Arjun Rampal Divorce - The Sakala

୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ
ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ଅର୍ଜୁନ ରାମ୍ପାଲ ନିଜର ପ୍ରୋଫେସନାଲ୍ ଲାଇଫରେ ବେଶ୍ ସଫଳତା ହାସଲ କରୁଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଧୁରନ୍ଧର ୨'ରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ତେବେ ପରଦା ଉପରେ ଯେତେ ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ, ତାଙ୍କ ବ୍ୟକ୍ତିଗତ ଜୀବନ ବେଶ୍ କଷ୍ଟକର ରହିଛି। ନିକଟରେ ଏକ ସାକ୍ଷାତକାରରେ ଅର୍ଜୁନ ନିଜ ଜୀବନର ସବୁଠାରୁ କଠିନ ଏବଂ ଅନ୍ଧକାରମୟ ସମୟ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ବିଶେଷ କରି ପ୍ରଥମ ପତ୍ନୀ ମେହେର ଜେସିଆଙ୍କ ସହ ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର ରୋଗ ତାଙ୍କୁ କିପରି ଭାଙ୍ଗି ଦେଇଥିଲା, ସେ ବିଷୟରେ ସେ ବର୍ଣ୍ଣନା କରିଛନ୍ତି।

ବିବାହ ବିଚ୍ଛେଦ ଏବଂ ଏକୁଟିଆପଣ

ମନୋବିଜ୍ଞାନୀ ସୋହିନୀଙ୍କ ସହ ଏକ ପଡକାଷ୍ଟ ଶୋ' 'କ୍ୟାନସେଲ୍ଡ ଟୁ କ୍ରାଉନ୍'ରେ ଯୋଗ ଦେଇ ଅର୍ଜୁନ ରାମ୍ପାଲ ନିଜ ଜୀବନର ଅନେକ ଅକୁହା କଥା ବଖାଣିଛନ୍ତି। ଜୀବନରେ ସେ କେବେ ସବୁଠାରୁ ଅଧିକ ଏକୁଟିଆ ଅନୁଭବ କରିଥିଲେ ବୋଲି ପ୍ରଶ୍ନର ଉତ୍ତରରେ ଅର୍ଜୁନ କହିଥିଲେ, "ଯେତେବେଳେ ମୁଁ ନିଜ ସହ ଯୋଡି ହୋଇ ରହିନଥିଲି, ସେତେବେଳେ ମୁଁ ନିଜକୁ ସବୁଠାରୁ ଅଧିକ ଏକୁଟିଆ ଅନୁଭବ କରିଥିଲି।" ସେହି ସମୟରେ ତାଙ୍କର ଏବଂ ମେହେରଙ୍କର ବୈବାହିକ ଜୀବନ ଠିକ୍ ଚାଲୁନଥିଲା। ଅର୍ଜୁନ କହିଥିଲେ ଯେ, "ଆମ ସମ୍ପର୍କ ଭଲ ଚାଲୁନଥିଲା ଏବଂ ଏହା ବହୁତ ଦୁଃଖଦାୟକ ଥିଲା। ମୋର ମନେହୁଏ ପ୍ରେମ କେବେ ସ୍ଥିର ନୁହେଁ କିମ୍ବା ଜୀବନରେ କିଛି ବି ସ୍ଥିର ନୁହେଁ। ଆମେ କ୍ରମାଗତ ଭାବରେ ବଦଳୁଥାଉ।"

ମା'ଙ୍କ କ୍ୟାନ୍ସର ଏବଂ ଦୁଃଖଦ ସମୟ

ନିଜର ଯନ୍ତ୍ରଣା ବଖାଣିବାକୁ ଯାଇ ଅର୍ଜୁନ କହିଥିଲେ ଯେ, "ମୋତେ ଲାଗୁଛି ସେହି ସମୟ ମୋ ଜୀବନର ସବୁଠାରୁ ଖରାପ ସମୟ ଥିଲା। ସେହି ସମୟରେ ହିଁ ମୋ ମା'ଙ୍କୁ କ୍ୟାନ୍ସର ହୋଇଥିଲା। ଗୋଟିଏ ପଟେ ବୈବାହିକ ଜୀବନରେ ଝଡ଼ ଏବଂ ଅନ୍ୟପଟେ ମା'ଙ୍କ ଅସୁସ୍ଥତା ମୋତେ ପୂରାପୂରି ଭାଙ୍ଗି ଦେଇଥିଲା। ତା'ର ତିନି ବର୍ଷ ପୂର୍ବରୁ ମୁଁ ମୋ ବାପାଙ୍କୁ ହରାଇଥିଲି ଏବଂ ସେହି ସମୟରେ ମୋର ଅନେକ ନିକଟତର ସାଙ୍ଗମାନେ ମଧ୍ୟ ଦୂରେଇ ଯାଇଥିଲେ। ଯେଉଁମାନଙ୍କୁ ମୁଁ ବହୁତ କଷ୍ଟରେ ପାଇଥିଲି, ସେମାନଙ୍କୁ ମୁଁ ହରାଉଥିଲି।"

ଗାର୍ଲଫ୍ରେଣ୍ଡ୍ ଗାବ୍ରିଏଲାଙ୍କ ସମର୍ଥନ

ସୂଚନାଯୋଗ୍ୟ ଯେ, ଅର୍ଜୁନ ଏବଂ ମେହେର ୧୯୯୮ ମସିହାରେ ବିବାହ କରିଥିଲେ। ତାଙ୍କର ମାହିକା ଏବଂ ମାୟରା ନାମକ ଦୁଇଟି କନ୍ୟା ସନ୍ତାନ ଅଛନ୍ତି। କିନ୍ତୁ ବିବାହର ୨୧ ବର୍ଷ ପରେ ଏହି ଦମ୍ପତିଙ୍କର ବିବାହ ବିଚ୍ଛେଦ ହୋଇଥିଲା। ତେବେ ଏହି କଠିନ ପରିସ୍ଥିତିରୁ ବାହାରିବା ପାଇଁ ଅର୍ଜୁନଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡ୍ ଗାବ୍ରିଏଲା ଡେମେଟ୍ରିଏଡ୍ସ ବହୁତ ସାହାଯ୍ୟ କରିଥିଲେ। ଗାବ୍ରିଏଲାଙ୍କ ବିଷୟରେ କହିବାକୁ ଯାଇ ଅର୍ଜୁନ କହିଥିଲେ, "ମୁଁ ବହୁତ ଭାଗ୍ୟବାନ୍ ଯେ, ମୋ ଜୀବନର ସବୁଠାରୁ କଠିନ ସମୟରେ ମୋତେ ଗାବ୍ରିଏଲାଙ୍କ ଭଳି ଜଣେ ସାଥୀ ମିଳିଥିଲେ। ସେ ମୋ ଜୀବନର ଆଲୋକ ପାଲଟିଥିଲେ।" ବର୍ତ୍ତମାନ ଅର୍ଜୁନ ଏବଂ ଗାବ୍ରିଏଲା ଏକାଠି ରହୁଛନ୍ତି ଏବଂ ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି।