Cancer Treatment - The Sakala

ଶିମିଳିପାଳ ଜଙ୍ଗଲରେ ରହିଛି କ୍ୟାନସର୍‌ ସଞ୍ଜିବନୀ ‘ଲାଇକେନ୍‌’
ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟ ବନ୍ୟପ୍ରାଣୀ, ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ। ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ ‘ଲାଇକେନ୍‌‘ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ।

ଶିମିଳିପାଳ ଜଙ୍ଗଲ ଭିତରେ ଥିବା ଔଷଧୀୟ ଧନ ‘ଲାଇକେନ୍‌‘ ପ୍ରଜାତିଗୁଡ଼ିକରେ ଜୀବାଣୁନାଶକ ଗୁଣ ରହିଛି। ତେଣୁ ବିଭିନ୍ନ ସଂକ୍ରମଣ ରୋଗ ଚିକିତ୍ସାରେ ଏହାର ବ୍ୟବହାର ସମ୍ଭାବନା ରହିଛି। ସେହିପରି କିଛି ଲାଇକେନ୍‌ରେ କ୍ୟାନ୍ସର ବିରୋଧୀ ଗୁଣ ମିଳିଥିବା ଗବେଷଣାରୁ ଜଣାପଡିଛି। ଯାହା ଭବିଷ୍ୟତରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି। ଏହି ଲାଇକେନ୍‌ ଗୁଡ଼ିକରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ଗୁଣ। ଆଣ୍ଟିଅକ୍ସିଡେଣ୍ଟ ଶରୀରର କୋଷକୁ କ୍ଷତିରୁ ରକ୍ଷା କରିଥାଏ। ଏହା ଦ୍ୱାରା ବୟସ୍କ ସମସ୍ୟା, ହୃଦ୍‌ରୋଗ, ଡାଏବେଟିସ୍‌ ଓ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗର ନିରାକରଣ ହୋଇପାରିବ। ବିଶେଷଜ୍ଞ କହିଛନ୍ତି, ଯଦି ଏହି ଲାଇକେନ୍‌ର ସଠିକ୍‌ ସଂରକ୍ଷଣ ଓ ବୈଜ୍ଞାନିକ ଉପଯୋଗ ସୁନିଶ୍ଚିତ କରାଯାଏ, ତେବେ ଶିମିଳିପାଳ ଭବିଷ୍ୟତରେ ଏକ ପ୍ରାକୃତିକ ଔଷଧ ଗବେଷଣାର ହବ୍‌ ଭାବେ ପରିଚିତ ହୋଇପାରିବ।

ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଲାଇକେନ୍‌ ସମ୍ପର୍କିତ ବିସ୍ତୃତ ଭାବେ ଗବେଷଣା କରାଯାଉଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସହାୟତାରେ ଲାଇକେନ୍‌ ଉପରେ ଗବେଷଣା ଆରମ୍ଭ ହୋଇଛି। ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଏଥିରେ ସହାୟତା ଦେଉଛି। ଏହି ଅଧ୍ୟୟନରେ ଶିମିଳିପାଳ ଜାତୀୟ ଉଦ୍ୟାନରୁ ଅଦ୍ୟାବଧି ୧୪୮ ପ୍ରଜାତିର ଲାଇକେନ୍‌ ଚିହ୍ନଟ କରାଯାଇଛି। ଏହା ରାଜ୍ୟରେ ସର୍ବପ୍ରଥମ। ‘ଫିସିଲିଆ ମେଲାନକ୍ରୋମା’ ନାମକ ପ୍ରଜାତିର ଲାଇକେନ୍‌ ଆମ ଦେଶରେ ପ୍ରଥମ କରି ଶିମିଳିପାଳରୁ ମିଳିଥିଲା। ‘କ୍ଲୋଡନିଆ ପ୍ରୋଟିକଲୋଜା’ ନାମକ ଲାଇକେନ୍‌ ଓଡ଼ିଶାରେ ପ୍ରଥମଥର ମିଳିପାରିଛି। ସଂଗ୍ରହ କରାଯାଇଥିବା ସମସ୍ତ ଲାଇକେନ୍‌ ନମୁନାକୁ ଏମଏସସିବି ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଲାଇକେନ୍‌ ସଂଗ୍ରହାଳୟରେ ସଂରକ୍ଷଣ କରାଯାଇଛି। ପରେ, ଏହି ଲାଇକେନ୍‌ ଗୁଡିକର ଜୈବ-କ୍ରିୟାଶୀଳ ରସାୟନିକ ତତ୍ତ୍ୱଗୁଡ଼ିକୁ ଚିହ୍ନଟ ଓ ତାହାର କ୍ରିୟାଶୀଳତା ବିଶ୍ଳେଷଣ କରାଯାଉଛି। ଶିମିଳିପାଳର ଲାଇକେନ୍‌ କେବଳ ଜଙ୍ଗଲର ସୌନ୍ଦର୍ଯ୍ୟ ବଢ଼ାଏ ତା ନୁହେଁ, ପରିବେଶ ସୁରକ୍ଷା ଓ ନୂଆ ଔଷଧ ଆବିଷ୍କାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ତେଣୁ ଏହାର ରକ୍ଷା କରିବା ଦାୟିତ୍ୱ ବଢିଯାଇଛି।

କଣ ଏହି ଲାଇକେନ୍:
ଲାଇକେନ୍‌ ହେଉଛି ଏକ ବିଶେଷ ପ୍ରକାର ଜୀବ। ଏହା କବକ ଏବଂ ଶୈବାଳ ମଧ୍ୟରେ ଏକ ସହଜୀବୀ ସମ୍ପର୍କରୁ ଜନ୍ମ ନେଇଥାଏ। ଏମାନେ ପଥର, ଗଛର ଛାଲ, ପାହାଡ଼ ଓ ମାଟି ଉପରେ ସ୍ୱାଭାବିକ ଭାବେ ବଂଶବିସ୍ତାର କରିଥାନ୍ତି। ଶିମିଳିପାଳର ଜଙ୍ଗଲରେ ଲାଇକେନ୍‌ ମାନେ କଠିନ ପରିସ୍ଥିତିରେ ବଢ଼ନ୍ତି। ଉଚ୍ଚ ତାପମାତ୍ରା, ଭାରି ବର୍ଷା, ଶୁଷ୍କ ସମୟରେ ସଂଘର୍ଷ କରନ୍ତି। ନିଜକୁ ବଞ୍ଚାଇବା ପାଇଁ ରକ୍ଷାଁକ ରାସାୟନିକ ଦ୍ରବ୍ୟ ତିଆରି କରନ୍ତି। ଯାହା ପରେ ମଣିଷ ପାଇଁ ଔଷଧ ଭାବେ ଉପଯୋଗୀ ହୁଏ। ଏହି ପଦାର୍ଥ ମାନଙ୍କୁ ଜୀବକ୍ରିୟାଶୀଳ ଦ୍ରବ୍ୟ କୁହାଯାଏ। ପରିବେଶୀୟ ପ୍ରଦୂଷଣ ପ୍ରତି ଲାଇକେନ୍‌ ଅତ୍ୟନ୍ତ ସମ୍ବେଦନଶୀଳ। ପରିବେଶ ଶୁଦ୍ଧ ଓ ସନ୍ତୁଳିତ ଥିଲେ ପ୍ରଚୁର ଲାଇକେନ ହୋଇଥାଏ।

କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ହେବେ ମହିଳା ଏସଏଚଜି ସଦସ୍ୟା
ଭୁବନେଶ୍ୱର: ମହିଳା ସଶକ୍ତିକରଣ ଦିଗରେ ଉଦାହରଣ ସାଜିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି)ଙ୍କୁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଯାଉଛନ୍ତି। ମହିଳା ଏଚ୍‌‌ଏସ୍‌‌ଜି ସଦସ୍ୟାମାନଙ୍କୁ କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ କରାଯିବ। ଏଥିପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ସବୁଠି ରୋଗୀ ଏବଂ ସମ୍ପର୍କୀୟଙ୍କୁ ସହାୟତା ଦେବେ। କିଛି ମାସ ପୂର୍ବେ ରାଜ୍ୟରେ କର୍କଟ ରୋଗ ଚିକିତ୍ସା ସମ୍ପର୍କିତ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ସମ୍ପ୍ରତି ରାଜ୍ୟରେ ପ୍ରତିବର୍ଷ ୩୦ ହଜାରରୁ ଅଧିକ କର୍କଟ ରୋଗୀ ଚିହ୍ନଟ ହେଉଥିଲା ବେଳେ ଅଧିକାଂଶ ମାମଲାରେ ବିଳମ୍ବିତ ଚିକିତ୍ସା କର୍କଟ ନିରାକରଣ ଦିଗରେ ବଡ଼ ଅନ୍ତରାୟ ସାଜୁଛି। ତେଣୁ ମହିଳା ଏସ୍‌‌ଏଚ୍‌‌ଜି ମାନଙ୍କ ହାତରେ କର୍କଟ ରୋଗୀଙ୍କ ଦାୟିତ୍ୱ ନ୍ୟସ୍ତ କରିବା ଦ୍ୱାରା ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ବିଶେଷକରି ଗର୍ଭାଶୟ, ସ୍ତନ କର୍କଟ ଆଦି କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରିବ।

ସୂଚନା ଅନୁସାରେ, ପ୍ରତି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବ। ସେମାନେ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଲକ୍ଷଣଯୁକ୍ତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ମେଡିକାଲ କଲେଜ ପର୍ଯ୍ୟନ୍ତ ସାଙ୍ଗରେ ଧରି ଯିବେ। ସେଠାରେ ସନ୍ଦିଗ୍ଧଙ୍କ କର୍କଟ ପରୀକ୍ଷା, ଚିହ୍ନଟ ହୋଇଥିବା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନେବାରେ ସହାୟତା ଦେବେ। କର୍କଟ ଚିହ୍ନଟ ହୋଇଥିବା ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ଏସ୍‌‌ଏଚ୍‌‌ଜି ସଦସ୍ୟମାନେ ସେମାନଙ୍କୁ ସହାୟତା ପ୍ରଦାନ କରିବେ।

କର୍କଟ ସମ୍ପର୍କରେ ସଚେତନତାର ଘୋର ଅଭାବ ରହିଛି। ବିଶେଷକରି ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଜରୁରୀ। ଏପରିସ୍ଥଳେ ପ୍ରଶିକ୍ଷିତ ଏସ୍‌‌ଏଚ୍‌‌ଜି ସଦସ୍ୟମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବେ। ଆମ ଦେଶରେ ସ୍ତନ ଓ ସର୍ଭାଇକାଲ କର୍କଟ ରୋଗ ଅଧିକ ସଂଖ୍ୟାରେ ଦେଖା ଦେଉଥିବା ବେଳେ ମୁଖ ଗହ୍ୱର, ଫୁସ୍‌‌ଫୁସ୍‌‌ କର୍କଟ ରୋଗୀ ସଂଖ୍ୟା ମଧ୍ୟ କିଛି କମ୍‌‌ ନାହିଁ। ଏସ୍‌‌ଏଚ୍‌‌ଜି ସଦସ୍ୟମାନେ ନିଜ ଅଞ୍ଚଳର ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ସର୍ଭିକାଲ କ୍ୟାନସର ସମ୍ପର୍କରେ ସଚେନତା ସୃଷ୍ଟି କରିବେ। ସାଧାରଣତଃ ସାମାଜିକ ଅପବାଦ ଭୟରେ ଅଧିକାଂଶ ମହିଳା କର୍କଟ ସମ୍ପର୍କରେ ମୁହଁ ଖୋଲନ୍ତି ନାହିଁ। ତେଣୁ ସେମାନଙ୍କୁ ସଚେତନ କରିବା ଏକାନ୍ତ ଆବଶ୍ୟକ। ଅପରପକ୍ଷେ କର୍କଟ ରୋଗର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋ ଥେରାପି ଦିଆଯାଉ ଥିବା ବେଳେ ମେଡିକାଲ କଲେଜରେ କେମୋ ଏବଂ ରେଡିଓ ଥେରାପି ଦିଆଯାଉଛି। ଏହି ସେବା ପାଇବାରେ ରୋଗୀ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଆସୁଛି। ଏପରିସ୍ଥଳେ ରୋଗୀଙ୍କ ସହିତ ଉପସ୍ଥିତ ରହି ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ଏସ୍‌‌ଏଚ୍‌‌ଜି ସଦସ୍ୟାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ମତପ୍ରକାଶ ପାଇଛି।

କର୍କଟ ନିରାକରଣ କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକଙ୍କୁ ବଡ଼ ସଫଳତା; ଚିହ୍ନଟ ହେଲା କର୍କଟ ସୃଷ୍ଟିକାରୀ ପ୍ରୋଟିନ ‘ଜିପିଆର-୧୪୧’
ଭୁବନେଶ୍ୱର: କର୍କଟ ନିରାକରଣ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସଫଳତା। ବିଶ୍ୱରେ ପ୍ରଥମ ଥର ପାଇଁ ଓଡ଼ିଶାର ବୈଜ୍ଞାନିକ କର୍କଟ ସୃଷ୍ଟିକାରୀ ନୂଆ ପ୍ରୋଟିନ୍‍ ‘ଜିପିଆର-୧୪୧’ ଚିହ୍ନଟ କରିଛନ୍ତି। ଏହି ପ୍ରୋଟିନ୍‍ ମୁଖ୍ୟତଃ ସ୍ତନ କର୍କଟ ରୋଗରେ ଦେଖାଯାଇ ଥାଏ। ତେବେ ପୂର୍ବରୁ କେବେ ଏହି ପ୍ରୋଟିନ୍‍କୁ ଚିହ୍ନଟ କରାଯାଇ ନଥିଲା। ଏବେ ଜିପିଆର-୧୪୧ କର୍କଟ ଭୂତାଣୁକୁ ସୁହାଉଥିବା ସମ୍ପର୍କରେ ସ୍ପଷ୍ଟ ହୋଇ ସାରିଥିବାରୁ ଏହାର ପ୍ରତିରୋଧ ପାଇଁ ଔଷଧ ପ୍ରସ୍ତୁତି ନିମନ୍ତେ ଗବେଷଣା ଆରମ୍ଭ ହୋଇଛି। ଆଇଏଲଏସ୍‍ ବେିଜ୍ଞାନିକଙ୍କର ନୂଆ ଉଦ୍ଭାବନ ସମ୍ପର୍କରେ ସୋସାଇଟି ଫର୍‍ ବାୟୋ କେମିକାଲ ରିସର୍ଚ୍ଚ ଦ୍ୱାରା ପରିଚାଳିତ ତଥା ସମ୍ମାନଜନକ ମୋଲିକ୍ୟୁଲାର ଅଙ୍କୋଲୋଜି ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‍), ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ତତ୍ୱାବଧାନରେ ମୋନାଲିସା ପରିଜା ଏହି ସଫଳତା ପାଇଛନ୍ତି। ଡଃ ମିଶ୍ର ଏହା ପୂର୍ବରୁ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ଥିବା ଏକ ନୂଆ ଜିନ୍‍କୁ ଚିହ୍ନଟ କରିଥିଲେ। ସମ୍ପ୍ରତି ଏହି ଜିନ୍‍ର ଉପଚାର ପାଇଁ ଡଃ ମିଶ୍ରଙ୍କ ଟିମ୍‍ ଆଇଏଲ୍‍ଏସ୍‍ରେ ଔଷଧ ପ୍ରସ୍ତୁତି ଉପରେ କାମ କରୁଛନ୍ତି। ଏଥିପାଇଁ ସରକାରୀ ଅନୁଦାନ ମିଳି ସାରିଛି। ତେବେ ସମ୍ପ୍ରତି ନୂଆ ପ୍ରୋଟିନ୍‍ ଚିହ୍ନଟ ହୋଇଥିବାରୁ ତାହା ଉପରେ ଔଷଧ ପ୍ରସ୍ତୁତି ପାଇଁ କାମ ଚାଲିଛି।

ଏ ସମ୍ପର୍କରେ ଡଃ ମିଶ୍ର କହିଛନ୍ତି, ପୂର୍ବରୁ ଅଙ୍କୋ ପ୍ରୋଟିନ୍‍ ଅବା କର୍କଟ ସୃଷ୍ଟିକାରୀ ଜିନ୍‍ ଚିହ୍ନଟ ହୋଇଥିଲା। ତେବେ ବିଶ୍ୱରେ ପ୍ରଥମ ଥର ପାଇର୍ ଆମେ ଜି-ପ୍ରୋଟିନ୍‍-କପୁଲଡ୍‍ ରିସେପ୍ଟୋର (ଜିପିଆର-୧୪୧) ଚିହ୍ନଟ ହୋଇଛି। ମାଇସ୍‍, ଚିପ୍‍ କ୍ୟାମ୍‍ ସମେତ ବିଭିନ୍ନ ମେଡଲ୍‍ରେ ପରୀକ୍ଷା କରିବା ପରେ ଏହା ମାନବ ପାଇଁ ଏକ କ୍ଷତିକାରକ ଜିନ୍‍ ବୋଲି ପ୍ରମାଣିତ ହୋଇସାରିଛି। ପୂର୍ବରୁ ସ୍ତନ କର୍କଟ ରୋଗୀଙ୍କ ଶରୀରରେ ଏହି ପ୍ରୋଟିନ ରହିଆସିଛି। କିନ୍ତୁ ଏହା ଏକ କ୍ଷତିକାରକ ପ୍ରୋଟିନ୍‍ ବୋଲି ପ୍ରମାଣିତ ହୋଇ ନ ଥିବାରୁ ଏହାର ଉପଚାର ପାଇଁ ଔଷଧ ପ୍ରସ୍ତୁତ କରାଯାଇ ନଥିଲା। ଫଳରେ ରୋଗୀ ଶରୀରରେ ଏହା ସକ୍ରିୟ ରହି ତାଙ୍କୁ ଦିନକୁ ଦିନ କର୍କଟ ଗ୍ରସ୍ତ କରି ଚାଲିଥାଏ। ଦୀର୍ଘ ଦିନର ଗବେଷଣା ପରେ ଜିପିଆର-୧୪୧ର ଭୟବହତା ସଷ୍ଟ କରାଯାଇଛି। ତେଣୁ ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରୋଟିନ୍‍କୁ ପ୍ରତିରୋଧ କରିପାରୁ ଥିବା ଔଷଧ ପ୍ରସ୍ତୁତି ପାଇଁ ଆମେ ଉଦ୍ୟମ ଚଳାଇଛୁ ବୋଲି ଡଃ ମିଶ୍ର କହିଛନ୍ତି। ଗବେଷଣା ଟିମ୍‍ର ମୁଖ୍ୟ ମୋନାଲିସା ପରିଜା କହିଛନ୍ତି, ରୋଗର ନିଦାନ ପୂର୍ବରୁ ତାହାର କାରଣ ଜାଣିବା ଜରୁରୀ। ଏହି କ୍ରମରେ ସ୍ତନ କର୍କଟ ରୋଗୀଙ୍କ ଠାରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କ୍ଷତିକାରକ ପ୍ରୋଟିନ୍‍ ସମ୍ପର୍କରେ ଜାଣିବା ପାଇଁ ଆମେ ଗବେଷଣା ଚଳାଇଥିଲୁ ଏବଂ ଶେଷରେ ଆମକୁ ବଡ଼ ସଫଳତା ମିଳିଛି। ଯଦି ଏଥିପାଇଁ ଔଷଧ ପ୍ରସ୍ତୁତ ହେଉଛି ତା ହେଲେ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା ବହୁତ ସରଳ ହୋଇପାରିବ। ଲୋକଙ୍କୁ ନୂଆ ଜୀବନ ମିଳିବ ବୋଲି ସେ କହିଛନ୍ତି।

ଛଅ ମାସ ହେଲା ବିଛଣାରେ ଶୋଇ ରହିଛନ୍ତି କର୍କଟ ପୀଡ଼ିତ ରମେଶ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତର ରମେଶ ରାଉତ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ୬ ମାସ ଧରି ବିଛଣାରେ ପଡ଼ିିରହି ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି।

ବର୍ଷକ ପୂର୍ବରୁ ଦୁଇ ପୁଅ,ପ ତ୍ନୀ ଓ ବୃଦ୍ଧା ମା’ଙ୍କୁ ନେଇ ୪୩ ବର୍ଷିୟ ରମେଶଙ୍କ ୫ ଜଣିଆ ପରିବାର ବେଶ ହସଖୁସିରେ ଚଳି ଯାଉଥିଲେ। ଭୂମିହୀନ ରମେଶ ନିର୍ମାଣ ଶ୍ରମିକ ଓ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳିବାରେ କୌଣସି ଅସୁବିଧା ନଥିଲା। ବଡ଼ପୁଅ କଲେଜରେ ପଢ଼ୁଥିବା ବେଳେ ସାନପୁଅ ହାଇସ୍କୁଲରେ ପଢୁଛି। ତେବେ ଗତ ବର୍ଷକ ତଳେ ରମେଶଙ୍କ ବାମ ଆଖି ହଠାତ୍ ଛୋଟ ହୋଇଯିବା ସହ ବାମ ହାତଟି ଧିରେ ଧିରେ ସରୁ ହେବାରେ ଲାଗିଲା। ପୁଣି ବାନ୍ତି ଲାଗି ରହିବା ସହ ମୁଣ୍ଡରେ ମଧ୍ୟ ଅସହ୍ୟ ଭାବେ ଯନ୍ତ୍ରଣା ହେଲା। ପରିବାର ଲୋକେ ପ୍ରଥମେ ବସ୍ତା ପୁଣି ବାଲେଶ୍ଵର ଓ କଟକ ଏହିପରି ବିଭିନ୍ନ ସ୍ଥାନକୁ ନେବାପରେ ଗତ ପ୍ରାୟ ୬ ମାସ ତଳେ ରମେଶ କର୍କଟ ରୋଗରେ ପୀଡିତ ବୋଲି ଜଣା ପଡିଲା। ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ପଡ଼ିଥିବା ବେଳେ ଘରେ ଯାହା ଅଳଙ୍କାର ତଥା ଅନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲା ସେସବୁକୁ ରମେଶଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ବିକ୍ରି କରି ଦେଇଛନ୍ତି। ସେହି ଅର୍ଥ ସରିବା ପରେ ନିଜ ଚିହ୍ନା ପରିଚୟ ଆତ୍ମିକ ସ୍ବଜନ ଲୋକଙ୍କ ଠାରୁ ମଧ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କାର ଋଣ କରିସାରିଛନ୍ତି ତାଙ୍କ ପରିବାର। ଏବେ ସବୁ ଟଙ୍କା ଖର୍ଚ୍ଚ ହୋଇଯିବା ପରେ ଅର୍ଥର ଅଭାବ ଯୋଗୁଁ ରମେଶଙ୍କୁ ଚିକିତ୍ସା ପାଇଁ କଟକକୁ ନିଆଯାଇ ପାରୁନାହିଁ।

ଦିନକୁ ଦିନ ରମେଶଙ୍କ ପାଇଁ ରୋଗର ଜ୍ବାଳା ଅସହ୍ୟ ହେଉଥିବା ବେଳେ କେବଳ ସେ ବିଛଣାରେ ଶୋଇ ରହୁଛନ୍ତି। ଗୋଟିଏ ପଟେ ଆର୍ଥିକ ସମସ୍ୟା ଅନ୍ୟପଟେ ରମେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡୁ ଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଦିନକୁ ଥରେ ଘରେ ଚୁଲି ଜଳୁଥିବା ବେଳେ ଅଧିକାଂଶ ସମୟ ଉପବାସରେ ରହୁଛନ୍ତି ଏହି ପରିବାର।ବାପାଙ୍କ ଏପରି ଅବସ୍ଥା ସମୟରେ ଦୁଇ ପୁଅର ପାଠପଢ଼ା ମଧ୍ୟ ଠପ୍ ହେବାକୁ ବସିଛିଛି। ତେବେ ରମେଶଙ୍କ ସମ୍ପର୍କରେ ଖବର ପାଇ ଗତକାଲି ବାଲେଶ୍ଵରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବାଘାଯତୀନ ସ୍ବେଚ୍ଛାସେବୀ ସଂଗଠନର ବରିଷ୍ଠ ସଦସ୍ୟ ଭଗବାନ ଲେଙ୍କା ନିଜର ବିବାହ ବାର୍ଷିକୀ ଥିବାରୁ ସଙ୍ଗଠନର ଅନ୍ୟ କର୍ମକର୍ତ୍ତାଙ୍କୁ ଧରି ରମେଶଙ୍କ ଘରେ ପହଞ୍ଚିଥିଲେ। ନିଜ ଖର୍ଚ୍ଚରେ ଭଗବାନ ରମେଶଙ୍କ ପରିବାରକୁ ମାସକର ରେସନ ସହ ୩୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତେବେ ରମେଶଙ୍କ ଉଚ୍ଚ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ କେହି ଯଦି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବେ ତେବେ ରମେଶ ନିଶ୍ଚେ ସୁସ୍ଥ ହୋଇଯିବେ ବୋଲି ତାଙ୍କ ପତ୍ନୀ ଆଶା ବାନ୍ଧି ବସିଛନ୍ତି। ରମେଶଙ୍କ ପରିବାର ସହ କେହି ଯୋଗାଯୋଗ କରିବାକୁ ଚାହୁଁଥିଲେ ୮୨୬୦୯୧୭୪୭୫ ନମ୍ବରରେ ଫୋନ କରିପାରିବେ।