Chandrika Hembram - The Sakala

ଚନ୍ଦ୍ରିକା ମୃତ୍ୟୁ ମାମଲା: ଅଭିଯୁକ୍ତ ପ୍ରେମିକ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ
କଟକ: ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ କଟକର ସ୍ବତନ୍ତ୍ର ଏଡିଜେ କୋର୍ଟ । କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ତଥା ତାଙ୍କ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସମାଜ ଉପରେ ଏହି ଘଟଣାର ଗମ୍ଭୀର ପ୍ରଭାବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଥିବା ସଙ୍ଗିନ ଅଭିଯୋଗକୁ ଦୃଷ୍ଟିରେ ରଖି କୋର୍ଟ ଏହି ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ତୃତୀୟ ବର୍ଷର ଛାତ୍ରୀ ଥିଲେ ଚନ୍ଦ୍ରିକା। ଗତ ଜୁନ ୪ ତାରିଖରେ ବାରଙ୍ଗ ଥାନା ଅନ୍ତର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟ କାଠଯୋଡ଼ି ନଦୀ ପଠାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରଙ୍ଗ ପୋଲିସ ମାମଲା ରୁଜୁ କରିବା ସହ ତାଙ୍କ ପ୍ରେମିକ ଭୀମସେନ ଟୁଡୁଙ୍କୁ ଗିରଫ କରିଥିଲା।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ମାତ୍ର ଭୀମସେନ ବାରମ୍ବାର ଚନ୍ଦ୍ରିକାଙ୍କୁ ତାଙ୍କ ଜାତି ଏବଂ ପେସାକୁ ନେଇ ମାନସିକ ନିର୍ଯାତନା ଦେଉଥିଲେ। ପରେ ଅନ୍ୟ ଜଣେ ଯୁବତୀଙ୍କ ସହ ଭୀମସେନଙ୍କର ସମ୍ପର୍କ ଗଢ଼ି ଉଠିବା ଫଳରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା, ଯାହା ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ଚନ୍ଦ୍ରିକାଙ୍କ ଆତ୍ମହତ୍ୟା ପଛରେ ଏହା ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଥିବା ବେଳେ ଟୁଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ବିବେଚନା କରାଯାଉଛି।

ଚନ୍ଦ୍ରିକା ମୃତ୍ୟୁ ମାମଲା: OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ
ଭୁବନେଶ୍ୱର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ । ରକାରୀ ସେବାରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ନିକଟରେ ନିଯୁକ୍ତି ପାଇଥିବା OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି। ଏକ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ଜୁନ ୪, ୨୦୨୬ ତାରିଖରୁ ନିଜର ଇଣ୍ଡକ୍ସନ ଟ୍ରେନିଂରୁ ନିଖୋଜ ଥିଲେ ଭୀମସେନ ଟୁଡୁ। ଏପରିକି ସେ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ହେବାକୁ ଥିବା ନିଜର ଚୂଡ଼ାନ୍ତ ପରୀକ୍ଷାରେ ମଧ୍ୟ ଅନୁପସ୍ଥିତ ଥିଲେ। ଏହି ସମୟ ମଧ୍ୟରେ ସେ କାହା ସମ୍ପର୍କରେ ନଥିଲେ ଏବଂ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା।

ପରବର୍ତ୍ତୀ ସମୟରେ ବାରଙ୍ଗ ଥାନାରେ ରୁଜୁ ହୋଇଥିବା ଚନ୍ଦ୍ରିକା ମୃତ୍ୟୁ ମାମଲା ସହିତ ଜଡିତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ କର୍ତ୍ତୃପକ୍ଷ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ। ଏକ ଅପରାଧିକ ମାମଲାରେ ତାଙ୍କୁ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖାଯିବା କାରଣରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେବା ନିୟମ ଅନୁଯାୟୀ ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଭୀମସେନ ଟୁଡୁ ଭବିଷ୍ୟତରେ କୌଣସି ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୪ ତାରିଖରେ କଟକର ବାରଙ୍ଗ ଥାନା ଅନ୍ତର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଏମବିବିଏସ୍ (ମବବଶ) ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଚନ୍ଦ୍ରିକାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଗତ ଜୁନ୍ ୧୩ ତାରିଖରେ ଭୀମସେନ ଟୁଡୁଙ୍କୁ ଗିରଫ କରିଥିଲା। ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ଦେଇ ମନା କରିବା ମାନିଥିଲେ ଭୀମସେନ ।

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍
ଉଦଳା: ଡାକ୍ତରୀ ଛାତ୍ରୀ ହେମ୍ବ୍ରମ ଚନ୍ଦ୍ରିକା ମୃତ୍ୟୁ ଘଟଣା । ଚନ୍ଦ୍ରିକାଙ୍କ ଘରେ ପହଁଚିଲା ବାରଙ୍ଗ ପୋଲିସର ୪ ଜଣିଆ  ଟିମ। ଗତକାଲି ରାତିରେ ବାରଙ୍ଗ ପୋଲିସ ଟିମ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରି ଯାଇଥିବା ବେଳେ ଆଜି ପୁଣି ବାରଙ୍ଗ ପୋଲିସ ଆସି ଚନ୍ଦ୍ରିକାଙ୍କ ଘରେ ପଚରାଉଚରା କରିଛି। ପୋଲିସ ପହଞ୍ଚି ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଛି। ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କ ମଧ୍ୟରେ ଅନ୍ୟ ଯୁବତୀଙ୍କ ଏଣ୍ଟ୍ରି, ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।

ଗତକାଲି ରାତିରେ ଚନ୍ଦ୍ରିକାଙ୍କ ମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ ଆଜି ଚନ୍ଦ୍ରିକାଙ୍କ ଭାଇ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ପଚରା ଉଚରା କରୁଛନ୍ତି। ଏହା ସହିତ ଘଟଣାରେ ସମ୍ପୃକ୍ତି ଥିବା ଅନେକ ତଥ୍ୟ ସଂଗ୍ରହ କରିବା ସହିତ କଲ ରେକର୍ଡ, କାଗଜ ପତ୍ର, ମୋବାଇଲ ଚାର୍ଟ ଆଦି କୁ ଯାଞ୍ଚ କରିଛି ପୋଲିସ। ତେବେ ତମାମ ତଥ୍ୟ ନେଇ ବାରଙ୍ଗ ପୋଲିସ ତଦନ୍ତକୁ ଆଗକୁ ବଢ଼ାଉଛି।

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ
କଟକ/ବାରିପଦା: କାଠଯୋଡ଼ି ନଦୀରୁ ମୟୂରଭଞ୍ଜ ଉଦଳା ଅଞ୍ଚଳର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ଘଟଣାରେ ପୁଲିସକୁ ସଫଳତା ମିଳିଛି। କମିଶନରେଟ୍‌ ପୁଲିସର ୨ଟି ସ୍ବତନ୍ତ୍ର ସ୍କ୍ୱାଡ୍ ମୟୂରଭଞ୍ଜର ବିଶୋଇ ଅଞ୍ଚଳରୁ ଚନ୍ଦ୍ରିକାଙ୍କ ପ୍ରେମିକ ଓଏଏସ୍‌ ଭୀମସେନ୍‌ ଟୁଡୁଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ମାରାଥନ ପଚରାଉଚୁରା କରାଯାଉଛି ।

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପରଠାରୁ ଭୀମସେନ୍‌ ଫେରାର୍‌ ଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିବା ବେଳେ କୌଣସି ସୁଫଳ ମିଳି ନ ଥିଲା। ଚନ୍ଦ୍ରିକାଙ୍କ ମା’ ବାରଙ୍ଗ ଥାନାରେ ଭୀମସେନ୍‌ଙ୍କ ନାଁରେ ଏତଲା ଦେଇଥିବା ବେଳେ ପୁଲିସ ଗତ ୮ ତାରିଖରୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲା। ଚନ୍ଦ୍ରିକାଙ୍କ ମା’ ଝିଅ ମୃତ୍ୟୁ ପାଇଁ ଭୀମସେନ୍‌ ହିଁ ଦାୟୀ ବୋଲି ଥାନାରେ ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଫେରାର୍‌ ଥିବା ଚନ୍ଦ୍ରିକାଙ୍କ ଓଏଏସ୍‌ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳକୁ ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ଚନ୍ଦ୍ରିକା ଭୁବନେଶ୍ୱରରୁ ଏକ ଓଲା ଗାଡ଼ି ଭଡ଼ା କରି କଟକ ଉପକଣ୍ଠ ତ୍ରିଶୂଳିଆ ପର୍ଯ୍ୟନ୍ତ ଆସିଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ତ୍ରିଶୂଳିଆ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌ ଜବତ କରି ଯାଞ୍ଚ ଚଳାଇଥିଲା।  ଏଥିସହ ଚନ୍ଦ୍ରିକାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ତାଙ୍କ ମୋବାଇଲ୍‌ରୁ ମିଳିବାକୁ ଥିବା ଏସ୍‌ଏମ୍‌ଏସ୍‌ ଓ ହ୍ୱାଟର୍ସଆପ୍‌  ଚାଟିଂରୁ ହତ୍ୟାକାଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିଲା। ଗତ ୪ ତାରିଖରେ ତ୍ରିଶୂଳିଆ ବ୍ରିଜ୍‌ ନିକଟରୁ ଚନ୍ଦ୍ରିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ମୋବାଇଲ୍‌ କଲ୍‌ ଡିଟେଲ୍ସ ରେକର୍ଡ ଅନୁଯାୟୀ, ମୃତଦେହ ମିଳିବାର ପୂର୍ବ ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ, ଚନ୍ଦ୍ରିକା ତ୍ରିଶୂଳିଆ ଅଞ୍ଚଳରେ ଥିଲେ।  ସେ ତାଙ୍କ ଓଏଏସ୍‌ ପ୍ରେମିକଙ୍କ ସହ ଦୀର୍ଘ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୋନ୍‌ରେ କଥା ହୋଇଥିଲେ। ଏହା ହିଁ ଥିଲା ତାଙ୍କର ଶେଷ ଫୋନ୍‌ ବାର୍ତ୍ତାଳପ।  ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଓଏଏସ୍‌ ପ୍ରେମିକଙ୍କ ବାପା ଜଣେ ପୁଲିସ କନଷ୍ଟେବଲ୍‌ ଏବଂ ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଏକ ଥାନାରେ କାର୍ଯ୍ୟ  କରୁଛନ୍ତି। ପ୍ରେମ ପ୍ରତାରଣା ଏବଂ ତ୍ରିକୋଣୀୟ ପ୍ରେମ  ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ପୁଲିସ ଜାଣି ପାରିଥିଲା।