Security Arrangement - The Sakala

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ
ବାରିପଦା: ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭାରତର ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଆଗମନ ସୂଚନା ରହିଛି। ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅତି ବ୍ୟାପକ ଓ ସୁଦୃଢ଼ କରାଯାଉଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏକ ପ୍ରେସମିଟ୍‌ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବ୍ଲୁ-ବୁକ୍ ର ପ୍ରୋଟୋକଲ୍ ଏବଂ ସମସ୍ତ ପ୍ରାବଧାନ ଅନୁଯାୟୀ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ଗତକାଲି ମାନ୍ୟବର ଡିଜିପି ନିଜେ ଗସ୍ତ କରି ସର୍ଜମିନ ତଦାରଖ କରିଛନ୍ତି। ମୋଟାମୋଟି ଆକଳନ ଅନୁଯାୟୀ, ଏହି ସାରା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଆରେଞ୍ଜମେଣ୍ଟ ପାଇଁ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯିବ।

ମିଟିଂ ପ୍ଲେସ୍, ଟ୍ରାଫିକ ପରିଚାଳନା, ହେଲିପ୍ୟାଡ୍ ବ୍ୟବସ୍ଥା, ସୁରକ୍ଷା ଏବଂ ସେଫ୍ଟି ବ୍ୟବସ୍ଥା ଭଳି ଭିନ୍ନ ଭିନ୍ନ ଦିଗ ପାଇଁ ସିନିୟର ଅଫିସରମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସମ୍ପୃକ୍ତ ଅଞ୍ଚଳକୁ 'ନୋ-ଫ୍ଲାଇ ଜୋନ୍' ଭାବେ ଘୋଷଣା କରାଯିବ। ଏହା ସହିତ ଯେକୌଣସି ଅନଧିକୃତ ଡ୍ରୋନ୍ ସମସ୍ୟାକୁ ପ୍ରତିହତ କରିବା ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ଟିମ୍ ମଧ୍ୟ ନିୟୋଜିତ ରହିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ଥିବା ଡିଆଇଜି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୁନ ୧୯ ଓ ୨୦ ତାରିଖରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ପ୍ରଶାସନିକ ଚଳଚଞ୍ଚଳତା ପ୍ରକାଶ ପାଇଥିବା ବେଳେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଗୁରୁବାର ରାଇରଙ୍ଗପୁର ଗସ୍ତରେ ଆସି ପ୍ରତି କାର୍ଯ୍ୟକ୍ରମ ସ୍ଥାନ ଗୁଡ଼ିକ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆଙ୍କ ସମେତ ସାଂସଦ ନବ ଚରଣ ମାଝି, ରାଇରଙ୍ଗପୁର ବିଧାୟକ ଜଳେନ ନାଏକ, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ବରୁଣ ଗୁଣ୍ଠୁପାଲି, ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଅତିରିକ୍ତ ଏସପି ଯଦୁନାଥ ଜେନା, ଏସଡିପିଓ ବିରେନ୍ଦ୍ର କୁମାର ସେନାପତି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାଷ୍ଟ୍ରପତି ଜୁନ ୧୯ ତାରିଖ ଓ ୨୦ ତାରିଖରେ ଦୁଇ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁରରେ ପହଞ୍ଚିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କ ବାଦାମପାହାଡ ନିକଟସ୍ଥ ଉପରବେଡା, ପାହାଡପୁର ଗ୍ରାମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରେ ରାଷ୍ଟ୍ରପତିଙ୍କ ସ୍ବର୍ଗତ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ନିର୍ମିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯିବେ। ଏହାସହିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ଏହି ଅବସରରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଯୁବକ/ଯୁବତୀ ମାନଙ୍କ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବାର ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗ୍ରାମ ପରିଦର୍ଶନ କରିବା ପରେ ରାଇରଙ୍ଗପୁରରେ ଆୟୋଜିତ ସାଧାରଣ ସଭାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଯାହାକୁ ନେଇ ଶ୍ରୀ ଖୁରାନିଆ ଉପରବେଡା, ପାହାଡପୁର ଗ୍ରାମ ସମେତ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାରଷ୍ଟ୍ରିପ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ମୂଖ୍ୟମନ୍ତ୍ରୀ, ରାଜ୍ୟପାଳ ଆଦି ରାଇରଙ୍ଗପୁର ଗସ୍ତରେ ଆସିବେ। ଯାହାକୁ ନେଇ ୧୨ଟି ହେଲିକାପ୍ଟର ଆସିବ। ତେଣୁକରି ହ୍ୟାଲିପ୍ୟାଡ ନିର୍ମାଣକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ସଭାସ୍ଥଳ, ହେଲିପ୍ୟାଡ଼, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା, ଗସ୍ତ ମାର୍ଗ, ଭିଡ଼ ନିୟନ୍ତ୍ରଣ, ସିସିଟିଭି ଆଦି ତଦାରଖ କରିଛନ୍ତି। ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସହରର ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ ଜୋରଦାର କରାଯାଇଛି ଏବଂ ସନ୍ଦେହାସ୍ପଦ ବ୍ୟକ୍ତି ଓ ଯାନବାହନ ଉପରେ କଡା ନଜର ରଖାଯାଉଛି।

ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବାବଦରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ କୌଣସି ଅବହେଳା ସହ୍ୟ ହେବ ନାହିଁ ବୋଲି ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ପୋଲିସ ଫୋର୍ସ ମୁତୟନ ନେଇ ଅନୁଧ୍ୟାନ କରିଛନ୍ତି। ଗସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି। କାର୍ଯ୍ୟ ତଦାରଖ କରି ଆବଶ୍ୟକ ବ୍ୟବସ୍ଥା ସମ୍ପାଦନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।