Rechecking Result - The Sakala

ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରିଚେକିଂ ଫଳାଫଳ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳାଫଳର ରିଚେକିଂ ବା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ପ୍ରକ୍ରିୟା ସରିଥିବାରୁ ଆସନ୍ତା ଜୁନ୍ ୧୯ ତାରିଖରେ ବୋର୍ଡର ଅଫିସିଆଲ୍ ୱେବସାଇଟରେ ରିଚେକିଂ ଫଳାଫଳ ପ୍ରକାଶ ପାଇବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ରାଜ୍ୟର ବିଭିନ୍ନ ସ୍ଥାନରୁ ୩,୩୦୦ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ଖାତା ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିଥିଲେ। ଅନେକ ଛାତ୍ରଛାତ୍ରୀ ଏକାଧିକ ବିଷୟର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିବା ବେଳେ ବୋର୍ଡ କାର୍ଯ୍ୟାଳୟରେ ୯,୦୦୦ରୁ ଅଧିକ ଉତ୍ତରଖାତାର ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ପରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ମାର୍କ ବୃଦ୍ଧି ପାଇଥିବା ସୂଚନା ମିଳିଛି।

ଚଳିତ ବର୍ଷ ଯୁକ୍ତ ଦୁଇ (+୨) ନାମଲେଖା ପ୍ରକ୍ରିୟା ଜାରି ରହିଥିବା ବେଳେ ଆବେଦନର ଶେଷ ତାରିଖ ଜୁନ୍ ୩୦ ରହିଛି। ନାମଲେଖା ପୂର୍ବରୁ ଯେପରି ଛାତ୍ରଛାତ୍ରୀମାନେ ନିଜର ବର୍ଦ୍ଧିତ ମାର୍କର ଲାଭ ଉଠାଇପାରିବେ, ସେଥିପାଇଁ ବୋର୍ଡ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ମାର୍କ ବଢ଼ିଥିବା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କର ନୂତନ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।