Sirisha Bandla - The Sakala

ମହାକାଶକୁ ଯିବେ ଭାରତୀୟ ବଂଶୋଭବ ସିରିଶା
ୱାଶିଂଟନ : ମହାକାଶଚାରୀ କଳ୍ପନା ଚାୱଲାଙ୍କ ପରେ ଆଉ ଜଣେ ଭାରତୀୟ ବଂଶୋଭବ ଶିରିଶା ବନ୍ଦଲା ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଦ୍ବିତୀୟ ଭାରତୀୟ ମହିଳା ଭାବେ ଏକ ମହାକାଶ ମିଶନରେ ବାହାରିଛନ୍ତି। ଗ୍ୟାଲେକ୍ଟିକର ମାଲିକ ତଥା ପ୍ରସିଦ୍ଧ ଉଦ୍ୟୋଗପତି ରିଚାର୍ଡ ବ୍ରାନ୍‌ସନଙ୍କ ସହ ଆସନ୍ତା ୧୧ ତାରିଖରେ ସିରିଶା ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ସେ ଉକ୍ତ କମ୍ପାନୀରେ ସରକାରୀ ମାମଲାର ଏବଂ ଗବେଷଣା କାର୍ଯ୍ୟ ସମ୍ବନ୍ଧୀୟ ଅଧିକାରୀ ଅଛନ୍ତି। ରିଚାର୍ଡଙ୍କ ସହ ଆଉ ୫ ଜଣ ଯାତ୍ରୀ ମହାକାଶ ଗସ୍ତରେ ଯାଉଛନ୍ତି। ସେମାନେ ସମସ୍ତେ କମ୍ପାନୀର କର୍ମଚାରୀ। ସିରିଶା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ବାସିନ୍ଦା। ତେବେ ସେ ହୁଷ୍ଟନରେ ବଢିଛନ୍ତି। ଶିରିଶାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଭାବେ କଳ୍ପନା ଚାୱଲା ମହାକାଶ ଯାଇଥିଲେ। ତେବେ ସ୍ପେସ ସଟଲ କଲମ୍ବିଆ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସିରିଶା ୨୦୧୫ରେ ଭର୍ଜିନ କମ୍ପାନୀରେ ସାମିଲ ହୋଇଥିଲା। ଏହା ପରଠାରୁ ଆଉ ସେ ପଛକୁ ଫେରିନାହାନ୍ତି। ସେ ଭର୍ଜିନ ଅର୍ବିଟ ୱାସିଂଟନର କାର୍ଯ୍ୟ ସମ୍ଭାଳୁଛନ୍ତି। ଏହି କମ୍ପାନୀ କିଛି ଦିନ ତଳେ ବୋଇଙ୍ଗ ୭୪୭ ଉଡାଜାହାଜ ସାହାଯ୍ୟରେ ଏକ ଉପଗ୍ରହ ଲଞ୍ଚ କରିଥିଲା।