School Timetable Odisha - The Sakala

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି
ଭୁବନେଶ୍ୱର: ଓଡ଼ିଶା ସରକାର ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି (NEP-2020) କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ନୀତି ଅନୁଯାୟୀ, ରାଜ୍ୟରେ ଏକ ନୂତନ ପାଠ୍ୟକ୍ରମ ରୂପରେଖ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (OSEPA) ପକ୍ଷରୁ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ଶିଶୁ ବାଟିକା (ପ୍ରି-ସ୍କୁଲ୍)ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ନୂଆ ସମୟ ସାରଣୀ ଲାଗୁ ହେବ।

ନୂତନ ସଂସ୍କାର ଅନୁଯାୟୀ ସ୍କୁଲରେ ବର୍ଷକୁ ୧୦ଟି ବ୍ୟାଗ୍ ବିହୀନ ଦିବସ ବା ନୋ-ବ୍ୟାଗ୍ ଡେ' ରହିବ । ଏହି ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନେ ବିନା ବ୍ୟାଗରେ ସ୍କୁଲ ଯିବେ। ପିଲାଙ୍କ ଉପରୁ ବହିବସ୍ତାନି ବୋଝ କମାଇବା ଏବଂ ଶିକ୍ଷାଦାନକୁ ଅଧିକ ଆନନ୍ଦଦାୟକ ତଥା ବାସ୍ତବବାଦୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଦିନ ଧନ୍ଦାମୂଳକ ଶିକ୍ଷା ଅଧୀନରେ ବ୍ୟାଗ୍ ବିହୀନ କାର୍ଯ୍ୟକଳାପ କରାଯିବ।

ନୂତନ ନିୟମ ଅନୁଯାୟୀ, ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଦ୍ୟାଳୟର ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ସେହିପରି ଶନିବାର ଦିନ ସ୍କୁଲ ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ଶିକ୍ଷାବର୍ଷର ମୋଟ ୨୩୦ କାର୍ଯ୍ୟଦିବସ ମଧ୍ୟରୁ ୨୦ ଦିନ ପରୀକ୍ଷା ଓ ମୂଲ୍ୟାୟନ ପାଇଁ ଏବଂ ଅନ୍ୟ ୨୦ ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂରକ୍ଷିତ ରହିବ। ବଳକା ୧୯୦ ଦିନ କେବଳ ପାଠପଢ଼ା ପାଇଁ ବ୍ୟବହାର କରାଯିବ। ପ୍ରତି କାର୍ଯ୍ୟଦିବସରେ ୭ଟି ପିରିୟଡ୍ ରହିବ, ଯାହା ସପ୍ତାହକୁ ମୋଟ ୪୨ଟି ପିରିୟଡ୍ ହେବ।

ଗଣିତ, ବିଜ୍ଞାନ, କଳା, ଶାରୀରିକ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ଭଳି ମୂଳ ବିଷୟଗୁଡ଼ିକ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ପ୍ରୋଜେକ୍ଟ ୱାର୍କ, ବିଜ୍ଞାନ ପରୀକ୍ଷଣ ଏବଂ ପ୍ରାକ୍ଟିକାଲ୍ ପାଇଁ ୮୦ରୁ ୯୦ ମିନିଟ୍ର ଦୁଇଟି ମିଳିତ ପିରିୟଡ୍ (Combined Periods) ରଖାଯାଇଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ମାନଙ୍କୁ ଏହି ସମୟ ସାରଣୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଏକ ଦକ୍ଷତା ଭିତ୍ତିକ ତଥା ସାମଗ୍ରିକ ଶିକ୍ଷା ବ୍ୟବସ୍ଥାର ବିକାଶ ହେବ ବୋଲି ଆଶା କରାଯାଉଛି।