forgery signature - The Sakala

ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: କ୍ୟାପିଟାଲ ଥାନାରେ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଅଟକ
ଭୁବନେଶ୍ୱର: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର  ଘଟଣାରେ ବଡ଼ ଅପଡେଟ । ଯନ୍ତ୍ରୀଙ୍କୁ ଅଟକ ରଖିଲା କ୍ୟାପିଟାଲ ଥାନା ପୋଲିସ। ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଙ୍କୁ ଅଟକ ରଖି ପଚରାଉଚରା ଜାରି । ଉପବାଚସ୍ପତିଙ୍କ ଏତଲା ଆଧାରରେ ଦୁଇ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ନକଲ କରି ଅଡ଼ୁଆରେ ପଡ଼ିଥିଲେ ୨ ସହକାରୀ ଯନ୍ତ୍ରୀ । ସେମାନେ ହେଲେ ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଓ ହରିଚନ୍ଦନପୁର ବ୍ଲକର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ । ଦୁହିଁଙ୍କ ବିରୋଧରେ ଆସିଥିଲା ଗୁରୁତର ଅଭିଯୋଗ। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଏ ସମ୍ପର୍କରେ ଜଣାଇବା ପରେ ମାମଲା ରୁଜୁ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୋଲିସ ଏଭଳି ଏକ ଅଭିଯୋଗ ପାଇବା ପରେ ଏତଲା ରୁଜୁ କରି ଚଳାଇଥିଲା ତଦନ୍ତ।

ସୂଚନାଯୋଗ୍ୟ, ଉପବାଚସ୍ପତିଙ୍କ କାର୍ଯ୍ୟାଳୟରୁ ସେମାନଙ୍କ ବଦଳି ସୁପାରିଶ ପାଇଁ କୌଣସି ଚିଠି ଜାରି କରାଯାଇ ନଥିଲେ ମଧ୍ୟ ସେମାନେ ଉପବାଚସ୍ପତିଙ୍କ ଅଫିସିଆଲ୍ ଡି.ଓ. ପ୍ୟାଡର ଅପବ୍ୟବହାର କରିବା ସହ ତାଙ୍କର ଜାଲ୍ ଦସ୍ତଖତ କରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଦାଖଲ କରିଥିବା ଜଣାପଡ଼ିଛି। ଯାହାଫଳରେ ସେମାନଙ୍କର ବଦଳି ସହଜରେ ହୋଇପାରିବ। ବିଧାନସଭା ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ଏହି ଜାଲିଆତି ବିଷୟରେ ଅବଗତ ହେବାପରେ ଏନେଇବ ବିଧିବଦ୍ଧ ଭାବେ ଥାନାରେ ମାମଲା ରୁଜୁ ହୋଇଛି।