DoctorsDay - The Sakala

ଡାକ୍ତର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ: ଡାକ୍ତର ଈଶ୍ୱରଙ୍କ ଦ୍ୱିତୀୟ ରୂପ, ଯେତେ ପ୍ରଶଂସା କଲେ ବି କମ୍
ନୂଆଦିଲ୍ଲୀ: ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।  ଔଷଧ କ୍ଷେତ୍ରରେ ଭାରତର ପଦକ୍ଷେପ ପ୍ରଶଂସନୀୟ ଏବଂ ଏହା ଆମ ପୃଥିବୀକୁ ସୁସ୍ଥ ରଖିବାରେ ସହାୟକ ହୋଇଛି। କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି ।

ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଅନ୍ୟ ଜୀବନ ବଞ୍ଚାଇବାକୁ ଯାଇ ଅନେକ ଡାକ୍ତର ନିଜ ଜୀବନ ହରାଇଛନ୍ତି । ଡାକ୍ତର ଦେବଦୂତ ଭଳି ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିବା ସହ ବଜେଟ ୨ ଗୁଣା କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡ଼ା ଆଇନ କରାଯାଇଛି ବୋଲି ମଧ୍ୟ ମୋଦି କହିଛନ୍ତି ।

ଯୋଗକୁ ବୈଜ୍ଞାନିକ ତରିକାରେ ଆଗକୁ ନେବାକୁ ଆଇଏମଏକୁ ସେ ଆହ୍ୱାନ ଦେଇଛନ୍ତି । ନିଜ ଅନୁଭୂତିକୁ ଡକ୍ୟୁମେଣ୍ଟେସନ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେବା ସହ ଚିକିତ୍ସା ସମ୍ପର୍କୀତ ଡକ୍ୟୁମେଣ୍ଟେସନ ଆଗାମୀ ପିଢ଼ିକୁ ନୂଆ ଦିଶା ଦେବ ବୋଲି କହିଛନ୍ତି ମୋଦି ।

ଆଜି ଜାତୀୟ ଡାକ୍ତର ଦିବସ: କରୋନା ଯୋଦ୍ଧାଙ୍କ ପାଇଁ ଦିନଟିଏ
ସମାଜରେ ଡାକ୍ତରଙ୍କ ଆବଶ୍ୟକତା ସବୁଦିନ ରହିଥିବାବେଳେ ସଂପ୍ରତି କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। କରୋନା ମହାମାରୀରେ ଡାକ୍ତରମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା। କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ନିଜର ସେବା ଜାରି ରଖିଛନ୍ତି। ସମାଜରେ ଡାକ୍ତରମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖକୁ ‘ଜାତୀୟ ଡାକ୍ତର ଦିବସ’ ଭାବେ ଭାରତରେ ପାଳନ କରାଯାଉଛି।

ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ମାଧ୍ଯମରେ ଡାକ୍ତରମାନଙ୍କୁ ସମ୍ମାନ ଜଣାଇଛନ୍ତି।  ମାନବଜାତିର ସେବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବାରୁ ଡାକ୍ତରମାନଙ୍କୁ ସେ ତାଙ୍କର ନମସ୍କାର ଜଣାଇଛନ୍ତି।

On National #DoctorsDay We salute the doctors working dedicatedly to serve mankind . My sand art with message “Doctors are next to God”. pic.twitter.com/BPgCw8sJiL

— Sudarsan Pattnaik (@sudarsansand) July 1, 2021

ଏହା ପ୍ରସିଦ୍ଧ ଚିକିତ୍ସାବିତ୍‌ ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଉଭୟ ଜନ୍ମ ଓ ମୃତ୍ୟୁ ଦିବସ। ୧୮୮୨ ମସିହା ଜୁଲାଇ ୧ ତାରିଖରେ ବିଧାନ ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ ଓ ୧୯୬୨ରେ ସେହି ଦିନରେ ଅଶୀ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ସେ ଥିଲେ ସିଦ୍ଧହସ୍ତ । ସେ ତାଙ୍କ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ତାଙ୍କର ସ୍ବେଚ୍ଛାକୃତ ରୋଗୀ ସେବା ପାଇଁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ସର୍ବଶ୍ରେଷ୍ଠ ନାଗରିକତ୍ବ ପୁରସ୍କାର ଭାରତ ରତ୍ନରେ ସେ ମଣ୍ଡିତ ହୋଇଥିଲେ। ତାଙ୍କର ସମ୍ମାନାର୍ଥେ ତଥା ଡାକ୍ତରମାାନଙ୍କ ତ୍ୟାଗ, ସେବା, ଚିକିତ୍ସାକୁ ଉଚିତ୍ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ । ବିଶ୍ବ ମହାମାରୀ ପ୍ରମାଣ କରିଦେଇଛି ଡାକ୍ତରଙ୍କ ବିନା ମାନବ ସଭ୍ୟତା କେତେ ଅସୁରକ୍ଷିତ।