Corona Warriors - The Sakala

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣମୀଙ୍କ ପାଇଁ ବାଙ୍କପଲାଶ ଗାଁ କରୋନାମୁକ୍ତ
ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ ଥର୍ମୋମିଟରଟିଏ ଧରି ଏମାନେ ପହଞ୍ଚିଯାଉଛନ୍ତି ଏ ଘରରୁ ସେ ଘର। ଆଉ ବିନା ସଙ୍କୋଚରେ ବାଣ୍ଟିଯାଉଛନ୍ତି କରୋନା ସଚେତନତାର ଅଭୟ ବାଣୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପୂର୍ଣ୍ଣମୀ ଭୋଇ ଗତବର୍ଷରୁ ହିଁ ଏହି ଅଭିଯାନରେ ସାମିଲ ହୋଇ ଆଜିଯାଏ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି।

ପୂର୍ଣ୍ଣମୀଙ୍କ କରୋନା ସଚେତନତା ଅଭିଯାନ ଯୋଗୁଁ ଆଜି ବାଙ୍କପଲାଶ ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନରେ ଥିବା ୧୯୪ ପରିବାରର ୮୨୭ ଘର କରୋନାମୁକ୍ତ ହୋଇ ରହିଛନ୍ତି। ଗୋଟିଏ ହେଲେ ପରିବାରରେ କାହାଠି କରୋନା ଲକ୍ଷଣ ନାହିଁ କି କେହି ସଙ୍ଗରୋଧ ହୋଇ ଜୀବନ କାଟୁନାହାନ୍ତି। ଏସବୁ ସମ୍ଭବ ହୋଇଛି ପୂର୍ଣ୍ଣମୀ ଓ ତାଙ୍କ ସାଥୀ ସହକର୍ମୀମାନଙ୍କ ଯୋଗୁଁ। ଗତବର୍ଷର ଅଭିଜ୍ଞତାକୁ ଭିତ୍ତି କରି ମାର୍ଚ୍ଚ ମାସରୁ ହିଁ ଗାଁରେ ପୂର୍ଣ୍ଣମୀ ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ। ସକାଳ ୬ଟା ୩୦ରୁ ଦିନ ୯ଟା ୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତିମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରେସନ ଦେବା, ପ୍ରାକ୍‍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶୀକାର ନ ହୁଅନ୍ତି ସେସବୁ କାମର ତଦାରଖ କରନ୍ତି ଅଙ୍ଗନୱାଦି ଦିଦି ପୂର୍ଣ୍ଣମୀ। ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି, ହାତ ସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବାର ଆରମ୍ଭ କରିଥିଲେ। ଯାହାକି ଏପ୍ରିଲ ମାସରୁ ପୁଣିଥରେ ଜୋର୍‍ସୋରରେ ଆରମ୍ଭ ହେଲା। ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍‌ଲାଇନ୍‍କୁ ଅନୁପାଳନ କରି ଗାଁ ଲୋକ ନିଜର କାମ କରୁଛନ୍ତି।

ନିଜର ଅଭିଜ୍ଞତା ସଂପର୍କରେ ପୂର୍ଣ୍ଣମୀ କହନ୍ତି, ପ୍ରଥମେ ପ୍ରଥମେ ଏସବୁ ଏତେ ସହଜ ନ ଥିଲା ଆମମାନଙ୍କ ପାଇଁ। ଡିଜିଟାଲ ଦୁନିଆ ସହ ଯୋଡ଼ିହେବା, ପୁଣି ସେ ଥର୍ମାଲ୍‍ ସ୍କ୍ରିନିଂ ଓ ଥର୍ମୋମିଟର ଭଳି ସାମଗ୍ରୀ ସହ ପରିଚୟ ହେବା ସବୁ କିଛି ନୂଆ ଥିଲା। ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଲୋକଙ୍କ ସଂସ୍ପର୍ଶରେ ଆସି ଆମେ ଏସବୁ କାମ ଶିଖିଲୁ।

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା : ଅସହାୟ ଓ ଗରିବଙ୍କ ସାଥୀ ବିଭୂତି ସାହୁ
ଅନୁଗୁଳ : ମହାମାରୀ କରୋନା ସମୟରେ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଞ୍ଚଳର ବିଭୂତି ସାହୁ। ଯେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି ସେଇଠି ସହାୟତା ନେଇ ପହଞ୍ଚି ଯାଉଛନ୍ତି ବିଭୂତି। ଗତ ଦୁଇ ବର୍ଷ ହେଲା କରୋନା ଲୋକଙ୍କ ସହାୟତାରେ ବିଭୂତି। ଅମ୍ଳଜାନ ହେଉ କି ସାନିଟାଇଜର ସବୁଥିରେ ସବୁ ଆବଶ୍ୟକତାରେ ସେ ଲୋକଙ୍କ ପାଖେ ପାଖେ ରହିଥା’ନ୍ତି। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତି ନାହିଁ ବିଭୂତି।

ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ, ଗରିବ,ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି। କରୋନା କାଳରେ ନିଜ ଆୟର ସିଂହ ଭାଗ ସେ ଜନସେବାରେ ଉତ୍ସର୍ଗ କରି ସାରିଥିବା ବେଳେ ଏବେବି ଏହି ପ୍ରୟାସ ଅବ୍ୟାହତ ରହିଛି। ପ୍ରଶାସନର ସହାୟତା ପହଞ୍ଚିବା ଆଗରୁ ବିଭୂତିଙ୍କ ସହାୟତା ପହଞ୍ଚିଯାଏ ଲୋକଙ୍କ ପାଖରେ। କରୋନାର ଦ୍ୱିତୀୟ ଲହର ଭୟାବହତା ପରେ ବିଭିନ୍ନ ପ୍ରକାରର କଟକଣା ଜାରି ଯୋଗୁଁ ବିଭିନ୍ନ ବସ୍ତିରେ ଗରିବ, ଅସହାୟ ତଥା ବିଭିନ୍ନ ସରକାରୀ ଯୋଜନା ପାଇ ପାରୁନାହାଁନ୍ତି। ଏଭଳି ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ସଂକଟମୋଚକ ଭାବେ ଠିଆ ହୋଇଛନ୍ତି ବିଭୂତି। ଜନ ସେବା ପ୍ରତି ଥିବା ତାଙ୍କ ଆଗ୍ରହ ଏବଂ ନିଃସ୍ୱାର୍ଥ ପର ଗୁଣ ଯୋଗୁଁ ସେ ଏବେ ଚାରିଆଡ଼େ ଚର୍ଚ୍ଚିତ। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଗରିବ ଅସହାୟ ପରିବାରକୁ ଆର୍ଥିକ ସହାୟତା, ଭଙ୍ଗା ଚାଳ ଛପର ଘର ଉପରେ ବିଛାଇବାକୁ ଜରି ପାଲ, ରୋଗୀଙ୍କୁ ଚିକିତ୍ସା ସହାୟତା, ଅଗ୍ନିବିପନ ପରିବାରଙ୍କୁ ସହଯୋଗ, ଦିବ୍ୟାଙ୍ଗଙ୍କୁ ସହାୟତା, ସଙ୍ଗରୋଧରେ ଥିବା ଅସହାୟ କରୋନା ରୋଗୀଙ୍କୁ ଖାଦ୍ୟ ପ୍ରଦାନ, କୋଭିଡ୍‌ ଯତ୍ନ କେନ୍ଦ୍ରରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ବିଭିନ୍ନ ସ୍ଥାନକୁ ବିଶୋଧନ କରିବା ଏଭଳି ଅନେକ କାମ ହାତକୁ ନେଇଛନ୍ତି।

ତାଳଚେର ନିବାସୀ ବିଭୂତି ସାହୁ ଗତ ବର୍ଷର କରୋନାର ଆରମ୍ଭ କାଳରୁ ଲୋକଙ୍କ ଅସୁବିଧା ଅନୁଭବ କରି ଆଗେଇ ଆସି ଏବେ କରୋନାର ଦ୍ବିତୀୟ ଲହରରେ ମଧ୍ୟ ଜାରି ରଖିଛନ୍ତି ସେବା କାମ। ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳ ସମେତ କଣିହାଁ, ଖମାର, ପାଲଲହଡ଼ା, ଛେଣ୍ଡିପଦା ବନ୍ତଳା, ଆଦି ବିଭିନ୍ନ ସ୍ଥାନରେ ବାସ କରୁଥିବା ଏଭଳି ଲୋକମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ନିଜର ସହଯୋଗୀ ସହାୟତାରେ ଶୁଖିଲା ଖାଦ୍ୟ ପ୍ୟାକିଂ କରି ଅଭାବି ପରିବାରମାନଙ୍କୁ ନିଜ ଗାଡ଼ି ଯୋଗେ ଘରେ ପହଁଞ୍ଚାଉଛନ୍ତି। ଏହାସହ କରୋନା ମହାମାରୀ ସମୟରେ ନିଜ ନିଜର ଚତୁଃପାଶ୍ୱର୍କୁ ସାନିଟାଇଜ କରି କରୋନା ଭୂତାଣୁମୁକ୍ତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରୋନା ସମ୍ମୁଖ ଯୋଦ୍ଧା, ସମାଜସେବୀ ବନ୍ଧୁମାନଙ୍କୁ ସାନିଟାଇଜର ସିଞ୍ଚନ ଯନ୍ତ୍ର, ପିପିଇ କିଟ୍‍, ଅକ୍ସି ମିଟର, ସାନିଟାଇଜର ଆଦି ପ୍ରଦାନ କରିଛନ୍ତି। ଯୁବ ସମାଜସେବୀମାନଙ୍କ ଜରିଆରେ ନିଜ ନିଜ ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ଘର, ବିଭିନ୍ନ ଜନଗହଳି ଓ ଦୈନିକ ଚଳପ୍ରଚଳ ସ୍ଥାନଗୁଡ଼ିକ ସହ ଥାନା, କ୍ଲବ, ମନ୍ଦିର, ଦୋକାନ, ବଜାର ଆଦି ଅଞ୍ଚଳକୁ ସାନିଟାଇଜ କରି କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ସହ କରୋନା ସଚେତନତା କରୁଛନ୍ତି।

ପରିବାରର ସୁଖ ଶାନ୍ତିକୁ ପଛରେ ପକାଇ ଦିନରାତି ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବାରେ ତାଙ୍କ ପରି ନିଆରା ବ୍ୟକ୍ତିତ୍ୱ ଆଜିକାଲିର ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭୂତି ଏଭଳି ଜଣେ କରୋନା ଯୋଦ୍ଧା ଯିଏକି ନିଜେ ସଂକ୍ରମଣକୁ ଖାତିରି ନ କରି ରୋଗୀମାନଙ୍କ ନିକଟତର ହୁଅନ୍ତି। ନିଜ ହାତରେ ସହାୟତା ପ୍ରଦାନ କରନ୍ତି। ଭଲମନ୍ଦ ବୁଝନ୍ତି। ଆଜି ପର୍ଯ୍ୟନ୍ତ ସେ ଏଥିପାଇଁ ନିଜ ହାତରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।

ସୁଦର୍ଶନଙ୍କ କାନ୍ଧରେ ୬୨ ଟି ଡଙ୍ଗରିଆ ଗାଁର ଭାର
ଭୁବନେଶ୍ୱର,୩୦ା୬(ସମିସ): ସେ କୌଣସି ଅଙ୍ଗନବାଡ଼ି କର୍ମୀ କି ଆଶା ଦିଦି ନୁହଁନ୍ତି, ଅଥବା ଡାକ୍ତର କି ଏଏନ୍‍ଏମ୍‍ ବି ନୁହଁନ୍ତି। ମୁଖ୍ୟମନ୍ତ୍ରୀଙ୍କ କରୋନା ଯୋଦ୍ଧା ତାଲିକାରେ ବି ତାଙ୍କର ନାମ ନାହିଁ। ତଥାପି ତାଙ୍କ ବିନା ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଟିକାକରଣ କିମ୍ବା ସଚେତନତା କଥା ଭାବିବା ସମ୍ଭବ ନୁହେଁ। ଏକଥା ଆମେ କହୁନୁ, ନିଜେ ଜିଲ୍ଲା ପ୍ରଶାସନ ସ୍ୱୀକାର କରିଛି। ରାୟଗଡ଼ା ଜିଲ୍ଲାର ୬୨ଟି ଡଙ୍ଗରିଆ କନ୍ଧ ଗାଁରେ କରୋନା ସଚେତନତା ଓ ଟିକାକରଣର ଭାର ସମ୍ଭାଳିଥିବା ଏମିତି ଜଣେ ବ୍ୟକ୍ତି ହେଲେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଟିକଣାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ। ଯାହାଙ୍କ ସହଭାଗିତାରେ ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ମୁନିଗୁଡ଼ା ବ୍ଲକ୍‍ର ୫ଟି ପଞ୍ଚାୟତର ୧୭୦୦ ପରିବାର ଏବେ କରୋନାମୁକ୍ତ ହୋଇ ପାରିଛନ୍ତି।  କରୋନାର ପ୍ରଥମ ଲହର ପ୍ରଭାବ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧ ଜନଜାତି ମଧ୍ୟରେ ସେତେଟା ଦେଖିବାକୁ ମିଳି ନ ଥିଲା।

ମାତ୍ର କେରଳ ଫେରନ୍ତା ଯୁବକଙ୍କର ସଂସ୍ପର୍ଶରେ ଆସି ଯେତେବେଳେ ପ୍ରଥମ କରି ଗନ୍ଦଲି ଗାଁରେ କରୋନା ସଂକ୍ରମଣ ଦେଖାଦେଲା ସେତେବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଲା। କାରଣ ଡଙ୍ଗରିଆ କନ୍ଧ ଜନଜାତି ଟିକାକରଣ ତ ଦୂରର କଥା ସମୂହ ପରୀକ୍ଷା କରିବାକୁ ବି ରୋକଠୋକ୍‍ ମନା କରିଦେଇଥିଲେ। ସେହି ସମୟରେ ଜିଲ୍ଲା ପ୍ରଶାସନ ଓ ଡଙ୍ଗରିଆ କନ୍ଧ ଜନଜାତି ମଧ୍ୟରେ ସମନ୍ୱୟର ସେତୁ ବାନ୍ଧିଥିଲେ ସୁଦର୍ଶନ। ଜିଲ୍ଲା ପ୍ରଶାସନ ସହାୟତାରେ ପ୍ରଥମେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି, ସ୍ଥାନୀୟ ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ଡାକ୍ତରୀ ଦଳ, ଏଏନ୍‍ଏମ୍‍ମାନଙ୍କ ସହ ମିଶି ଗାଁ ସ୍ତରୀୟ ଯୋଜନା ପ୍ରସ୍ତୁତ କଲେ। ପଞ୍ଚାୟତ ମୁରବି, ସାହି ମୁରବି, ଭଦ୍ର ବ୍ୟକ୍ତି, ପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କ ସହ ମିଶି କରୋନା ବାବଦରେ ଆଲୋଚନା କରିବା ସହ ଏ ବାବଦରେ ସହଯୋଗ ଲୋଡ଼ିଲେ।

ପ୍ରତି ଗାଁରେ ବାରିକଙ୍କ ସହାୟତାରେ ବାଜା ବଜାଇ ଲୋକଙ୍କୁ କରୋନା ବାବଦରେ ସଚେନତ କଲେ। ସ୍ଥାନୀୟ ଭାଷାରେ ସଚେତନତା ରଥ ବୁଲାଇବା ସହ ଯେଉଁ ନିର୍ଦ୍ଦିଷ୍ଟ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦି ସ୍ଥାନୀୟ ଭାଷା ଜାଣନ୍ତି ସେମାନଙ୍କୁ ଚିହ୍ନଟ କଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମାଧ୍ୟମରେ ଘରକୁ ଘର ଯାଇ ଲୋକଙ୍କୁ କରୋନା ପରୀକ୍ଷା କରାଇବାକୁ ପ୍ରବର୍ତ୍ତାଇଲେ। ଫଳସ୍ୱରୂପ ଆଜି କୁର୍ଲି, ଚଞ୍ଚଡ଼ାଗୁଡ଼ା, ଡାଲିଆ କୁନ୍ଦି, ମୁନିଖୋଲ ପଞ୍ଚାୟତର ୧୭୦୦ ଲୋକ କରୋନା ବାବଦରେ ସଚେତନ ହୋଇ ପାରିଛନ୍ତି। କେବଳ ସଚେତନତାର କଥା ନୁହେଁ; ଆବଶ୍ୟକ ସ୍ଥଳେ ସେମାନଙ୍କୁ ଡଙ୍ଗରିଆ କନ୍ଧ ବାଳିକା ଶିକ୍ଷା ନିକେତନଠାରେ ହୋଇଥିବା ଟିଏମ୍‍ସି ସେଣ୍ଟରକୁ ପଠାଇବା ହେଉ କି ଟିକାକରଣ ପାଇଁ ବୁଝାଇବା ସବୁଥିରେ ଲୋଡ଼ା ପଡନ୍ତି ସୁଦର୍ଶନ।

ଆଦିବାସୀ ଅଧ୍ୟୁଷିତ ଡଙ୍ଗରିଆ ଜନଜାତି ଟିକା ପାଇଁ ପ୍ରସ୍ତୁତ ନ ଥିବା ବେଳେ ସେ ଘରକୁ ଘର ଯାଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ପାରିଥିଲେ। ସୁଦର୍ଶନଙ୍କୁ ଏହି କାମରେ ତାଙ୍କର ୭୦ ଜଣ ଗୋଷ୍ଠୀ ସମ୍ବଳ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଙ୍ଗନବାଡ଼ି ଦିଦିଓ ଆଶା ଦିଦିମାନେ ସାହାଯ୍ୟ କରିଥିବା ସେ କହିଛନ୍ତି। ସୁଦର୍ଶନଙ୍କ ଉଦ୍ୟମରେ ବର୍ତ୍ତମାନ ବିଭିନ୍ନ ଗାଁରେ ଜିଲ୍ଲା ପ୍ରଶାସନ କ୍ୟାମ୍ପ କରି ଲୋକଙ୍କୁ ଟିକାକରଣ କରି ପାରିଛି। ବର୍ତ୍ତମାନ ସୁଦ୍ଧା ୬୨ଟି ଜନଜାତି ଗାଁରେ ୪୫ ବର୍ଷରୁ ଅଧିକ ବୟସର ୯୨୨ ଜଣ ଓ ୧୮ ବର୍ଷରୁ ଊର୍ଦ୍ଧ୍ବ ୫୩୦ ଜଣ ଟିକା ନେଇ ସାରିଛନ୍ତି। ଖୁବ୍‍ଶୀଘ୍ର ଅନ୍ୟ ସମସ୍ତଙ୍କୁ ଟିକାକରଣ କରାଯାଇ କରୋନା ସଂକ୍ରମଣକୁ ଅଟକାଇବାକୁ ପ୍ରୟାସ କରାଯିବ। ଆଦିବାସୀ ଗାଁଗୁଡ଼ିକ ପାହାଡ଼ ଉପରେ ଥିବା ବେଳେ ଓ ପ୍ରାଶାସନିକ ଅଧିକାରୀ ଓ ଡାକ୍ତରମାନେ ରାସ୍ତା ଜାଣି ନ ଥିବା ବେଳେ ସୁଦର୍ଶନ ସେମାନଙ୍କ ପାଇଁ ଗାଇଡ୍‌ ଭଳି ବି କାମ କରିଥା’ନ୍ତି।

ଏସବୁକୁ ଛାଡ଼ିଦେଲେ କରୋନା ସମୟରେ ଡଙ୍ଗରିଆ କନ୍ଧ ଗାଁ ଲୋକ ଯେପରି ନିଜର ଜୀବନଜୀବିକାକୁ ସୁରକ୍ଷିତ କରି ରଖି ପାରିବେ ସେଥିପାଇଁ ମଧ୍ୟ ସୁଦର୍ଶନ କାମ କରୁଛନ୍ତି। କରୋନାର ପ୍ରଥମ ଲହର ବେଳେ ମନରେଗାରେ ୬୨ଟି ଗାଁରେ ୬୩ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ ୧୮୦୦ ଲୋକଙ୍କୁ କର୍ମନିଯୁକ୍ତି ମିଳିଥିଲା। ତେବେ କରୋନାର ଦ୍ୱିତୀୟ ଲହରରେ ଅର୍ଥାତ୍‌ ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୬୦୦ ଶ୍ରମ ଦିବସ ସୃଷ୍ଟି କରାଯାଇ ୫୧୭ ଜଣଙ୍କୁ କର୍ମନିଯୁକ୍ତି ଦିଆଯାଇଛି। ଏହାବାଦ୍‍ ଜନଜାତି ପରିବାରରେ ପାଠପଢ଼଼ୁଥିବା ପିଲାମାନଙ୍କ ତାଲିକା କରି ସେମାନେ କିପରି ଉଚ୍ଚଶିକ୍ଷାରେ ସାମିଲ ହେବେ ଓ ସରକାରୀ ଯୋଜନାର ଲାଭ ପାଇପାରିବେ ସେଥିପାଇଁ ମଧ୍ୟ ସୁଦର୍ଶନ ବ୍ଲକ୍‍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଯୋଗାଯୋଗ କରାଇ ଦେଉଛନ୍ତି। ଦାରିଦ୍ର୍ୟ ପରିବରର କିଶୋର, କିଶୋରୀମାନଙ୍କ ଉପରେ ନଜର ରଖି ସେମାନେ କିପରି ବାଲ୍ୟବିବାହ ଭଳି ପ୍ରଥାରୁ ଦୂରେଇ ରହିବେ ସେଥିପାଇଁ ବି ସେ ଚେଷ୍ଟା ଅବ୍ୟାହତ ରଖିଛନ୍ତି।

୧୪ ହଜାର ଲୋକଙ୍କ ସ୍ୱାବ୍‍ ପରୀକ୍ଷା କରିଛନ୍ତି ଉମାଶଙ୍କର
ଧର୍ମଗଡ : ତାଙ୍କ ଉପସ୍ଥିତି ହିଁ ସାରା ପରିବେଶରେ ଭରେ ସକରାତ୍ମକ ଭାବନା। ଆଉ ତାଙ୍କ ହାତର ସ୍ପର୍ଶରେ ସୁସ୍ଥ ହୁଅନ୍ତି ଶହ ଶହ କରୋନା ରୋଗୀ। କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ କି ଟିକାକରଣ ନେଇ ଲୋକଙ୍କୁ ବୁଝାଇବା, ସବୁଥିରେ ଲୋଡ଼ା ହୁଅନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍‍ଡିଭିଜନାଲ ଡାକ୍ତରଖାନାର ଲାବ୍‍ ଆସିଷ୍ଟାଣ୍ଟ ଉମାଶଙ୍କର। ପୂରା ନାମ ଉମାଶଙ୍କର ମାଳି। ଧର୍ମଗଡ଼ର ଆଦିବାସୀ ଇଲାକାରେ ଯଦି ଜନସାଧାରଣ କରୋନା ବାବଦରେ କାହାରି କଥା ଶୁଣନ୍ତି, ତେବେ ସେ ହେଉଛନ୍ତି ଉମାଶଙ୍କର।  ଧର୍ମଗଡ଼ ଅଞ୍ଚଳବାସୀଙ୍କ ସହ ଉମାଶରଙ୍କ ଏ ସମ୍ପର୍କ ୨୦୨୦ କରୋନା ସମୟରୁ। କରୋନା ପାଇଁ ଏବେ ଉମାଶଙ୍କର ଅଧିକାଂଶ ସମୟ ଡାକ୍ତରଖାନା ଫିବର କ୍ଲିନିକ୍‍ରେ ସମୟ ବିତାଉଥିବା ବେଳେ ଲୋକଙ୍କର ଜ୍ୱର ଓ କାଶର ପରୀକ୍ଷା କରୁଛନ୍ତି।

ଆବଶ୍ୟକ ସ୍ଥଳେ ସ୍ୱାବ୍‌ ପରୀକ୍ଷା କରି ଲୋକଙ୍କୁ ସଙ୍ଗରୋଧରେ ରହିବା ଓ ଔଷଧ ଖାଇବା ପାଇଁ ବି ପରାମର୍ଶ ଦେଉଛନ୍ତି। ଏସବୁକୁ ଛାଡ଼ିଦେଲେ ଲୋକଙ୍କୁ ଟିକାକରଣ କରିବାକୁ କ୍ୟାମ୍ପରେ ବି ଯାଉଛନ୍ତି। ବିଶେଷକରି ମ୍ୟୁନିସିପାଲିଟି ଅଞ୍ଚଳ, କାଶୀବାହାଲ, ଶିଶୁମନ୍ଦିର, ହାଇସ୍କୁଲ ଯିବାକୁ ପଡୁଛି। ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା କରିବା ଯଦିଓ ବେଶୀ କଷ୍ଟ ନୁହେଁ; ଲୋକଙ୍କୁ ଟିକାକରଣ ପାଇଁ ବୁଝାଇବା ସବୁଠୁ ବଡ଼ ଆହ୍ବାନ। ଜିଲ୍ଲା ପ୍ରଶାସନ ସହାୟତାରେ ଏସବୁ କାମ କରୁଛନ୍ତି ଉମାଶଙ୍କର। ବର୍ତ୍ତମାନ ସୁଦ୍ଧା ଉମାଶଙ୍କର ୧୪ ହଜାରରୁ ଅଧିକ ଲୋକଙ୍କୁ ପରୀକ୍ଷା କରି ସାରିଛନ୍ତି। ୧୮ରୁ ୪୫ ଓ ୬୫ ବର୍ଷର ଲୋକଙ୍କୁ ତିନିଟି ପର୍ଯ୍ୟାୟରେ ଟିକାକରଣ ସରିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଟିକା ଦେବାର ଆମେ ବନ୍ଦୋବସ୍ତ କରୁଛୁ। ଗତବର୍ଷ କରୋନାର ପ୍ରଥମ ଲହରରେ ବି ଉମାଶଙ୍କର ସମାନ ଭାବେ ଲୋକଙ୍କୁ ସୁରକ୍ଷା ଓ ଗଣ ସଂକ୍ରମଣ ରୋକିବାକୁ ସରକାରଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ।

ଏଥିପାଇଁ ସେ କରୋନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଅସ୍ଥାୟୀ ସଙ୍ଗରୋଧ ସ୍ଥାପନ ଓ ପ୍ରବାସୀ ମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ତେବେ ଏହି ପରିପ୍ରେକ୍ଷୀରେ କରୋନା ପରୀକ୍ଷା ଏକ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଥିବା ବେଳେ ଉମାଶଙ୍କର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଗୁରୁ ଦାୟିତ୍ୱ ବହନ କରିଥିଲେ। ଗତବର୍ଷ ମାର୍ଚ୍ଚ ଆଡକୁ ଧର୍ମଗଡ଼ ବ୍ଲକରେ ଆରମ୍ଭ ହୋଇଥିବା ବେଳେ ଆକ୍ରାନ୍ତ ହୋଇଥିବା ଗାଁକୁ କଣ୍ଟ୍ରାକ୍ଟ ଟ୍ରେସିଂ କରିବା ସହ ସାଧାରଣ ଲୋକଙ୍କ କରୋନା ପରୀକ୍ଷା କରି ନିଜ ଦାୟିତ୍ୱ ତୁଲାଇଥିଲେ। ସେହିପରି ଚଳିତ ବର୍ଷର ପ୍ରାରମ୍ଭରେ କରୋନାର ଦ୍ୱିତୀୟ ଲହର ଆସିଥିବା ବେଳେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା।

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ଲ୍ୟାବ୍‌ ଟେକ୍ନିସିଆନ ଭାବେ କାମ କରୁଥିବା ଉମାଶଙ୍କର ଅନେକ ଆକ୍ରାନ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ କରୋନା ୧୯ର ଆଣ୍ଟିଜେନ ଓ ଆରଟି-ପିସିଆର ପରୀକ୍ଷା କରଥିଲେ। କେବଳ ସେତିକି ନୁହେଁ; ସେମାନଙ୍କୁ ଘରୋଇ ସଙ୍ଗରୋଧ ସମ୍ପର୍କରେ ସୂଚନା ଦେଇଥାନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଫିବର କ୍ଲିନିକରୁ ବାହାରି ଏବେ ସେ ଜିଲ୍ଲାର ଅଧିକାଂଶ ଉପାନ୍ତ ଅଞ୍ଚଳ ବୁଲି ବୁଲି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି, ଯାହାକି ଏବେ ସମସ୍ତଙ୍କ ପାଇଁ ଅନୁକରଣୀୟ।