Oil Factory Fire - The Sakala

ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସାହାନିଡିହା ଠାରେ ଥିବା ଶ୍ରୀ ଜଗଦମ୍ବା ତେଲ କାରଖାନାରେ ଗୁରୁବାର ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ କାରଖାନା ଭିତରେ ହଠାତ୍ ନିଆଁ ଲାଗିଥିବା ସ୍ଥାନୀୟ କର୍ମଚାରୀମାନେ ପ୍ରଥମେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏ ସମ୍ପର୍କରେ ବିନିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀମାନେ ନିଜର ଦମକଳ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡ ଯେପରି କାରଖାନାର ଅନ୍ୟ ସ୍ଥାନକୁ ନ ବ୍ୟାପିବ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁ କିପରି ଲାଗିଲା, ସେ ନେଇ ତଦନ୍ତକାରୀ ଦଳ ଘଟଣାସ୍ଥଳର ଯାଞ୍ଚ କରୁଛନ୍ତି। ଏହି ଘଟଣାରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି, ସେ ନେଇ ବର୍ତ୍ତମାନ ସୁଦ୍ଧା କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ସବିଶେଷ ବିବରଣୀ ପ୍ରକାଶ କରାଯାଇନାହିଁ।