chilika - The Sakala

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁର ଓ ରାଜହଂସ ଅଞ୍ଚଳରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଏବଂ ବିଶ୍ୱପ୍ରସିଦ୍ଧ ଚିଲିକାର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶୁକ୍ରବାର ସକାଳେ ବ୍ରହ୍ମପୁରଠାରେ ଏକ ବିଶାଳ ରାଲି ମାଧ୍ୟମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସେମାନେ ଚିଲିକା କୂଳ ଏବଂ ସମୁଦ୍ର କୂଳରୁ ବିଭିନ୍ନ ଅଳିଆ ଆବର୍ଜନା ଓ ପଲିଥିନ ସଂଗ୍ରହ କରି ସଫେଇ କରିଥିଲେ। ଏହାସହ ଓଡ଼ିଶାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସମସ୍ତେ ମିଳିତ ଭାବେ ଶପଥ ନେଇଥିଲେ।

ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଉପକୂଳ ସଫେଇ ଅଭିଯାନ ପରିଚାଳିତ ହୋଇଥିଲା। ଏସିଏଫ ସୌମ୍ୟ ରଞ୍ଜନ ସାହୁ ଏବଂ ସାତପଡ଼ା ରେଞ୍ଜର ରଞ୍ଜନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ଗ୍ରାମବାସୀମାନେ ଆଜି ଘରକୁ ଫେରିବା ପରେ ନିଜ ପରିବାର, ପଡୋଶୀ ଏବଂ ସାଙ୍ଗସାଥିମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଚେତନ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବନପାଳ ପ୍ରତୀୟ ଜୟସିଂହ, ସୁଦିପ କୁମାର ଦେହେରା, ଅନିଲ ଲେଙ୍କା, ବିଶ୍ୱନାଥ ଟୁଡୁ, ଲକ୍ଷ୍ମଣ ପିପାକାଙ୍କ ସମେତ ବନରକ୍ଷୀ ଭାବଗ୍ରାହୀ ନାୟକ, ଅନିତା ଜୟସିଂହ, ଶିବ ପ୍ରସାଦ ପଲାଇ ଓ ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ କର୍ମୀ ନିର୍ମଳ ରଣସିଂହ ଏବଂ ଅନେକ ପରିବେଶବିତ ମଧ୍ୟ ଏହି ମହତ କାର୍ଯ୍ୟରେ ସହଯୋଗ କରିଥିଲେ।

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା
ଚିଲିକା: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ପାଇଁ ଗଠନ ହୋଇଛି ୧୮ଟି ସ୍ୱତନ୍ତ୍ର ଟିମ୍ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ । ଡଲଫିନ୍ ଗଣନା ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ଚିଲିକାର ସମସ୍ତ ବୋଟ୍‌ ଆସୋସିଏସନ୍‌କୁ ସୂଚନା ଦିଆଯାଇଛି । ଚିଲିକାରେ ଡ଼ଲଫିନ ଗଣନା ନେଇ ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ସଭାଗୃହରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।

ଡ଼ଲଫିନ ଗଣନା ପାଇଁ ଆଜି ଡ଼ଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଡ଼ଲଫିନ ଗଣନା ପାଇଁ ୨ଟି ରେଂଜର ୩ ସେକ୍ଟରରେ ରହିବେ ୧୮ ଟିମ। ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବାନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଗଣନାରେ ୧୩୦ରୁ ଉର୍ଦ୍ଧ ବିଭାଗୀୟ କର୍ମଚାରୀ, ସ୍ବେଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀ ମାନେ ସାମିଲ ହେବେ। ଏଥିସହିତ ସ୍ଥାନୀୟ ମସ୍ୟଜିବୀ ଓ ବିଭିନ୍ନ ଡଙ୍ଗା ଚାଳକ ସଂଘ ମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ ବ୍ୟବହାର କରାଯିବ। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି  ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ ରହିବ ।

ଘନ କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ମନା, କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ
ଚିଲିକା: ଘନ କୁହୁଡ଼ି ପାଇଁ ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ଉପରେ କଟକଣା । କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଛୋଟ ମଟର ବୋଟ, ମାଲ ବାହି ଡ଼ଙ୍ଗା ଓ ଭସାପୋଲ ସବୁକିଛିକୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନ କମୁଥିବାରୁ ଏଭଳି ଦୃଢ଼ ପଦକ୍ଷେପ ନେଇଛି ପ୍ରଶାସନ । ଗତକାଲି ଘନ କୁହୁଡ଼ି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ । ଭସାପୋଲରୁ ଖସି ପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ପୋଲିସ ଓ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରିବେ ବିଡ଼ିଓ । କଟକଣାକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆସିଲା ଚିଲିକା ପକ୍ଷୀ ଗଣନା ରିପୋର୍ଟ: ଚିଲିକାରେ ୧୧ ଲକ୍ଷ ୨୭ ହଜାର ୨୨୮ପକ୍ଷୀ, ଦେଶୀ-ବିଦେଶୀଙ୍କ ସଂଖ୍ୟା ହ୍ରାସ
ଖୋର୍ଦ୍ଧା/ବାଲୁଗାଁ: ଚଳିତବର୍ଷ ଚିଲିକା‌ରେ ମୋଟ ୧୯୬ ପ୍ରଜାତିର ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ଟି ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ୮୭ ପ୍ରଜାତିର ୪୦ହଜାର ୨ଟି ପକ୍ଷୀ ରହିଛନ୍ତି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମିଳିତ ଆନୁକୂଲ୍ୟରେ ହୋଇଥିବା ପକ୍ଷୀଗଣନାରୁ ଏଭଳି ତଥ୍ୟ ମିଳିଛି।

ସୂଚନାନୁଯାୟୀ, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ପ୍ରଜାତି ସଂଖ୍ୟାରେ ବୃଦ୍ଧି ହୋଇଛି। ଗତବର୍ଷ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଆସିଥିଲେ। ତନ୍ମଧ୍ୟରୁ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୯ ଶହ ୪୬ଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ ପ୍ରଜାତିର ପକ୍ଷୀ ବୃଦ୍ଧି ପାଇଥିବା ବେଳେ ୧୦, ୫୩୧ଟି ପକ୍ଷୀ କମିଛନ୍ତି। ସେହିପରି ଚଳିତ ବର୍ଷ ସର୍ବାଧିକ ପକ୍ଷୀ ବାଲୁଗାଁ ରେଞ୍ଜ ଅଞ୍ଚଳରେ ଦେଖାଯାଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ଟି ପକ୍ଷୀଙ୍କ ଆଗମନ ହୋଇଛି। ପୂର୍ବବର୍ଷ ନଳବଣରେ ୩ ଲକ୍ଷ ୪୭ ହଜାର ୨୮୦ଟି ପକ୍ଷୀ ଆସିଥିଲେ। ଚଳିତବର୍ଷ ୪ ହଜାର ୫୪ଟି ହ୍ରାସ ପାଇଛି। ତେବେ ନଳବଣରେ ସର୍ବାଧିକ ପକ୍ଷୀ ଦେଖାଯାଇଛି।

ଚଳିତ ବର୍ଷ ସର୍ବାଧିକ ସଂଖ୍ୟାରେ ଗଡ଼ୱାଲ ୨ ଲକ୍ଷ ୧ ହଜାର ୯୨୬, ନର୍ଦନ ପିନ୍‌ଟେଲ୍‌ ୧ ଲକ୍ଷ ୯୩ ହଜାର ୩୯୪ଟି, ୟୁରାସିଆନ କ୍ୟୁଜ୍‌‌ୟନ ୧ ଲକ୍ଷ ୫୪ ହଜାର ୯୩୭, ବ୍ଲାକଟେଲ ଗଡ଼ୱାଲ ୬୮ ହଜାର ୩୭୯, କମନ୍‌‌ କୁଟ୍‌‌ ୫୪ ହାଜର ୭୮୭ ଆସିଛନ୍ତି। ସେହିପରି ଚିଲିକାର ଶୋଭାମଣ୍ଡନ କରୁଥିବା ଫ୍ଲେମିଙ୍ଗୋ ପକ୍ଷୀ ଗତବର୍ଷ ୮୨୦ଟି ଆସିଥିବା ବେଳେ ଚଳିତବର୍ଷ ବୃଦ୍ଧି ପାଇ ୨ ହଜାର ୬୩୮ଟି ପକ୍ଷୀ ଆସିଥିବା ଗଣନାରୁ ଜଣାଯାଇଛି। ସୁଦୂର ସାଇବେରିଆ, କାଜାକିସ୍ଥାନ, ଋଷ, ଆମେରିକା, ଇରାନ୍‌‌, ଆଫଗାନିସ୍ଥାନ, ଲଦାଖ ସମେତ ହିମାଳୟ ଆଦି ଅଞ୍ଚଳରୁ ଗତ ବର୍ଷ ୧୮୭ ପ୍ରଜାତିର ବିଦେଶାଗତ ଲକ୍ଷଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୯୬ ପ୍ରଜାତିର ପକ୍ଷୀ ଆସିଛନ୍ତି। ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ସାତପଡ଼ା, ରମ୍ଭା ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା।

ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା: ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀରେ ରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି। ଏହି ଜଳାଶୟକୁ ୩୦.୧୧.୨୦୨୪ ତାରିଖ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇସାରିଲାଣି। ତନ୍ମଧ୍ୟରୁ କେବଳ ଚିଲିକା (ନଳବଣ) ଅଭୟାରଣ୍ୟରେ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଅଛି ।

ବିଦେଶାଗତ ପକ୍ଷୀ ମାନଙ୍କ ପାଇଁ ପ୍ରତି ବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର,୨ ଗୋଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ ତିନି ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନରକ୍ଷୀଙ୍କ ଦ୍ଵାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀ ମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ
ଚିଲିକା: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଏକର ଏକର ଗଛ ସହ ଫିସିଂ କ୍ୟାଟ ପୋଡି ପାଉଁଶ ହୋଇ ଯାଇଥିବା ସୂଚନା। ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ମତ୍ସ୍ଯଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି।  ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ବୈଚିତ୍ରମୟ ଜୈବ ବିବିଧତାର ବିରଳ ଭଣ୍ଡାର ମରାଳମାଳିନୀ ନୀଳାମ୍ବୁ ଚିଲିକା
ଚିଲିକା(ରଞ୍ଜିତ୍‌‌ ସାମନ୍ତରାୟ ଓ ଶିବଶଙ୍କର ପଣ୍ଡା): ପ୍ରକୃତିର ଗନ୍ତାଘର ନୈସର୍ଗିକ ସୌନ୍ଦର୍ଯ୍ୟର ଅପସରା ଭୁବନ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ପକ୍ଷୀତୀର୍ଥ ମରାଳମାଳିନୀ ନୀଳାମ୍ବୁ ଚିଲିକା। ଯାହା ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦର ମାନ୍ୟତା ପାଇଛି। ଚିଲିକାର ମନୋରମ ପ୍ରାକୃତିକ ଦୃଶ୍ୟରାଜି ସମେତ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

କାହା ପାଇଁ ଚିଲିକା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତ ଆଉ କାହା ପାଇଁ ବୈଚିତ୍ରମୟ ଜୈବ ବିବିଧତାର ଏକ ବିରଳ ଭଣ୍ଡାର। ଏହାର ସବୁଜିମା, କୂଳ କୂଳ ନାଦର ଢେଉ, ରଙ୍ଗ ବେରଙ୍ଗ ପକ୍ଷୀଙ୍କର କାକଳୀ, ଡଲ୍‌‌ଫିନର ଡେଣା ହଲା ଜଳକ୍ରୀଡ଼ା, ମାଛ ଚିଙ୍ଗୁଡ଼ି ଓ ଙ୍କଙ୍କଡ଼ାର ଭଣ୍ଡାର ସହ ଉତ୍କଳ ବିଳାସମୟୀ ନୀଳମ୍ବୁ ଚିଲିକା ମା’ ଲକ୍ଷୀଙ୍କର ଏକ ବରଦାନ। ଜଳଚର ଜୀବଜନ୍ତୁ ପକ୍ଷୀଙ୍କର ଗୁଞ୍ଜରଣ ସହ ଡେଣା ହଲା କିଚିରି ମିଚିରି ଶବ୍ଦରେ ବିଚରଣ, ନୀଳ ଜଳରାଶିର ଢେଉ, ନାଉରିଆ ପୁଅର ତଲେଇ ଠିଆକରି ଓ କାତମାରି ଡ଼ଙ୍ଗା ବାହିନେବା ଏବଂ ଭାସମାନ ଗୁଳ୍ମ ପ୍ରଭୃତିର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ମାନବୀୟ କଳ୍ପନାକୁ ଆନ୍ଦୋଳିତ ଏବଂ ଇନ୍ଦ୍ରୀୟାନୁଭୂତିକୁ ଉନ୍ମାଦିତ କରିବାର ଭୂମିକା ସେତିକି ଅନନ୍ୟ। କେବଳ ସେତିକି ନୁହେଁ, ଉପକୂଳବର୍ତ୍ତୀ ଗ୍ରାମର ହଜାର ହଜାର ପରିବାର ଲୋକେ ପେଟପାଟଣା ପାଇଁ ଚିଲିକା ଉପରେ ନିର୍ଭର କରିଆସୁଛନ୍ତି।

ଚିଲିକାରେ ଲୁଣି ପାଣି ସହ ବିଭିନ୍ନ ପ୍ରଜାତିର ଗୁଳ୍ମ ଜାତୀୟ ଉଦ୍ଭିଦ ଓ ହରିତ୍‌‌ଶୈବାଳ ବହୁ ପରିମାଣରେ ଥିବାରୁ ଏଠାରେ ପ୍ରାୟ ୨୨୩ ପ୍ରକାରର ମାଛ ଦେଖାଯାଆନ୍ତି। କିନ୍ତୁ ୧୯୮୦ ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ଚିଙ୍ଗୁଡ଼ିଚାଷ। ଯାହାକି ପରବର୍ତ୍ତୀ ସମୟରେ ଚିଲିକାର ଶାନ୍ତ ବାତାବରଣକୁ ଅଶାନ୍ତ କରିଦେଇଛି ବୋଲି କୁହନ୍ତି ମତ୍ସ୍ୟଜୀବୀ ଗଣେଶ ଭୂୟାଁ। ଡଙ୍ଗା ଅଛି, ଜାଲ ଅଛି ମାତ୍ର ମିଳୁଥିବା ମାଛର ପରିମାଣ ପୂର୍ବାପେକ୍ଷା ଅତିକମ୍‌‌ ବୋଲି ସେ କୁହନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚିଲିକା ଉପରେ ପ୍ରାୟ ୧୩୨ଟି ଗ୍ରାମର ୧୨ହଜାର ୩ଶହରୁ ଅଧିକ ମତ୍ସ୍ୟଜୀବୀ ପରିବାର ନିର୍ଭର କରି ମାଛ ମାରି ଜୀବିକା ନିର୍ବାହ କରି ଆସୁଛନ୍ତି। ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ ସହାୟତା କରିବାକୁ ପ୍ରାୟ ୬୬ଟି ସମବାୟ ସମିତି ଗଠନ କରାଯାଇଥିବା ବେଳେ ୧୨ଟି ଜେଟି ମଧ୍ୟ ନିର୍ମାଣ ହୋଇଥିଲା। ଏବେ କିନ୍ତୁ ଚିଲିକାର ମୁହାଣ ପୋତି ହୋଇଯିବାରୁ ସମୁଦ୍ରରୁ ମାଛ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି।

ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ

ସେହିପରି ଶୀତ ପଡ଼ିବା ମାତ୍ରେ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ହୋଇଥାଏ। ଚିଲିକାରେ ମନୋରମ ଦୃଶ୍ୟ ସହ ବିଭିନ୍ନ ରଙ୍ଗବେରଙ୍ଗ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିଥାଏ। ବିଶେଷକରି ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ିରେ ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମ ହେଉଥିବାରୁ ଏହାକୁ ପକ୍ଷୀଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ। ଫଳରେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ମଙ୍ଗଳାଯୋଡ଼ିରୁ ଚିଲିକାର ନୀଳ ଜଳରାଶି, ପ୍ରକୃତିର ନୈସର୍ଗିକ ଦୃଶ୍ୟପଟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏଥିସହିତ ପକ୍ଷୀଙ୍କ ସମାହାର ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ନୀଳ ଜଳରାଶିରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ଦେଶବିଶେଷର ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କ୍ୟାମେରା ଲେନ୍ସରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ହେଉ କି ନଳବଣ, ରାଜଦଳରେ ଖାଦ୍ୟ ଅନ୍ୱେଷଣ କରୁଥିବା ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଆସୁଛି। ଗତ ଶୀତଋତୁରେ ଚିଲିକାକୁ ୧୧ ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ସମାଗମ ହୋଇଥିଲା। ତନ୍ମଧ୍ୟରେ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ହଜାର ୪୯ଟି ବିଦେଶାଗତ ପକ୍ଷୀ, ସ୍ଥାନୀୟ ଅଞ୍ଚଳର ୭୯ପ୍ରଜାତିର ୩୮ହଜାର ୮୮୦ଟି ପକ୍ଷୀ ରହିଥିଲେ। ପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମୁଖ୍ୟତଃ ଖୋର୍ଦ୍ଧାର ମଙ୍ଗଳାଯୋଡ଼ି, ଭୁଷଣ୍ଡପୁର, ବାଲିପାଟପୁର, ଦେଏପୁର, ଢୋଲପୁର, ବରୁଣପଡ଼ା, ହାଲିସିଙ୍ଗ, ଅଭିମାନପୁର, ସୁନ୍ଦରପୁର, ନଇରୀ, ସୋରଣ ପ୍ରଭୃତି ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଉଛି।

ଡଲ୍‌ଫିନଙ୍କ ଭୂସ୍ବର୍ଗ

୨୦୨୪ ଜାନୁଆରୀ ଡଲଫିନ୍ ଗଣନା ମୁତାବକ ସମଗ୍ର ଚିଲିକା ହ୍ରଦ ମଧ୍ୟରେ ମୋଟ ୧୭୩ଟି ଡଲଫିନ୍ ଦେଖିବାକୁ ମିଳିଥିଲା ବେଳେ ସେଥି ମଧ୍ୟରେ ଇରାୱାଡି ପ୍ରଜାତିର ଡଲଫିନ୍ ୧୫୪ଟି ଏବଂ ୧୯ଟି ବଟଲ୍ ନୋଜ ପ୍ରଜାତିର ଡଲଫିନ ରହିଛନ୍ତି। ସେଥÒମଧ୍ୟରୁ ଚିଲିକା ଜଳରାଶିର ସାତପଡା ଅଞ୍ଚଳରେ ରହିଛନ୍ତି ମୋଟ ୨୨ଟି ଡଲ୍ଫିନ। ସେମାନେ ବିଭିନ୍ନ ସମୟରେ ଜଳକ୍ରୀଡ଼ା କରିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଆସୁଛି। ପକ୍ଷୀ ଅଭୟାରଣ୍ୟ ନଳବଣ ହୋଇ ଥିବା ବେଳେ ଡଲଫିନ୍ ଅଭୟାରଣ୍ୟ ଭାବେ ସାତପଡ଼ା ବୁଝାଯାଇଥାଏ। ଡଲ୍ଫିନର ଜଳକ୍ରୀଡ଼ା ଦେଖିବାକୁ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ପୀଠ ଓ ପର୍ଯ୍ୟଟନ

ଅନ୍ୟପକ୍ଷରେ ଚିଲିକା ମଧ୍ୟରେ ରହିଛି ଚଢ଼େଇହଗା ପାହାଡ଼ ଓ ମା’କାଳିଯାଈଙ୍କ ମନ୍ଦିର ଆଉ ପାହାଡ଼। ଦିନତମାମ ଚିଲିକାର ଜଳରାଶି ଉପରେ ଘୂରିବୁଲିବା ପରେ ସୂର୍ଯ୍ୟାସ୍ତ ହେଲେ ପକ୍ଷୀମାନେ ଏହି ପାହାଡ଼ ଦୁଇଟିରେ ଆଶ୍ରୟ ନେଇଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟମୟୀ ଚିଲିକାର ଚର୍ତୁଃପାର୍ଶ୍ବରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ ଓ ମଧ୍ୟଭାଗରେ ରହିଛି ପାରିକୁଦ ଗଡ଼। ଚିଲିକା ହ୍ରଦ ମଧ୍ୟରେ ମା’କାଳିଯାଈ ମନ୍ଦିର, ପକ୍ଷୀତୀର୍ଥ ନଳବଣ, ଡଲ୍‌‌ଫିନଙ୍କ ବିଚରଣ ସ୍ଥଳ ସାତପଡ଼ା, ସମୁଦ୍ର ଓ ଚିଲିକାର ମିଶ୍ରଣସ୍ଥଳ ସମୁଦ୍ର ମୁହାଣ ରାଜହଂସ ତଥା ସି-ମାଉଥ୍‌‌, ଚିଲିକା ତଟବର୍ତ୍ତୀ ଅଞ୍ଚଳ ବୋଟ୍‌‌ ଡାଇଭିଙ୍ଗ୍‌‌ ବଡ଼କୂଳ ପାନ୍ଥନିବାସ, ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର ମା’ନାରାୟଣୀ ପୀଠ, ଶାଳିଆ ଡ୍ୟାମ୍‌‌, ମା’ ଭଗବତୀ ପୀଠ, ଜଙ୍ଗଲ ମଧ୍ୟରେ ଅବସ୍ଥିତା ମା’ ବୀରଜାଈ ପୀଠ, ମା’ ମାଳ ତାରିଣୀ ପୀଠ, ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଓ ଏସିଆର ସର୍ବବୃହତମ ଶାଳ ସାଗୁଆନ ଜଙ୍ଗଲ ବରବରା ଅଜି ପର୍ଯ୍ୟଟନସ୍ଥଳ, ଯେଉଁଠାରେ ବର୍ଷତମାମ ପର୍ଯ୍ୟଟକଙ୍କର ବଣଭୋଜିର ଆସର ଜମେ।

କମୁଛି ଜଳାୟତନ

ପ୍ରାୟ ୪୦ବର୍ଷ ତଳେ ଚିଲିକାର ଆୟତନ ଥିଲା ୨୪୫୦ବର୍ଗ କିଲୋମିଟର। ପରେ ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ୧୧୬୬ବର୍ଗ କିଲୋମିଟର ଇଲକାରେ ପରିବ୍ୟାପ୍ତ ରହିଥିଲା। କ୍ରମେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଚିଲିକା ଏକହଜାର କିଲୋମିଟର ମଧ୍ୟରେ ସୀମିତ ରହିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ୭୪.୩୩ ବର୍ଗ କିଲୋମିଟର, ଖୋର୍ଦ୍ଧା ଜିଲ୍ଲାର ୭୨.୯୯ ବର୍ଗ କିଲୋମିଟର ଏବଂ ପୁରୀ ଜିଲ୍ଲାର ୮୮୪.୫୬ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଚିଲିକାରେ ଛୋଟବଡ଼ ୫୨ଟି ନଦୀ ନାଳ ମିଶିଛି। ଖରାଦିନେ ଚିଲିକାରେ ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଏହା ପରିସୀମା ବୃଦ୍ଧି ପାଉଛି। ଖରାଦିନେ ଏହା ପ୍ରାୟ ୯ଶହ ବର୍ଗ କିଲୋମିଟର ଏବଂ ବର୍ଷା ଦିନେ ପ୍ରାୟ ୧୧ଶହ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ମୁଖ୍ୟ ସମସ୍ୟା ହେଉଛି ବର୍ଷା ଦିନେ ଚିଲିକାରେ ମିଶିଥିବା ନଦୀଗୁଡ଼ିକରେ ମାଟିଗୋଡ଼ି, ବାଲି କାଦୁଅ ଆସି ଧୀରେ ଧୀରେ ପୋତି ହେବାକୁ ବସିଲାଣି। ପ୍ଲାଷ୍ଟିକ୍‌‌, ପଲିଥିନ ବର୍ଜ୍ୟବସ୍ତୁ ନଦୀ ନାଳରୁ ଯାଇ ଚିଲିକାରେ ମିଶୁଛି। ଏହା ଦ୍ୱାରା ଜଳଚର ଜୀବଙ୍କ ଉପରେ ପ୍ରଭାବ ପଡୁଛି। ସେହିଭଳି ଚିଲିକାର ପ୍ରାୟ ୧୫୦ବର୍ଗ କିଲୋମିଟର ଇଲାକାରେ ନଳଘାସ ପରିପୂର୍ଣ୍ଣ ହୋଇ ରହିଛି। ପୁରୀ ଜିଲ୍ଲାର ବରକୁଦଠାରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କୁମଣ୍ଡପାଟଣା, ସୋରଣ, ଭୂଷଣ୍ଡପୁର ପ୍ରଭୃତି ଉପକୂଳ ପର୍ଯ୍ୟନ୍ତ ନଳଘାସ ପୂର୍ଣ୍ଣ ହୋଇରହିଛି। ଗତ ୧୯୯୯ ମହାବାତ୍ୟା ଠାରୁ ବର୍ତ୍ତମାନ ମଧ୍ୟରେ ସରୁ ବାଉଁଶ ଚିଲିକାର ବିଭିନ୍ନ ଅଞ୍ଚଳକୁ ମାଡ଼ିଗଲାଣି।

ଘେରି ପାଇଁ ଘୋର ଚିନ୍ତା

ଚିଲିକାର ଅନ୍ୟତମ ସମସ୍ୟା ହେଉଛି ଚିଙ୍ଗୁଡ଼ି ଘେରି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି, ଚିଲିକା ବ୍ଲକ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରିରହିଛି। ଯେତିକି ଉଚ୍ଛେଦ ହେଉଛି ପୁଣି ଧୀରେ ଧୀରେ ବଢ଼଼ିଚାଲିଛି। ବେଆଇନ ଘେରି ଯୋଗୁଁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକାରେ ଘେରି ଉଚ୍ଛେଦ ସହ ଉପକୂଳବର୍ତ୍ତୀ ଇଲାକାରେ ରହିଥିବା ମାଟିର ଘେରି (ମାଟିବନ୍ଧ) କରି ଚିଙ୍ଗୁଡ଼ି ଚାଷ ଚାଲିଛି। ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟାଙ୍ଗି ବ୍ଲକ ଭୁଷଣ୍ଡପୁର ଅଞ୍ଚଳରେ ଦୀର୍ଘଦିନ ରହିଥିବା ଏକର ଏକର ମାଟିବନ୍ଧକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ସାହାର୍ଯ୍ୟରେ ନଷ୍ଟ କରାଯାଇଛି। ସେହିପରି ଚିଲିକାରେ ୩ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରିରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସିଲେ ୩୦ରୁ ଅଧିକ ଲୋକ
ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଘଟିଛି ଏପରି ଅଘଟଣ। ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ଜହ୍ନିକୁଦା ଘାଟ ନିକଟରୁ ୯.୪୦ରୁ ଯାତ୍ରୀବାହୀ ଡ଼ଙ୍ଗାଟି ଲୋକମାନଙ୍କୁ ନେଇ ଚିଲିକା ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି । ଉଦ୍ଧାର କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ୟମ ଜାରି ରଖିଛନ୍ତି ।

ବାଲୁଗାଁରେ ମାମୁଁ ଭଣଜା ହିଲ ପାର୍କ ଏବଂ ମୁକ୍ତାକାଶ ବ୍ୟାୟାମଶାଳା ଉଦଘାଟନ କଲେ ସାଂସଦ ମାନସ ମଙ୍ଗରାଜ
ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ ସାଇଡ ପାର୍କର ଲୋକାର୍ପଣ କରିଛନ୍ତି ଶ୍ରୀ ମଙ୍ଗରାଜ। ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ଏହି ପାର୍କରେ ପିଲାଙ୍କ ପାଇଁ ବିଭିନ୍ନ କ୍ରୀଡା ସାମଗ୍ରୀର ବ୍ୟବସ୍ଥା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏହାସହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲୁଗାଁ ଚିଲିକାକୂଳ ନିକଟରେ ନିର୍ମାଣ ହୋଇଥିବା ଏକ ଶୌଚାଳୟ, ଚଲାପଥ ଏବଂ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି। ଆଗାମୀ ଦିନରେ ଚିଲିକାର ଉନ୍ନତି ପାଇଁ ସବୁ କ୍ଷେତ୍ରରେ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ ।

https://youtu.be/y2ax9lqTgks

ଉଦଘାଟିତ ହୋଇଥିବା ଏହି ସମସ୍ତ ନବ ନିର୍ମିତ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ମୁକ୍ତା ଅଭିଯାନ ଦ୍ୱାରା ସମାପନ ହୋଇଥିବା ବେଳେ ମୁକ୍ତା ଯୋଜନାରେ ସାମିଲ ଥିବା ଶ୍ରମିକମାନେ ନିୟୋଜିତ ଥିଲେ। ଉଦଘାଟନ ଅବସରରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଶ୍ରୀ ମଙ୍ଗରାଜ। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ଚିଲିକାରେ ଚାଲିଛି ଡ଼ଲଫିନ ଗଣନା, ୧୮ଟି ଟିମ୍ ନିୟୋଜିତ
ଖୋର୍ଦ୍ଧା: ଆଜି ସକାଳ ୬ଟାରୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ମଧ୍ୟାହ୍ନ ୧୨ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା ଜାରିରହିବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ରହିଛନ୍ତି।  ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି। ବାଲୁଗାଁ ବଡ଼କୂଳରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରୁଛନ୍ତି।

ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରାଯାଉଛି। ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ , ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହେବେ ବୋଲି ଜଣାପଡିଛି। ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି।

ଖବର ଅନୁଯାୟୀ, ଗତବର୍ଷ ଚିଲିକାରେ ସମୁଦାୟ ୧୭୩ ଗୋଟି ଡ଼ଲଫିନ ଠାବ ହୋଇଥିବା ବେଳେ ତନ୍ମଧ୍ୟରୁ୧୫୪ ଗୋଟି ଇରାୱାଡି ପ୍ରଜାତିର ଏବଂ ୧୯ଗୋଟି ବଟଲ ନୋଜ ପ୍ରଜାତିର ଡ଼ଲଫିନ ଥିଲେ।

ସରିଲା ଚିଲିକାରେ ପକ୍ଷୀ ଗଣନା: ଚଳିତ ବର୍ଷ ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀଙ୍କ ଆଗମନ
ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ । ଏ ନେଇ  ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଥିଲା । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ୨୧ଟି ଟିମ ନିୟୋଜିତ ହୋଇଥିଲେ। ପ୍ରତି ଟିମରେ ୬ରୁ ୭ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ରେଞ୍ଜରେ ଦୁଇଟି ଟିମ ପାଦରେ ଚାଲିଚାଲି ଓ ୯ଟି ଟିମ ଡଙ୍ଗାରେ ସାମିଲ ହୋଇ ଗଣନା କାର୍ଯ୍ୟ କରୁଥିଲେ ।

ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହାର କରାଯାଇଥିଲା ।ଏହି କାର୍ଯ୍ୟରେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଗ୍ୟ , ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସର କର୍ମକର୍ତ୍ତା ସାମିଲ ହୋଇଥିଲେ।

ଖବର ଅନୁଯାୟୀ, ଗତ ବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିଲେ ।  ଗତବର୍ଷ ତୁଳନାରେ ଏ ବର୍ଷ ଚିଲିକାକୁ ୫୮୩୦ ଅଧିକ ପକ୍ଷୀ ଆସିଛନ୍ତି । ଏଥିସହ ୩ଟି ଅଧିକ ପ୍ରଜାତିର ପକ୍ଷୀ ଠାବ ହୋଇଛନ୍ତି।

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସିଲେଣି ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ୍ବ ବିଦେଶାଗତ ପକ୍ଷୀ
ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି। ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ ।

ସେଥି ମଧ୍ୟରୁ ୟୁରୋସିଆନ ଓଏଜିନ ୧୬ ହଜାର, ଗଡ଼ୱାଲ ୧୨ ହଜାର, ପିନଟେଲ ୧୦ ହଜାର, ଶୋଭଲର ୬ ହଜାର, କମନ କୁଟ ୧୦ ହଜାର, ଗ୍ରେଟ ଫ୍ଲେମିଙ୍ଗ ଗୋ ୧୬୦ ଗୋଟି, ରୁଡି ସେଲଡ଼କ ୭୦୦ ଓ ଆଇବିଶ ପ୍ରଜାତିର ୨ ହଜାର ବିଦେଶୀ ପକ୍ଷୀ ଥିବା ସୂଚନା ଦେଇଛନ୍ତି ବାଲୁଗାଁ ବନ୍ୟ ପ୍ରାଣୀ ବନଖଣ୍ଡ DFO ଅମ୍ଲାନ ନାୟକ।ପକ୍ଷୀ ସୁରକ୍ଷା ପାଇଁ ୨୧ଟି ପକ୍ଷୀ ସୁରକ୍ଷା ଶିବିର ସହ ୪ ଘଣ୍ଟିଆ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ଏହା ସହ ମଙ୍ଗଳା ଯୋଡ଼ିରେ ବିଦେଶୀ ପକ୍ଷୀ ମାନଙ୍କର ଭିଡ଼ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ବିଶାରଦ ମଧୁ ବେହେରା ।