Painting Competition - The Sakala

ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର; ରଥଖଳା ଓ ତିନି ରଥ ଆଙ୍କି ମନମୋହିଲେ ମୁକ୍ତିପଦ
ବାଲେଶ୍ଵର:କରୋନା କାଳରେ ଓଡ଼ିଆ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ଲଳିତ କଳା ଏକାଡେମୀ,ଭୁବନେଶ୍ୱର ଦ୍ବାରା ଆୟୋଜିତ ଅନଲାଇନ ଚିତ୍ର କର୍ମଶାଳାରେ ଉତ୍ତର ବାଲେଶ୍ବରରୁ ଜଳେଶ୍ବରର ମୁକ୍ତିପଦ ନନ୍ଦୀ ମନୋନୀତ ହୋଇଛନ୍ତି। ତେବେ ଆଜି ସେ ରଥଖଳା ଓ ତିନି ରଥ ଆଙ୍କି ସମସ୍ତଙ୍କ ମନ ମୋହି ନେଇ ଛନ୍ତି। କର୍ମଶାଳାକୁ ଓଡ଼ିଶାର ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗତ ୩୦ ତାରିଖରେ ଭର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଜୁମ ମିଟିଂକୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ଣୁପଦ ସେଠୀ,ଏକାଡେମୀର ସଭାପତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ,ଉପସଭାପତି ଶ୍ରୀନିବାସ ପଡିଆରୀ ଯୋଗ ଦେଇ କର୍ମଶାଳା ଆଭିମୁଖ୍ୟ ଓ ସଫଳତା କାମନା କରିଥିଲେ।ଏହି ୫ ଦିନିଆ କର୍ମଶାଳା ୩୦ ଜୁନରୁ ୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଚିତ୍ରଶିଳ୍ପୀ ନିଜ ବାସ ଭବନରେ ରହି ଚିତ୍ର ଆଙ୍କିବେ। ସବୁଦିନ ସକାଳ ଓ ସନ୍ଧ୍ୟାରେ ଶିଳ୍ପୀ ଚିତ୍ର ଆଙ୍କୁଥିବାର ଫୋଟ ଓ ଭିଡ଼ିଓ ଉଠାଇ ଏକାଡେମୀକୁ ପଠାଇବେ। କର୍ମଶାଳା ପରେ ସଂପୂର୍ଣ୍ଣ ପେଣ୍ଟିଂକୁ ନେଇ ଲଳିତ କଳା ଏକାଡେମୀ,ଭୁବନେଶ୍ୱରରେ ଦାଖଲ କରିବାକୁ ପଡ଼ିବ। ଆଜି ଶ୍ରୀ ନନ୍ଦୀଙ୍କ ଛବି ଦେଖି ଲୋକେ ସମସ୍ତେ ଖୁସିବ୍ୟକ୍ତ କରିଥିବା ଜଣାପଡିଛି। ଆଜି ତାଙ୍କର ଏହି ଛବିରେ ସେ ରଥ ଖଳା ଓ ତିନିରଥ କୁ ତାଙ୍କ ଛବିରେ ଦେଖାଇଛନ୍ତି।ଶିବିରରେ ସାରା ଓଡ଼ିଶାରୁ ୬୦୦ରୁ ଊର୍ଦ୍ଧ୍ଵ ଆବେଦନକାରୀ ଶିଳ୍ପୀ ଥିବାବେଳେ ଶ୍ରୀ ନନ୍ଦୀ ଶ୍ରେଷ୍ଠ ୧୦୦ ଜଣକ ମଧ୍ୟରେ ସ୍ଥାନ ପାଇଛନ୍ତି।