ICICIBankSaluteDoctors - The Sakala

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ୍‍ ସମାଧାନ “ସାଲ୍ୟୁଟ୍‍ ଡକ୍ଟର୍ସ’ର ଶୁଭାରମ୍ଭ
ଭୁୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଡାକ୍ତରମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ୍‍ ସମାଧାନ ‘ସାଲ୍ୟୁଟ୍‍ ଡକ୍ଟର୍ସ’କୁ ଉନ୍ମୋଚନ କରାଯାଇଛି। ଏହା ଦ୍ୱାରା ମେଡିକାଲ୍‍ ଉପକରଣ ପାଇଁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହା ଡାକ୍ତରମାନଙ୍କୁ ବ୍ୟକ୍ତିଗତ ଭାବେ ସୁହାଇବା ଭଳି ବ୍ୟାଙ୍କିଙ୍ଗ୍‍ ସେବା ସହିତ ଅନ୍ୟାନ୍ୟ ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରିବ। ଡାକ୍ତରୀ ପାଠପଢ଼଼ୁଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ମେଡିକାଲ୍‍ କନସଲଟାଣ୍ଟ୍‍, ହସ୍ପିଟାଲ୍‍ ଓ କ୍ଲିନିକ୍‍ର ମାଲିକ ଆଦି ଏହି ସୁବିଧା ପାଇପାରିବେ। ଏହି ସେବାକୁ ଡିଜିଟାଲ୍‍ ମାଧ୍ୟମରେ ଆରମ୍ଭ କରାଯାଇଛି ଓ ଏଥିପାଇଁ ଆଇସିଆଇସିଆଇ ଷ୍ଟାକ୍‍କୁ ବ୍ୟବହାର କରାଯାଇଛି ଯାହା ଜରିଆରେ କଂପାନି ଗ୍ରାହକମାନଙ୍କୁ ୫୦୦ ପ୍ରକାର ସେବା ଯୋଗାଇ ପାରୁଛି।

ସାଲ୍ୟୁଟ୍‍ ଡକ୍ଟର୍ସରେ ଅନେକ ପ୍ରକାରର ଅଭିନବ ସେବା ଯୋଗାଇ ଦିଆଯାଉଛି। ବ୍ୟକ୍ତିଗତ ବ୍ୟବହାର ଲାଗି ପ୍ରିମିୟମ୍‍ ସଞ୍ଚୟ ଖାତା, ବ୍ୟବସାୟ ବ୍ୟାଙ୍କିଙ୍ଗ୍‍ ଲାଗି କରେଣ୍ଟ୍‍ ଆକାଉଣ୍ଟ୍‍; ଗୃହ, ଗାଡ଼ି, ବ୍ୟକ୍ତିଗତ, ଶିକ୍ଷା, ମେଡିକାଲ୍‍ ଉପକରଣ, କ୍ଲିନିକ୍‍, ହସ୍ପିଟାଲ୍‍ ଓ ବ୍ୟବସାୟ ସ୍ଥାପନ ଲାଗି ସ୍ୱତନ୍ତ୍ର ଋଣ ଯୋଗାଇ ଦିଆଯାଉଛି। ସହଯୋଗୀମାନଙ୍କ ସହ ମିଶି ବ୍ୟାଙ୍କ ତରଫରୁ ପ୍ରଥମ ଥର ଲାଗି ଶିଳ୍ପର ତିନି ପ୍ରକାର ସ୍ୱତନ୍ତ୍ର ସେବା ଏଥିରେ ପ୍ରଦାନ କରାଯାଉଛି। ଏହି ସେବା ଜରିଆରେ ଡାକ୍ତରମାନେ ନିଜର ଜୀବନଶୈଳୀ ଆବଶ୍ୟକତା ପୂରଣ କରିପାରିବେ, ହସ୍ପିଟାଲ୍‍./କ୍ଲିନିକ୍‍କୁ ଭଲ ଭାବେ ପରିଚାଳନା କରିପାରିବେ, ମେଡିକାଲ୍‍ ଉପକରଣ ବିଷୟରେ ସଦ୍ୟତମ ସୂଚନା ପାଇପାରିବେ ଏବଂ ଆକାଉଣ୍ଟିଂ ଖାତାର ଯତ୍ନ ନେଇପାରିବେ।

ଶ୍ରୀଯୁକ୍ତ ପ୍ରଣବ ମିଶ୍ର, ମୁଖ୍ୟ-ଲାଏବିଲିଟିଜ୍‍, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ସାମଜ ପ୍ରତି ଡାକ୍ତରମାନଙ୍କ ନିସ୍ୱାର୍ଥପର ସେବା ଯୋଗୁଁ ଆଇସିଆଇସିଆଇ ବ୍ୟାଙ୍କରେ ଆମେ ସେମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଛୁ। ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ସେମାନଙ୍କ ଆମର ଜୀବନ ରକ୍ଷାକାରୀଙ୍କ ସେବା ଓ ବଳିଦାନ ପ୍ରତି କୃତଜ୍ଞତା ଓ ନମସ୍ୟ ସ୍ୱରୂପ ସେମାନଙ୍କ ପାଇଁ ଆମେ ଡକ୍ଟର୍ସ ସାଲ୍ୟୁଟ୍‍ ବ୍ୟାଙ୍କିଙ୍ଗ୍‍ ସମାଧାନକୁ ଉନ୍ମୋଚନ କରିଛୁ। ଏହା ହେଉଛି ଆଇସିଆଇସିଆଇ ଷ୍ଟାକ୍‍ର ଏକ ସମ୍ପ୍ରସାରଣ ଯାହାକୁ ଗୋଟିଏ ପ୍ଲାଟ୍‍ଫର୍ମରେ ଡିଜିଟାଲ୍‍ ମାଧ୍ୟମରେ ସବୁ ପ୍ରକାର ବ୍ୟାଙ୍କିଙ୍ଗ୍‍ ସେବା ପ୍ରଦାନ କରିବା ଲାଗି ବର୍ଷକ ତଳେ ଆରମ୍ଭ କରାଯାଇଥିଲା। ଆମେ ଡାକ୍ତରଙ୍କ ପେସାର ବିଭିନ୍ନ ସ୍ତରକୁ ନେଇ ବ୍ୟାପକ ଗବେଷଣା କରିଥିଲୁ ଯଥା ମେଡିକାଲ୍‍ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ୍‍ ଓ କ୍ଲିନିକ୍‍ ମାଲିକଙ୍କ ପର୍ଯ୍ୟନ୍ତ ଓ ସେମାନଙ୍କ ବ୍ୟାଙ୍କିଙ୍ଗ୍‍ ଆବଶ୍ୟକତାକୁ ବୁଝିବାକୁ ଚେଷ୍ଟା କରିଥିଲୁ। ଆମର ଅଧ୍ୟୟନର ନିସ୍କର୍ଷ ଅନୁସାରେ ଆମେ ସେମାନଙ୍କ ପାଇଁ ତତ୍କାଳ ଓ ଡିଜିଟାଲ୍‍ ସେବା ସାଲ୍ୟୁଟ୍‍ ଡକ୍ଟର୍ସକୁ ପ୍ରସ୍ତୁତ କରିଛୁ। ଆମେ ସେମାନଙ୍କ ପାଇଁ ବିଜ୍‍ନେସ୍‍ କ୍ରେଡିଟ୍‍ କାର୍ଡ ଓ ଏକ୍ସପ୍ରେସନ୍ସ ଡେବିଟ୍‍ କାର୍ଡ ମଧ୍ୟ ପ୍ରଚଳନ କରିଛୁ। ଆମର ବିଶ୍ୱାସ ରହିଛି ଏହା ଡାକ୍ତରମାନଙ୍କ ବ୍ୟାଙ୍କିଙ୍ଗ୍‍ ଆବଶ୍ୟକତା ପୂରଣ କରିବ।’’