Ranpur - The Sakala

ପିଇବାକୁ ମିଳୁନି ଟୋପାଏ ପାଣି; ରାସ୍ତାରେ ଗରା, ବାଲ୍ଟି ରଖି ମହିଳାଙ୍କ ପ୍ରତିବାଦ, ଘଟଣା ସ୍ଥଳରେ ଉତ୍ତେଜନା
ନୟାଗଡ଼: ପାଣି ଟୋପାଏ ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା। ୧୫ ଦିନ ହେଲା ସାହିକୁ ପାଣି ଆସୁନଥିବା ଅଭିଯୋଗରେ ରାସ୍ତା ଉପରେ ଗରା, ବାଲ୍ଟି ରଖି ରାସ୍ତା ରୋକ କରି ପ୍ରତିବାଦ କରିଛନ୍ତି ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଅଞ୍ଚଳର। ହାତରେ ବାଲ୍ଟି, ମାଠିଆ ଧରି ରାସ୍ତା ଉପରେ ବସିଛନ୍ତି ମହିଳା। କାହାର ହାତରେ ପ୍ଲାକାର୍ଡ ତ ଆଉ କିଏ ସ୍ଲୋଗାନ ଦେଇ ପ୍ରତିବାଦ କରୁଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କଂସାରି ସାହିର ଏହି ଦୃଶ୍ୟ।

ଅଭିଯୋଗ ହେଉଛି, ଗତ ୧୫ ଦିନ ଧରି ସାହିକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଦୈନନ୍ଦିନ କାର୍ଯ୍ୟ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶେଷରେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦକୁ ଓହ୍ଲାଇଥିବା କହିଛନ୍ତି। ତୁରନ୍ତ ପାଣି ଯୋଗାଣ ସ୍ୱାଭାବିକ କରାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।"ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରାସ୍ତା ରୋକ କରିବାକୁ ବାଧ୍ୟ ହୋଇଛନ୍ତି ରାଜସୁନାଖଳା କଂସାରି ସାହିର ଲୋକେ। ଯାହା ଫଳରେ ଯାତାୟତ ସମ୍ପୃଣ ବାଧାପ୍ରାପ୍ତ, ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି ।