Dr. Lenin Mohanty - The Sakala
ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ: ବିଜେଡି
ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦ ଜଟିଳ ରୂପ ଧାରଣ କରିଛି। ଏହି ବିବାଦ ଏବେ ଛାତ୍ରଙ୍କ ଆନ୍ଦୋଳନ ସମେତ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ କଟକ ସଦର ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ଯାହାକୁ କଡ଼ା ସମାଲୋଚନା କରିଛି ବିଜେଡି।
ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼. ଲେନିନ୍‌ ମହାନ୍ତି କହିଛନ୍ତି ଯେ  ଇଷ୍ଟ ହଷ୍ଟେଲରେ ବାରମ୍ୱାର ବିଭିନ୍ନ ସମସ୍ୟା ହେଉଥିବା ବେଳେ ଏହାର ସମାଧାନ କରିବା ପ୍ରତିବଦଳରେ ଡେପୁଟି ୱାର୍ଡେନ ରବିଉଲ ଅନସାରୀଙ୍କ କାର୍ଯ୍ୟକଳାପ ନେଇ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ପ୍ରବେଶ କରିଥିଲେ। ଇଷ୍ଟ ହଷ୍ଟେଲ ବିବାଦର ସମାଧାନ ପାଇଁ ବସିଥିବା ବୈଠକରେ ବିଧାୟକ ଶ୍ରୀ ସେଠୀ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ବିବାଦ ମୁଣ୍ଡ ଟେକିବା ପରେ ଛାତ୍ର ଓ ଶିକ୍ଷକମାନଙ୍କ ସହ ଆଲୋଚନା କରି ସମାଧାନ କରିବା ବଦଳରେ ବିଶ୍ୱବିଦ୍ୟାଳୟ କୁଳପତି ଚୁପ୍‌ ହୋଇ ବସିଛନ୍ତି। ସେ ଦିନ ଆଲୋଚନା ବେଳେ କଣ ଘଟଣା ଘଟିଲା ତାହାକୁ କୁଳପତି ସର୍ବସମ୍ମୁଖରେ କହିବାର ସାହାସ ନାହିଁ। ବିଶ୍ୱବିଦ୍ୟାଳୟ କୁଳସଚିବ ମଧ୍ୟ ନିଜ ପଦବୀ ବଞ୍ଚାଇବା ପାଇଁ ଚୁପ୍‌ ହୋଇ ବସିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ଯୁକ୍ତି ସଙ୍ଗତ ଦାବି ଉପସ୍ଥାପନ କରିଛନ୍ତି। ତେବେ ତାହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଆଲୋଚନା କରି ସମାଧାନ କରିବା ଆବଶ୍ୟକତା ଥିଲା । ମାତ୍ର କେଉଁ ପରିସ୍ଥିତିରେ ବିଧାୟକ ବିଶ୍ୱବିଦ୍ୟାଳୟକୁ ଯାଇ ବିବାଦ ସୃଷ୍ଟି କଲେ ତାହା ଏଯାଏ ରହସ୍ୟାବୃତ୍ତ।
ଅଧ୍ୟାପକମାନଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିବାବେଳେ ବିଧାୟକ ମଧ୍ୟ ଚିଫ୍‌ ୱାର୍ଡେନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ନିରବ ରହିବା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଳପତି ମଧ୍ୟ ବିଧାୟକଙ୍କ ସମ୍ମୁଖରେ ଅସହାୟ ହୋଇଛନ୍ତି। ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି । ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ସହ ରାଜ୍ୟର ଶିକ୍ଷାମନ୍ତ୍ରୀ ମଧ୍ୟ କେବଳ ବଡ ବଡ କଥା କହିଲେ। କିନ୍ତୁ ଉନ୍ନତି ନେଇ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ। ଯାହାଫଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହି ଆନ୍ଦୋଳନ ମୁଣ୍ଡ ଟେକୁଛି । ବିଧାୟକ ଓ ଶିକ୍ଷକମାନଙ୍କ ବିବାଦ ନେଇ ଅଭିଯୋଗ ସତ୍ତେ୍ୱ ରାଜ୍ୟ ସରକାର ଏକ କମିଟି କରି ଘଟଣାର ତଦନ୍ତ କାହିଁକି କରୁନାହାନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଓଡ଼ିଶାର ଐତିହ୍ୟ ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ । ଏଥିରେ କୁଳପତିଙ୍କ ପ୍ରମୁଖ ଭୂମିକା ରହିଛି। ଯଦି କୁଳପତି ମୁହଁ ଖୋଲି ପାରୁନାହାନ୍ତି ତେବେ ତୁରନ୍ତ ପଦବୀରୁ ଅବ୍ୟାହତି ନେଇ ଯିବାର ଆବଶ୍ୟକ ରହିଛି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯାଉ । ବିଶ୍ୱବିଦ୍ୟାଳୟର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।
ଭୁବନେଶ୍ୱର:  ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଚିତ୍ର ଗତକାଲି ସନ୍ଧ୍ୟାରେ ବାରିପଦାରେ ଘଟିଥିବା ଦୁର୍ଘଟଣାରୁ ଦେଖିବାକୁ ମିଳିଛି । ଦୁର୍ଘଟଣାରେ ୨ ଜଣ ମୃତୁ୍ୟବରଣ କରିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣଙ୍କ ଅମୂଲ୍ୟ ଜୀବନ ହାନୀକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ବିଜେପି ସରକାରର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟସେବା ନ ମିଳିବାରୁ ଏକ ଅମୂଲ୍ୟ ଜୀବନ ଚାଲିଗଲା । ବିଜେଡି ସରକାର ସମୟରେ ବାରିପଦା ସ୍ଥିତ ରଙ୍ଗାମାଟିଆ ଠାରେ ନୂତନ ହସ୍ପିଟାଲ୍ କ୍ୟାମ୍ପସ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଗତ ୨୦୨୪ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ସମ୍ପୂର୍ଣ୍ଣ ନ କରି ବନ୍ଦ ରଖିଥିଲା । ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ରଙ୍ଗ ମାରି ଲୋକ ଦେଖାଣିଆ ଭାବେ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଉଦଘାଟନ କରିଛନ୍ତି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ହସ୍ପିଟାଲରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି । ରୋଗ ନିରୂପଣ ଓ ଯାଞ୍ଚ ନିମନ୍ତେ ହସ୍ପିଟାଲରେ ସିଟି ସ୍କାନ, ଅଲଟ୍ରା ସାଉଣ୍ଡ ସମେତ ଅନ୍ୟାନ୍ୟ ଦରକାରୀ ମେସିନ ଉପଲବ୍ଧ ନାହିଁ । ରୋଗ ନିରୂପଣ ପାଇଁ ରଙ୍ଗମାଟିଆରୁ ପ୍ରାୟ ୧୫ କିମି ଦୂର ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯିବାକୁ ପଡୁଛି । ସେହିପରି ରକ୍ତଭଣ୍ଡାର ନଥିବାରୁ ଗୁରୁତର ରୋଗୀ ମାନଙ୍କୁ ରକ୍ତ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯିବାକୁ ପଡୁଛି । ଉକ୍ତ ସମସ୍ତ କାର୍ଯ୍ୟ ପାଇଁ ୨ରୁ ୩ ଘଣ୍ଟା ସମୟ ଲାଗୁଥିବାରୁ ଗତକାଲି ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ ସଠିକ୍ ଚିକିତ୍ସା ସୁବିଧା ନ ମିଳିବାରୁ ଜଣଙ୍କ ଜବୀନ ଚାଲିଗଲା । ମେଡିକାଲରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସେହିପରି ସହରରୁ ଦୂରରେ ହସ୍ପିଟାଲ ଥିବାରୁ ଯୋଗାଯୋଗର କୌଣସି ବ୍ୟବସ୍ଥା ନାହିଁ । ଅହଙ୍କାରୀ ବିଜେପି ସରକାର ଅସମ୍ପୂର୍ଣ୍ଣ ହସ୍ପିଟାଲକୁ ଉଦଘାଟନ କରି ବାହାବା ନେଉଛି । କେବଳ କାନ୍ଥରେ ରଙ୍ଗ ମାରିଦେଲେ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବନି । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଡବଲ ଇଞ୍ଜିନ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଆଗକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।
ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି
ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ଉଦ୍ବେଗଜନକ । ଡବଲ ଇଞ୍ଜିନ ସରକାରରେ ଅନୁଦାନ ବୃଦ୍ଧି ପାଇବା ପରିବର୍ତ୍ତେ କମୁଥିବାରୁ ମୁଖ୍ୟମନ୍ତ୍ରୀ ଏ ବାବଦରେ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ଖୋଲନ୍ତୁ ଦାବି କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ସରକାରକୁ ଆସିବା ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବ ବୋଲି କହିଥିଲା ବିଜେପି । କିନ୍ତୁ ପଞ୍ଚଦଶ ଅର୍ଥ କମିଶନ (୨୦୨୧-୨୬)ଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ ୪.୫୩ ପ୍ରତିଶତ ଅର୍ଥ ମିଳିଥିବା ବେଳେ ଷୋଡ଼ଶ ଅର୍ଥ କମିଶନ (୨୦୨୬-୩୧)ଙ୍କ ସୁପାରିଶରେ ତାହା ୪.୪୨ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ୱାରା ଓଡ଼ିଶା ପ୍ରଭୂତ କ୍ଷତି ସହିବ । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫,୮୦୦ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିବାବେଳେ ଟଙ୍କାଟିଏ ବି ଅନୁଦାନ ମିଳିଲାନି । ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଏହି ଯୋଜନାରେ ଓଡ଼ିଶା ଅନୁଦାନ ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଲା । ସେହିପରି ଜଳ ଜୀବନ ମିଶନ ଯୋଜନାରେ ବାର୍ଷିକ ୬ ହଜାର କୋଟି ଟଙ୍କା ଅନୁଦାନ ମିଳିବାକୁ ଥିବାବେଳେ ଗତ ୨ ବର୍ଷ ମଧ୍ୟରେ ଟଙ୍କାଟିଏ ବି ଅନୁଦାନ ଓଡ଼ିଶାକୁ ମିଳିଲା ନାହିଁ । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଓଡ଼ିଶା ହକ୍ରୁ ବଞ୍ଚିତ ହେଲା ପରେ ମଧ୍ୟ କେନ୍ଦ୍ର ନିକଟରେ ମୁହଁ ଖୋଲିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ଡ଼ ସାହୁ ଆହୁରି କହିଥିଲେ ଯେ, ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ବଜେଟ୍ରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନ କରିପାରିବାରୁ କେନ୍ଦ୍ର ଅନୁଦାନ କାଟିଦେଉଛି ଏବଂ ଯାହାବି ଅନୁଦାନ ରାଜ୍ୟକୁ ମିଳୁଛି, ତାହା ଆର୍ଥିକ ବର୍ଷ ଶେଷରେ ମିଳୁଥିବାରୁ ଖର୍ଚ୍ଚ ହୋଇପାରୁ ନାହିଁ । ରାଜ୍ୟ ବିଜେପି ସରକାରଙ୍କ ଅପାରଗତା ଲାଗି ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାରୁ ଗ୍ରାମାଞ୍ଚଳରେ ପିଇବା ପାଇଁ ପାଣି ମିଳୁନାହିଁ । ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଗତ ୨ ବର୍ଷ ଧରି କେନ୍ଦ୍ରୀୟ ଅନୁଦାନ କମିବା ଏବଂ ରାଜ୍ୟ ବଜେଟ୍ରେ ବରାଦ ଅର୍ଥ ଖର୍ଚ୍ଚ ହୋଇନପାରିବା ଫଳରେ ବିକାଶ ବାଧାପ୍ରାପ୍ତ ହୋଇଛି । ପୂର୍ବ ବିଜେଡି ସରକାରରେ ଆର୍ଥିକ ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନରେ ଥିବା ଓଡ଼ିଶାର ଆର୍ଥିକ ସ୍ଥିତି ଆଜି ବିଗିଡ଼ିଯାଇଛି । ପ୍ରଚାର ସର୍ବସ୍ୱ ବିଜେପି ସରକାର ଓଡ଼ିଶାବାସୀଙ୍କ ନାର୍ଯ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପିତ କରି ରାଜ୍ୟ ପାଇଁ ଅଧିକ ଅନୁଦାନ ଆଣନ୍ତୁ, ନଚେତ୍ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।
ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି: ବିଜେଡି
ଭୁବନେଶ୍ୱର: ନୂତନ କରି ପ୍ରକାଶ ପାଇଥିବା ଓଡ଼ିଆ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହୋଇଛି। ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି। ନୂତନ ଏନଇପି-୨୦୨୦ ଅନୁସାରେ ପ୍ରକାଶ ହୋଇଥିବା ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି। ଏନେଇ ବିଜେଡି ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶାର ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକ ଗୁଡ଼ିକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି। ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ବୋଲି ମତପ୍ରକାଶ କରିଛନ୍ତି। ଡଃ ମହାନ୍ତି କହିଛନ୍ତି, ‘ଓଡ଼ିଆ ଆସ୍ମିତା’ ସ୍ଲୋଗାନ୍ ଦେଇ ବୁଲୁଥିବା ବିଜେପି ସରକାର ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି। ସେମାନେ ଓଡ଼ିଆ ଗର୍ବକୁ ପ୍ରୋତ୍ସାହିତ କରୁନାହାନ୍ତି, ବରଂ ଅଯୋଗ୍ୟତା, ଅଦକ୍ଷତା ଓ ମାତୃଭାଷା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହା ଏକ ନକଲି ଅସ୍ମିତା ବାର୍ତ୍ତା ଯାହାକି ପ୍ରତିଟି ଓଡିଆଙ୍କ ଭାବାବେଗ ସହ ଖେଳିଛନ୍ତି।
ଓଡ଼ିଶା ପାଠ୍ୟକ୍ରମ ୨୦୨୫ ଅନୁସାରେ ଏସ୍‌ସିଇଆର୍‌ଟି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଶ୍ରେଣୀ ୮ ପୁସ୍ତକରେ ରହିଛି। ଏଥିରେ ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି। ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ପୁସ୍ତକରେ ଗମ୍ଭୀର ଭାବେ ବନାନ୍ ତ୍ରୁଟି, ତଥ୍ୟଗତ ଭୁଲ୍, ଭୋଗଲିକ ସ୍ଥିତି ସମ୍ବନ୍ଧୀୟରେ ତ୍ରୁଟି, ଐତିହାସିକ ଓ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ଓ ଭୁଲ୍ ଫଟୋ ଏବଂ ସ୍ଥାନ ମଧ୍ୟ ରହିଛି।
ଏକ ଉଦାହରଣ ସ୍ୱରୂପ କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ବ୍ୟବହାର କରାଯାଇଛି। ଓଡ଼ିଶାର ପବିତ୍ର ନିୟମଗିରି ପାହାଡ଼କୁ ଝାରଖଣ୍ଡରେ ବୋଲି ଉଲ୍ଲେଖ ହୋଇଛି। ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କୁହାଯାଇଛି। ସୁନନ୍ଦା ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ବନାନ୍ ରହିଛି। ଡ ଲେନିନ୍ ମହାନ୍ତି କହିଛନ୍ତି, “ଏଗୁଡ଼ିକ ଛୋଟ କିମ୍ବା ପରୀକ୍ଷା ମୂଳକ ତ୍ରୁଟି ନୁହେଁ। ଏହା ପିଲାଙ୍କୁ ସେମାନଙ୍କର ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟି ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ସୃଷ୍ଟି କରିବ। ଅଟେ। ‘ଓଡ଼ିଆ ଆସ୍ମିତା’ର ଦାବି କରୁଥିବା ସରକାର କେମିତି ଏପରି ଅପମାନକର କାର୍ଯ୍ୟ କରିପାରିଲା?
ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଜର ତୃଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି। ଯାହା ସେମାନଙ୍କର ଅଯତ୍ନ ଓ ଦାୟୀତ୍ୱ ହୀନତାର ପରିଚୟ ପ୍ରଦାନ କରୁଛି। ତେଣୁକରି ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ଦାବି କରିଛନ୍ତି। ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ପ୍ରସ୍ତୁତି ଓ ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଞ୍ଚ, ଆଗାମୀ ଶୈକ୍ଷିକ ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ଦାବି କରିଛନ୍ତି। ବିଜେପି ନକଲି ଓଡ଼ିଆ ଆସ୍ମିତା ଆଜି ସର୍ବସମ୍ମୁଖରେ ଉପନୀତ ହୋଇଛି। ଶିକ୍ଷକ ମାନେ ମଧ୍ୟ ଦରମା ପାଉନଥିବା ବେଳେ ଶିକ୍ଷା ବ୍ୟବସ୍ଥା ପ୍ରତି ଏହିପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଜମା ଗ୍ରହଣୀୟ ନୁହେଁ। ବିଜେଡି ବିଧାନସଭା ଭିତରେ ଓ ବାହାରେ ଉକ୍ତ ପ୍ରସଙ୍ଗ ଉଠାଇ ଶିକ୍ଷକ, ପିତାମାତା ଓ ଶିକ୍ଷାବିତଙ୍କ ସହ ଓଡ଼ିଆ ଭାଷା ଓ ପିଲାଙ୍କ ଭବିଷ୍ୟତ ନେଇ ଲଢ଼େଇ ଜାରି ରଖିବ ବୋଲି ଡ. ମହାନ୍ତି କହିଛନ୍ତି।