୟକ ସ୍ଥଳେ ମାସ୍କ ବ୍ୟବହାର କରନ୍ତୁ।
ଏହି ସବୁ ସତର୍କତା ଅବଲମ୍ବନ କରି ଆପଣ ନିଜକୁ ଏବଂ ନିଜ ପରିବାରକୁ ବର୍ଷା ଦିନେ ନିମୋନିଆ ଭଳି ଭୟଙ୍କର ରୋଗରୁ ସୁରକ୍ଷିତ ରଖିପାରିବେ।
୧. କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଲକ୍ଷଣ ଯଥା: କାଶ, ଜ୍ୱର, ନିଶ୍ୱାସ ରୁଦ୍ଧ ହେବା ଇତ୍ୟାଦି ଦେଖା ଦେଇଥାଏ।
କିନ୍ତୁ କରୋନା ରୋଗୀ ଯଦି ଏହାର ପ୍ରତିକାର ନକରି ଚିକିତ୍ସକଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇ ଉପରୋକ୍ତ ସମସ୍ୟାକୁ ଚାପି ନେବାର ପ୍ରଚେଷ୍ଟା କରେ, ତେବେ ଏହା ଧୀରେ ଧୀରେ ଶରୀରର ଲଙ୍ଗ୍‌ସ ସଂକ୍ରମିତ ହୋଇ ନିମୋନିଆରେ ଆକ୍ରାନ୍ତ ହୋଇଥାଏ। ତେଣୁ ଚିକିତ୍ସକଙ୍କ ପରାମର୍ଶରେ ପ୍ରଥମେ ଛାତିର ଫଟୋ ତଥା (ଚେଷ୍ଟ-ଏକ୍ସରେ) କରାଇ ନେବା ଜରୁରୀ ଏବଂ ଆବଶ୍ୟକ କ୍ରମେ ଏଚ୍ଆର୍ସିଟିସି ମାଧ୍ୟମରେ Coradର Level ଜାଣିଲେ, ଡକ୍ଟରଙ୍କୁ ଚିକିତ୍ସା କରିବା ପାଇଁ ସୁବିଧା ହୋଇଥାଏ।
୨- ସଂକ୍ରମିତ ବ୍ୟକ୍ତି ଯଦି ମାତ୍ରାଧିକ କାଶ, ମାତ୍ରାଧିକ ଜ୍ୱର (୧୦୦ ଏଫ୍ଏଚ୍)ରୁ ଅଧିକ ନିଶ୍ୱାସ ନେବାରେ ଅଧିକ ଜଟିଳତା ଅନୁଭବ ସାଙ୍ଗକୁ ଛାତିରେ ମାତ୍ରାଧିକ କଷ୍ଟ ଅନୁଭବ କରୁଥାଏ ସେ ନିମୋନିଆରେ ପୀଡ଼ିତ ବୋଲି ଅନୁମାନ କରାଯାଇଥାଏ।
ସାଧାରଣ ଲକ୍ଷଣଗୁଡ଼ିକ
-ଥକା ଲାଗିବା
-ରୋଗାକ୍ରାନ୍ତ ଅନୁଭବ କରିବା କିମ୍ବା ବାନ୍ତି ଲାଗିବା
-ଡାଏରିଆ
-ପେଟ ଯନ୍ତ୍ରଣା
-ଶରୀର ପୀଡ଼ା ଲାଗିବା
-ମୁଣ୍ଡ ବିନ୍ଧିବା
-ସ୍ୱାଦ କିମ୍ବା ଘ୍ରାଣଶକ୍ତି ହ୍ରାସ ହୋଇଯିବା
-ତଣ୍ଟି ଶୁଖିଯିବା
-ନାକରୁ ପାଣି ଗଳିବା
-ଗୋଲାପି ଆଖି ହେବା
-ଚର୍ମରୋଗ ଦେଖାଦେବା ଇତ୍ୟାଦି।
୩- ସମସ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିମୋନିଆ ହେବାର ଆଶଙ୍କା ଦେଖାଦେଇଥାଏ। ଅଣାୟତ୍ତ ବ୍ଲଡ୍ ସୁଗାର, ବ୍ଲଡ ପ୍ରେସର, ଦୀର୍ଘ ବର୍ଷ ପୀଡ଼ିତ ଥଣ୍ଡା, ଆଜ୍‌ମା ରୋଗୀଙ୍କଠାରେ ଏହା ଖୁବ୍ ଶୀଘ୍ର ଦେଖା ଦେବାର ଆଶଙ୍କା ରହିଛି।
୪- କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ପ୍ରଥମେ
Spo2 ଯଥା- Oxyzen Satvrutim Level ମପାଯାଏ।
Blood Sugar Test
Carona Test: ତଥା Antigen, RT PCR, Temperature, CBC, LFT, D-Dimer, Chest X-Ray (PA View) ଏବଂ HRCTC..
୫- ଏହାର ସଠିକ୍ ଚିକିତ୍ସା ହେଲା-
ପେସେଣ୍ଟର ଅକ୍ସିଜେନ୍ ଲେବଲକୁ ମାପି ଆବଶ୍ୟକୀୟ ପରିମାଣରେ (pt)କୁ ଅକ୍ସିଜେନ ଥେରାପି ଦେବା, ପେସେଣ୍ଟର Vitul ସବୁ ସମୟରେ ଚେକ୍ କରି ଉପଯୁକ୍ତ ଚିକିତ୍ସା ଦିଆଯାଇଥାଏ।
୬- ଜଣେ କୋଭିଡ୍ ଆକ୍ରାନ୍ତକୁ ନିମୋନିଆରୁ ରକ୍ଷା ପାଇବାକୁ ହେଲେ ନିମ୍ନଲିଖିତ ଜିନିଷ ମାନିବାକୁ ପଡ଼ିବ:-
(କ) ବାରମ୍ବାର ହାତ ଧୋଇବା
(ଖ) ମୁହଁରେ ମାସ୍କ ବ୍ୟବହାର କରିବା
(ଗ) ସାଧାରଣ ୨ ମିଟର ଦୂରତ୍ୱ (ଗହଳିଠାରୁ)
(ଘ) ଜୀବନଶୈଳୀର ପରିବର୍ତ୍ତନ
(ଙ) ନିୟମିତ ପୁଷ୍ଟିକର ଆହାର
(ଚ) ଉଚ୍ଚ ନିଶ୍ୱାସ, ବ୍ୟାୟାମ ଇତ୍ୟାଦି
ଟିପ୍ସ
-ସର୍ବଦା ମାସ୍କ ପିନ୍ଧନ୍ତୁ।
-ଗହଳିରୁ ନିଜକୁ ନିବୃତ ରଖନ୍ତୁ।
-ବାରମ୍ବାର ସାବୁନରେ ହାତ ଧୁଅନ୍ତୁ।
-ମଝିରେ ମଝିରେ କାଢ଼ା ପିଅନ୍ତୁ।
-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।
-ଅନ୍ୟୂନ ଦିନକୁ ୩୦ ମିନିଟ୍ ବ୍ୟାୟାମ କିମ୍ବା ଶରୀର ଚାଳନା ଯୋଗ କରନ୍ତୁ।
-ସରକାରଙ୍କ ସମସ୍ତ ନିୟମ ମାନନ୍ତୁ ଏବଂ ନିଜେ ଏବଂ ନିଜ ଆଖପାଖକୁ ସୁସ୍ଥ ରଖନ୍ତୁ।
– ସନ୍‌ସାଇନ୍‌ ହସ୍‌ପିଟାଲ୍‌, ଭୁବନେଶ୍ବର