Mumbai - The Sakala

ବାହାରେ ପ୍ରଶଂସକଙ୍କ ସହ ଭଲ ବ୍ୟବହାର କରିବାକୁ ସୁରକ୍ଷାକର୍ମୀଙ୍କୁ ଅମିତାଭ ବଚ୍ଚନଙ୍କ ନିର୍ଦ୍ଦେଶ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ପ୍ରଶଂସକମାନଙ୍କୁ ଭେଟିବାର ପରମ୍ପରା ବର୍ଷ ବର୍ଷ ଧରି ଜାରି ରଖିଛନ୍ତି। ପ୍ରତି ରବିବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ 'ଜଲସା' ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥାଏ। ନିକଟରେ ସେ ନିଜର ଏକ ବ୍ଲଗ୍ ପୋଷ୍ଟରେ ଏହି ରବିବାରର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଶଂସକଙ୍କ ସହିତ ଭଲ ବ୍ୟବହାର କରିବା ପାଇଁ ନିଜ ସୁରକ୍ଷାକର୍ମୀମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ପ୍ରଶଂସକଙ୍କ ପ୍ରତି କୃତଜ୍ଞତା

ଅମିତାଭ ବଚ୍ଚନ ନିଜ ବ୍ଲଗରେ ପ୍ରଶଂସକମାନଙ୍କୁ 'ଜନତା ଜନାର୍ଦ୍ଦନ' ଏବଂ ନିଜର ଏକ୍ସଟେଣ୍ଡେଡ୍ ଫ୍ୟାମିଲି (Ef) ବୋଲି ସମ୍ବୋଧନ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ପ୍ରଶଂସକମାନଙ୍କର ଆଶୀର୍ବାଦ ଏବଂ ଭଲପାଇବା ତାଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥାଏ। ଖରା ଏବଂ ଗୁଳଗୁଳିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ପ୍ରଶଂସକଙ୍କୁ ସେ ସମ୍ମାନ ଜଣାଇବା ସହ ସେମାନଙ୍କ ବିନା ତାଙ୍କର ଅସ୍ତିତ୍ୱ ନାହିଁ ବୋଲି ପ୍ରକାଶ କରିଛନ୍ତି।

ସୁରକ୍ଷାକର୍ମୀଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ବ୍ଲଗରେ ସେୟାର କରାଯାଇଥିବା ଫଟୋରେ ଅମିତାଭ ବଚ୍ଚନ ନିଜ ଟିମର ସୁରକ୍ଷାକର୍ମୀଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି, "ମୁଁ ମୋର ସୁରକ୍ଷାକର୍ମୀମାନଙ୍କୁ ବୁଝାଇଛି ଯେ ବାହାରେ ଅପେକ୍ଷା କରିଥିବା ପ୍ରଶଂସକଙ୍କ ସହ ସେମାନଙ୍କର ବ୍ୟବହାର କିପରି ହେବା ଉଚିତ୍। ଜନତାଙ୍କ ସହିତ ମୋର ଷ୍ଟାଫ୍ ଯେପରି ବ୍ୟବହାର କରିବେ, ଜନତା ଭାବିବେ ଯେ ମୋର ବ୍ୟବହାର ମଧ୍ୟ ଠିକ୍ ସେହିପରି।" ଅର୍ଥାତ୍, ସୁରକ୍ଷାକର୍ମୀଙ୍କ ବ୍ୟବହାର ସିଧାସଳଖ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ ବୋଲି ସେ ବିଶ୍ୱାସ କରନ୍ତି।

ବଜାୟ ରହିଛି ପରମ୍ପରା

ପ୍ରଶଂସକଙ୍କ ଗହଣରେ ରହିବାକୁ ମେଗାଷ୍ଟାର ସବୁବେଳେ ଭଲପାଆନ୍ତି। ତେଣୁ ନିଜ ବାସଭବନ ଜଲସା ବାହାରେ ଠିଆ ହୋଇ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ତାଙ୍କର ଏକ ସ୍ଥାୟୀ ରୁଟିନ୍ ପାଲଟିଛି। ଏହି ବିଶେଷ ସାକ୍ଷାତକାର ସମୟରେ ପ୍ରଶଂସକମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ସେ ନିଜେ ଧ୍ୟାନ ଦିଅନ୍ତି। ଅମିତାଭ ବଚ୍ଚନଙ୍କ ଏହି ବିନମ୍ରତା ଏବଂ ପ୍ରଶଂସକଙ୍କ ପ୍ରତି ଯତ୍ନଶୀଳତା ସୋସିଆଲ ମିଡିଆରେ ଏବେ ବେଶ୍ ପ୍ରଶଂସା ସାଉଁଟୁଛି।

ମୁମ୍ବାଇରେ ଆମେରିକା ଫେରନ୍ତାଙ୍କ ଉନ୍ମତ୍ତ କାଣ୍ଡ: କଲମା ପଢ଼ି ନପାରିବାରୁ ୨ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼
ମୁମ୍ବାଇ: କଲମା ପଢ଼ି ନପାରିବାରୁ ଛୁରାମାଡ଼ । ମୁମ୍ବାଇରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇରେ ଜଣେ ୩୧ ବର୍ଷୀୟ ଆମେରିକା ଫେରନ୍ତା ଯୁବକ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରିଛନ୍ତି। ଅଭିଯୁକ୍ତର ନାମ ଜୈବ ଜୁବେର ଅନସାରୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ପ୍ରଥମେ ସୁରକ୍ଷାକର୍ମୀଙ୍କ ଧର୍ମ ପଚାରିବା ସହ ଇସଲାମୀୟ ଧର୍ମର ପ୍ରତୀକ 'କଲମା' ପଢ଼ିବାକୁ କହିଥିଲେ। ସେମାନେ ଏହା କରିବାରେ ବିଫଳ ହେବାରୁ ସେମାନଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିଲା। ବର୍ତ୍ତମାନ ଏହି ମାମଲାର ତଦନ୍ତ ଭାର ରାଜ୍ୟ ଆଣ୍ଟି-ଟେରୋରିଜିମ୍ ସ୍କ୍ୱାଡ୍ (ଏଟିଏସ୍) ହାତକୁ ନେଇଥିବା ବେଳେ ଏହାକୁ ଏକ ଧର୍ମୀୟ ଉଗ୍ରବାଦ ଆକ୍ରମଣ ଭାବରେ ବିବେଚନା କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ସୋମବାର ଭୋର ପ୍ରାୟ ୪ଟା ସମୟରେ ନୟା ନଗରସ୍ଥିତ ୱୋକହାର୍ଡ୍ ହସ୍ପିଟାଲ୍ ପଛରେ ଥିବା ଏକ ନିର୍ମାଣାଧୀନ କୋଠା ନିକଟରେ ଘଟିଥିଲା। ଡ୍ୟୁଟିରେ ଥିବା ଦୁଇ ସୁରକ୍ଷାକର୍ମୀ ରାଜକୁମାର ମିଶ୍ର ଏବଂ ସୁବ୍ରତ ସେନଙ୍କ ସହ ଅଭିଯୁକ୍ତର ବଚସା ହୋଇଥିଲା। ସେ ସେମାନଙ୍କ ନାମ ଓ ଧର୍ମ ପଚାରିବା ପରେ କଲମା ପଢ଼ିପାରିବେ କି ନାହିଁ ପ୍ରଶ୍ନ କରିଥିଲା। ମନା କରିବାରୁ ଅନସାରୀ ଏକ ଛୁରୀ ବାହାର କରି ସେମାନଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଥିଲେ। ରାଜକୁମାର ମିଶ୍ର ନିଜେ ଚାଲି ଚାଲି ହସ୍ପିଟାଲ୍‌ରେ ପହଞ୍ଚିଥିବା ବେଳେ ଆହତ ସୁବ୍ରତ ସେନଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ଆକ୍ରମଣର ମାତ୍ର ୯୦ ମିନିଟ୍ ମଧ୍ୟରେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅନସାରୀକୁ ଗିରଫ କରିଥିଲା। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ନୟା ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। କୋର୍ଟ ତାଙ୍କୁ ମେ' ୪ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି। ତାଙ୍କ ପାଖରୁ ମିଳିଥିବା ହାତଲେଖା ନୋଟ୍‌ରେ ଆଇଏସଆଇଏସ୍ (ISIS), ଲୋନ୍ ଉଲ୍ଫ (lone wolf), ଜିହାଦ (jihad) ଏବଂ ଗାଜା (Gaza) ଭଳି ଶବ୍ଦ ଲେଖାଥିବା ଦେଖିବାକୁ ମିଳିଛି। ସେ ଏକାକୀ ଏହି କାଣ୍ଡ ଘଟାଇଛନ୍ତି ନା ଏହା ପଛରେ କୌଣସି ବଡ଼ ନେଟୱାର୍କ ରହିଛି, ତାହା ପୋଲିସ ଖୋଜୁଛି। ଅନଲାଇନ୍‌ରେ ଉଗ୍ରବାଦୀ ବିଷୟବସ୍ତୁ ଦେଖି ସେ କଟ୍ଟରପନ୍ଥୀ ହୋଇଥିବା ସନ୍ଦେହ କରାଯାଉଛି।

ଅନସାରୀ ମୀରା ରୋଡ୍ ଅଞ୍ଚଳରେ ଏକ ଭଡ଼ା ଘରେ ଏକାକୀ ରହୁଥିଲେ। ସେ ୨୦୧୯ ପର୍ଯ୍ୟନ୍ତ ଆମେରିକାରେ ଅଧ୍ୟୟନ କରୁଥିଲେ, କିନ୍ତୁ ସ୍ଥାୟୀ ନିଯୁକ୍ତି ନ ମିଳିବାରୁ ଭାରତ ଫେରି ଆସିଥିଲେ। ଭାରତରେ ସେ ଏକ କୋଚିଂ ସେଣ୍ଟରରେ ରସାୟନ ବିଜ୍ଞାନ ଓ ଗଣିତ ପଢ଼ାଉଥିଲେ ଏବଂ ପରେ ଅନଲାଇନ୍ କ୍ଲାସ୍ ନେଉଥିଲେ। ତାଙ୍କର ଘର ମାଲିକ ମଧ୍ୟ ତାଙ୍କୁ ମେ' ୫ ସୁଦ୍ଧା ଘର ଖାଲି କରିବାକୁ ନୋଟିସ୍ ଦେଇଥିଲେ।

ଏହି ଘଟଣା ଏପ୍ରିଲ୍ ୨୨, ୨୦୨୫ରେ ଘଟିଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ସ୍ମୃତିକୁ ତାଜା କରିଦେଇଛି। ସେହି ଆକ୍ରମଣରେ ମଧ୍ୟ ଲୋକଙ୍କୁ କଲମା ପଢ଼ିବାକୁ କୁହାଯାଇଥିଲା ଏବଂ ପଢ଼ି ନ ପାରିବାରୁ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା। ମୁମ୍ବାଇର ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ପୋଲିସ କୌଣସି ପ୍ରକାର ଗୁଜବରୁ ଦୂରେଇ ରହିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ଏବଂ ମିଥ୍ୟା ଖବର ପ୍ରସାରଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି।

ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡମ୍ପର-କାର୍ ଧକ୍କାରେ ୧୧ ମୃତ
ମୁମ୍ବାଇ: ମୁମ୍ବାଇର କଲ୍ୟାଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଡମ୍ପର ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏକ ସିମେଣ୍ଟ ମିକ୍ସର ଗାଡି ସହ ଦ୍ରୁତଗତିରେ ଆସୁଥିବା କାର ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଶାସନର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସକାଳ ପ୍ରାୟ ୧୧ଟା ସମୟରେ କଲ୍ୟାଣ-ମୁରବାଦ ରୋଡ୍‌ରେ ଥିବା ରାୟତା ବ୍ରିଜ୍ ଉପରେ ଘଟିଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ, ଏକ କାର୍ କଲ୍ୟାଣ ଆଡୁ ଆସୁଥିବା ବେଳେ ଏକ ମିକ୍ସର୍ ଟ୍ରକ୍ ସହ ତାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ କାର୍‌ରେ ମୋଟ ୧୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଏବଂ ଟିଟୱାଲା ପୋଲିସ୍ ଷ୍ଟେସନ୍ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଥାନେ ପୋଲିସ୍ ଅଧୀକ୍ଷକ ଡି.ଏସ୍. ସ୍ୱାମୀ ଏହି ଘଟଣାରେ ମୃତାହତଙ୍କ ସଂଖ୍ୟାକୁ ନିଶ୍ଚିତ କରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅତ୍ୟଧିକ ବେଗ କିମ୍ବା ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଘଟଣା ଯୋଗୁଁ ରାୟତା ବ୍ରିଜ୍ ନିକଟରେ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା।

ଏଲପିଜି ସଙ୍କଟ: ରାଜସ୍ଥାନ, ମୁମ୍ବାଇ ଓ ଗୁଜରାଟରେ ବନ୍ଦ ହେଲାଣି ଫ୍ୟାକ୍ଟ୍ରି, ଘରମୁହାଁ ପ୍ରବାସୀ ଶ୍ରମିକ
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ଭାରତରେ ଏଲପିଜି (LPG) ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଦେଶର ବିଭିନ୍ନ ରାଜ୍ୟ ଉପରେ ପଡ଼ିଛି। ବିଶେଷ କରି ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ମୁମ୍ବାଇ ଭଳି ଶିଳ୍ପାଞ୍ଚଳରେ ପରିସ୍ଥିତି ଉଦବେଗଜନକ ରହିଛି। ଗୋଟିଏ ପଟେ କାରଖାନାଗୁଡ଼ିକ ବନ୍ଦ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସର ଅଭାବ ଯୋଗୁଁ ଖାଇବା ପିଇବାର ଘୋର ସଙ୍କଟ ଦେଖାଦେଇଛି। ଏହି ପରିସ୍ଥିତିରେ ବାଧ୍ୟ ହୋଇ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କଲେଣି।

ରାଜସ୍ଥାନରେ ବନ୍ଦ ହେଉଛି ଫ୍ୟାକ୍ଟ୍ରି

ଖାଡ଼ି ଦେଶଗୁଡ଼ିକରେ ଚାଲିଥିବା ଯୁଦ୍ଧର ବଡ଼ ପ୍ରଭାବ ରାଜସ୍ଥାନରେ ଦେଖିବାକୁ ମିଳିଛି। ରାଜ୍ୟରେ ଥିବା କପଡ଼ା, ସେରାମିକ୍‌ ଓ ମାର୍ବଲ କମ୍ପାନୀଗୁଡ଼ିକୁ ବାଣିଜ୍ୟିକ ଏଲପିଜି (Commercial LPG) ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଔଦ୍ୟୋଗିକ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି। ବର୍ତ୍ତମାନ ସୁଦ୍ଧା ହଜାର ହଜାର ସଂଖ୍ୟାରେ ଫ୍ୟାକ୍ଟ୍ରିରେ ତାଲା ପଡ଼ିଗଲାଣି। କାରଖାନା ବନ୍ଦ ହେବା କାରଣରୁ ବହୁ ସଂଖ୍ୟାରେ ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ଶ୍ରମିକମାନଙ୍କ ମନରେ କରୋନା ମହାମାରୀ ସମୟର ଭୟ ପୁଣିଥରେ ସୃଷ୍ଟି ହୋଇଛି। ଯେଉଁମାନେ ରହିଯାଇଛନ୍ତି, ସେମାନଙ୍କ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମିଳୁନଥିବାରୁ ଭୋକିଲା ରହିବାକୁ ପଡ଼ୁଛି।

ମୁମ୍ବାଇରେ କଳାବଜାରୀ, ୩୦୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ରୋଷେଇ ଘର ଉପରେ ମଧ୍ୟ ଏହି ସଙ୍କଟର ପ୍ରଭାବ ପଡ଼ିଛି। ଲୋକମାନେ ରାସନ ପାଇଁ ନୁହେଁ, ବରଂ ଗୋଟିଏ ଗ୍ୟାସ ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଙ୍କଟର ସୁଯୋଗ ନେଇ କଳାବଜାରୀମାନେ ସକ୍ରିୟ ହୋଇଉଠିଛନ୍ତି। ସାଧାରଣ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଗ୍ୟାସ ସିଲିଣ୍ଡର ପୂର୍ବରୁ ୯୦୦ରୁ ୧୦୦୦ ଟଙ୍କା ମଧ୍ୟରେ ମିଳୁଥିଲା, ଏବେ ତାହା ୨୫୦୦ରୁ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କା ଦେବା ପରେ ମଧ୍ୟ ସିଲିଣ୍ଡର ମିଳିବ କି ନାହିଁ, ତାର କୌଣସି ଗ୍ୟାରେଣ୍ଟି ନାହିଁ।

ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼

ଏହି ଗ୍ୟାସ ସଙ୍କଟ ଯୋଗୁଁ ମୁମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ୍ (LTT) ସମେତ ବିଭିନ୍ନ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହା କୌଣସି ଛୁଟିଦିନର ଭିଡ଼ ନୁହେଁ, ବରଂ ଏହାକୁ 'ମଜବୁରୀର ପଳାୟନ' ବୋଲି କୁହାଯାଉଛି। ନିଜର ଆସବାବପତ୍ର ଧରି ଷ୍ଟେସନରେ ଠିଆ ହୋଇଥିବା ଶ୍ରମିକମାନେ କହିଛନ୍ତି ଯେ ଘରେ ରୋଷେଇ କରିବା ପାଇଁ ସିଲିଣ୍ଡର ମିଳୁନାହିଁ। ବାହାରେ ଖାଇବା ଏତେ ମହଙ୍ଗା ହୋଇଗଲାଣି ଯେ, ଦିନକର ପୂରା ମଜୁରୀ କେବଳ ପେଟ ପୋଷିବାରେ ଚାଲିଯାଉଛି। ତେଣୁ ସହରରେ ଭୋକିଲା ମରିବା ଅପେକ୍ଷା ନିଜ ଗାଁକୁ ଫେରିଯିବା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମନେ କରୁଛନ୍ତି।

ମୁମ୍ବାଇ ଓ ଦିଲ୍ଲୀ ସବୁଠୁ ମହଙ୍ଗା ସହର, ମଧ୍ୟବିତ୍ତଙ୍କୁ ସୁହାଉଛି ଭୁବନେଶ୍ବର
ନୂଆଦିଲ୍ଲୀ: ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅପହଞ୍ଚ ହେଲାଣି ଦିଲ୍ଲୀ ଓ ମୁମ୍ବାଇ ଭଳି ମେଟ୍ରୋ ସହର । ଏହିସବୁ ସହରରେ ଜୀବନଧାରଣ ଖର୍ଚ୍ଚ (କଷ୍ଟ ଅଫ୍ ଲିଭିଂ) ବଢ଼ି ବଢ଼ି ଚାଲିଛି । ଦେଶର ବିଭିନ୍ନ ସହରରେ ‘ନୁମ୍ବେଓ’ ନାମକ ଏକ ସଂସ୍ଥା ସର୍ଭେ କରି ଯେଉଁ ତଥ୍ୟ ଦେଇଛି, ସେଥିରୁ ଜଣାପଡ଼ୁଛି ଯେ ବିଭିନ୍ନ ସହରରେ ଜୀବନଧାରଣ ଖର୍ଚ୍ଚ ଅଲଗା ଅଲଗା ରହିଛି ।  ତେବେ ବଡ଼ ବଡ଼ ମେଟ୍ରୋ ସହର ମହଙ୍ଗା ହେବାକୁ ଲାଗିଛି । ଅନ୍ୟପକ୍ଷରେ ଜୀବନଧାରଣ ଖର୍ଚ୍ଚ ଦୃଷ୍ଟିରୁ କୋଲକତା, ଚେନ୍ନାଇ ଏବଂ ଭୁବନେଶ୍ବର ମଧ୍ୟବିତ୍ତ ଓ ଗରିବଙ୍କ ପାଇଁ ବାସୋପଯୋଗୀ ବୋଲି କୁହାଯାଇଛି । ଦେଶରେ ହାରାହାରି ଜଣେ ବ୍ୟକ୍ତିର ମାସିକ ଖର୍ଚ୍ଚ ୨୭ ହଜାର ୩୦୦ ଟଙ୍କା ରହିଥିବା ବେଳେ ୪ ଜଣିଆ ପରିବାରର ମାସିକ ଖର୍ଚ୍ଚ ୯୮ ହଜାର ଟଙ୍କା ରହିଛି । ଏଥିରେ ଘରଭଡ଼ା ସାମିଲ କରାଯାଇ ନାହିଁ । ଏଥିରେ କେବଳ ଖାଇବା, ଯିବାଆସିବା, ମଉଜମସ୍ତି ଏବଂ ଆଉ କିଛି ଅତ୍ୟାବଶ୍ୟକ ଖର୍ଚ୍ଚ ରହିଛି । ଏଥିରେ ଘରଭଡ଼ା ଯୋଡ଼ିଲେ ଏହି ଖର୍ଚ୍ଚ ଯଥେଷ୍ଟ ଅଧିକ ରହିବ୤ କାରଣ ମେଟ୍ରୋ ସହରରେ ଘରଭଡ଼ା ଅପେକ୍ଷାକୃତ ଅଧିକ ରହିଛି ।

‘ନୁମ୍ବେଓ’ ରିପୋର୍ଟ ଅନୁଯାୟୀ ରହିବା ପାଇଁ ମୁମ୍ବାଇ ହେଉଛି ସବୁଠାରୁ ମହଙ୍ଗା ସହର । ଏଠାରେ ମାସିକ ଜୀବନଧାରଣ ଖର୍ଚ୍ଚ  ୩୦ ହଜାରରୁ ୬୦ ହଜାର ଟଙ୍କା ମଧ୍ୟରେ ରହିଛି । ସେହିଭଳି ଦିଲ୍ଲୀରେ ଏହି ଖର୍ଚ୍ଚ ୨୨ ହଜାରରୁ ୫୦ ହଜାର ଟଙ୍କା ଥିବା ବେଳେ ପୁନେରେ ୨୫ ହଜାରରୁ ୪୫ ହଜାର ଟଙ୍କା, ବେଙ୍ଗାଲୁରୁରେ ୨୦ ହଜାରରୁ ୫୦ ହଜାର ଟଙ୍କା, ହାଇଦ୍ରାବାଦରେ ୧୨ ହଜାରରୁ ୫୦ ହଜାର ଟଙ୍କା,ଚନ୍ନାଇରେ ୧୫ ହଜାରରୁ ୫୦ ହଜାର ଟଙ୍କା ଏବଂ କୋଲକାତାେର ୨୦ ହଜାରରୁ ୪୦ ହଜାର ଟଙ୍କା ରହିଛି ।

ସେହିଭଳି ଭୁବନେଶ୍ବର ସହରରେ ଜଣେ ବ୍ୟକ୍ତିର ଜୀବନଧାରଣ  ଖର୍ଚ୍ଚ ୧୬ ହଜାରରୁ ୩୦ ହଜାର ଟଙ୍କା ରହିଛି୤ ଏଥିରେ ଘରଭଡ଼ା ସାମିଲ କରାଯାଇ ନାହିଁ ।ତେବେ ୪ ଜଣିଆ ପରିବାରର ମାସିକ ଖର୍ଚ୍ଚ ୬୦ ହଜାରରୁ ଏକ ଲକ୍ଷ ୫ ହଜାର ଟଙ୍କା ରହିଛି୤ ଏଥିରେ ଘରଭଡ଼ା ସାମିଲ କରାଯାଇଛି । ଏତିକି ଖର୍ଚ୍ଚରେ ଗୋଟିଏ ମଧବିତ୍ତ ପରିବାର ଆରାମରେ ଚଳିପାରିବ ବୋଲି କୁହାଯାଉଛି । ତେବେ  ଲାଇଫଷ୍ଟାଇଲକୁ ନେଇ ଖର୍ଚ୍ଚ ଅଲଗା ହୋଇପାରେ। ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ ଦ୍ରୁତ ଗତିରେ ଭୁବନେଶ୍ବର ମହାନଗରର ସଂପ୍ରସାରଣ ହେଉଥିଲେ ମଧ୍ୟ ଦେଶର ଟାୟର-୨ ସହର ତୁଳନାରେ ଭୁବନେଶ୍ବର ବିିଭିନ୍ନ ଦୃଷ୍ଟିରୁ ଆରାମଦାୟକ୤ ଭୁବନେଶ୍ବରରେ ଘରଭଡ଼ା ଠାରୁ ଆରମ୍ଭ କରି ରେସ୍ତୁରାଁରେ ଖାଇବା ଖର୍ଚ୍ଚ, ମାର୍କେଟିଂ, ପରିବହନ, ସ୍କୁଲ ଫି ମେଟ୍ରା ସହର ତୁଳନାରେ ଖୁବ କମ୍ ରହିଛି ।  ଏପରିକି ମୋବାଇଲ ଏବଂ ଇଣ୍ଟରନେଟ୍ ଖର୍ଚ୍ଚ ମଧ୍ୟ କମ୍ ।  ସହରରେ ଜଣେ ବ୍ୟକ୍ତିର ହାରାହାରି ମାସିକ ଦରମା ୩୪ ହଜାରରୁ ଅଧିକ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି ।

ମୁମ୍ବାଇରେ କୃତିକା କାମରା ଏବଂ ଗୌରବ କପୁରଙ୍କ ଗ୍ରାଣ୍ଡ ରିସେପ୍ସନ, ଯୋଗଦେଲେ ଫିଲ୍ମ ଓ କ୍ରିକେଟ୍ ଜଗତର ତାରକା
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କୃତିକା କାମରା ଏବଂ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତ ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ମାର୍ଚ୍ଚ ୧୨ ତାରିଖରେ ନବଦମ୍ପତି ନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ (ପ୍ରୀତିଭୋଜନ) ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ ଏବଂ କ୍ରିକେଟ ଜଗତର ଅନେକ ନାମୀଦାମୀ ତାରକା ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ରିସେପ୍ସନରେ ଯୋଗଦେଲେ ବହୁ ନାମୀଦାମୀ ତାରକା

କୃତିକା ଏବଂ ଗୌରବଙ୍କ ଏହି ରିସେପ୍ସନ ପାର୍ଟିରେ କ୍ରିକେଟ ଜଗତର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଯୁବରାଜ ସିଂହ ଏବଂ ବିରେନ୍ଦ୍ର ସେହୱାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନୋରଞ୍ଜନ ଜଗତରୁ ମଲାଇକା ଆରୋରା, ନେହା ଧୂପିଆ, ଅଙ୍ଗଦ ବେଦୀ, ବିଦ୍ୟା ବାଲାନ, ସିଦ୍ଧାର୍ଥ ରୟ କପୁର, ଫରହାନ ଅଖତର ଏବଂ ଭେଟେରାନ ଅଭିନେତା ନସିରୁଦ୍ଦିନ ଶାହା ଓ ରତ୍ନା ପାଠକ ଶାହା ସାମିଲ ହୋଇଥିଲେ। ନବଦମ୍ପତିଙ୍କ ସହ ତାରକାମାନେ ଖୁବ୍ ମଜାମସ୍ତି ଏବଂ ଡ୍ୟାନ୍ସ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ନବଦମ୍ପତ୍ତିଙ୍କ ଆକର୍ଷଣୀୟ ଲୁକ୍

ରିସେପ୍ସନ ପାର୍ଟିରେ କୃତିକା ଏକ ଧଳା ରଙ୍ଗର ବଡି-ହଗିଙ୍ଗ୍ ଗାଉନ୍ ପିନ୍ଧିଥିଲେ, ଯାହା ସହ ହୀରାର ନେକଲେସ୍ ତାଙ୍କୁ ଏକ ଆକର୍ଷଣୀୟ ଲୁକ୍ ଦେଇଥିଲା। ଅନ୍ୟପଟେ ଗୌରବ ଏକ ବ୍ଲୁ ଫର୍ମାଲ ସୁଟ୍ ସହ ବ୍ଲାକ୍ ଟାଇରେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ। କ୍ୟାମେରା ସାମ୍ନାରେ ଉଭୟ ପରସ୍ପରର ହାତ ଧରି ବେଶ ଖୁସିଥିବା ନଜର ଆସିଥିଲେ। ସୂଚନାଯୋଗ୍ୟ ଯେ, ବିବାହ ସମୟରେ କୃତିକା ତାଙ୍କ ମାଆଙ୍କ ଦ୍ୱାରା ଉପହାରରେ ମିଳିଥିବା ଏକ ନାଲି ରଙ୍ଗର ଚନ୍ଦେରୀ ଶାଢ଼ି ପିନ୍ଧିଥିବା ବେଳେ ଗୌରବ ଏକ ବେଜ୍ (beige) ରଙ୍ଗର ଶେରୱାନୀ ପିନ୍ଧିଥିଲେ।

ଗୁପ୍ତ ରହିଥିଲା ପ୍ରେମ କାହାଣୀ

ଉଭୟ ନିଜ ସମ୍ପର୍କକୁ ଦୀର୍ଘ ଦିନ ଧରି ଗୁପ୍ତ ରଖିଥିଲେ। ଗତ ୨୦୨୫ ମସିହା ଡିସେମ୍ବର ମାସରେ ସେମାନେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରେମ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିଥିଲେ। ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନର ଛାତ ଉପରେ ଏକାନ୍ତରେ କେବଳ ପରିବାର ଓ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ କୃତିକା ଓ ଗୌରବ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଥିଲେ, "ଗତକାଲି ଆମେ ସବୁଦିନ ପାଇଁ ଏକାଠି ହେଲୁ"।

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀ 'ରିଲାଏନ୍ସ ପାୱାର' ସହ ଜଡିତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ମୁମ୍ବାଇ ଏବଂ ହାଇଦ୍ରାବାଦରେ ଏହି ଚଢ଼ଉ ଜାରି ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ଜଡିତ ପ୍ରାୟ ୧୦ରୁ ୧୨ଟି ସ୍ଥାନରେ ଇଡିର ୧୫ଟି ଟିମ୍ ଏକକାଳୀନ ତଲାସି ଅଭିଯାନ ଚଳାଇଛନ୍ତି।

କାହିଁକି ହେଉଛି ଚଢ଼ଉ?

ସୂଚନା ଅନୁସାରେ, ଏହି ଚଢ଼ଉ ଏକ କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସହ ଜଡିତ। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି ତଦନ୍ତ କରୁଛି। ରିଲାଏନ୍ସ ପାୱାର ଲିମିଟେଡ୍ ଦ୍ୱାରା ପାଣ୍ଠିର ଅନିୟମିତତା ଏବଂ ଋଣ ଅର୍ଥର ବିପଥଗାମୀ ବ୍ୟବହାର ନେଇ ଅଭିଯୋଗ ରହିଛି, ଯାହାକୁ ଭିତ୍ତି କରି ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଲା

ଏହି ମାମଲାରେ ଅନିଲ ଅମ୍ବାନୀଙ୍କୁ ପୂର୍ବରୁ ଇଡି ଦୁଇଥର ଜେରା କରିସାରିଛି। ନିକଟରେ ଫେବୃଆରୀ ମାସରେ ଇଡି ତାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ମଧ୍ୟ ଅସ୍ଥାୟୀ ଭାବେ ଜବତ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇଡି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରି ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୋଧରେ ଥିବା ବ୍ୟାଙ୍କ ଋଣ ଠକେଇ ମାମଲାର ତଦନ୍ତ କରୁଛି।

ସାବଧାନ! ଫଳରେ ଲଗାଯାଉଛି ମୂଷା ମରା ବିଷ, ମୁମ୍ବାଇରୁ ଆସିଲା ସାଂଘାତିକ ଭାଇରାଲ୍ ଭିଡିଓ
ମୁମ୍ବାଇର ଏକ ଫଳ ଦୋକାନୀର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଖାଦ୍ୟ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଧବାର ସାମ୍ନାକୁ ଆସିଥିବା ଏହି ଭିଡିଓରେ ଜଣେ ଫଳ ବିକ୍ରେତା ନିଜ ଗାଡ଼ିରେ ଥିବା ଫଳ ଉପରେ ମୂଷା ମରା ବିଷ (Ratol) ଲଗାଉଥିବାର ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ବିପଜ୍ଜନକ ରାସାୟନିକ ପଦାର୍ଥର ବ୍ୟବହାର

ସାବଧାନ! ମୁମ୍ବାଇରେ ଫଳ ଉପରେ ମୂଷା ମରା ବିଷ ଲଗାଉଛି ବିକ୍ରେତା। ଏହି ଭାଇରାଲ୍ ଭିଡିଓ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ। ସତର୍କ ରୁହନ୍ତୁ ଏବଂ ଫଳ ଖାଇବା ପୂର୍ବରୁ ଭଲ ଭାବେ ଧୁଅନ୍ତୁ। #Mumbai #FoodSafety #ViralVideo #HealthAlert #OdishaNews pic.twitter.com/52CgT63KZv

— Sakala News (@SakalaNews) February 25, 2026

ଭିଡିଓରେ ବ୍ୟବହାର କରାଯାଉଥିବା ପେଷ୍ଟ ହେଉଛି ‘ରାଟୋଲ’, ଯେଉଁଥିରେ ଅତ୍ୟନ୍ତ ବିପଜ୍ଜନକ ହଳଦିଆ ଫସଫରସ୍ (Yellow Phosphorus) ରହିଥାଏ। ଡାକ୍ତରୀ ବିଶେଷଜ୍ଞଙ୍କ ମତରେ, ଯଦି କେହି ଏହି ବିଷାକ୍ତ ଫଳ ଖାଆନ୍ତି, ତେବେ ବାନ୍ତି, ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେବା ଏବଂ ଗୁରୁତର ଅବସ୍ଥାରେ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି। ବିଶେଷକରି ଚୋପା ସହ ଫଳ ଖାଉଥିବା ପିଲାମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ।

ଏହି ଭିଡିଓ ଭାଇରାଲ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତ ବ୍ୟବସାୟୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ସହ ଖାଦ୍ୟ ଓ ଔଷଧ ନିୟନ୍ତ୍ରଣ (FDA) ବିଭାଗ ପକ୍ଷରୁ ତୁରନ୍ତ ଯାଞ୍ଚ କରିବାକୁ ଦାବି ହୋଇଛି। ଭାରତରେ ଖାଦ୍ୟ ଅପମିଶ୍ରଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି, ଯାହା ପୂର୍ବରୁ କ୍ଷୀର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରେ ମଧ୍ୟ ଦେଖିବାକୁ ମିଳିଥିଲା।

ଫଳ ଖାଇବା ପୂର୍ବରୁ ସତର୍କତା ଜରୁରୀ

ଏଭଳି ଘଟଣାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବଜାରରୁ ଫଳ କିଣିବା ପରେ ଏହାକୁ ସିଧାସଳଖ ନ ଖାଇ, ଅନ୍ତତଃ ୨୦ ମିନିଟ୍ ପାଇଁ ଗରମ ଲୁଣ ପାଣିରେ ବୁଡ଼ାଇ ରଖନ୍ତୁ। ଏହାଛଡ଼ା, ସମ୍ଭବ ହେଲେ ଫଳର ଚୋପା ଛଡ଼ାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ନିରାପଦ ବୋଲି କୁହାଯାଇଛି।

ମୁମ୍ବାଇ ଉପକୂଳରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ଇରାନ ସହ ଜଡିତ ୩ ଆମେରିକା-ପ୍ରତିବନ୍ଧିତ ତୈଳ ଟ୍ୟାଙ୍କର ଜବତ
ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ମୁମ୍ବାଇ ଉପକୂଳରେ ଏକ ବଡ଼ ଧରଣର ଅଭିଯାନ ଚଳାଇ ତିନୋଟି ବିଦେଶୀ ତୈଳ ଟ୍ୟାଙ୍କରକୁ ଜବତ କରିଛି। ରିପୋର୍ଟ ଅନୁଯାୟୀ, ଏହି ତିନୋଟି ଜାହାଜ ଇରାନ ସହ ଜଡିତ ଥିବାବେଳେ ଆମେରିକା ଦ୍ୱାରା ଏଗୁଡିକ ଉପରେ କଟକଣା ଲଗାଯାଇଥିଲା। ସମୁଦ୍ର ମଧ୍ୟରେ ବେଆଇନ ଭାବେ ତୈଳ ହସ୍ତାନ୍ତର (ship-to-ship transfer) କରୁଥିବା ସନ୍ଦେହରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କେଉଁ ଜାହାଜଗୁଡିକ ଜବତ ହୋଇଛି?

ଜବତ ହୋଇଥିବା ତିନୋଟି ଟ୍ୟାଙ୍କରର ନାମ ହେଉଛି Stellar Ruby, Asphalt Star ଏବଂ Al Jafzia। ଏହି ଜାହାଜଗୁଡିକ ମୁମ୍ବାଇ ଉପକୂଳରୁ ପ୍ରାୟ ୧୦୦ ନଟିକାଲ ମାଇଲ ଦୂରରେ ସନ୍ଦିଗ୍ଧ ଅବସ୍ଥାରେ ଗତିବିଧି କରୁଥିଲେ। ସୂଚନା ମୁତାବକ, ଏହି ଜାହାଜଗୁଡିକ ବାରମ୍ବାର ନିଜର ପରିଚୟ ବଦଳାଇ ଆଇନର ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଥିଲେ।

ଆମେରିକା ଲଗାଇଥିଲା କଟକଣା

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଜାହାଜଗୁଡିକ ଉପରେ ଆମେରିକା ପୂର୍ବରୁ ଆର୍ଥିକ କଟକଣା (US Sanctions) ଲଗାଇ ସାରିଛି। ଏଗୁଡିକ ଇରାନରୁ ବେଆଇନ ଭାବେ ତୈଳ ପରିବହନ କରୁଥିବା ଅଭିଯୋଗ ରହିଛି। ଭାରତୀୟ ଅଧିକାରୀମାନେ ଏହି ଜାହାଜଗୁଡିକୁ ଅଟକାଇବା ପରେ ମୁମ୍ବାଇ ବନ୍ଦରକୁ ଅଧିକ ତଦନ୍ତ ପାଇଁ ଆଣିଛନ୍ତି। ଏହି ଘଟଣା ପରେ ଭାରତୀୟ ସମୁଦ୍ର ସୀମାରେ ନିରୀକ୍ଷଣକୁ କଡାକଡି କରାଯାଇଛି।

ଇରାନର ପ୍ରତିକ୍ରିୟା

ଅନ୍ୟପକ୍ଷରେ, ଇରାନର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ (National Iranian Oil Company) ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛି। କମ୍ପାନୀ ଦାବି କରିଛି ଯେ ଜବତ ହୋଇଥିବା ଟ୍ୟାଙ୍କର କିମ୍ବା ଏଥିରେ ଥିବା ସାମଗ୍ରୀ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଭାରତ ସରକାର ଏହି ମାମଲାର ଗଭୀର ତଦନ୍ତ ଜାରି ରଖିଛନ୍ତି।

ମୁମ୍ବାଇରେ ଅଘଟଣ: ଚଳନ୍ତା ଅଟୋ ଉପରେ ଖସିଲା ମେଟ୍ରୋ ପିଲାର ଅଂଶ, ଜଣେ ମୃତ ଓ ୩ ଗୁରୁତର
ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ଏହି ଅଘଟଣରେ ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁଲୁଣ୍ଡର ଏଲବିଏସ ରୋଡ୍ ସ୍ଥିତ ଜନସନ ଆଣ୍ଡ ଜନସନ କମ୍ପାନୀ ନିକଟରେ ଶନିବାର ଅପରାହ୍ନ ପ୍ରାୟ ୧୨ଟା ୨୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି। ମେଟ୍ରୋ କାମ ଚାଲିଥିବା ବେଳେ ପିଲାରର ଏକ ବଡ଼ ସିମେଣ୍ଟ ଅଂଶ ରାସ୍ତାରେ ଯାଉଥିବା ଏକ ଅଟୋ-ରିକ୍ସା ଉପରେ ଖସି ପଡ଼ିଥିଲା।

🚨 Mumbai Metro Line-4 concrete slab has fallen on cars below on LBS Marg, Mulund West near Johnson & Johnson/Oberoi. 1:15 PM.

Immediate site safety action needed. @MMRDAOfficial @mybmc @MTPHereToHelp pic.twitter.com/mSaC5eaYeF

— Mumbai Rains (@rushikesh_agre_) February 14, 2026

ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାମ ରାମଧନ ଯାଦବ ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ରାଜକୁମାର ଇନ୍ଦ୍ରଜିତ ଯାଦବ (୪୫), ମହେନ୍ଦ୍ର ପ୍ରତାପ ଯାଦବ (୫୨) ଏବଂ ଦୀପା ରୁହିଆ (୪୦) ରହିଛନ୍ତି। ସେମାନଙ୍କ ମଧ୍ୟରୁ ରାଜକୁମାରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ମୁମ୍ବାଇ ମେଟ୍ରୋପଲିଟାନ ଅଞ୍ଚଳ ବିକାଶ ପ୍ରାଧିକରଣ (MMRDA) ଏକ୍ସ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ସୂଚନା ଦେଇଛି ଯେ, ମେଟ୍ରୋ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପିଲାର ନମ୍ବର P196 ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୧୨ଟା ୧୫ ମିନିଟରେ ଏକ ପାରାପେଟ୍ ଅଂଶ ଉଚ୍ଚତାରୁ ଖସି ଚଳନ୍ତା ଅଟୋ ଉପରେ ପଡ଼ିଥିଲା। ଖବର ପାଇବା ମାତ୍ରେ ମେଟ୍ରୋ ପ୍ରକଳ୍ପ ଟିମ୍, ମୁମ୍ବାଇ ଅଗ୍ନିଶମ ବାହିନୀ, ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।

୪୨ ଲକ୍ଷର ମହିଳା ବ୍ରୋଚ୍ ପିନ୍ଧି ଚର୍ଚ୍ଚାରେ ନବାବ ସୈଫ୍
ବଲିଉଡର ନବାବ ସୈଫ୍ ଅଲ୍ଲୀ ଖାନ୍ ସର୍ବଦା ନିଜର ରାଜକୀୟ ଅନ୍ଦାଜ ଏବଂ ସ୍ୱତନ୍ତ୍ର ଫ୍ୟାସନ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ମୁମ୍ବାଇରେ ତାଙ୍କର ଏକ ନୂଆ ଲୁକ୍ ସାମ୍ନାକୁ ଆସିଛି, ଯାହା ଫ୍ୟାସନ୍ ଜଗତରେ ହଲଚଲ ସୃଷ୍ଟି କରିଛି। ସୈଫ୍ ଏକ ମହିଳା ବ୍ରୋଚ୍ (Brooch) ପିନ୍ଧିଥିବାର ନଜର ଆସିଛନ୍ତି, ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୪୨ ଲକ୍ଷ ଟଙ୍କାର ବ୍ରୋଚ୍

ରିପୋର୍ଟ ଅନୁଯାୟୀ, ସୈଫ୍ ପିନ୍ଧିଥିବା ଏହି ବ୍ରୋଚ୍‌ର ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା। ଏହା ଏକ 'ଟିଫାନି' (Tiffany) ବ୍ରୋଚ୍ ଅଟେ, ଯେଉଁଥିରେ ମୂଲ୍ୟବାନ ରୁବି, ହୀରା ଏବଂ ସିଟ୍ରିନ୍ (Citrine) ପଥର ଖଞ୍ଜା ଯାଇଛି। ଏହି ବହୁମୂଲ୍ୟ ଅଳଙ୍କାରଟି ତାଙ୍କ ପୋଷାକର ଶୋଭାକୁ ଦ୍ୱିଗୁଣିତ କରିଥିଲା।

ମହିଳାଙ୍କ ଅଳଙ୍କାରରେ ନବାବଙ୍କ ଷ୍ଟାଇଲ୍

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ, ସୈଫ୍ ପିନ୍ଧିଥିବା ଏହି ବ୍ରୋଚ୍‌ଟି ପ୍ରକୃତରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି। ତଥାପି, ସୈଫ୍ ଏହାକୁ ଅତି ଆତ୍ମବିଶ୍ୱାସର ସହ ପିନ୍ଧିଥିଲେ ଏବଂ ଏହା ତାଙ୍କୁ ବେଶ୍ ମାନୁଥିଲା। ସୋସିଆଲ ମିଡିଆରେ ତାଙ୍କର ଏହି 'ଜେଣ୍ଡର ନ୍ୟୁଟ୍ରାଲ' ଫ୍ୟାସନ୍ ଚଏସ୍‌କୁ ଖୁବ୍ ପ୍ରଶଂସା କରାଯାଉଛି।

Viral Video: ଲିଫ୍ଟ ଭିତରେ ଫାଟିଲା ଗ୍ୟାସ ବେଲୁନ୍, ଜଳିଗଲେ ଯୁବକ ଓ ମହିଳା
ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଭୟଭୀତ ହୋଇଯିବେ। ଏଠାରେ ଥିବା ଏକ ହାଇରାଇଜ୍ ବିଲ୍ଡିଂର ଲିଫ୍ଟ ମଧ୍ୟରେ ଗ୍ୟାସ ଭର୍ତ୍ତି ବେଲୁନ୍ ଫାଟିଯିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଲିଫ୍ଟରେ ଥିବା ଜଣେ ଯୁବକ ଏବଂ ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି। ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭି (CCTV) କ୍ୟାମେରାରେ କଏଦ ହୋଇଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋରେଗାଓଁ ଅଞ୍ଚଳର ଏକ ଆବାସିକ ବିଲ୍ଡିଂର ଲିଫ୍ଟ ମଧ୍ୟକୁ ପ୍ରଥମେ ଜଣେ ମହିଳା ଏକ ଟ୍ରଲି ଧରି ପ୍ରବେଶ କରୁଛନ୍ତି। ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି ହାତରେ ଏକ ବଡ଼ ପଲିଥିନରେ ଅନେକଗୁଡ଼ିଏ ଗ୍ୟାସ ବେଲୁନ୍ ଧରି ଲିଫ୍ଟ ଭିତରକୁ ଆସୁଛନ୍ତି। ତେବେ ଲିଫ୍ଟର କବାଟ ବନ୍ଦ ହେବାର କିଛି କ୍ଷଣ ମଧ୍ୟରେ ହଠାତ୍ ବେଲୁନ୍ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା ଏବଂ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଫଳରେ ଲିଫ୍ଟ ଭିତରେ ନିଆଁର ଝଲକ ଦେଖାଯାଇଥିଲା ଏବଂ ସେଠାରେ ଥିବା ଦୁଇଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିଲେ।

https://twitter.com/Deadlykalesh/status/2019032802017366224

ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଉଭୟ ବ୍ୟକ୍ତିଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଛି। ଘଟଣା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଲୁନ୍ ବିକ୍ରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବେଲୁନରେ ହାଇଡ୍ରୋଜେନ୍ ଗ୍ୟାସ ଭର୍ତ୍ତି କରାଯାଇଥିଲା, ଯାହା ଅତ୍ୟନ୍ତ ଦାହ୍ୟ ଅଟେ। ସାଧାରଣତଃ ସୁରକ୍ଷା ଦୃଷ୍ଟିରୁ ହିଲିୟମ୍ ଗ୍ୟାସ ବ୍ୟବହାର କରାଯିବା କଥା, କିନ୍ତୁ ଶସ୍ତା ହୋଇଥିବାରୁ ଅନେକ ସମୟରେ ବିକ୍ରେତାମାନେ ବିପଜ୍ଜନକ ହାଇଡ୍ରୋଜେନ୍ ଗ୍ୟାସ ବ୍ୟବହାର କରୁଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ନଜରକୁ ଆସିଛି। ୨୦୨୫ ମସିହାରେ ଏକ 'ହଳଦୀ' ସମାରୋହରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ବର ଓ କନ୍ୟା ହାଇଡ୍ରୋଜେନ୍ ବେଲୁନ୍ ବିସ୍ଫୋରଣ ଯୋଗୁଁ ଆହତ ହୋଇଥିଲେ। ବିଶେଷଜ୍ଞଙ୍କ ମତରେ, ଉତ୍ସବ କିମ୍ବା କାର୍ଯ୍ୟକ୍ରମରେ ଗ୍ୟାସ ବେଲୁନ୍ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।