Salaar - The Sakala

‘ସାଲାର୍’କୁ ସେନ୍ସର ବୋର୍ଡର ‘ଏ’ ସାର୍ଟିଫିକେଟ୍‌, ଫିଲ୍ମରେ ରହିଛି ହିଂସାତ୍ମକ ସିନ୍‌
ଦକ୍ଷିଣର ସୁପରଷ୍ଟାର୍‌ ପ୍ରଭାସ ‘ସାଲାର୍‌’ ଫିଲ୍ମ ପାଇଁ ଏବେ ଚର୍ଚ୍ଚାରେ। ‘ସାଲାର: ପାର୍ଟ -୧ ସିଜଫାୟାର୍’ ର ନିର୍ଦ୍ଦେଶନା ଦାୟିତ୍ବରେ ପ୍ରଶାନ୍ତ ନୀଲ ଅଛନ୍ତି। ୨୨ ଡିସେମ୍ବରରେ ଏହି ଫିଲ୍ମ ସିନେମା ହଲ୍‌କୁ ଆସିବ। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍‌ ୫ଟି ଭାଷାରେ ଏହା ରିଲିଜ୍‌ ହେବ। ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମକୁ ଦେଖିବା ପାଇଁ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ଇତିମଧ୍ୟରେ ‘ସାଲାର୍‌’କୁ ନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି। ଦୁଇ ଘଣ୍ଟା ୫୫ ମିନିଟ୍‌ ଅବଧିର ଏହି ଫିଲ୍ମକୁ ସେନ୍ସର ବୋର୍ଡରୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି। ଫିଲ୍ମରେ ଅନେକ ଫାଇଟିଂ ଦୃଶ୍ୟ ସହ ରକ୍ତରଞ୍ଜିତ ସିନ୍‌ ଥିବାରୁ ଏହାକୁ ସେନ୍ସର ବୋର୍ଡ ପକ୍ଷରୁ ‘ଏ’ ସାର୍ଟିଫିକେଟ୍‌ ଦିଆଯାଇଛି।

ଏଥିରୁ କିଛି ସିନ୍‌ କାଟିବାକୁ ନିର୍ଦ୍ଦେଶ ରହିଛି। ଏଥିରୁ ଜଣାପଡୁଛି ଏଥିରେ ଏମିତି କିଛି ହିଂସାତ୍ମକ ଦୃଶ୍ୟ ଅଛି, ଯାହାକୁ ୧୮ ବର୍ଷରୁ କମ୍ ବୟସର ପିଲା ଦେଖିପାରିବେ ନାହିଁ। ଏହାଦ୍ବାରା ଫିଲ୍ମ ନିର୍ମାତାଙ୍କୁ କିଛିମାତ୍ରାରେ ଝଟ୍‌କା ଲାଗିପାରେ। ନିକଟରେ ରିଲିଜ୍‌ ହୋଇଥିବା ଟ୍ରେଲର୍‌ରୁ ଏହାର ଦମ୍‌ଦାର୍‌ ଅାକ୍ସନ୍‌ ସିନ୍‌ର ଝଲକ ମିଳିଛି। ଏହାପୂର୍ବରୁ ପ୍ରଶାନ୍ତନୀଲ୍‌ଙ୍କ ‘କେଜିଏଫ୍’ ଫ୍ରାଞ୍ଚାଇଜ୍‌ରେ ମଧ୍ୟ ଦମ୍‌ଦାର୍‌ ଆକ୍ସନ୍‌ ସିନ୍‌ ଦେଖୀବାକୁ ମିଳିଥିଲା। ‘ସାଲାର୍’ରେ ଏହାଠାରୁ ଆହୁରି ଉନ୍ନତମାନର ଆକ୍ସନ୍‌ ସିନ୍‌ ରହିଛି ବୋଲି ଚର୍ଚ୍ଚା ହେଉଛି। ‘ସାଲାର୍‌’ରେ ପ୍ରଭାସଙ୍କ ସହ ପୃଥ୍ବୀରାଜ୍‌ ସୁକୁମାରନ୍‌ ମଧ୍ୟ ଅଭିନୟ କରୁଛନ୍ତି।

‘ସାଲାର୍‌’ରେ ପ୍ରଭାସ-ପୃଥ୍ବୀରାଜ ଯୋଡ଼ି
ସାଉଥ୍ ସୁପରଷ୍ଟାର୍ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ ‘ସାଲାର୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଭାସଙ୍କ ସହ ଶ୍ରୁତି ହାସନ୍‌, ଜଗପତି ବାବୁ ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ଏବେ ଆଉ ଜଣେ ସୁପରଷ୍ଟାର୍‌ଙ୍କର ଏଣ୍ଟ୍ରି ହୋଇଛି। ଫିଲ୍ମରେ ମଲାୟାଲାମ୍‌ ସୁପରଷ୍ଟାର୍ ତଥା ଫିଲ୍ମ ନିର୍ମାତା  ପୃଥ୍ବୀରାଜ ସୁକମାରନ୍‌ ମଧ୍ୟ ଦେଖାଯିବେ। ନିକଟରେ ନିଜେ ପୃଥ୍ବୀରାଜ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏ ବିଷୟରେ ସୂଚନା ଦେଇଛନ୍ତି। ‘ସାଲାର୍‌’ କାହାଣୀ ତାଙ୍କୁ ବେଶ୍ ଭଲ ଲାଗିବା  ସହ ପ୍ରଭାସଙ୍କ ଭଳି ଜଣେ ସୁପରଷ୍ଟାର୍‌ଙ୍କ ସହ କିଏ କାମ କରିବାକୁ ଚାହିଁବ ନାହିଁ ବୋଲି ସେ  ମତ ରଖିଛନ୍ତି। ବହୁତ ଜଲ୍‌ଦି ପୃଥ୍ବୀରାଜ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି। ‘ସାଲାର୍’ ୨୦୨୩ରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ୍।

ପ୍ରଭାସଙ୍କ କେଶ ଲାଗି ଖର୍ଚ୍ଚ ହେବ ଚାରି ଲକ୍ଷ
କେଜିଏଫ୍‌ ଫେମ୍‌ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଆଗାମୀ ଫିଲ୍ମ ‘ସାଲାର’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆକ୍ସନ ଭିତ୍ତିକ ଏହି ଫିଲ୍ମରେ ପ୍ରଶାନ୍ତ ସୁପରଷ୍ଟାର୍‌ ପ୍ରଭାସଙ୍କୁ ନେଇ ଏକ ଧମାକା କରିବାକୁ ଯାଉଛନ୍ତି। ଏଥିରେ ପ୍ରଭାସଙ୍କ ନାୟିକା ସାଜିବେ ତାମିଲ ସୁନ୍ଦରୀ ଶ୍ରୁତି ହାସନ। ଏହାପୂର୍ବରୁ ଏହି ଫିଲ୍ମର ଦମ୍‌ଦାର ପୋଷ୍ଟର୍‌ଗୁୂଡିକ ପ୍ରଶଂସକଙ୍କ ମନ ଜିଣିଥିଲା। ତେବେ ଫିଲ୍ମର ଆଉ ଏକ ଖବର ଏବେ ଦର୍ଶକଙ୍କୁ ଚକିତ କରିଦେବ। ଏହି ଫିଲ୍ମ ଲାଗି ପ୍ରଭାସଙ୍କ ଲୁକ୍‌କୁ ନେଇ ଫିଲ୍ମନିର୍ମାତା ଖୁବ୍‌ ପରିଶ୍ରମ କରୁଛନ୍ତି। ଫିଲ୍ମରେ ପ୍ରଭାସଙ୍କ ହେୟାର ଷ୍ଟାଇଲରେ କିଛି ସ୍ବତନ୍ତ୍ରତା ରହିବ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଫିଲ୍ମରେ ପ୍ରଭାସଙ୍କ କେଶ ଲାଗି ଫିଲ୍ମ ନିର୍ମାତା ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫିଲ୍ମ ନିର୍ମାତା ପ୍ରଭାସଙ୍କ ହେୟାର ଷ୍ଟାଇଲ୍‌ର ଦାୟିତ୍ବ ବଲିଉଡ୍‌ର ଜଣେ ଆଗଧାଡିର ହେୟାର ଷ୍ଟାଇଲିଷ୍ଟ ଆଲିମ ହକୀମଙ୍କୁ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହି ବ୍ୟକ୍ତି ଜଣକ ଅତୀତରେ ସାଉଥ ସୁପରଷ୍ଟାର୍‌ ରାମ ଚରଣଙ୍କ ହେୟାର ଷ୍ଟାଇଲ୍‌ରେ ପରିବର୍ତ୍ତନ ଆଣି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଯାହାର ଫଟୋଗୁଡିକ ସେତେବେଳେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହୋଇଥିଲା। ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’କୁ ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଏଥÒରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିବେ ପୂଜା ହେଗ୍‌ଡେ। ଏହାବାଦ୍‌ ପ୍ରଭାସ ଏବେ ‘ଆଦିପୁରୁଷ’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି।