Bus Fare - The Sakala

ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି
ଭୁବନେଶ୍ୱର: ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର । ଡିଜେଲ ଦରରେ ଅହେତୁକ ବୃଦ୍ଧି ପରେ ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢିଛି । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢିଛି । ଜୁନ୍ ୨ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଏହି ନୂତନ ଦର ଲାଗୁ ହୋଇଛି। ତେବେ ଟାଉନ୍ ବସ୍ ଗୁଡ଼ିକୁ ବାଦ୍ ଦେଲେ ରାଜ୍ୟରେ ଚଳାଚଳ କରୁଥିବା ଅନ୍ୟ ସମସ୍ତ ଷ୍ଟେଜ୍ କ୍ୟାରେଜ୍ କ୍ଷେତ୍ରରେ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ।

ବିଗତ କିଛି ଦିନ ମଧ୍ୟରେ ଡିଜେଲ ଦରରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫.୮୭ ଟଙ୍କା ଥିବାବେଳେ ମେ ୩୧, ୨୦୨୬ ସୁଦ୍ଧା ଏହା ୧୦୦.୬୮ ଟଙ୍କାରେ ପହଞ୍ଚିଥିଲା। ଫଳରେ ଲିଟର ପିଛା ପ୍ରତ୍ୟକ୍ଷ ଭାବେ ୪.୮୧ ଟଙ୍କା ବୃଦ୍ଧି ପାଇବା କାରଣରୁ ବସ୍ ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଂଶୋଧିତ ତାଲିକା ଅନୁଯାୟୀ, ବର୍ତ୍ତମାନ ସାଧାରଣ ବା ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୯୦ ପଇସା ବଦଳରେ ୯୨ ପଇସା ଆଦାୟ କରାଯିବ। ସେହିପରି ଏକ୍ସପ୍ରେସ୍ ବସ୍ ଗୁଡ଼ିକରେ କିଲୋମିଟର ପିଛା ଭଡ଼ା ୯୪ ପଇସାରୁ ବୃଦ୍ଧି ପାଇ ୯୬ ପଇସା ହୋଇଛି।

ଅନ୍ୟପକ୍ଷରେ ଡିଲକ୍ସ ଏବଂ ଏସି ବସ୍ ଗୁଡ଼ିକର ଭଡ଼ା ମଧ୍ୟ ସମାନୁପାତିକ ଭାବେ ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୧ ଟଙ୍କାରୁ ବଢ଼ି ୧.୩୫ ଟଙ୍କା ହୋଇଥିବା ବେଳେ, ଏସି ଡିଲକ୍ସ ଭଡ଼ା ୧.୫୯ ଟଙ୍କାରୁ ୧.୬୩ ଟଙ୍କା ଏବଂ ସୁପର୍ ଡିଲକ୍ସ ବସ୍ ଭଡ଼ା ୨.୪୭ ଟଙ୍କାରୁ ବୃଦ୍ଧି ପାଇ ୨.୫୩ ଟଙ୍କାରେ ପହଞ୍ଚିଛି।

ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଧନ ମୂଲ୍ୟରେ କ୍ରମାଗତ ବୃଦ୍ଧି ଏବଂ ବସ୍ ମାଲିକମାନଙ୍କ ବ୍ୟବସାୟିକ ସ୍ଥିରତାକୁ ଦୃଷ୍ଟିରେ ରଖି ଏହି ସମନ୍ୱୟ ରକ୍ଷା କରାଯାଇଛି। ନିର୍ଦ୍ଦେଶନାମା ପ୍ରକାଶ ପାଇବା କ୍ଷଣି ଏହି ନୂତନ ଭଡ଼ା ତୁରନ୍ତ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମହଙ୍ଗା ମାଡ: ତୈଳଦର ଵୃଦ୍ଧି ପରେ ରାଜ୍ୟରେ ବଢିଲା ବସ୍ ଭଡା
ଭୁବନେଶ୍ବର: ଖାଉଟିଙ୍କୁ ମହଙ୍ଗା ମାଡ । ରାଜ୍ୟରେ ପୁଣି ବଢିଲା ବସ୍ ଭଡା। ଡିଜେଲ ଦର ବୃଦ୍ଧି ଯୋଗୁ ବସଭଡା ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି । ଭଡା ବୃଦ୍ଧି ନେଇ ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ଆଜି ବି ପୁଣି ବଢିଛି ତେଲ ଦର । ଆଜି ଦେଶରେ ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି । ଆଗକୁ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ୍ ଭଡ଼ା
କଟକ: ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା କମିଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା କମିଛି ।

ସାଧାରଣ ବସ୍ ଭଡ଼ା ପୂର୍ବରୁ ୯୨ ପଇସା ପ୍ରତି କିଲୋମିଟର ଥିବାବେଳେ ଏବେ ୮୭ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡା ୫ ପଇସା କମି କିଲୋମିଟରକୁ ୯୧ ପଇସା ହୋଇଛି । ଡିଲକ୍ସ ଭଡ଼ା ୧୦ ପଇସା କମି କିଲୋମିଟରକୁ ୧ ଟଙ୍କା ୨୫ ପଇସା ହୋଇଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୦ ପଇସା କମି ୧ ଟଙ୍କା ୫୩ ପଇସା ହୋଇଛି । ସେହିପରି ସୁପର ପ୍ରିମିୟର ୧୫ ପଇସା କମି କିଲୋମିଟର ପିଛା ୨ ଟଙ୍କା ୩୮ ପଇସା ହୋଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଡିଜେଲ ଲିଟର ୧୦୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ହ୍ରାସ କରିବା ପରେ ଏବେ ଏହାର ମୂଲ୍ୟ ୯୧ ଟଙ୍କାକୁ ଖସି ଆସିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା କମାଇଛି ।

ବଡ ଖବର : ରାଜ୍ୟରେ ବଢ଼ିଲା ବସ ଭଡା
ଭୁବନେଶ୍ୱର: ରାଜ୍ୟରେ ବଢିଲା ବସ ଭଡ଼ା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି ।ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ଅଟୋମେଟିକ ମେକାନିଜିମ ସିଷ୍ଟମ ଅନୁଯାୟୀ ବସ ଭଡ଼ା ବୃଦ୍ଧି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣ ବସ ଭଡ଼ାରେ ୪ ପଇସା ବୃଦ୍ଧି ଘଟିଛି । ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୮୯ପଇସାରୁ ୯୩ ପଇସାକୁ ବୃଦ୍ଧି ହୋଇଛି ।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୧ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୯ ପଇସାରୁ ୧ ଦଶମିକ ୫୭ ଟଙ୍କାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍ ଭଡ଼ାରେ ୧୨ ପଇସା ବୃଦ୍ଧି ପାଇଛି ।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, କ୍ରମାଗତ ଭାବେ ତୈଳ ଦର ବଢ଼ୁଥିବାରୁ ବସ୍‌ ଭଡ଼ା ବଢ଼ାଯାଇଛି । ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖରେ ବସ୍‌ ଭଡ଼ା ବଢ଼ିଥିଲା । ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ ଟଙ୍କା ୭୭ ପଇସା ଥିବାବେଳେ ଏବେ ଡିଜେଲ ଲିଟର ୯୭ ଟଙ୍କା ୨୫ ପଇସା ।

କୋଭିଡ କଟକଣା ଅଥବା ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ ଜୁନ ଶେଷ ତାରିଖରେ ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଯେଉଁଥିରେ ରାଜ୍ୟର କାଟାଗୋରୀ Aରେ ଥିବା ଜିଲ୍ଲା ଗୁଡ଼ିକରେ ବସ ଏବଂ ଟ୍ୟାକ୍ସି ଚଳାଚଳ କରିବାକୁ ମିଳିଥିଲା ଅନୁମତି ।