ECISVEEP - The Sakala

୪ ରାଜ୍ଯ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବାଜିଲା ନିର୍ବାଚନୀ ବିଗୁଲ
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଶୁକ୍ରବାର ସନ୍ଧ୍ଯାରେ ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।  ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଓ କରୋନା କଟକଣା ଭିତରେ କିପରି ନିର୍ବାଚନ ସୁରୁଖୁରୁରେ ହେବ ସେ ନେଇ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ଯାୟ, ଆସାମରେ ୩ଟି ପର୍ଯ୍ଯାୟ ଏବଂ ତାମିଲନାଡ଼ୁ, କେରଳ,ପୁଡୁଚେରୀରେ ଗୋଟିଏ ପର୍ଯ୍ଯାୟରେ ନିର୍ବାଚନ ହେବ ।

ପଶ୍ଚିମବଙ୍ଗର ୨୯୪ଟି ଆସନ, ତାମିଲନାଡ଼ୁର ୨୩୪ଟି ଆସନ, କେରଳର ୧୪୦ଟି ଆସନ, ଆସାମର ୧୨୬ଟି ଆସନ ଓ ପୁଡ଼ୁଚେରୀର ୩୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହିତ କେରଳର ମାଲ୍ଲାପୁରମ ଲେକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏସବୁ ନିର୍ବାଚନ ହେବ ବୋଲି ସୁନୀଲ ଆରୋରା କହିଛନ୍ତି। ଭୋଟରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ନାମାଙ୍କନ ପତ୍ର ଦାଖଲ ସମୟରେ କେବଳ ଦୁଇ ଜଣ ପ୍ରାର୍ଥୀଙ୍କ ସହିତ ପ୍ରାର୍ଥୀ ଯାଇପାରିବେ। ଭୋଟ୍ ଦେବାର ସମୟ ମଧ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି। କରୋନା ପାଇଁ ଏହି ଅବଧି ବଢ଼ାଯାଇଛି। ବିହାର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ସମାନ ନିୟମ କରାଯାଇଥିଲା। ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ପୋଲିଂ ଅଧିକାରୀ ଟିକା ନେବା ଜରୁରୀ ବୋଲି ସୁନୀଲ ଆରୋରା କହିଛନ୍ତି।

ଆସାମର ୩ଟି ପର୍ଯ୍ଯାୟ ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ଭୋଗ ଗ୍ରହଣ ହେବ। କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ  ଗୋଟିଏ ପର୍ଯ୍ଯାୟ ପାଇଁ ଏପ୍ରିଲ ୬ରେ ଭୋଟ ଗ୍ରହଣ କରାଯିବ। ସେହିପରି ପଶ୍ଚିମବଙ୍ଗର ୮ଟି ପର୍ଯ୍ଯାୟ ପାଇଁ  ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬, ଏପ୍ରିଲ ୨୯ ଭୋଟ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ଯାୟରେ ୩୭ଟି ବିଧାନସଭା ଆସନ ପାଇଁ ମାର୍ଚ୍ଚ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ସମୟ ମାର୍ଚ୍ଚ ୯ ରହିଛି। ମାର୍ଚ୍ଚ ୧୦ରେ ମନୋନୟନ ପତ୍ର ଯାଞ୍ଚ ସହ ମାର୍ଚ୍ଚ ୧୨ ତାରିଖକୁ ମନୋନୟନ ପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ଯ କରାଯାଇଛି। ଏହି ପର୍ଯ୍ଯାୟରେ ମାର୍ଚ୍ଚ ୨୭ରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଆସନ୍ତା ମେ ମାସ ୨ ତାରିଖରେ ଭୋଟ ଗଣତି ହେବ।