Jorhat - The Sakala

ଆସାମର ଜୋରହାଟ ଏୟାରବେସରେ ଭାରତୀୟ ବାୟୁସେନାର AN- 32 ଏୟାରକ୍ରାଫ୍ଟ କ୍ରାସ୍
ନୂଆଦିଲ୍ଲୀ: ଆସାମରେ ଭାରତୀୟ ବାୟୁସେନାର AN- 32 ବିମାନ କ୍ରାସ୍‌ । ଆସାମର ଯୋରହାଟ ଠାରେ ଭାରତୀୟ ବାୟୁସେନା (ଆଇଏଏଫ୍) ର ଏକ ଏଏନ୍-୩୨ (AN-32) ପରିବହନ ବିମାନ ଅବତରଣ କରିବା ପରେ ପରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ବାୟୁସେନା ଘାଟିରେ ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବିମାନଟି ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଥିଲା ଏବଂ ସେଥିରୁ ପ୍ରବଳ ମାତ୍ରାରେ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ତୁରନ୍ତ ବିମାନବନ୍ଦର ଏବଂ ବାୟୁସେନାର ଜରୁରୀକାଳୀନ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ଧାର ଓ ଅଗ୍ନିନିର୍ବାପକ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହି ଦୁର୍ଘଟଣାରେ ବିମାନର କେତେ କ୍ଷତି ଘଟିଛି କିମ୍ବା କୌଣସି ବ୍ୟକ୍ତି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ବିସ୍ଫୋରଣ ଏବଂ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିସ୍ତୃତ ତଦନ୍ତର ନିର୍ଦ୍ଦେଶ ଦିଆଯିବାର ସମ୍ଭାବନା ରହିଛି। ସୋଭିଏତ୍ ସଂଘ ଦ୍ୱାରା ନିର୍ମିତ ଏଏନ୍-୩୨ ହେଉଛି ଏକ ଟ୍ୱିନ୍-ଇଞ୍ଜିନ୍ ବିଶିଷ୍ଟ ଟାକ୍ଟିକାଲ୍ ଟ୍ରାନ୍ସପୋର୍ଟ (ପରିବହନ) ବିମାନ। ଏହା ଦଶନ୍ଧି ଧରି ଭାରତୀୟ ବାୟୁସେନାର ଏକ ପ୍ରମୁଖ ଅସ୍ତ୍ର ଭାବରେ କାର୍ଯ୍ୟ କରିଆସୁଛି। ବିଶେଷକରି ଉତ୍ତର-ପୂର୍ବାଞ୍ଚଳ ଏବଂ ହିମାଳୟ ସୀମାବର୍ତ୍ତୀ କଠିନ ଏବଂ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯୋଗାଯୋଗ ପାଇଁ ଏହି ବିମାନକୁ ବହୁଳ ଭାବରେ ବ୍ୟବହାର କରାଯାଏ।