Puri Jagannath Dham - The Sakala
ପୁରୀ: ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା  ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି। ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।
ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ଆଶାବାଦୀ ଅଛୁ। ସେଥି ପାଇଁ ରାତି ୧୦ଟାରୁ ସାଢ଼େ ୧୦ଟା ଭିତରେ ପହୁଡ଼ ପଡ଼ିବ। ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ। ବର୍ତ୍ତମାନ ସୁଦ୍ଧା ନୀତିକାନ୍ତି ଠିକ୍‌ ଭାବେ ଚାଲିଛି। ଶ୍ରଦ୍ଧାଳୁମାନଙ୍କୁ ମାର୍କେଟ୍‌ ଛକଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଶ୍ରଦ୍ଧାଳୁମାନେ ଆଜି (ମଙ୍ଗଳବାର) ଓ କାଲି (ବୁଧବାର) ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ।
ନୂଆବର୍ଷ ଅବସରରେ ଡିସେମ୍ବର ୩୧ ତାରିଖରୁ କଟକଣା ଲାଗୁହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ସହ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ିମୋଟରର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଶ୍ରୀମନ୍ଦି‌େର‌ ଅଧିକ ଭିଡ଼ ହେବ ବୋଲି ସମ୍ଭାବନା ରହିଛି। ଏଥିପାଇଁ ଆଜି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି।  ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ, ଦୁଇଦିନ ଧରି ଶ୍ରୀମନ୍ଦିରରେ ଭକ୍ତମାନେ ଚାରିଦ୍ବାର ବଦଳରେ କେବଳ ସିଂହଦ୍ବାରରେ ପ୍ରବେଶ କରିବେ। ଶ୍ରଦ୍ଧଶଳୁମାନେ ଦର୍ଶନ ସାରି ଉତ୍ତର, ଦକ୍ଷିଣ ଓ ପଶ୍ଚିମଦ୍ବାରରେ ପ୍ରସ୍ଥାନ କରିବେ।
ନୂଆବର୍ଷ ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ ସହର, ମୁତୟନ ହେଲେ ୬୦ ପ୍ଲାଟୁନ ପୁଲିସ ଫୋର୍ସ
ପୁରୀ: ନୂଆବର୍ଷ ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ ସହର। ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ମୁତୟନ‌ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ। ସିସିଟିଭି ବଳୟ ମଧ୍ୟରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ। ଡିସେମ୍ବର ୩୧ ରୁ ଜାନୁଆରୀ ୧ ତାରିଖ ଭିଡ ପର୍ଯ୍ୟନ୍ତ ଲାଗୁ ହେବ ଟ୍ରାଫିକ କଟକଣା। ଏ ନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି: ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୧ ଟା ଯାଏ ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତି ୧୨ଟା ଠାରୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ୧୧ ଟା ପର୍ଯ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ଚତୁର୍ଦ୍ଧାବିଗ୍ରହ ବିଜେ କରି ପ୍ରତ୍ୟକ୍ଷ ସ୍ନାନ କରିବେ। ଲକ୍ଷ ଲକ୍ଷ ଭକ୍ତ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଏବଂ ହାତୀବେଶ ଦର୍ଶନ ଲାଗି ଆସିବେ। ତେଣୁ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା ନୀତିରେ ମୋହର ବାଜିଥିବା ବେଳେ ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯାଇଛି।
ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢ଼େ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟାରେ ପହଣ୍ଡି ସରି ୯ଟାରେ ହେବ ମଙ୍ଗଳ ଆଳତି। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ। ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢ଼େ ୧୧ରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ସାଢେ ୨ଟାରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।
ପୁରୀରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ: ପ୍ରାଥମିକ ପର୍ଯ୍ଯାୟରେ ୪ଟି ଭାଷାରେ ଆରମ୍ଭ ହେବ ପାଠ୍ୟକ୍ରମ, ସେବାୟତ ପିଲାଙ୍କ ପାଇଁ ରହିବ ୫୦% ସଂରକ୍ଷଣ
ପୁରୀ: ଆଦର୍ଶ  ଗୁରୁକୂଳ ପ୍ରତିଷ୍ଠା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଏହି ବୈଠକଟି ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷର ହୋଇଛି। ୧୯.୩୮ ଏକର ଜାଗାରେ ହେବ ଆଦର୍ଶ ଗୁରୁକୂଳ। ଗୁରୁକୂଳ ପ୍ରତିଷ୍ଠା ପାଇଁ ମାନ୍ଯବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ ଅବଶିଷ୍ଟ ଟଙ୍କା ବ୍ଯୟରେ ଗୁରୁକୂଳ ନିର୍ମାଣ ହେବ। ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତ ଯାଗାରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ପ୍ରାଥମିକ ପର୍ଯ୍ୟାୟରେ ସେବାୟତ ପିଲାଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ରହିବ। ୨୦୨୪ ଆରମ୍ଭରୁ ୪ଟି ଭାଷାରେ ପାଠ୍ଯକ୍ରମ ଆରମ୍ଭ ହେବ। ଏଥିରେ ପିଲାମାନଙ୍କୁ କେବଳ ଲିଟରେଟ ନୁହେଁ ଜଗନ୍ନାଥ ସଂସ୍କୃତି ପରମ୍ପରା , ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ଦିଆଯିବ। ଆସନ୍ତା ଅକ୍ଷୟ ତୃତୀୟା ଦିନ ଗୁରୁକୁଳର ଭୂମିପୂଜନ କରାଯିବ ବୋଲି ବିର୍ଲ୍ଲା ଫାଉଣ୍ଡେସନ ଅଧିକାରୀ ଓ ପରିଚାଳନା କମିଟି ସଦସ୍ଯ ପ୍ରତିକ୍ରିୟା ରଖିଛନ୍ତି।
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲି ଅର୍ଥାତ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆପାତତଃ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି।
ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆସନ୍ତାକାଲି ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ୟ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ପ୍ରସ୍ତୁତ ହେବ ଚାପ; ଆଜି ନରେନ୍ଦ୍ର ପୁଷ୍କରିଣୀରୁ ଉଠିଲା ଡଙ୍ଗା
ପୁରୀ: ଆସନ୍ତା ମେ ୩ ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏହି ପବିତ୍ର ତିଥିରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅରମ୍ଭ ହୋଇଥାଏ। ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମହାପ୍ରଭୁ। ଏଥି ପାଇଁ ଚାପ ପ୍ରସ୍ତୁତି ଆରମ୍ଭ ହୋଇଛି। ଚୈତ୍ର ପୂର୍ଣ୍ଣିମା ଅବସରରେ ଶନିବାର ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବକଙ୍କ ଦ୍ବାରା ଡଙ୍ଗା କଢା ଯାଇଛି। ଆଜି ୫ଟି ଡଙ୍ଗା କାଢାଯଇଛି। ୨ଟି ଲେଖାଏଁ ଡଙ୍ଗାକୁ ଯୋଡା ଯାଇ ଗୋଟିଏ ଲେଖାଏଁ ଚାପ ପ୍ରସ୍ତୁତ କରାଯିବ। ଏହାପରେ ଆବଶ୍ୟକ ମରାମତି ଓ ରଙ୍ଗ ଦିଆଯାଇ ନନ୍ଦା ଓ ଭଦ୍ରା ଚାପ ତିଆରି କରାଯିବ।
ଦୁଇ ଦିନିଆ ଓଡ଼ିଶା ଗସ୍ତ ଏଏସଆଇ ଡିଜି: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ମନ୍ଦିରରେ ଜାରି ରହିଥିବା କାର୍ଯ୍ଯର କରିବେ ସମୀକ୍ଷା
ପୁରୀ: ଓଡ଼ିଶାରେ ଏଏସଆଇ ଡିଜି ବିଦ୍ୟାବତୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ଯର ସମୀକ୍ଷା କରୁଛନ୍ତି ଏଏସଆଇ ଡିଜି । ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭି.ବିଦ୍ୟାବତୀ । ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟରପ୍ଲାନର ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । ଏଏସଆଇ ଡିଜିଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ , ଜିଲ୍ଲାପାଳ, ଏସପି ଓ ଓବିସିସିର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ଓଡ଼ିଶାରେ ଏଏସଆଇ ଦ୍ୱାରା ବିଭିନ୍ନ କାର୍ଯ୍ଯ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ଓଡ଼ିଶା ଆସିଛନ୍ତି ଏସଏସଆଇ ଡିଜି । ଶ୍ରୀମନ୍ଦିର ସହିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଜାରି ରହିଥିବା କାର୍ଯ୍ଯର ତଦାରଖ କରିବେ ଭି.ବିଦ୍ୟାବତୀ ।
ସୂଚନା ଯୋଗ୍ୟ ଯେ, ନଭେମ୍ୱର ୨୪ରେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନେଇ ଶିଳାନ୍ୟାସ ହୋଇଥିଲା । ଗଜପତି ମହାରାଜା ଶିଳାନ୍ୟାସ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକ୍ପଳ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ପରିକ୍ରମା ଯୋଜନା ନିମନ୍ତେ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଏହା ପରେ ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା ।
ଆଜିଠୁ କୋହଳ ହେଲା କଟକଣା: ବିନା କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ
ପୁରୀ: ଆଜିଠାରୁ ବିନା କୋଭିଡ ଟିକା ଓ କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ। ଲାଗୁ ହୋଇଥିବା ନୂଆ ଏସଓପି କାର୍ଯ୍ଯକାରୀ ହୋଇଛି। କୋଭିଡ଼ ନିୟମ ମାନି ମାସ୍କ ପରିଧାନ ଓ ସାନିଟାଇଜ ହୋଇ ଦର୍ଶନ ପାଇଁ ଭକ୍ତ ମନ୍ଦିର ପ୍ରବେଶ କରୁଛନ୍ତି। ପୂର୍ବଭଳି କିନ୍ତୁ ସକାଳ ୬ ଟାରୁ ରାତି ୯ଟା ପର୍ଯ୍ଯନ୍ତ ଦର୍ଶନ ପାଇଁ ଅନୁମତି ରଖାଯାଇଥିବା ବେଳେ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।
କରୋନା କଟକଣା କାରଣରୁ ସାଧାରଣ ଦର୍ଶନ ନିମନ୍ତେ ବନ୍ଦ ଥିବା ଶ୍ରୀମନ୍ଦିର ଫେବ୍ରୁଆରୀ ପହିଲାରୁ ଖୋଲିଥିଲା । କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା । ୨୦୦ରୁ ୩୦୦ ସେବାୟତ ନେଇସାରିଛନ୍ତି ବୁଷ୍ଟର ଡୋଜ୍। ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିଛି।
ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ପୁରୀ:  ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦର୍ଶନ କରିଛନ୍ତି । ପ୍ରଥମେ ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯାଇଥିଲା। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିର ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ନୀଳଚକ୍ରରେ ରାଷ୍ଟ୍ରପତିଙ୍କ ଶୁଭ ମନାସୀ ପତିତପାବନ ବାନା ବନ୍ଧା ହୋଇଛି। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ ।
ସୂଚନା ଅନୁଯାୟୀ, ପୁରୀ ରାଜ ଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ। ଦିନ ୧୦ଟା ୩୫ରେ ଟାଉନ ଥାନା ନିକଟସ୍ଥ ଚୈତନ୍ୟ ଗୌଡୀୟ ମଠକୁ ଯାଇ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିବେ। ଏହାପରେ ରବିବାର ଦିନ ୧୧ଟାରୁ ୧୨ଟା ପର୍ଯ୍ଯନ୍ତ ଶରଧାବାଲିରେ ହେବାକୁ ଥିବା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ଉଦ୍‌ବୋଧନ ଦେବେ। ଦିନ ୧୨ଟା ୫ରେ ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ବର ଅଭିମୁଖେ ଯିବା କାର୍ୟ୍ୟକ୍ରମ ରହିଛି। ଶ୍ରୀ କୋବିନ୍ଦଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆସନ୍ତାକାଲି ଶ୍ରୀମନ୍ଦିରରେ ୨ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ୨ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ସନ୍ଧ୍ଯା ୬ଟା ଯାଏ ଭକ୍ତଙ୍କୁ ଶ୍ରୀମନ୍ଦିର ବାରଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରିବେ । ଅପରାହ୍ନ ୨ଟା୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଯିବେ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହିବେ ।
ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର କାରକେଡରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ରାତ୍ରୀଯାପନ ପରେ ୨୦ ତାରିଖ ବଡ଼ଦାଣ୍ଡ ସ୍ଥିତ ଗୌଡିୟ ମଠରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ୍ ହେବେ। ସେଠାରୁ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ୍ ହେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡିୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି।
ମହାମହିମଙ୍କ ଗସ୍ତ ପାଇଁ ପୁରୀରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ
ପୁରୀ: ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ ଅବସରରେ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସର୍କିଟ ହାଉସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ସହରର ବିଭିନ୍ନ ସ୍ଥାନରେ ୨୦୦ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ପି ଡ. କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି ମିହିର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାଥାଉ କି, ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବେ । ୨୦ ତାରିଖରେ ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରମୀଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶରଧାବାଲିରେ ଅନୁଷ୍ଠିତ ହେବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ।
ପୁରୀ ଏମାର ମଠରେ ପୁଣି ଚାଲିଛି ରୁପା ଇଟା ଖୋଜା, ପୂର୍ବରୁ ଚିହ୍ନିତ ସ୍ଥାନରେ ଖୋଳିବା ପ୍ରକ୍ରିୟା ଆରମ୍ଭ
ପୁରୀ: ବହୁ ଚର୍ଚ୍ଚିତ ପୁରୀ ଏମାର ମଠରେ ପୁଣି ରୁପା ଇଟା ଖୋଜା ଚାଲିଛି। ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବା ଆରମ୍ଭ କରିଦେଇଛି ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଠ ପରିଚାଳନା ସଦସ୍ୟ ବି ଉପସ୍ଥିତ ରହିଛନ୍ତି। ମଠରେ ଗୁପ୍ତଧନ ଆଶାରେ ଗତବର୍ଷ ସେପ୍ଟେମ୍ବର ୧୬ତାରିଖରେ ସ୍ଥାନ ଚିହ୍ନଟ ହୋଇଥିଲା । ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରିଥିଲେ ବିଶେଷଜ୍ଞ ଦଳ । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଦିଆଯାଇଥିଲା ଚିହ୍ନ । ଆଜି ସେସବୁ ସ୍ଥାନକୁ ଖୋଳାଯାଉଛି।
ସୂଚନାଯୋଗ୍ୟ, ଏମାରମଠରୁ ୨୦୧୧ରେ ୫୨୨ ଖଣ୍ଡ ରୂପାଇଟା ବାହାରିବା ପରେ ଗତବର୍ଷ ମଧ୍ୟ ପୁର୍ନବାର ୪୫ ଖଣ୍ଡ ରୂପାଇଟା ବାହାରିଥିଲା। ଆଉକିଛି ଗୁପ୍ତଧନ ବାହାରିବା ଆଶାରେ ଆଜି ପୁର୍ନବାର ଯାଞ୍ଚ କରାଯାଉଛି।