Andira Bibaha - The Sakala

ଯାଜପୁରରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ନିଆରା ପ୍ରଥା: ପରସ୍ପରକୁ ବିବାହ କଲେ ଦୁଇ ପୁରୁଷ
ଯାଜପୁର: ରାଜ୍ୟରେ ମୌସୁମୀର ଆଗମନ ଓ ଭଲ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଯାଜପୁର ଜିଲ୍ଲାରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଗହ୍ମାରିଆ ଗ୍ରାମରେ ଭଲ ବର୍ଷା ଆଶାରେ ଗ୍ରାମବାସୀମାନେ ମିଶି ଏକାଠି ‘ଅଣ୍ଡିରା ବିବାହ’ (ଦୁଇ ପୁରୁଷଙ୍କ ମଧ୍ୟରେ ପ୍ରତୀକାତ୍ମକ ବିବାହ) ସମ୍ପନ୍ନ କରିଛନ୍ତି।

ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି। ମାତ୍ର ଏଯାବତ୍ ଆଖ୍ ଦୃଶିଆ ବର୍ଷା ହେଉନାହିଁ। ଅନ୍ୟପକ୍ଷରେ ‘ଏଲ୍ ନିନୋ’ ପ୍ରଭାବରେ ଖୁବ୍ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଗ୍ରୀଷ୍ମ ପ୍ରବାହ ଏଯାବତ୍ ଜାରି ରହିଛି ।

ଗହ୍ମାରିଆ ଗ୍ରାମରେ ଏକ ପରମ୍ପରା ରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ବାଭାବିକ ବର୍ଷା ହୁଏ। ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି। ଗତ ଜୁନ ୧୭ ତାରିଖ ସନ୍ଧ୍ୟାରେ ଏହି ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବର ବେଶରେ ସଜ୍ଜିତ ହୋଇ ଯତୀନ ଖଟୁଆ ଏକ ସୁସଜ୍ଜିତ କାରରେ ବସି ବାହାରିଥିଲେ। ଡିଜେର ତାଳେ ତାଳେ ଗାଁ ଦାଣ୍ଡରେ ନାଚଗୀତର ଆସର ଜମିଥିଲା। ଏପରିକି ନିଜେ ବର ମଧ୍ୟ ଖୁସିରେ ନାଚୁଥିବା ଦେଖିବାକୁ ମିଳିଥିଲା। ବରଯାତ୍ରୀ ଶୋଭାଯାତ୍ରା ସ୍ଥାନୀୟ ସିଦ୍ଧେଶ୍ୱରୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ କନ୍ୟା ବେଶରେ ପ୍ରସ୍ତୁତ ହୋଇ ରହିଥିବା କଳାଣ୍ଡି ନାୟକଙ୍କ ସହ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଏହି ନିଆରା ବିବାହରେ ବରପିତା ଭାବେ ଲକ୍ଷ୍ମଣ ଖଟୁଆ କାର୍ଯ୍ୟ ତୁଲାଇଥିବା ବେଳେ କନ୍ୟାପିତା ଦାୟିତ୍ୱ ନିର୍ବାହ କରିଥିଲେ ମନଗୋବିନ୍ଦ ନାୟକ। ବିବାହ ସରିବା ପରେ ପାରମ୍ପରିକ ରୀତିନୀତିରେ ଗାଁ ଲୋକେ କନ୍ୟାକୁ ବିଦାୟ ଦେଇଥିଲେ।

ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ପରିସରରେ ଗ୍ରାମବାସୀଙ୍କ ପାଇଁ ସାମୂହିକ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା। ସ୍ଥାନୀୟ ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନେକ ଦିନ ଧରି ବର୍ଷା ନହେବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି, ତେଣୁ ଏହିଭଳି ‘ଅଣ୍ଡିରା ବିବାହ’ କଲେ ବର୍ଷା ଦେବତା ସନ୍ତୁଷ୍ଟ ହେବେ ଏବଂ ଅଞ୍ଚଳରେ ଭଲ ବର୍ଷା ହୋଇ ଫସଲ ବଞ୍ଚିଯିବ ବୋଲି ଗ୍ରାମବାସୀମାନେ ଦୃଢ଼ ବିଶ୍ୱାସ ରଖିଛନ୍ତି।