Organic Farming - The Sakala

କଳାହାଣ୍ଡିରେ ଜୈବିକ କୃଷିକୁ ତ୍ୱରାନ୍ୱିତ କରିଛି ବେଦାନ୍ତ ଆଲୁମିନିୟମ, ୧୭୦ଟି ପରିବାର ଉପକୃତ
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସଙ୍ଗମ ପ୍ରକଳ୍ପ ଅଧୀନରେ ନିଜର ଭର୍ମିକମ୍ପୋଷ୍ଟ ଏବଂ ଆଜୋଲା ପ୍ରୋତ୍ସାହନ ଜରିଆରେ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ କୃଷି ପ୍ରଣାଳୀକୁ ସୁଦୃଢ଼ କରୁଛି, ଯାହା ୨୭ଟି ଗାଁର ୧୭୦ଟି ଆଦିବାସୀ ଏବଂ କ୍ଷୁଦ୍ର ଚାଷୀ ପରିବାରକୁ ଉପକୃତ କରୁଛି।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କମ୍ପାନୀ ଘରୋଇ ସ୍ତରରେ ୧୪୦ଟି ଭର୍ମିକମ୍ପୋଷ୍ଟ ୟୁନିଟ୍ ଏବଂ ୩୦ଟି ଆଜୋଲା ଚାଷ ପ୍ରଣାଳୀ ପ୍ରତିଷ୍ଠା କରିବାରେ ସହାୟତା କରିଛି, ଯାହାଦ୍ୱାରା କୃଷକମାନେ ସେମାନଙ୍କ ଅଞ୍ଚଳରେ ମିଳୁଥିବା ଜୈବିକ ସମ୍ବଳ ଯେପରିକି ଗୋବର, ଫସଲର ଅବଶିଷ୍ଟାଂଶ ଏବଂ ରୋଷେଇ ଘର ବର୍ଜ୍ୟକୁ ଉନ୍ନତମାନର ଖତ ଏବଂ ପଶୁ ଖାଦ୍ୟରେ ପରିଣତ କରିପାରିବେ।

ଏହି ପଦକ୍ଷେପଗୁଡ଼ିକ କୃଷକମାନଙ୍କୁ ଅଳ୍ପ ଖର୍ଚ୍ଚରେ, ଆତ୍ମନିର୍ଭରଶୀଳ ଚାଷ ପଦ୍ଧତିରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରୁଛି, ମୃତ୍ତିକା ସ୍ୱାସ୍ଥ୍ୟ, ଆର୍ଦ୍ରତା ଧାରଣ ଏବଂ ଫସଲ ଉତ୍ପାଦନରେ ଉନ୍ନତି ଆଣିବା ସହିତ ରସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରୁଛି। ଏଥି ସହିତ, ପାଣିରେ ଦ୍ରୁତ ଗତିରେ ବଢିପାରୁଥିବା ଆଜୋଲାକୁ କୁକୁଡ଼ା ଏବଂ ପଶୁମାନଙ୍କ ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଭାବରେ ଗ୍ରହଣ କରାଯାଉଛି, ଯାହା ପାରମ୍ପାରିକ ପଶୁଖାଦ୍ୟର ଏକ ପ୍ରଭାବଶାଳୀ ବିକଳ୍ପ ପ୍ରଦାନ କରିଥାଏ ।

ଗୋଷ୍ଠୀ ପରିଚାଳିତ ପଦେକ୍ଷପ ଭାବେ ପରିକଳ୍ପିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ପରିବାର, ମହିଳା ଚାଷୀ ଏବଂ ଛେଳି ପାଳନ କରୁଥିବା ଗୋଷ୍ଠୀ (ଜିଆରଜି) ମାନଙ୍କୁ ପ୍ରାଥମିକତା ଦିଆଯାଇଛି। କୃଷକମାନେ ଖତ ପ୍ରସ୍ତୁତି ଏବଂ ବ୍ୟବହାର, ଆର୍ଦ୍ରତା ପରିଚାଳନା, ଜିଆମାନଙ୍କର ଯତ୍ନ ଏବଂ ଆଜୋଲା ଚାଷ ଉପରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ପୂର୍ବରୁ ଫିଙ୍ଗି ଦିଆଯାଉଥିବା କିମ୍ବା ଜଳାଇ ଦିଆଯାଉଥିବା ଜୈବିକ ବର୍ଜ୍ୟବସ୍ତୁ ବର୍ତ୍ତମାନ ୪୫ ରୁ ୬୦ ଦିନ ମଧ୍ୟରେ ଉଚ୍ଚ ମାନର ଖତରେ ରୂପାନ୍ତରିତ ହେଉଛି, ଯାହା ଚାଷ କାର୍ଯ୍ୟରେ ବହୁଳଭାବେ ବ୍ୟବହାର କରାଯାଉଛି ।

ମହିଳାମାନେ ସକ୍ରିୟ ଭାବେ ଭର୍ମିବେଡ୍ ପରିଚାଳନା କରିବା ଏବଂ ଘରୋଇ କୃଷିରେ ଯୋଗଦାନ କରିବା ସହିତ ଏହି ପଦକ୍ଷେପକୁ ବ୍ୟାପକ ଭାବେ ଗ୍ରହଣ କରୁଛନ୍ତି। କୃଷକମାନେ ଧାନ, ପନିପରିବା ଏବଂ ଉଦ୍ୟାନ କୃଷି ଭଳି ଫସଲରେ ଅଧିକରୁ ଅଧିକ ଜିଆଖତ ପ୍ରୟୋଗ କରୁଛନ୍ତି, ଯାହା ଗୋଷ୍ଠି ନେତୃତ୍ୱାଧୀନ ଅଭ୍ୟାସକୁ ମଜବୁତ କରୁଛି।
ଏହି ପଦକ୍ଷେପ ସମ୍ପର୍କରେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, " ସ୍ଥାୟୀ ଗ୍ରାମୀଣ ଇକୋସିଷ୍ଟମ ନିର୍ମାଣ ପାଇଁ ସ୍ଥାନୀୟ ସ୍ତରରେ ପ୍ରାସଙ୍ଗିକ, ଦକ୍ଷତା ଭିତ୍ତିକ ସମ୍ବଳ ଏବଂ ନିର୍ଦ୍ଧିଷ୍ଟ ସମାଧାନର ଆବଶ୍ୟକତା ରହିଛି। କଳାହାଣ୍ଡିରେ ଆମର ପଦେକ୍ଷପ ମାଧ୍ୟମରେ ଆମେ କୃଷକମାନଙ୍କୁ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବା ଏବଂ ଦୀର୍ଘକାଳୀନ ଜୀବିକା ନିର୍ବାହକୁ ସୁଦୃଢ଼ କରିବାରେ ସକ୍ଷମ କରୁଛୁ। ସହଭାଗୀ, ଜ୍ଞାନର ଆଦାନ ପ୍ରଦାନ ଏବଂ ନିରନ୍ତର କ୍ଷେତ୍ର ସ୍ତରୀୟ ଯୋଗଦାନ ମାଧ୍ୟମରେ ଆତ୍ମନିର୍ଭରଶୀଳ ସମ୍ପ୍ରଦାୟ ସୃଷ୍ଟି କରିବା ଉପରେ ଆମର ଲକ୍ଷ୍ୟ ରହିଛି ।

ବଳଭଦ୍ରପୁର ଗାଁର ଜଣେ କୃଷକ ଗୋବିନ୍ଦ ଦଳପତି ତାଙ୍କ ଅନୁଭୂତି ବାଣ୍ଟି କହିଛନ୍ତି, "ପୂର୍ବରୁ, ଆମେ ସାର ଏବଂ କୁକୁଡ଼ା ଖାଦ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିଥିଲୁ, ବର୍ତ୍ତମାନ ଅନୁଭବ କରିଲୁ ଯେ , ଆମର ସମସ୍ତ ଆବଶ୍ୟକ ଜିନିଷ ଆମ ଘରେ ପୂର୍ବରୁ ଅଛି। ଏବେ ଭର୍ମିକମ୍ପୋଷ୍ଟ ଏବଂ ଆଜୋଲା ସହିତ, ଆମେ ସ୍ୱାସ୍ଥ୍ୟକର ଫସଲ ଉତ୍ପାଦନ କରୁଛୁ, ଅର୍ଥ ସଞ୍ଚୟ କରୁଛୁ, ଏବଂ ଆମର ପଶୁମାନଙ୍କୁ ଭଲ ଭାବରେ ଖାଇବାକୁ ଦେଉଛୁ। ଏହା ଚାଷ ପ୍ରତି ଆମର ଦୃଷ୍ଟିକୋଣକୁ ବଦଳାଇ ଦେଇଛି ।

ସଙ୍ଗମ ପ୍ରକଳ୍ପ ଜରିଆରେ ବେଦାନ୍ତ ଆଲୁମିନିୟମ ସମଗ୍ର ଜିଲ୍ଲାର ୯୦୦୦ରୁ ଅଧିକ କୃଷକଙ୍କ ନିକଟରେ ପହଞ୍ଚି ପାରିଛି, ଯାହା ଉନ୍ନତ ମୃତ୍ତିକା ଏବଂ ଜଳ ସଂରକ୍ଷଣ, କୃଷି ଉତ୍ପାଦକତା ବୃଦ୍ଧି ଏବଂ ଅଧିକ ଦକ୍ଷ, ଜଳବାୟୁ-ନମନୀୟ କୃଷି ପଦ୍ଧତିକୁ ସମର୍ଥନ କରୁଛି।