Gold Seizure - The Sakala

ରାୟଗଡ଼ାରେ ଆନ୍ତଃ-ଜିଲ୍ଲା ଡକାୟତ ଦଳ ଠାବ, ବିପୁଳ ସୁନାଗହଣା ଜବତ ସହ ୧୨ ଗିରଫ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିବା ଏକ ଆନ୍ତଃ-ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ରାୟଗଡ଼ା ପୋଲିସ ଏହି ଗ୍ୟାଙ୍ଗର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା, ରୁପା, ଗାଡ଼ି, ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ରାଜ ପ୍ରସାଦ ଏହି ସୂଚନା ଦେଇଛନ୍ତି।

ଏହି ଲୁଟେରା ଗ୍ୟାଙ୍ଗଟି ଅତି ଚତୁରତାର ସହ ବନ୍ଦ ଥିବା କିମ୍ବା ଖାଲି ଥିବା ଘରଗୁଡ଼ିକୁ ଟାର୍ଗେଟ୍ କରୁଥିଲା। ସେମାନେ ପ୍ରଥମେ ଘର ମାଲିକଙ୍କ ଗତିବିଧି, ସିସିଟିଭି କ୍ୟାମେରା ଏବଂ ଗାଡ଼ିଗୁଡ଼ିକ ଉପରେ କଡ଼ା ନଜର ରଖୁଥିଲେ। ସୁଯୋଗ ଦେଖି ତାଲା ଭାଙ୍ଗି ଚୋରି କରୁଥିଲେ। ଚୋରି ସୁନାଗହଣାକୁ ସିଧାସଳଖ ବିକ୍ରି କରିବା କଷ୍ଟକର ହେଉଥିବାରୁ, ଗ୍ୟାଙ୍ଗରେ ଥିବା ଜଣେ ବଣିଆଙ୍କ ସହାୟତାରେ ସେମାନେ ସୁନାକୁ ତରଳାଇ ଏହାର ଆକାର ବଦଳାଇ ଦେଉଥିଲେ। ପରେ ଏହି ସୁନାକୁ ବିଭିନ୍ନ ଫାଇନାନ୍ସ ସଂସ୍ଥା ଏବଂ ବ୍ୟାଙ୍କରେ ବନ୍ଧା ପକାଇ ଋଣ ଆଣୁଥିଲେ କିମ୍ବା କମ୍ ଦାମ୍‌ରେ ବିକ୍ରି କରିଦେଉଥିଲେ।

ଗତ ଜୁଲାଇ ୨୫ ତାରିଖରେ ରାମନଗୁଡ଼ା ଥାନା ଅଞ୍ଚଳରେ ଏବଂ ଅଗଷ୍ଟ ୧ ତାରିଖରେ ଦୋରାଗୁଡ଼ା ଥାନା ଅଞ୍ଚଳରେ ହୋଇଥିବା ଦୁଇଟି ବଡ଼ ଧରଣର ଚୋରି ଘଟଣା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଇନ୍ଦା ବିଭାଗ, ସାଇବର ୟୁନିଟ୍ ଏବଂ ସ୍ପେଶାଲ୍ ରେଡ୍ ଟିମ୍‌କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବୈଷୟିକ ଜ୍ଞାନକୌଶଳ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଏହି ଗ୍ୟାଙ୍ଗ୍ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା।

ପୋଲିସ ଏହି ଗ୍ୟାଙ୍ଗ୍ ନିକଟରୁ ପ୍ରାୟ ୮୦ ଗ୍ରାମ ସୁନା, ୫୮୧ ଗ୍ରାମ ରୁପା, ୩୪.୭୫ ଗ୍ରାମ ତରଳା ଯାଇଥିବା ସୁନା ଏବଂ ବିଭିନ୍ନ ଫାଇନାନ୍ସ ସଂସ୍ଥାରେ ବନ୍ଧା ପଡ଼ିଥିବା ୧୨୫.୭୬ ଗ୍ରାମ ସୁନା ଗହଣା ଜବତ କରିଛି। ଏହାଛଡ଼ା ୧୨ଟି ମୋବାଇଲ୍ ଫୋନ୍, ୩ଟି କାର୍ ଏବଂ ଗୋଟିଏ ରୟାଲ୍ ଏନଫିଲ୍ଡ ବୁଲେଟ୍ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଛି। ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ, ସୁନା ତରଳାଇବା ପାଇଁ ଗ୍ୟାସ୍ ସିଲିଣ୍ଡର ଏବଂ ଓଜନ ମେସିନ୍ ମଧ୍ୟ ପୋଲିସ ହାତରେ ଲାଗିଛି।

କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ
ଭୁବନେଶ୍ୱର: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ସୁନାର ଖଣି । ବାବୁଙ୍କ ଘରୁ ବାହାରିଲାଣି ୧ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି  ଭିଜିଲାନ୍ସ । ବ୍ୟାଙ୍କ ଲକର ଏବଂ ଘରୁ ସମୁଦାୟ ୧.୨୫୫ କିଲୋଗ୍ରାମ ସୁନା ଜବତ କରାଯାଇଛି । ବିପୁଳ ପରିମାଣର ହିସାବ ବିହୀନ ସମ୍ପତ୍ତି ଠାବ ହେବା ପରେ ଏବଂ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଗତ ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା ।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ବେହେରାଙ୍କ ନାମରେ ୫ଟି ବହୁମହଲା ବିଶିଷ୍ଟ କୋଠା ରହିଛି, ଯାହାର ମୋଟ ବିଲ୍ଟ-ଅପ୍ ଏରିଆ ୨୦,୦୦୦ ବର୍ଗଫୁଟରୁ ଅଧିକ ହେବ । ଏହା ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସପୂର୍ଣ୍ଣ କୋଠା ରହିଛି । ଏହା ସହିତ ତାଙ୍କର ୧୪ଟି ମୂଲ୍ୟବାନ ପ୍ଲଟ, ୨.୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଅର୍ଥ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି । ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି।