Controversial Statement - The Sakala

ବିଜେପି ବିଧାୟକ ନବୀନ ଜୈନଙ୍କ ବିବାଦୀୟ ବୟାନ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି
ଭୁବନେଶ୍ୱର: ଟିଟିଲାଗଡ଼ର ବିଜେପି ବିଧାୟକ ନବୀନ କୁମାର ଜୈନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ରାଜନୈତିକ ଆକ୍ରୋଶ ଏବଂ ପ୍ରାଥମିକତାକୁ ଆଧାର କରି ଭୋଟର ତାଲିକାରୁ ନାମ ବାଦ୍‌ ଦେବା ପାଇଁ ଶ୍ରୀ ଜୈନ ଏକ ସର୍ବସାଧାରଣ ସଭାରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ପ୍ରତିନିଧି ଦଳ ଦାବି କରିଛି।

ବିଜେଡିର ଅଭିଯୋଗ ଅନୁଯାୟୀ ବିଜେପିକୁ ଭୋଟ ଦେଉ ନ ଥିବା ଭୋଟରଙ୍କ ନାମ ଏସ୍‌ଆଇଆର୍‌ରେ କାଟିବାକୁ ବିଧାୟକ ନବୀନ କୁମାର ଜୈନ ନିଜ ଦଳର କର୍ମୀମାନଙ୍କୁ ଦେଉଥିବା ନିର୍ଦ୍ଦେଶର ଏକ ଭିଡ଼ିଓ ଭାଇରାଲ ହୋଇଛି। ଏହା ସହ ବିଗତ କୋଡ଼ିଏ ବର୍ଷ ହେବ ଯେଉଁମାନେ ନିଜର ମତାଧିକାର ସାବ୍ୟସ୍ତ କରିନାହାନ୍ତି, ସେମାନଙ୍କ ନାମ ମଧ୍ୟ ଭୋଟର ତାଲିକାରୁ କାଟିଦେବା ପାଇଁ ସେ ପ୍ରକାଶ କରିଛନ୍ତି। ବିଧାୟକଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ, ଅସାମ୍ୱିଧାନିକ ଏବଂ ମୁକ୍ତ ଓ ନିରପେକ୍ଷ ନିର୍ବାଚନର ପରିପନ୍ଥୀ ।  କୌଣସି ଜନପ୍ରତିନିଧି, ରାଜନୈତିକ ନେତା କିମ୍ୱା ବ୍ୟକ୍ତିବିଶେଷଙ୍କର ଭୋଟର ତାଲିକାରେ ନାମ ସାମିଲ କରିବା ବା ବାଦ୍‌ ଦେବା ପାଇଁ କୌଣସି ଅଧିକାର ନାହିଁ। ଏହି ସମସ୍ତ ପ୍ରକ୍ରିୟା ଭାରତୀୟ ସମ୍ୱିଧାନ, ଜନପ୍ରତିନିଧି ଅଧିନିୟମ ୧୯୫୦ ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ। ଶାସକ ଦଳର ଜଣେ ବିଧାୟକଙ୍କ ପକ୍ଷରୁ ଏଭଳି ବୟାନ ଆସିବା ଦ୍ୱାରା ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ଥିବା ତୃଣମୂଳ ସ୍ତରର ସରକାରୀ ଅଧିକାରୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନଙ୍କ ଏହି ମନ୍ତବ୍ୟକୁ ଗୁରୁତର ସହ ନେଇ ତାଙ୍କ ବିରୋଧରେ ତୁରନ୍ତ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରନ୍ତୁ ବୋଲି ବିଜେଡ଼ି ଦାବି କରିଛି। ଏହା ସହ ଏସଆଇଆର ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କୌଣସି ରାଜନୈତିକ ଚାପ ବା ପ୍ରଭାବରେ ନଆସି ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ପ୍ରତିନିଧିମଣ୍ଡଳୀ ସିଇଓଙ୍କୁ ଅନୁରୋଧ କରିଛି ।