Electrocution Death - The Sakala

ଢେଙ୍କାନାଳରେ ଅଭାବନୀୟ ଘଟଣା: ପରସ୍ପରକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ
ଢେଙ୍କାନାଳ: ବିଦ୍ୟୁତ୍‌ ଆଘାତରେ ୨ ଯାଆ ମୃତ । ବର୍ଷା ପବନରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାରରେ ଲାଗି ମୃତ । ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁର ଟାଣଳା ସାହିରେ ଘଟିଛି ଏପରି  ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ସମୟରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବିଭୂତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୫) ଏବଂ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୦)।

ସୂଚନା ଅନୁଯାୟୀ, ସୋମବାର ରାତିରେ ପ୍ରବଳ ପବନ ଓ ବର୍ଷା କାରଣରୁ ଘରକୁ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ରୋଷେଇ ଘର ପାଖରେ ପଡ଼ିଥିଲା। ମଙ୍ଗଳବାର ଭୋର ପ୍ରାୟ ୪:୩୦ ସମୟରେ ମନୀଷା ଦେହୁରୀ ରୋଷେଇ କରିବା ପାଇଁ ଯାଉଥିବା ବେଳେ ଏହି ଛିଣ୍ଡି ପଡ଼ିଥିବା ଜୀବନ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କର ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ବଡ଼ ଯାଆ ରଞ୍ଜୁ ଦେହୁରୀ ଧାଇଁ ଆସିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରସ୍ପରକୁ ବଞ୍ଚାଇବାକୁ ଯାଇ ଉଭୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ବୋଲି ରଞ୍ଜୁଙ୍କ ସ୍ୱାମୀ ବିଭୂତି ଦେହୁରୀ ପ୍ରକାଶ କରିଛନ୍ତି।

ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ଆଶା କରାଯାଉଛି।