Donation Theft - The Sakala

ବଦ୍ରିନାଥ ଧାମ ଦାନ ଅର୍ଥ ଚୋରି ମାମଲା: ମନ୍ଦିର କମିଟିର ନିଲମ୍ବିତ କର୍ମଚାରୀ ପ୍ରମୋଦ ନୌଟିୟାଲ ଗିରଫ
ଉତ୍ତରାଖଣ୍ଡର ପବିତ୍ର ବଦ୍ରିନାଥ ଧାମରେ ଦାନ ଅର୍ଥ ଚୋରି ହୋଇଥିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ର ନିଲମ୍ବିତ କର୍ମଚାରୀ ପ୍ରମୋଦ ନୌଟିୟାଲଙ୍କୁ ଏହି ମାମଲାରେ ପୋଲିସ ଗିରଫ କରିଛି। ସେ ବିକେଟିସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ଦାନ ଅର୍ଥ ପରିଚାଳନାରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କୁ କମିଟି ପକ୍ଷରୁ ନିଲମ୍ବନ କରାଯାଇଥିଲା ଏବଂ ପରେ ତାଙ୍କ ନାମରେ ଏଫ୍‌ଆଇଆର୍ (FIR) ରୁଜୁ ହୋଇଥିଲା। ଚାମୋଲି ପୋଲିସ ତାଙ୍କୁ ଡେରାଡୁନ ସ୍ଥିତ ତାଙ୍କ ବାସଭବନରୁ ରବିବାର ରାତିରେ ଗିରଫ କରି ଅଧିକ ପଚରାଉଚରା ପାଇଁ ବଦ୍ରିନାଥ ନେଇଯାଇଛି।

ସିସିଟିଭି କ୍ୟାମେରାରେ ଧରାପଡ଼ିଲା ଚୋରି

ସୂଚନା ଅନୁଯାୟୀ, ଗତ ଜୁଲାଇ ୨ ତାରିଖରେ ମନ୍ଦିରର ଦାନ ଅର୍ଥ ଗଣନା ସମୟରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ପୋଲିସର କହିବା ମୁତାବକ, ସିସିଟିଭି ଫୁଟେଜରେ ପ୍ରମୋଦ ନୌଟିୟାଲ ସନ୍ଦେହଜନକ ଭାବରେ ଦାନ ଗଣନା କକ୍ଷରୁ ୫୦୦ ଓ ୧୦୦ ଟଙ୍କିଆ ନୋଟ୍ ବିଡ଼ା, ସୁନା ଓ ରୁପା ମୁଦ୍ରା, ଶାଳଗ୍ରାମ ଶିଳା ଏବଂ ଭକ୍ତମାନେ ଦେଇଥିବା ଦାନ ଲଫାପା ଲୁଚାଇ ନେଉଥିବାର ଦେଖିବାକୁ ମିଳିଥିଲା। ସେ ଗଣନା କକ୍ଷ ଏବଂ ନିଜ ଅଫିସ୍ ମଧ୍ୟରେ ବାରମ୍ବାର ଯିବାଆସିବା କରୁଥିଲେ, ଯାହାଦ୍ୱାରା ସେ ଚୋରି ସାମଗ୍ରୀକୁ ନିଜ ଅଫିସ୍‌ରେ ଲୁଚାଇ ରଖିଥିବା ପୋଲିସ ସନ୍ଦେହ କରୁଛି।

ଏସ୍‌ଆଇଟି ଏବଂ ପୋଲିସର ତଦନ୍ତ ଜାରି

ଏହି ଘଟଣାର ତଦନ୍ତ ପାଇଁ ଉତ୍ତରାଖଣ୍ଡ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛନ୍ତି। ଏସ୍‌ଆଇଟି ବର୍ତ୍ତମାନ ଅନ୍ୟ ଦିନଗୁଡ଼ିକର ସିସିଟିଭି ଫୁଟେଜ୍ ସମେତ ଅଭିଯୁକ୍ତଙ୍କ କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରୁଛି। ଏହା ପୂର୍ବରୁ ବିକେଟିସିର ଏକ ଚାରି ଜଣିଆ ତଦନ୍ତ କମିଟି ନୌଟିୟାଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରାଥମିକ ଭାବେ ସତ୍ୟ ବୋଲି ପ୍ରମାଣିତ କରିଥିଲା। ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ, ନିଜର ନିଲମ୍ବନ ଏବଂ ଏଫ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ନୌଟିୟାଲ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୬ ତାରିଖରେ ହେବାର ଅଛି।

ଅଯୋଧ୍ୟା ରାମମନ୍ଦିର ପରେ ବଦ୍ରିନାଥ ଧାମରେ ଦାନ ଅର୍ଥ ଚୋରି ଅଭିଯୋଗ, BKTC ପକ୍ଷରୁ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅଯୋଧ୍ୟା ପରେ ବଦ୍ରିନାଥ ଧାମ ଦାନ ଅର୍ଥ ଆତ୍ମସାତ୍‌ ଅଭିଯୋଗ ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଜଡିତ ଏହି ସମ୍ବେଦନଶୀଳ ମାମଲାରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିକେଟିସି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଡେରାଡୁନ୍ ସ୍ଥିତ ଏକ ସଂଗଠନ ଭୈରବ ସେନା ପକ୍ଷରୁ ମନ୍ଦିରର ଜଣେ କର୍ମଚାରୀଙ୍କ ନାମରେ ଏହି ଅଭିଯୋଗ ଅଣାଯାଇଥିଲା। ଅଭିଯୋଗକୁ ନେଇ କୌଣସି ଠୋସ୍ ପ୍ରମାଣ ଦିଆଯାଇନଥିଲେ ମଧ୍ୟ ବିକେଟିସି ସଭାପତି ହେମନ୍ତ ଦ୍ୱିବେଦୀ ଏହାକୁ ଗୁରୁତ୍ୱର ସହ ନେଇ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଏଥିସହ ଦାନ ଅର୍ଥ ଗଣତିରେ ସମ୍ପୃକ୍ତ ଥିବା କର୍ମଚାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୋସିଆଲ ମିଡିଆରେ ଅଭିଯୁକ୍ତ କର୍ମଚାରୀ ଜଣକ ତାଙ୍କ ବ୍ୟକ୍ତିଗତ ସଚିବ ବୋଲି ହେଉଥିବା ଦାବିକୁ ହେମନ୍ତ ଦ୍ୱିବେଦୀ ଖଣ୍ଡନ କରିବା ସହ ସେ ଜଣେ ନିୟମିତ ସରକାରୀ କର୍ମଚାରୀ ବୋଲି ସ୍ପଷ୍ଟ କରିଛନ୍ତି।

ବିକେଟିସି ସିଇଓ ସୋହନ ସିଂ ରଙ୍ଗଡ଼ ସୂଚନା ଦେଇଛନ୍ତି ଯେ ତଦନ୍ତ କମିଟି ସିସିଟିଭି ଫୁଟେଜ୍, ଉପଲବ୍ଧ ପ୍ରମାଣ ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ବୟାନ ରେକର୍ଡ କରିବା ପରେ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ। ଦାନ ଅର୍ଥ ଗଣତି କୋଠରୀରେ ଲାଗିଥିବା ୫ଟି କ୍ୟାମେରାର ଫୁଟେଜ୍ ଇତିମଧ୍ୟରେ ଯାଞ୍ଚ କରାଯାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ। ତେବେ ଯଦି କୌଣସି ଅନିୟମିତତା ଧରାପଡେ, ତେବେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଆଇନ, ୧୯୩୯ ଅନୁଯାୟୀ କଠୋର ଆଇନଗତ ତଥା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ପ୍ରତି ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ତୋସରପାତ ଅଭିଯୋଗ ଆସିବା ପରେ ଟ୍ରଷ୍ଟର କେତେକ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଅନେକେ ଇସ୍ତଫା ଦେଇଥିଲେ। ଏହି ଘଟଣା ପରେ ସମଗ୍ର ଦେଶରେ ପ୍ରମୁଖ ମନ୍ଦିରଗୁଡ଼ିକର ପାଣ୍ଠି ପରିଚାଳନାରେ ସ୍ୱଚ୍ଛତା ଆଣିବା ନେଇ ଦାବି ଜୋର ଧରିଛି। ତେଣୁ ବଦ୍ରିନାଥ ଧାମରେ ଆସିଥିବା ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ଅସତ୍ୟ ଗୁଜବକୁ ବିଶ୍ୱାସ ନକରିବାକୁ ଶ୍ରଦ୍ଧାଳୁ ତଥା ସାଧାରଣ ଜନତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ରାମ ମନ୍ଦିର ଦାନ ଅର୍ଥ ତୋଷରପାତ ମାମଲା: ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟଙ୍କ ଇସ୍ତଫା, ୮ ଗିରଫ
ଅଯୋଧ୍ୟାର ପ୍ରସିଦ୍ଧ ଶ୍ରୀ ରାମ ମନ୍ଦିରରେ ଦାନ ଅର୍ଥ ତୋଷରପାତ ଅଭିଯୋଗକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ, ଦାନବାକ୍ସରୁ ଟଙ୍କା ଚୋରି ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଇସ୍ତଫା ଏବଂ ତଦନ୍ତ

ମନ୍ଦିରର ଦାନ ଅର୍ଥରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ର ପ୍ରାଥମିକ ରିପୋର୍ଟ ଆସିବା ପରେ ଟ୍ରଷ୍ଟର ଦୁଇ ବରିଷ୍ଠ ଅଧିକାରୀ ଚମ୍ପତ ରାୟ ଏବଂ ଅନିଲ ମିଶ୍ର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ପବନ ପାଣ୍ଡେ ଅଭିଯୋଗ କରିଥିଲେ ଯେ ମନ୍ଦିର ପାଣ୍ଠିରୁ ପ୍ରାୟ ୭ ରୁ ୭.୫ କୋଟି ଟଙ୍କା ଉଭାନ ହୋଇଯାଇଛି।

୮ ଅଭିଯୁକ୍ତ ଗିରଫ

ଏହି ଘଟଣାରେ ପୋଲିସ ଯେଉଁ ୮ ଜଣଙ୍କୁ ଗିରଫ କରିଛି, ସେମାନେ ସମସ୍ତେ ମନ୍ଦିରରେ ନଗଦ ଟଙ୍କା ଗଣିବା ଦାୟିତ୍ୱରେ ଥିଲେ। ସିସିଟିଭି (CCTV) ଫୁଟେଜ୍ ଆଧାରରେ ସେମାନଙ୍କର ସମ୍ପୃକ୍ତି ପଦାକୁ ଆସିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରମାଶଙ୍କର ମିଶ୍ର, ସୁଭାଷ ଶ୍ରୀବାସ୍ତବ ଏବଂ ରାମଶଙ୍କର ଯାଦବ ଓରଫ ଟିନ୍ନୁ। ଏମାନଙ୍କ ମଧ୍ୟରୁ ଟିନ୍ନୁ ଯାଦବ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ

SIT ର ପ୍ରାଥମିକ ଅନୁସନ୍ଧାନ ପରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଦଫା ଅନୁଯାୟୀ ଏକ ଏଫଆଇଆର (FIR) ରୁଜୁ କରାଯାଇଛି। ମନ୍ଦିରର ଦାନ ଅର୍ଥ ପରିଚାଳନା ଏବଂ ତଦାରଖରେ ରହିଥିବା ବଡ଼ ଧରଣର ତ୍ରୁଟିକୁ ନେଇ ପ୍ରଶାସନ ବର୍ତ୍ତମାନ କଡ଼ା ପଦକ୍ଷେପ ନେଉଛି ଏବଂ ଆଗକୁ ଏହି ମାମଲାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: SIT କଲା ୪୦ କର୍ମଚାରୀଙ୍କୁ ଜେରା, ୩ଟି ଅଭିଯୋଗ ପରେ ବି ରୁଜୁ ହୋଇନି FIR
ଅଯୋଧ୍ୟାର ଶ୍ରୀ ରାମ ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଦିଆଯାଇଥିବା ଦାନ ଅର୍ଥରେ ହେରଫେର ଓ ଚୋରି ଅଭିଯୋଗର ତଦନ୍ତ ବର୍ତ୍ତମାନ ଜୋରସୋରରେ ଚାଲିଛି। ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ନିଜର ଖୋଳତାଡ଼ ଜାରି ରଖିଥିବା ବେଳେ ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ମାମଲାରେ ପୋଲିସ ନିକଟରେ ୩ଟି ପୃଥକ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି FIR ରୁଜୁ କରାଯାଇ ନାହିଁ।

ଦାନ ଗଣତି ପ୍ରକ୍ରିୟା ଉପରେ SITର ଫୋକସ୍

ଏସଆଇଟି (SIT) ଟିମ୍ ମନ୍ଦିରରେ ଦାନ ଅର୍ଥ କିପରି ସଂଗ୍ରହ କରାଯାଏ ଏବଂ ବ୍ୟାଙ୍କରେ ଜମା ହୁଏ, ସେହି ପ୍ରକ୍ରିୟା ଉପରେ ମୁଖ୍ୟତଃ ନଜର ରଖିଛି। ତଦନ୍ତକାରୀ ଦଳକୁ ମିଳିଥିବା ସୂଚନା ଅନୁଯାୟୀ, ଦାନବାକ୍ସରୁ ଟଙ୍କା ସଂଗ୍ରହ କରିବା, ଗଣିବା ଏବଂ ବ୍ୟାଙ୍କରେ ଜମା କରିବା ପାଇଁ ପ୍ରାୟ ୪୦ ଜଣ କର୍ମଚାରୀ ଦୁଇଟି ସିଫ୍ଟରେ ନିୟୋଜିତ ଥିଲେ। ଏଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଅଧିକାରୀ, ଏକ ଘରୋଇ ସଂଗ୍ରହ ଏଜେନ୍ସି ଏବଂ ମନ୍ଦିର ଟ୍ରଷ୍ଟର କର୍ମଚାରୀମାନେ ସାମିଲ ଥିଲେ। ଏଜେନ୍ସି କେବଳ ଦାନବାକ୍ସରୁ ଟଙ୍କା ଆଣି ଗୋପନୀୟ କକ୍ଷରେ ରଖିବା କାମ କରୁଥିବା ବେଳେ ବ୍ୟାଙ୍କ କର୍ମଚାରୀମାନେ ଗଣତି ପ୍ରକ୍ରିୟାର ତଦାରଖ କରୁଥିଲେ। ନୋଟ୍‌ଗୁଡ଼ିକୁ ବିଡ଼ା ବାନ୍ଧିବା ଏବଂ ଗଣିବା ଦାୟିତ୍ୱ ଟ୍ରଷ୍ଟ କର୍ମଚାରୀମାନେ ନିଜେ ତୁଲାଉଥିଲେ।

୩ଟି ଅଭିଯୋଗ, କିନ୍ତୁ FIR ଶୂନ

ଦାନ ଅର୍ଥ ଚୋରି ଅଭିଯୋଗ ପରେ ବିଭିନ୍ନ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପର୍ଯ୍ୟନ୍ତ ଶ୍ରୀ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ୩ ଜଣ ବ୍ୟକ୍ତି ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଧର୍ମସେନା ନେତା ସନ୍ତୋଷ ଦୁବେ, ଉତ୍ତରପ୍ରଦେଶ ଯୁବ କଂଗ୍ରେସର ଉପାଧ୍ୟକ୍ଷ ଶରଦ ଶୁକ୍ଳା ଏବଂ କରଣୀ ସେନାର ଜାତୀୟ ସଭାପତି ସୂରଜପାଲ ଅମ୍ମୁ ଏହି ମାମଲାରେ ତୁରନ୍ତ ଏଫଆଇଆର (FIR) ରୁଜୁ କରିବାକୁ ଦାବି କରିଛନ୍ତି। କରଣୀ ସେନା ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଯେ, ଏତେ ବଡ଼ ହେରଫେର ପରେ ବି ଏପର୍ଯ୍ୟନ୍ତ କାହିଁକି କୌଣସି FIR ରୁଜୁ ହୋଇନାହିଁ ଏବଂ ଦୋଷୀଙ୍କ ଘର ଉପରେ କେବେ ବୁଲଡୋଜର ଚାଲିବ?

ତଦନ୍ତର ବର୍ତ୍ତମାନ ସ୍ଥିତି ଓ ରାଜନୈତିକ ପ୍ରତିକ୍ରିୟା

ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ୩ ଜଣିଆ SIT ଦଳ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ମଧ୍ୟ ପଚରାଉଚରା କରିଛି। ଟ୍ରଷ୍ଟ ତରଫରୁ ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି ହେବା ପରେ ଉତ୍ତରପ୍ରଦେଶ ସରକାର ଏହି ଟିମ୍ ଗଠନ କରିଥିଲେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ଅନ୍ୟ ବିରୋଧୀ ନେତାମାନେ ଏହାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି। ଦାନ ଅର୍ଥ ହଡ଼ପକୁ ଏକ ବଡ଼ ଦୁର୍ନୀତି ଆଖ୍ୟା ଦେଇ ବିରୋଧୀମାନେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରୁଛନ୍ତି। SIT ତଦନ୍ତ ସରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି, ଯାହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ରାମ ମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗ: ନିରପେକ୍ଷ ତଦନ୍ତ ପାଇଁ SIT ଯାଞ୍ଚ ଦାବି କଲା ଟ୍ରଷ୍ଟ
ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଦାନ ପାଣ୍ଠିରେ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ବିବାଦକୁ ଗମ୍ଭୀରତାର ସହ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରଷ୍ଟ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଦ୍ୱାରା ତଦନ୍ତ କରାଇବା ପାଇଁ ଅନୁରୋଧ କରିଛି।

ରାମ ଜନ୍ମଭୂମି ଟ୍ରଷ୍ଟର ବଡ଼ ପଦକ୍ଷେପ

ମିଳିଥିବା ସୂଚନା ଅନୁଯାୟୀ, ରାମ ମନ୍ଦିର ଦାନ ବାକ୍ସରୁ ଅର୍ଥ ହେରଫେର ନେଇ କିଛି ଅଭିଯୋଗ ଆସିଥିଲା, ଯାହା ଭକ୍ତଙ୍କ ଭାବନା ସହ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଘଟଣାରେ ପାରଦର୍ଶିତା ବଜାୟ ରଖିବା ଏବଂ ପ୍ରକୃତ ସତ୍ୟକୁ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ନିଜ ଆଡ଼ୁ ତଦନ୍ତ ପାଇଁ ଦାବି କରିଛି। ଟ୍ରଷ୍ଟ ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଦିଆଯାଇଥିବା ଦାନର ଗୋଟିଏ ଗୋଟିଏ ପଇସାର ହିସାବ ରଖିବା ସେମାନଙ୍କର ପ୍ରାଥମିକ ଦାୟିତ୍ୱ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ

ଏହି ଅଭିଯୋଗର ଏକ ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଟ୍ରଷ୍ଟ ପକ୍ଷରୁ ସିଧାସଳଖ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗାଯୋଗ କରାଯାଇଛି। ଟ୍ରଷ୍ଟ ଆଶା ପ୍ରକଟ କରିଛି ଯେ, ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ SIT ଗଠନ କରିବେ, ଯାହାଫଳରେ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସରକାର ମଧ୍ୟ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉଥିବା ଜଣାପଡ଼ିଛି।

ଅଯୋଧ୍ୟାରେ ଆଲୋଡ଼ନ

ଏହି ଖବର ପ୍ରକାଶ ପାଇବା ପରେ ଅଯୋଧ୍ୟା ସମେତ ସାରା ଦେଶର ରାମ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ଦେଖାଦେଇଛି। ଟ୍ରଷ୍ଟର ଏହି ସ୍ୱଚ୍ଛ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ସାଧାରଣ ଲୋକଙ୍କ କହିବା କଥା ଯେ, ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ଗ୍ରହଣୀୟ ନୁହେଁ। ବର୍ତ୍ତମାନ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି, ଯେ କେବେ ଏବଂ କିପରି ଏହି ତଦନ୍ତ ଆରମ୍ଭ ହେବ।