Kathajodi River - The Sakala

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ
କଟକ/ବାରିପଦା: କାଠଯୋଡ଼ି ନଦୀରୁ ମୟୂରଭଞ୍ଜ ଉଦଳା ଅଞ୍ଚଳର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ଘଟଣାରେ ପୁଲିସକୁ ସଫଳତା ମିଳିଛି। କମିଶନରେଟ୍‌ ପୁଲିସର ୨ଟି ସ୍ବତନ୍ତ୍ର ସ୍କ୍ୱାଡ୍ ମୟୂରଭଞ୍ଜର ବିଶୋଇ ଅଞ୍ଚଳରୁ ଚନ୍ଦ୍ରିକାଙ୍କ ପ୍ରେମିକ ଓଏଏସ୍‌ ଭୀମସେନ୍‌ ଟୁଡୁଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ମାରାଥନ ପଚରାଉଚୁରା କରାଯାଉଛି ।

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପରଠାରୁ ଭୀମସେନ୍‌ ଫେରାର୍‌ ଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିବା ବେଳେ କୌଣସି ସୁଫଳ ମିଳି ନ ଥିଲା। ଚନ୍ଦ୍ରିକାଙ୍କ ମା’ ବାରଙ୍ଗ ଥାନାରେ ଭୀମସେନ୍‌ଙ୍କ ନାଁରେ ଏତଲା ଦେଇଥିବା ବେଳେ ପୁଲିସ ଗତ ୮ ତାରିଖରୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲା। ଚନ୍ଦ୍ରିକାଙ୍କ ମା’ ଝିଅ ମୃତ୍ୟୁ ପାଇଁ ଭୀମସେନ୍‌ ହିଁ ଦାୟୀ ବୋଲି ଥାନାରେ ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଫେରାର୍‌ ଥିବା ଚନ୍ଦ୍ରିକାଙ୍କ ଓଏଏସ୍‌ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳକୁ ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ଚନ୍ଦ୍ରିକା ଭୁବନେଶ୍ୱରରୁ ଏକ ଓଲା ଗାଡ଼ି ଭଡ଼ା କରି କଟକ ଉପକଣ୍ଠ ତ୍ରିଶୂଳିଆ ପର୍ଯ୍ୟନ୍ତ ଆସିଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ତ୍ରିଶୂଳିଆ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌ ଜବତ କରି ଯାଞ୍ଚ ଚଳାଇଥିଲା।  ଏଥିସହ ଚନ୍ଦ୍ରିକାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ତାଙ୍କ ମୋବାଇଲ୍‌ରୁ ମିଳିବାକୁ ଥିବା ଏସ୍‌ଏମ୍‌ଏସ୍‌ ଓ ହ୍ୱାଟର୍ସଆପ୍‌  ଚାଟିଂରୁ ହତ୍ୟାକାଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିଲା। ଗତ ୪ ତାରିଖରେ ତ୍ରିଶୂଳିଆ ବ୍ରିଜ୍‌ ନିକଟରୁ ଚନ୍ଦ୍ରିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ମୋବାଇଲ୍‌ କଲ୍‌ ଡିଟେଲ୍ସ ରେକର୍ଡ ଅନୁଯାୟୀ, ମୃତଦେହ ମିଳିବାର ପୂର୍ବ ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ, ଚନ୍ଦ୍ରିକା ତ୍ରିଶୂଳିଆ ଅଞ୍ଚଳରେ ଥିଲେ।  ସେ ତାଙ୍କ ଓଏଏସ୍‌ ପ୍ରେମିକଙ୍କ ସହ ଦୀର୍ଘ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୋନ୍‌ରେ କଥା ହୋଇଥିଲେ। ଏହା ହିଁ ଥିଲା ତାଙ୍କର ଶେଷ ଫୋନ୍‌ ବାର୍ତ୍ତାଳପ।  ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଓଏଏସ୍‌ ପ୍ରେମିକଙ୍କ ବାପା ଜଣେ ପୁଲିସ କନଷ୍ଟେବଲ୍‌ ଏବଂ ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଏକ ଥାନାରେ କାର୍ଯ୍ୟ  କରୁଛନ୍ତି। ପ୍ରେମ ପ୍ରତାରଣା ଏବଂ ତ୍ରିକୋଣୀୟ ପ୍ରେମ  ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ପୁଲିସ ଜାଣି ପାରିଥିଲା।

'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ
ଉଦଳା: ଏ ଡାଏରୀ ସେ ଡାଏରୀ ନୁହେଁ, ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ। 'DIE DIE DIE' ଲେଖାଯାଇଥିବା ଡାଏରୀ ଚନ୍ଦ୍ରିକାଙ୍କ ନିଖୋଜ ଡାଏରୀ ନୁହେଁ ବୋଲି କହିଲେ ମାମୁଁ ଝିଅ ରଶ୍ମିତା। ବ୍ୟାଗ ରୁ ମିଳିଥିବା ପକେଟ ଡାଏରୀରେ ହିଁ ଲେଖାଯାଇଥିଲା DIE DIE DIE, ଯାହା ଘଟଣା ଦିନ ଦେଖିଥିଲେ ରଶ୍ମିତା। ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ରଶ୍ମିତା ମଧ୍ୟ ତାହା ଦେଖିଥିବା କହିଛନ୍ତି। ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ, ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ରଶ୍ମିତା।  କେବଳ ସେତିକି ନୁହେଁ, ଚନ୍ଦ୍ରିକାଙ୍କ ଲାପଟପ ଏବଂ ଟାଵଲେଟ ମିଳିଲେ ଅନେକ ଗୁମର ଖୋଲିବ ବୋଲି କହିଛନ୍ତି ରଶ୍ମିତା ଯାହା ପୁରୁଷ ବନ୍ଧୁ ଭୀମସେନଙ୍କ ନିକଟରେ ରହିଛି ।

କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ
ବାରିପଦା: କଟକ କାଠଯୋଡ଼ି ନଦୀରୁ ଗୁରୁବାର ସକାଳେ ଉଦ୍ଦାର ମେଡିକାଲ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା ଭିନ୍ନ ମୋଡ ନେଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ବାରଙ୍ଗ ଥାନାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି ମୃତକଙ୍କ ପରିବାର ଲୋକେ।

ସୂଚନାଯୋଗ୍ୟ, ଗୁରୁବାର ଭୋର ସମୟରେ କିଛି ସ୍ଥାନୀୟ ଲୋକ ବାରଙ୍ଗ ସ୍ଥିତ ସୁବାଷ ସେତୁ ଉପରକୁ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ସେଠାରେ ଏକ ଗୋଲାପୀ ରଙ୍ଗର ବ୍ୟାଗ୍ ଏବଂ ଗୋଟିଏ ହଳ ଚପଲ ପରିତ୍ୟକ୍ତ ଅବସ୍ଥାରେ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ନଦୀ ଭିତରକୁ ଚାହିଁବା ବେଳେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ବାରଙ୍ଗ ପୁଲିସ ଓ ଅଗ୍ନୀଶମ ବାହିନୀ ପହଞ୍ଚି ଭାସମାନ ମୃତ ଦେହକୁ ଉଦ୍ଧାର କରିଥିଲେ। ମୃତ ଯୁବତୀ ଜଣକ ଏକ ଜିନ୍ସ ପ୍ୟାଣ୍ଟ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ସେତୁ ଉପରୁ ଜବତ ହୋଇଥିବା ବ୍ୟାଗ୍‌ରୁ ମିଳିଥିବା ସୂଚନା ଅନୁସାରେ, ମୃତ ଯୁବତୀ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଅଞ୍ଚଳର ଚନ୍ଦ୍ରିକା ହେମ୍ବ୍ରମ। ସେ ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଛାତ୍ରୀ ଥିଲେ ଏବଂ ଆସନ୍ତା ସୋମବାର ଦିନ ସେଠାରେ ଜଣେ ଇଣ୍ଟର୍ନ ଡାକ୍ତର ଭାବେ ଯୋଗ ଦେବାର ଥିଲା।

ମୃତ ଚନ୍ଦ୍ରିକାଙ୍କ ବାପା ଭୂଜୁ ହାଁସଦାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ହିଁ ସମ୍ପୂର୍ଣ୍ଣ ଦାୟୀ। ଉଭୟ ପୂର୍ବରୁ ନବୋଦୟ ବିଦ୍ୟାଳୟରେ ସାଙ୍ଗ ହୋଇ ପଢୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମନାନ୍ତର ଓ ତିକ୍ତତା ଦେଖାଦେଇଥିଲା। ଉକ୍ତ ପୁରୁଷ ବନ୍ଧୁ ଜଣକ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ଶଙ୍କୁଚା ଗ୍ରାମର ବୋଲି ଜଣାପଡ଼ିଛି। ଏହି ମାନସିକ ନିର୍ଯାତନା ଯୋଗୁଁ ଝିଅ ଜୀବନ ହାରିଥିବା ନେଇ ବାପା ବାରଙ୍ଗ ଥାନାରେ କେବଳ ସେହି ଯୁବକଙ୍କୁ ଦାୟୀ କରି ଏକ ଏତଲା ଦେଇଛନ୍ତି।

ପୁଲିସ ମୃତଦେହ ଜବତ କରି କଟକ ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବାରଙ୍ଗ ଥାନାରେ ଆଇନଗତ ପ୍ରକ୍ରିୟା ଶେଷ କରି ପରିବାର ଲୋକେ ମୃତଦେହ ଧରି ଗାଁ ଅଭିମୁଖେ ଗୁରୁବାର ବିଳମ୍ୱିତ ରାତିରେ ବାହାରି ଶୁକ୍ରବାର ସକାଳେ ପହଞ୍ଚିଛନ୍ତି।  ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଝିଅର ଏଭଳି ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ମେଡିକାଲ କଲେଜରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସେତୁ ଉପରୁ ମିଳିଥିବା ସାମଗ୍ରୀ ସହ ମୋବାଇଲ୍ ଫୋନ୍ ଆଦି ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
କଟକ: କାଠଯୋଡ଼ି ତ୍ରିଶୁଳିଆ ପୋଲ ତଳେ ଭାସୁଛି ଯୁବତୀଙ୍କ ମୃତଦେହ । ବ୍ରିଜ ନିକଟରେ ପଡ଼ିଛି ଯୁବତୀଙ୍କ ବ୍ୟାଗ ଓ ଚପଲ । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଯୁବତୀ ଜଣକ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ, ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।